୮ଦିନ ମଧ୍ୟରେ ଯୋଗାଣ ନ ହେଲେ ଆନ୍ଦୋଳନ

ବାରିପଦା ଅଫିସ, ୨୧।୪: ମୟୂରଭଞ୍ଜ ଜିଲା ଶାମାଖୁଣ୍ଟା ବ୍ଲକ ଧନପୁର ଗ୍ରାମରେ ପାନୀୟ ଜଳ ସଙ୍କଟକୁ ନେଇ ବୁଧବାର ଶତାଧିକ ମହିଳା ଗରା, ବାଲ୍‌ତି ଧରି ରାସ୍ତା ଅବରୋଧ କରିଛନ୍ତି ା
୮ଦିନ ମଧ୍ୟରେ ପ୍ରଶାସନ ପକ୍ଷରୁ ପିଇବା ପାଣି ଯୋଗାଇ ଦିଆ ନ ଗଲେ ଆଗାମୀ ଦିନରେ ବ୍ଲକ କାର୍ଯ୍ୟାଳୟକୁ ଘେରାଉ କରାଯିବ ବୋଲି ଚେତାବନୀ ଦେଇଛନ୍ତି। ସଦର ଥାନା ପୋଲିସ ଓ ବିଭାଗୀୟ ଅଧିକାରୀ ଘଟଣାସ୍ଥଳରେ ପହଞ୍ଚି ଉତ୍ତ୍ୟକ୍ତ ଲୋକଙ୍କୁ ବୁଝାଶୁଝା କରିବା ପରେ ରାସ୍ତା ଅବରୋଧ ହଟିଛି ା
ଗ୍ରୀଷ୍ମର ପ୍ରକୋପ ବୃଦ୍ଧି ପାଇବାରେ ଲାଗିଛି। ପ୍ରଚଣ୍ଡ ରୌଦ୍ରତାପକୁ ନେଇ ଭୂତଳ ଜଳ ନିମ୍ନଗାମୀ ହେବାରୁ ବସୁଧା ଯୋଜାନରେ ନିର୍ମାଣ ହୋଇଥିବା ବୋରିଂରୁ ଜଳ ଉତ୍ତୋଳନ ହୋଇପାରୁନାହିଁ ା ଫଳରେ ଗ୍ରାମର ଶତାଧିକ ପରିବାର ଲୋକମାନେ ୨କି.ମି. ଦୂରକୁ ଯାଇ ପାନୀୟଜଳ ସଂଗ୍ରହ କରୁଥିବା ବେଳେ ଖରାତାତିକୁ ନେଇ ସମସ୍ତେ ହଇରାଣ ହରକତ ହେଉଛନ୍ତି ା ଖରାଦିନେ ପାନୀୟଜଳ ସଙ୍କଟକୁ ନେଇ ଗ୍ରାମବାସୀ ପଞ୍ଚାୟତଠାରୁ ଆରମ୍ଭ କରି ବ୍ଲକ ପର୍ଯ୍ୟନ୍ତ ବାରମ୍ବାର ଅଭିଯୋଗ କରିଆସୁଥିଲେ ମଧ୍ୟ ବିଭାଗ ପକ୍ଷରୁ କୌଣସି ପଦକ୍ଷେପ ଗ୍ରହଣ କରାଯାଉନାହିଁ ା ଫଳରେ ଶୋଷ ମେଣ୍ଟାଇବା ପାଇଁ ଗ୍ରାମର ଲୋକମାନେ ନିରୁପାୟ ହୋଇ ଚୁଆ ପାଣି ଉପରେ ନିର୍ଭର କରୁଛନ୍ତି ବୋଲି ଗ୍ରାମର ଯଶୋଦା ମହାନ୍ତ, ସାଧୁ ସିଂ, ବଉଳୀ ସିଂ, ସିପୁନ ମହାନ୍ତ, ଭାରତୀ ମହାନ୍ତ, ଗୁରୁବାରୀ ମହାନ୍ତ ପ୍ରମୁଖ ପ୍ରକାଶ କରିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ମାଛ ଧରୁଥିବା ବେଳେ ଗୋଡ଼ ଖସିଯିବାରୁ ପ୍ରଖର ସ୍ରୋତରେ ଭାସିଯାଇଥିଲେ, ଚାଲିଗଲା ଯୁବ ଅଧ୍ୟାପକଙ୍କ ଜୀବନ

ବୈଶିଙ୍ଗା,୧୫|୮(ରତନ ଦାଶ): ମୟୂରଭଞ୍ଜ ଓ ବାଲେଶ୍ଵର ଜିଲା ସୀମାନ୍ତ ବୁଢ଼ାବଳଙ୍ଗ ନଦୀର ଏକ ନାଳରେ ଶନିବାର ଦିନ ୧୦ଟା ସମୟରେ ମାଛ ଧରୁଥିବା ବେଳେ ପାଣିର ପ୍ରଖର…

ବୈଶିଙ୍ଗା-ରୁପ୍‌ସା ମୁଖ୍ୟ ରାସ୍ତାରେ ଚଳାଚଳ ବନ୍ଦ

ବୈଶିଙ୍ଗା,୧୩ା୮(ରତନ ଦାଶ): ମୟୂରଭଞ୍ଜ ଜିଲାର ବେତନଟୀ ବ୍ଲକ ଅନ୍ତର୍ଗତ ବିଭିନ୍ନ ଅଞ୍ଚଳରେ ବୁଧବାରଠାରୁ ମୂଷଳ ଧାରାରେ ଲଘୁଚାପ ବର୍ଷା ଲାଗି ରହିଥିବାରୁ ବିଭିନ୍ନ ସ୍ଥାନରେ ଜଳବନ୍ଦୀ ଜୀବନ…

ବିଡ଼ିଓର ପରିଚୟ କଲେ ଫୋନ୍‌, କଲେଜରେ ସୋଲାର ପ୍ରୋଜେକ୍ଟ ବସାଇବାର ସ୍ବପ୍ନ ଦେଖାଇ ଲୁଟିନେଲେ ଟଙ୍କା

ଉଦଳା, ୧୩।୮ (ସନ୍ତୋଷ ବାଛିନୀ): ନିଜକୁ ବିଡ଼ିଓର ପରିଚୟ ଦେଲେ ଆଉ କଲେଜରେ ସୋଲାର ପ୍ରୋଜେକ୍ଟ ବସାଇବାର ସ୍ବପ୍ନ ଦେଖାଇ ପ୍ରିନ୍ସିପାଲଙ୍କ ନିକଟରୁ ଟଙ୍କା ଲୁଟିନେଲେ ସାଇବର…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri