ପ୍ରଥମ ଡୋଜ୍‌ ପରେ ପଜିଟିଭ ଆସିଲେ ଦ୍ୱିତୀୟ ଡୋଜ୍‌ ନେବେନି

ଭୁବନେଶ୍ୱର, ୧୪।୧(ବ୍ୟୁରୋ) :ଓଡ଼ିଶାରେ ଶନିବାରଠାରୁ ୧୬୦ କେନ୍ଦ୍ରରେ ଟିକାକରଣ ଆରମ୍ଭ ହେବ। ପ୍ରତି କେନ୍ଦ୍ରରେ ଦୈନିକ ସର୍ବାଧିକ ୧୦୦ ଜଣଙ୍କୁ ଟିକା ଦିଆଯିବ। କମ୍‌ ହିତାଧିକାରୀ ଥିଲେ ୨/୩ କେନ୍ଦ୍ରକୁ ମିଶାଇ ଗୋଟିଏ କେନ୍ଦ୍ରରେ ଟିକା ଦିଆଯିବ। ଦୈନିକ ସକାଳ ୯ଟାରୁ ଅପରାହ୍ନ ୫ଟା ପର୍ଯ୍ୟନ୍ତ ଟିକାକରଣ ହେବ। ଏ ସମ୍ପର୍କରେ ଏସ୍‌ସିବି ଭେଷଜ ବିଭାଗ ମୁଖ୍ୟ ତଥା ରାଜ୍ୟ ସରକାରଙ୍କ ବୈଷୟିକ ପରାମର୍ଶଦାତା ଡା. ଜୟନ୍ତ ପଣ୍ଡା ସୂଚନା ଦେଇଛନ୍ତି।
ବୁଧବାର ରାଜ୍ୟ ସରକାରଙ୍କ ପକ୍ଷରୁ ଆୟୋଜିତ ଖବରଦାତା ସମ୍ମିଳନୀରେ ଡା. ପଣ୍ଡା କହିଛନ୍ତି ଯେ, ଯାହାକୁ ଯେଉଁ ଦିନ ଡକାଯାଇଥିବ, ସେ ସେହିଦିନ ହିଁ ଟିକା ନେଇପାରିବେ। ନିର୍ଦ୍ଦିଷ୍ଟ ଦିନ ଟିକା ନେବାକୁ ନ ଆସିଲେ ଜିଲା ଚିକିତ୍ସାଧିକାରୀଙ୍କ ସହ ଯୋଗାଯୋଗ କରିବେ। ତାଙ୍କ ନିର୍ଦ୍ଦେଶ ଅନୁସାରେ ହିଁ ଅନ୍ୟଦିନରେ ତାଙ୍କୁ ଟିକା ଦିଆଯିବ। ହିତାଧିକାରୀ ନିଜର ନିର୍ଦ୍ଦିଷ୍ଟ ଫଟୋ ପରିଚୟ ପତ୍ର ହଜାଇ ଦେଇଥିଲେ ଟିକାକରଣ ପଞ୍ଜୀକରଣ ଦିନ ଦେଇଥିବା ତଥ୍ୟ ସମ୍ବଳିତ ପ୍ରମାଣପତ୍ର ନେଇ ଟିକା କେନ୍ଦ୍ରକୁ ଯିବେ। ସେଠାରେ ଥିବା ଅଧିକାରୀଙ୍କ ଅନୁସାରେ ଟିକା ଦିଆଯିବ କି ନାହିଁ ତାହା ନିର୍ଦ୍ଧାରଣ ହେବ। ଯେଉଁମାନେ ଟିକା ପାଇଁ ନାମ ପଞ୍ଜୀକରଣ କରିନାହାନ୍ତି, ସେମାନେ ଯଥାଶୀଘ୍ର ଏହା କରିନେବା ଉଚିତ। ଟିକା ସମ୍ପର୍କିତ ସୂଚନା ପାଇଁ ହେଲ୍ପଲାଇନ ନମ୍ବର ୧୦୪ ସହିତ ଯୋଗାଯୋଗ କରିପାରିବେ। କରୋନା ଟିକା ସମ୍ପୂର୍ଣ୍ଣ ନିରାପଦ। ଟିକାରେ କୌଣସି ପାଶର୍‌ବ ପ୍ରତିକ୍ରିୟା ନାହିଁ। ଯଦି ଟିକା ନେବା ପରେ କେହି ସାମାନ୍ୟ କିଛି ଅସୁବିଧାର ସମ୍ମୁଖୀନ ହୋଇଥାନ୍ତି, ତେବେ ଡାକ୍ତରଙ୍କ ସହିତ ଯୋଗାଯୋଗ କରିପାରିବେ। ଆବଶ୍ୟକ କରୁଥିବା ଟିକାଗ୍ରହଣକାରୀଙ୍କ ପାଇଁ ୧୦୮ ଆମ୍ବୁଲାନ୍ସର ବ୍ୟବସ୍ଥା କରାଯାଇଛି। ସେହିଭଳି କରୋନା ଟିକାର ପ୍ରଥମ ଡୋଜ୍‌ ନେବା ପରେ ପଜିଟିଭ ଆସିଲେ, ଦ୍ୱିତୀୟ ଡୋଜ୍‌ ନେବେ ନାହିଁ। ସୁସ୍ଥ ହେବା ଯାଏ ଅପେକ୍ଷା କରିବାକୁ ପଡ଼ିବ। ବିଭିନ୍ନ ଜିଲାର ଭାକ୍‌ସିନ ଷ୍ଟୋରକୁ ଟିକା ପଠାଯିବା ପ୍ରକ୍ରିୟା ଚାଲିଛି। ପ୍ରଥମ ପର୍ଯ୍ୟାୟରେ ୪୦,୮୦୦ ଭାଇଲ୍‌ସ ବା ଛୋଟ ଶିଶି ଆସିଛି। ଗୋଟିଏ ଶିଶିରେ ୫ ମିଲିଗ୍ରାମ ଅର୍ଥାତ୍‌ ୧୦ ଜଣଙ୍କୁ ସିଙ୍ଗଲ୍‌ ଡୋଜ୍‌ ଦିଆଯାଇପାରିବ। ପର୍ଯ୍ୟାୟକ୍ରମେ ୩ ଲକ୍ଷ ୨୮ ହଜାର ସ୍ବାସ୍ଥ୍ୟକର୍ମୀଙ୍କୁ ଟିକା ଦିଆଯିବ। ଟିକାକରଣ ସମୟରେ ବୟସ୍କ ସ୍ବାସ୍ଥ୍ୟକର୍ମୀ, ହାଇରିସ୍କ ଗ୍ରୁପ୍‌ ଓ କରୋନା ପ୍ରଭାବ ଅଧିକ ଥିବା ଅଞ୍ଚଳର ସ୍ବାସ୍ଥ୍ୟକର୍ମୀଙ୍କୁ ଗୁରୁତ୍ୱ ଦିଆଯିବ ବୋଲି ଡା. ପଣ୍ଡା ସୂଚନା ଦେଇଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ସର୍ଭର ଡାଉନ, ପଞ୍ଜୀକରଣ ପାଇଁ ଚାଷୀ କଲବଲ

ହାଟଡିହୀ/ଛେନାପଦୀ,୩୦l୮(ଶୁଭକାନ୍ତ ନାୟକ/ନିରାକାର ପରିଡା): ଚାଷୀଙ୍କ ନାମ ପଞ୍ଜୀକରଣର ସମୟ ସୀମା ସରକାର ଆଉ ୭ ଦିନ ବୃଦ୍ଧି କରିଛନ୍ତି। କିନ୍ତୁ ସର୍ଭର ଡାଉନ ଥିବାରୁ ଚାଷୀ ନାମ…

ଲାଞ୍ଚ ନେଇ ଧରାପଡ଼ିଲେ ଜିଲା ଶ୍ରମ ଅଧିକାରୀ

କେନ୍ଦୁଝର,୩୦ା୮(ନରେଶ ଚନ୍ଦ୍ର ପଟ୍ଟନାୟକ): କେନ୍ଦୁଝର ଜିଲା ଶ୍ରମ ଅଧିକାରୀ ଆକାଶ ବିଶୋଇ ଜଣେ ବ୍ୟକ୍ତିଙ୍କଠାରୁ ଲାଞ୍ଚ ନେଇ ଭିଜିଲାନ୍ସ ବିଭାଗ ହାତରେ ଧରାପଡ଼ିଛନ୍ତି। ଜିଲା ଶ୍ରମ ଅଧିକାରୀ…

ସ୍କୁଲ ପ୍ରିନି୍ସପାଲଙ୍କ ଉପସ୍ଥିତ ବୁଦ୍ଧି ଯୋଗୁ ବଞ୍ଚିଗଲା ସମସ୍ତ ସ୍କୁଲ ପିଲା, ଶିକ୍ଷକଙ୍କ ଜୀବନ, କେମିତି ଜାଣନ୍ତୁ…

କାଠମାଣ୍ଡୁ,୩୦ା୮: ନେପାଳରେ ପ୍ରଳୟଙ୍କରୀ ବନ୍ୟା ମାଡ଼ିଆସିବା ବେଳେ ଜଣେ ସ୍କୁଲ ପ୍ରିନି୍ସପାଲଙ୍କ ଉପସ୍ଥିତ ବୁଦ୍ଧି ଯୋଗୁ ୧,୬୪୩ ଜଣ ପିଲାଙ୍କ ଜୀବନ ବଞ୍ଚତ୍ୟାଇଛି। ନୁଓ୍ବାକୋଟ୍‌ ଜିଲା ତ୍ରିଭୁବନ…

ସ୍ବୟଂ ସହାୟିକା ଗୋଷ୍ଠୀ ଟଙ୍କା ଆତ୍ମାସତ କରି ମହିଳା ଗିରଫ, ମୁଖ୍ୟ ଅଭିଯୁକ୍ତ ଫେରାର

ପାରଳାଖେମୁଣ୍ଡି,୩୦ା୮(ଗିରିଧାରୀ ପରିଚ୍ଛା): ସ୍ବୟଂ ସହାୟକ ଗୋଷ୍ଠୀ ଜଟଙ୍କା ଓ ସୁନା ସଂଗ୍ରହ କରି ଆତ୍ମସାତ୍‌ କରିବା ଅଭିଯୋଗରେ ପାରଳାଖେମୁଣ୍ଡି ପୋଲିସ ଜଣଙ୍କୁ ହାଇଦ୍ରାବାଦରୁ ଗିରଫ କରିଛି। ଗିରଫ…

ହକି ବିଶ୍ୱକପ୍‌: ନେଦରଲାଣ୍ଡ୍ସକୁ ହରାଇ ବ୍ରୋଞ୍ଜ ପଦକ ଜିତିଲା ଆର୍ଜେଣ୍ଟିନା

ବେଲଫିଅସ,୩୦ା୮: ଚଳିତ ଏଫ୍‌ଆଇଏଚ୍‌ ପୁରୁଷ ହକି ବିଶ୍ୱକପ୍‌ରେ ଆର୍ଜେଣ୍ଟିନା ବ୍ରୋଞ୍ଜ ପଦକ ହାସଲ କରିଛି। ରବିବାର ଅନୁଷ୍ଠିତ ମ୍ୟାଚ୍‌ରେ ଆର୍ଜେଣ୍ଟିନା ୨-୧ ଗୋଲରେ ହକି ପାଓ୍ବରହାଉସ୍‌ ତଥା…

ଛତ୍ରପୁରରେ ଚାଞ୍ଚଲ୍ୟ: ଚିକିତ୍ସାଳୟରୁ ମୂକ ଶିଶୁକନ୍ୟା ଚୋରି, ସିସିଟିଭି ଯାଞ୍ଚ କରୁଛି ପୋଲିସ

ଛତ୍ରପୁର,୩୦ା୮(ଦିଲ୍ଲୀପ ସାମଲ): ଗଞ୍ଜାମ ଜିଲା ଛତ୍ରପୁର ଉପଖଣ୍ଡ ଚିକିତ୍ସାଳୟରେ ଏକ ଅଭାବନୀୟ ଘଟଣା ସାମ୍ନାକୁ ଆସିଛି। ଗୋଟିଏ ୫ ବର୍ଷର ମୂକ ଶିଶୁକନ୍ୟାକୁ ଜଣେ ବ୍ୟକ୍ତି ଚୋରି…

ଇମ୍ରାନ ମାମଲା: ପାକିସ୍ତାନ କ୍ରିକେଟରଙ୍କୁ ମୁହଁ ନ ଖୋଲିବାକୁ ପିସିବିର ବଡ଼ ତାଗିଦ

କରାଚୀ,୩୦ା୮: ଜେଲରେ ଥିବା ଇମ୍ରାନ ଖାନ୍‌ଙ୍କ ସମ୍ପର୍କରେ ଚଳିତ ଇଂଲଣ୍ଡ ବିପକ୍ଷରେ ଟେଷ୍ଟ ସିରିଜ୍‌ ଖେଳୁଥିବା ପାକିସ୍ତାନ କ୍ରିକେଟ ଦଳର ସଦସ୍ୟଙ୍କୁ କୌଣସି ମତାମତ ନ ଦେବାକୁ…

ଘରେ ପଶି ମୂକ ଯୁବତୀଙ୍କୁ ବଳାତ୍କାର ଉଦ୍ୟମ, ଜେଲ୍‌ ଗଲେ ଯୁବକ

ଦିଗପହଣ୍ଡି,୩୦ା୮(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ଥାନା ଅଧୀନ ଏକ ଗାଁରେ ଶନିବାର ମଧ୍ୟାହ୍ନରେ ଘରେ ପଶି ଜଣେ ମାନସିକ ଅନଗ୍ରସର ଓ ମୂକ ଯୁବତୀ(୨୧)ଙ୍କୁ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri