Posted inଜାତୀୟ

ଯଦି ଟୁଇଟ୍‌କୁ ଭୟ, ନ୍ୟାୟପାଳିକା ଦୁର୍ବଳ

ନୂଆଦିଲ୍ଲୀ,୧୯ା୮: ଅଦାଲତ ଅବମାନନା ମାମଲାରେ ବରିଷ୍ଠ ଆଇନଜୀବୀ ପ୍ରଶାନ୍ତ ଭୂଷଣଙ୍କ ବିରୋଧରେ ଗୁରୁବାର (ଅଗଷ୍ଟ ୨୦ରେ) ଦଣ୍ଡବିଧାନ କରିବାକୁ ସୁପ୍ରିମକୋର୍ଟଙ୍କ ତିନିଜଣିଆ ଖଣ୍ଡପୀଠ ଧାର୍ଯ୍ୟ କରିଛନ୍ତି। ଏହାକୁ ନେଇ ଦେଶବ୍ୟାପୀ ବୁଦ୍ଧିଜୀବୀ ମହଲରେ ପ୍ରତିକ୍ରିୟା ପ୍ରକାଶ ପାଇଛି। ବର୍ତ୍ତମାନର ମହାମାରୀ ସମୟରେ ତରବରିଆ ଭାବେ ରାୟର ଭର୍ଚୁଆଲ ଶୁଣାଣି କରା ନ ଯାଉ। ଶୁଣାଣି ସ୍ବାଭାବିକ ହେବା ଯାଏ ଏହି ଦଣ୍ଡବିଧାନକୁ ଟାଳି ଦିଆଯାଉ ବୋଲି ବୁଦ୍ଧିଜୀବୀ ଓ ଆଇନଜୀବୀ ମହଲରେ ଦାବି ହୋଇଛି। ଏନେଇ ଚାଲିଥିବା ଦସ୍ତଖତ ଅଭିଯାନରେ ସୁପ୍ରିମକୋର୍ଟ ଏବଂ ହାଇକୋର୍ଟର ପୂର୍ବତନ ବିଚାରପତିଙ୍କ ସହ ୩,୦୦୦ରୁ ଊର୍ଦ୍ଧ୍ୱ ବୁଦ୍ଧିଜୀବୀ ଓ ପୂର୍ବତନ ପ୍ରଶାସନିକ ଅଧିକାରୀ ରହିଛନ୍ତି। ଅଦାଲତ ଯଦି ଟୁଇଟ୍‌କୁ ଭୟ କରୁଛନ୍ତି ତେବେ ନ୍ୟାୟପାଳିକା ଦୁର୍ବଳ ବୋଲି ଧରିନେବାକୁ ହେବ ବୋଲି ସେମାନେ ଏଥିରେ ଉଲ୍ଲେଖ କରିଛନ୍ତି।
ଆକ୍ଟିଭିଷ୍ଟ ପ୍ରଶାନ୍ତ ଭୂଷଣ ଜୁନ୍‌ ୨୭ରେ ଏକ ଟୁଇଟ୍‌ କରି କହିଥିଲେ, ଭାରତରେ ବିନା କୌଣସି ଆନୁଷ୍ଠାନିକ ଜରୁରିକାଳୀନ ପରିସ୍ଥିତିରେ ଗଣତନ୍ତ୍ରକୁ ଧ୍ୱଂସ କରି ଦିଆଯାଇଛି। ଭବିଷ୍ୟତରେ ଐତିହାସିକମାନେ ୬ ବର୍ଷ ପଛକୁ ଫେରି ଏହା ଦେଖିଲେ ଏଥିରେ ନିର୍ଦ୍ଦିଷ୍ଟ ଭାବେ ସୁପ୍ରିମକୋର୍ଟ ଏବଂ ବିଶେଷକରି ୪ ଜଣ ସିଜେଆଇଙ୍କ ଭୂମିକା ରହିଥିବା ସେମାନେ ଜାଣିବାକୁ ପାଇବେ। ଏହାର ୨ ଦିନ ପରେ ଅର୍ଥାତ୍‌ ଜୁନ୍‌ ୨୯ରେ ପ୍ରଶାନ୍ତ ଦ୍ୱିତୀୟ ଟୁଇଟ୍‌ କରିଥିଲେ। ଏଥିରେ ସେ ଉଲ୍ଲେଖ କରିଥିଲେ, ସିଜେଆଇ ଏସ୍‌.ଏ. ବୋବ୍‌ଡେ ବିନା ମାସ୍କ ଓ ହେଲ୍‌ମେଟରେ ନାଗପୁରସ୍ଥିତ ରାଜଭବନରେ ଜଣେ ଭାଜପା ନେତାଙ୍କ ୫୦ ଲକ୍ଷ ଟଙ୍କାର ହାର୍ଲେ ଡେଭିଡ୍‌ସନ୍‌ ବାଇକ୍‌ ଚଳାଉଛନ୍ତି। ସେ ସୁପ୍ରିମକୋର୍ଟକୁ ଲକ୍‌ଡାଉନ୍‌ କରି ନାଗରିକମାନଙ୍କୁ ନ୍ୟାୟ ପାଇବାର ମୌଳିକ ଅଧିକାରରୁ ବଞ୍ଚତ୍ତ କରିଥିବାବେଳେ ବାଇକ୍‌ରେବସିଛନ୍ତି! ସୁପ୍ରିମକୋର୍ଟ ଉପରୋକ୍ତ ଦୁଇଟି ଟୁଇଟ୍‌କୁ ନେଇ ଜୁଲାଇ ୨୨ରେ ନିଜଆଡ଼ୁ ମାମଲା ରୁଜୁ କରି ପ୍ରଶାନ୍ତଙ୍କୁ ନୋଟିସ କରିଥିଲେ। ଏହାସହ ଅଗଷ୍ଟ ୫ ସୁଦ୍ଧା ଜବାବ ଦାଖଲ କରିବାକୁ ପ୍ରଶାନ୍ତ ଓ ଟୁଇଟରକୁ ନିର୍ଦ୍ଦେଶ ଦେଇଥିଲେ। ପ୍ରଶାନ୍ତ ଜବାବ ଦାଖଲ କରିବା ପରେ ଜଷ୍ଟିସ୍‌ ଅରୁଣ ମିଶ୍ରଙ୍କ ଅଧ୍ୟକ୍ଷତାରେ ଗଠିତ ଖଣ୍ଡପୀଠ ଗତ ୧୪ ତାରିଖରେ ଅଦାଲତ ଅବମାନନା ମାମଲାରେ ତାଙ୍କୁ ଦୋଷୀ ସାବ୍ୟସ୍ତ କରିଥିଲେ। ପ୍ରଶାନ୍ତଙ୍କ ବିରୋଧରେ ସୁପ୍ରିମକୋର୍ଟରେ ଦଣ୍ଡବିଧାନକୁ ୨ ଦିନ ବାକି ଥିବାବେଳେ ଦେଶର ବିଭିନ୍ନ ଭାଗରୁ ତାଙ୍କ ସପକ୍ଷରେ ବିବୃତି ଆସିବାରେ ଲାଗିଛି।
୩୦୦୦ରୁ ଊର୍ଦ୍ଧ୍ୱ ଆଇନଜ୍ଞ ସୁପ୍ରିମକୋର୍ଟଙ୍କ ଉଦ୍ଦେଶ୍ୟରେ ଏକ ପିଟିଶନରେ ସ୍ବାକ୍ଷର କରିଛନ୍ତି। ଏଥିରେ ସେମାନେ ଦର୍ଶାଇଛନ୍ତି ଯେ, ମାନବାଧିକାର କର୍ମୀ ପ୍ରଶାନ୍ତ ଭୂଷଣଙ୍କୁ ତାଙ୍କର ଦୁଇଟି ଟୁଇଟ୍‌କୁ ନେଇ ସୁପ୍ରିମକୋର୍ଟ ଦୋଷୀ ସାବ୍ୟସ୍ତ କରିଛନ୍ତି, ଯାହାକି ଅନୁପଯୁକ୍ତ ବୋଲି ଆମେ ବିଶ୍ୱାସ କରୁଛୁ। ଟୁଇଟ୍‌ କରି ସୁପ୍ରିମକୋର୍ଟଙ୍କ କାର୍ଯ୍ୟପ୍ରଣାଳୀ ସମ୍ପର୍କରେ ମତାମତ ଦେବା ଅଭିବ୍ୟକ୍ତିର ସ୍ବାଧୀନତା। ଏହା ପ୍ରତ୍ୟେକ ନାଗରିକଙ୍କ ପାଇଁ ଏକ ମୌଳିକ ଅଧିକାର। ପ୍ରଶାନ୍ତ ଭୂଷଣ ଟୁଇଟ୍‌ କରିବା ପଛରେ ତାଙ୍କର ଉଦ୍ଦେଶ୍ୟ ହେଲା ପୂର୍ବଭଳି ନିୟମିତ ଶୁଣାଣି କରିବା। ବିଶେଷକରି ଜାତୀୟ ଗୁରୁତ୍ୱ ବହନ କରୁଥିବା ପ୍ରସଙ୍ଗଗୁଡ଼ିକର ନିୟମିତ ପୁନଃ ଶୁଣାଣି କରାଯାଉ। ଏହା ନ୍ୟାୟପାଳିକାର ସାମ୍ବିଧାନିକ ଦାୟିତ୍ୱ। ଏହାସହ ରାଷ୍ଟ୍ର ପ୍ରଦତ୍ତ ମୌଳିକ ଅଧିକାରରେ ସରକାରୀ ହସ୍ତକ୍ଷେପକୁ ରୋକାଯାଉ। ଏପରି ଗଠନମୂଳକ ସମାଲୋଚନାକୁ ଅଦାଲତ ଉଚିତ ଅର୍ଥରେ ନେଲେ ନ୍ୟାୟପାଳିକାର ମୂଳଦୁଆ ସୁଦୃଢ଼ ହେବ। ଯଦି ଜଣେ ବ୍ୟକ୍ତିଙ୍କ ଟୁଇଟ୍‌ ସାମ୍ବିଧାନିକ ସଂସ୍ଥା ଉପରୁ ଜନସାଧାରଣଙ୍କ ଆସ୍ଥା ତୁଟାଇଦେଉଛି ବୋଲି ନ୍ୟାୟପାଳିକା ଧରିନିଏ, ତେବେ ବିଚାର ବ୍ୟବସ୍ଥାର ନିଜ ଉପରେ ଆସ୍ଥା ନାହିଁ ବୋଲି ବୁଝିବାକୁ ହେବ। ଗଣତନ୍ତ୍ରରେ ପ୍ରତ୍ୟେକ ସଂସ୍ଥା ଲୋକଙ୍କ ଶ୍ରଦ୍ଧା ଓ ସମ୍ମାନ ପାଇବା ଆବଶ୍ୟକ। ଏକ ସୁଦୃଢ଼ ସଂସ୍ଥାର ପରିଚୟ ହେଉଛି ଲୋକଙ୍କ ତର୍ଜମା ଓ ମନ୍ତବ୍ୟକୁ ସ୍ବୀକାର କରିବା। ତେଣୁ ସୁପ୍ରିମକୋର୍ଟଙ୍କ ଏହି ରାୟ ନ୍ୟାୟପାଳିକାର କାର୍ଯ୍ୟପ୍ରଣାଳୀ ଉପରେ ଲୋକଙ୍କ ମତାମତକୁ ପ୍ରଭାବିତ କରିବ। ଅଭିବ୍ୟକ୍ତିର ସ୍ବାଧୀନତା ପ୍ରତି ଏହା ଏକ ବିପଦ ବୋଲି ବିଶିଷ୍ଟ ବ୍ୟକ୍ତିମାନେ ଏଥିରେ ଉଲ୍ଲେଖ କରିଛନ୍ତି। ସ୍ବାକ୍ଷରକାରୀଙ୍କ ମଧ୍ୟରେ ରହିଛନ୍ତି ସୁପ୍ରିମକୋର୍ଟର ପୂର୍ବତନ ବିଚାରପତି ଜଷ୍ଟିସ୍‌ ରୁମା ପାଲ, ମଦନ ବି ସୁଦର୍ଶନ ରେଡ୍ଡୀ, ଜି.ଏସ୍‌. ସିଘଭି, ଅବ୍‌ତାବ୍‌ ଆଲାମ, ମଦନ ବି. ଲୋକୁର, ଗୋପାଳ ଗୌଡ଼ା। ସେହିପରି ହାଇକୋର୍ଟର ପୂର୍ବତନ ବିଚାରପତିମାନେ ହେଲେ ଜଷ୍ଟିସ୍‌ ଏସ୍‌.ସି. କର୍ଣ୍ଣାନ, ଅଞ୍ଜନା ପ୍ରକାଶ, ଏନ୍‌.କେ. ସୋଧି, ଭି.ଏସ୍‌. ଡାଭେ ପ୍ରମୁଖ। ଏହି ଅଭିଯାନରେ ଦେଶ ବିଦେଶର ଅନେକ ଆଇନଜୀବୀ, ଅବସରପ୍ରାପ୍ତ ଅଧିକାରୀ, ଶିକ୍ଷାବିତ୍‌, ସେଲିବ୍ରିଟି ଓ ବାର୍‌ ଆସୋସିଏଶନ ସାମିଲ ହୋଇଛନ୍ତି। ଏହି ଅବସରରେ ତାଙ୍କୁ ସମର୍ଥନ କରୁଥିବା ବ୍ୟକ୍ତିବିଶେଷ ଓ ସଂସ୍ଥାଗୁଡ଼ିକୁ ପ୍ରଶାନ୍ତ ଭୂଷଣ ଧନ୍ୟବାଦ ଦେଇ ଟୁଇଟ୍‌ କରିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଓଡ଼ିଶାର ଶ୍ରେଷ୍ଠ ପାଞ୍ଚ ଜଳ ପ୍ରପାତ

ସାନଘାଗରା ଜଳପ୍ରପାତ କେନ୍ଦୁଝର ସହରଠାରୁ ମାତ୍ର ୬ କି.ମି. ଦୂରରେ ରହିଛି ସାନଘାଘରା ଜଳପ୍ରପାତ। ସାନମାଛ କାନ୍ଦଣା ନଦୀର ଜଳ ଏଠାରେ ତଳକୁ ବିରାଟକାୟ ସ୍ରୋତରେ କଚାଡ଼ି…

ଭୁବନେଶ୍ୱର ଫୁଲ ଦୋକାନ

ଫର୍ନସ ଏନ୍‌ ପେଟାଲ୍‌ସ   ଏହା ରାଜଧାନୀର ଏକ ବଡ଼ ଫୁଲ ଦୋକାନ ଭାବେ ପରିଗଣିତ। ୧୧ବର୍ଷ ତଳେ ପ୍ରଥମ କରି ଶହୀଦନଗରରେ ଆରମ୍ଭ ହୋଇଥିଲା। ବର୍ତ୍ତମାନ…

ଶ୍ରେଷ୍ଠ ପାଞ୍ଚ ଭୁବନେଶ୍ୱର ଜିମ

କଳିଙ୍ଗ ଫିଟନେସ୍‌ ଜୟଦେବ ବିହାର ରୋଡ ବିଜୁ ପଟ୍ଟନାୟକ କଲେଜ ନିକଟରେ ରହିଛି କଳିଙ୍ଗ ଫିଟନେସ ଜିମ୍‌। ୪ବର୍ଷ ତଳେ ଖୋଲାଯାଇଥିବା ଏହି ଜିମ୍‌ରେ ସବୁ ପ୍ରକାର…

ଓଡ଼ିଶାର ଶ୍ରେଷ୍ଠ ପାଞ୍ଚ ପର୍ଯ୍ୟଟନସ୍ଥଳ

ସପ୍ତଶଯ୍ୟା ଢେଙ୍କାନାଳ ଜିଲାରେ ଅବସ୍ଥିତ ସପ୍ତଶଯ୍ୟା ପର୍ଯ୍ୟଟନ ସ୍ଥଳ ସାତ ପାହାଡ଼, ଝରଣା ଏବଂ ଜଙ୍ଗଲରେ ପରିପୂର୍ଣ୍ଣ। ଏଠାରେ ରହିଛି ଶ୍ରୀରାମଙ୍କ ମନ୍ଦିର। ସପ୍ତଶଯ୍ୟାର ଶୀତଳ ପରିବେଶ…

କଟକ ଦହିବରା ଆଳୁଦମ

ବାରବାଟୀ ଷ୍ଟାଡିୟମର ରମେଶ ଗୋଛି ସକାଳ ୭ଟାରୁ ଆରମ୍ଭ କରି ରାତି ୧୦ଟା ଯାଏ ବାରବାଟୀ ଷ୍ଟାଡିୟମ ନିକଟରେ ରମେଶଙ୍କ ଷ୍ଟଲ ଖୋଲିଥାଏ। ପରିବାରର ସବୁ ସଦସ୍ୟ…

ଶ୍ରେଷ୍ଠ ପାଞ୍ଚ ଭୁବନେଶ୍ୱରର ପାର୍କ

ମହାତ୍ମା ଗାନ୍ଧୀ ପାର୍କ ପାର୍କଟି ଜୟଦେବ ବିହାରସ୍ଥିତ ନନ୍ଦନକାନନ ରୋଡ୍‌ର ଜନତା ମଇଦାନ ନିକଟରେ ଅବସ୍ଥିତ। ପାର୍କ ଭିତରେ ମହାତ୍ମା ଗାନ୍ଧୀଙ୍କ ପ୍ରାର୍ଥନା କରୁଥିବା ମୁଦ୍ରାରେ ମୂର୍ତ୍ତି…

ଶ୍ରେଷ୍ଠ ପାଞ୍ଚ ପୁରୀର ମଠ

ହାତୀ ଆଖଡ଼ା ମଠ ପୁରୀ ବଳଗଣ୍ଡି ନିକଟରେ ବଡ଼ଦାଣ୍ଡର ମୁଖ୍ୟ ରାସ୍ତାରେ ହାତୀ ଆଖଡା ମଠ ଅବସ୍ଥିତ। ଶ୍ରୀରାମାନନ୍ଦୀ ସମ୍ପ୍ରଦାୟର ନିର୍ବାଣୀ ଆଖଡା ରୂପେ ଏହା ପରିଚିତ।…

ଶ୍ରେଷ୍ଠ ପାଞ୍ଚ ଓଡ଼ିଶାର ପ୍ରସିଦ୍ଧ ଶୈବପୀଠ

ହରିଶଙ୍କର ବଲାଙ୍ଗୀରଠାରୁ ୮୦ କି.ମି. ଦୂରରେ ଗନ୍ଧମାର୍ଦ୍ଦନ ପର୍ବତ ପାଦଦେଶରେ ଅବସ୍ଥିତ ପ୍ରସିଦ୍ଧ ତୀର୍ଥ ତଥା ଶୈବପୀଠ ହରିଶଙ୍କର। ଏଠାକାର ମନ୍ଦିରର ପରିବେଶ ଏବଂ ଆକର୍ଷଣୀୟ ଝରଣା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?