୮ଦିନ ମଧ୍ୟରେ ଯୋଗାଣ ନ ହେଲେ ଆନ୍ଦୋଳନ

ବାରିପଦା ଅଫିସ, ୨୧।୪: ମୟୂରଭଞ୍ଜ ଜିଲା ଶାମାଖୁଣ୍ଟା ବ୍ଲକ ଧନପୁର ଗ୍ରାମରେ ପାନୀୟ ଜଳ ସଙ୍କଟକୁ ନେଇ ବୁଧବାର ଶତାଧିକ ମହିଳା ଗରା, ବାଲ୍‌ତି ଧରି ରାସ୍ତା ଅବରୋଧ କରିଛନ୍ତି ା
୮ଦିନ ମଧ୍ୟରେ ପ୍ରଶାସନ ପକ୍ଷରୁ ପିଇବା ପାଣି ଯୋଗାଇ ଦିଆ ନ ଗଲେ ଆଗାମୀ ଦିନରେ ବ୍ଲକ କାର୍ଯ୍ୟାଳୟକୁ ଘେରାଉ କରାଯିବ ବୋଲି ଚେତାବନୀ ଦେଇଛନ୍ତି। ସଦର ଥାନା ପୋଲିସ ଓ ବିଭାଗୀୟ ଅଧିକାରୀ ଘଟଣାସ୍ଥଳରେ ପହଞ୍ଚି ଉତ୍ତ୍ୟକ୍ତ ଲୋକଙ୍କୁ ବୁଝାଶୁଝା କରିବା ପରେ ରାସ୍ତା ଅବରୋଧ ହଟିଛି ା
ଗ୍ରୀଷ୍ମର ପ୍ରକୋପ ବୃଦ୍ଧି ପାଇବାରେ ଲାଗିଛି। ପ୍ରଚଣ୍ଡ ରୌଦ୍ରତାପକୁ ନେଇ ଭୂତଳ ଜଳ ନିମ୍ନଗାମୀ ହେବାରୁ ବସୁଧା ଯୋଜାନରେ ନିର୍ମାଣ ହୋଇଥିବା ବୋରିଂରୁ ଜଳ ଉତ୍ତୋଳନ ହୋଇପାରୁନାହିଁ ା ଫଳରେ ଗ୍ରାମର ଶତାଧିକ ପରିବାର ଲୋକମାନେ ୨କି.ମି. ଦୂରକୁ ଯାଇ ପାନୀୟଜଳ ସଂଗ୍ରହ କରୁଥିବା ବେଳେ ଖରାତାତିକୁ ନେଇ ସମସ୍ତେ ହଇରାଣ ହରକତ ହେଉଛନ୍ତି ା ଖରାଦିନେ ପାନୀୟଜଳ ସଙ୍କଟକୁ ନେଇ ଗ୍ରାମବାସୀ ପଞ୍ଚାୟତଠାରୁ ଆରମ୍ଭ କରି ବ୍ଲକ ପର୍ଯ୍ୟନ୍ତ ବାରମ୍ବାର ଅଭିଯୋଗ କରିଆସୁଥିଲେ ମଧ୍ୟ ବିଭାଗ ପକ୍ଷରୁ କୌଣସି ପଦକ୍ଷେପ ଗ୍ରହଣ କରାଯାଉନାହିଁ ା ଫଳରେ ଶୋଷ ମେଣ୍ଟାଇବା ପାଇଁ ଗ୍ରାମର ଲୋକମାନେ ନିରୁପାୟ ହୋଇ ଚୁଆ ପାଣି ଉପରେ ନିର୍ଭର କରୁଛନ୍ତି ବୋଲି ଗ୍ରାମର ଯଶୋଦା ମହାନ୍ତ, ସାଧୁ ସିଂ, ବଉଳୀ ସିଂ, ସିପୁନ ମହାନ୍ତ, ଭାରତୀ ମହାନ୍ତ, ଗୁରୁବାରୀ ମହାନ୍ତ ପ୍ରମୁଖ ପ୍ରକାଶ କରିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ସଫେଇ ବାହାନାରେ ଠକି ନେଲେ ସୁନା ଅଳଙ୍କାର

ବାରିପଦା ଅଫିସ,୧୬ା୧୨- ବାରିପଦା ସହରରେ ଚଳିତ ବର୍ଷ ଅପରାଧିକ କାର୍ଯ୍ୟକଳାପ ବିଗତ ବର୍ଷ ଅପେକ୍ଷା ବୃଦ୍ଧି ଘଟିଛି। ପୋଲିସ ଚାହିଁଲେ ସୁଦ୍ଧା ଅପରାଧକୁ କମାଇ ପାରୁ...

ପାଣି ପାଇଁ ପ୍ରତିବାଦ

ଖୁଣ୍ଟା,୨୨।୪: (ଡି.ଏନ.ଏ.) ମୟୂରଭଞ୍ଜ ଜିଲା ଖୁଣ୍ଟା ବ୍ଲକ ବାହାନଡ଼ା ପଞ୍ଚାୟତ ଅନ୍ତର୍ଗତ ଗୟଳମରା ଗ୍ରାମର ଦାମୁସାହି ବାସିନ୍ଦା ପାନୀୟ ଜଳ ପାଇବାରୁ ବଞ୍ଚତ୍ତ ହୋଇ ଶୁକ୍ରବାର...

ଘରେ କରେଣ୍ଟ ନ ଥିଲା ଚଢ଼ିଗଲେ ବିଦ୍ୟୁତ୍‌ ଖୁଣ୍ଟରେ…

ଉଦଳା,୨୩ା୯(ଡି.ଏନ.ଏ.): ମୟୂରଭଞ୍ଜ ଜିଲା ଉଦଳା ଥାନା ରାଇକାଳି ଗ୍ରାମର ଜଣେ ଯୁବକ ବିଦ୍ୟୁତ୍‌ ଖୁଣ୍ଟରେ ଚଢ଼ି ମରାମତି କରୁଥିବା ବେଳେ ବିଦ୍ୟୁତ୍‌ ତାର ସଂସ୍ପର୍ଶରେ ଆସି...

ଫରେଷ୍ଟର ଶୋଭାକର ସିଂ ଗିରଫ ଘଟଣା: ବନ ବିଭାଗ କାର୍ଯ୍ୟାଳୟ ସମ୍ମୁଖରେ ଧାରଣା

କପ୍ତିପଦା,୧୦।୨(ଡି.ଏନ୍‌.ଏ.): ମୟୂରଭଞ୍ଜ ଜିଲା କପ୍ତିପଦା ବନ ବିଭାଗ କାର୍ଯ୍ୟାଳୟରେ ଭିଜିଲାନ୍ସ ଚଢ଼ାଉ କରି ଫରେଷ୍ଟର ଶୋଭାକର ସିଂଙ୍କୁ ଫେବୃୟାରୀ ୬ତାରିଖରେ ଗିରଫ କରିଥିଲା। ଏହି ଘଟଣାରେ...

ପୋଲିସ ଗାଡିକୁ ପିଟିଲା ଟ୍ରକ୍‌: ୩ ଗୁରୁତର

ବାରିପଦା ଅଫିସ,୮।୧୦: ମୟୂରଭଞ୍ଜ ଜିଲା ବାରିପଦା ସହର ଉପକଣ୍ଠ ୧୮ନଂ ଜାତୀୟ ରାଜପଥ ପାଲବଣୀ ମଞ୍ଚାବନ୍ଧା ମଧ୍ୟରେ ଶନିବାର ସକାଳେ ଦୁର୍ଘଟଣା ଘଟିଛି। ଏକ ପୋଲିସଗାଡି...

ମେଳଣ ଆଣିଛି ଗାଁରେ ଏକତା

ମୟୂରଭଞ୍ଜ ଜିଲା କପ୍ତିପଦା ବ୍ଲକ୍‌ ଅଧୀନ ବଡ଼ବିଶୋଳ ପଞ୍ଚାୟତର ବେଲଡ଼ିହାରେ ୧୯୮୭ ମସିହାରୁ ପାଳିତ ହୋଇ ଆସୁଥିବା ଦୋଳ ଉତ୍ସବ ଗାଁରେ ଆଣିଛି ଏକତା। ନିଜ...

କପ୍ତିପଦା-ଶରତ ପ୍ରଧାନମନ୍ତ୍ରୀ ସଡ଼କ ନିମ୍ନମାନର: ତଦନ୍ତ ଦାବି, ପ୍ରତିବାଦ ଶୋଭାଯାତ୍ରା

କପ୍ତିପଦା,୪ା୧୦(ଡି.ଏନ୍‌.ଏ.)- ମୟୂରଭଞ୍ଜ ଜିଲା କପ୍ତିପଦା ବ୍ଲକରେ ପ୍ରଧାନମନ୍ତ୍ରୀ ସଡକ ଯୋଜନା ବାଟବଣା ହୋଇଛି ା ଗତ କିଛି ଦିନ ତଳେ ମହିଁଷାସୁରୀ ଛକରୁ ପଦ୍ମପୋଖରୀ ପର୍ଯ୍ୟନ୍ତ...

ପୂଜା ବେଳେ ବଜ୍ରପାତ: ଜଣେ ମୃତ, ୧୦ ଆହତ

ବାରିପଦା ଅଫିସ,୧୦ା୬- ମୟୂରଭଞ୍ଜ ଜିଲା ସାରସକଣା ବ୍ଲକ ଅଧୀନ ନୂଆଗାଁଠାରେ ମଙ୍ଗଳବାର ଅପରାହ୍ନରେ ଲୋକେ ମେଳି ହୋଇ ପୂଜା କରୁଥିବା ବେଳେ ବଜ୍ରପାତ ଘଟି ଜଣଙ୍କର...

Advertisement
Archives

Model This Week