ବିଲରେ ନିଆଁ ଲଗାଇଲେ ଅମଳ କମିବ

ସମ୍ବଲପୁର,୧୦ା୬(ବ୍ୟୁରୋ): କୃଷକଙ୍କ ସୁବିଧା ପାଇଁ ସମ୍ପ୍ରତି ଚାଷ ପ୍ରଣାଳୀରେ ଅନେକ ପରିବର୍ତ୍ତନ କରାଯାଇଛି। ଅତ୍ୟାଧୁନିକ ଯନ୍ତ୍ରପାତି ବ୍ୟବହାର କରାଯାଇ ଶୀଘ୍ର ବୁଣିବା, ରୋଇବା ଓ ଅମଳ ଆଦି କାମ ହୋଇପାରୁଛି। ହେଲେ ଯନ୍ତ୍ରପାତି ବ୍ୟବହାର ଦ୍ୱାରା କ୍ଷତିକାରକ ମଧ୍ୟ ହେଉଛି। ହାର୍‌ଭେଷ୍ଟର ଓ ମେଶିନରେ ଧାନ ଅମଳ କରିବା ପରେ ବିଲରେ ଥିବା ନଡାକୁ ଚାଷୀ ନିଅଁା ଲଗାଇ ଦେଉଛନ୍ତି। ଏହା ଦ୍ୱାରା ପରିବେଶ ପ୍ରଦୂଷଣ ହେବା ସହ ମୃତ୍ତିକା ଚାଷ ଅନୁପଯୋଗୀ ହୋଇଯାଉଛି। ଏହା ଏକ ଦଣ୍ଡନୀୟ ଅପରାଧ ହୋଇଥିବାରୁ ଅଗ୍ନିଶମ ବିଭାଗ, ପୋଲିସ, ରାଜସ୍ବ ବିଭାଗ ଆଇନଗତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ଦାବି ହେଉଛି। କାରଣ ବିଲରେ ନିଅଁା ଲଗାଇବା ପରେ ତାହା ନିକଟସ୍ଥ ଗ୍ରାମ, ପନିପରିବା ଚାଷ ଏପରି କି ଘରକୁ ବ୍ୟାପିଥାଏ। ଏହାକୁ ଆୟତ୍ତ କରିବା ପାଇଁ ଅଗ୍ନିଶମ ବିଭାଗକୁ ନାକେଦମ ହେବାକୁ ପଡିଥାଏ। ଏହା ବିଶେଷକରି ଜଳସେଚନ ହେଉଥିବା ରବି ଫସଲ ଅମଳ ସମୟରେ ହୋଇଥାଏ। ଅନ୍ୟପଟେ ଅଣଜଳସେଚିତ ଅଞ୍ଚଳରେ ମଧ୍ୟ ବିଲକୁ ସଫା କରିବା ପାଇଁ ଚାଷୀମାନେ ନିଅଁା ଲଗାଇ ଦେଇଥାନ୍ତି। ସେହିପରି କେନ୍ଦୁପତ୍ର ସଂଗ୍ରହ କରିବା ପାଇଁ ମଧ୍ୟ ଜଙ୍ଗଲରେ ନିଅଁା ଲଗାଯାଇଥାଏ। ନିଅଁାର ଉତ୍ତାପ ଯୋଗୁ ତାପମାତ୍ରା ବୃଦ୍ଧି ପାଇବାରେ ଲାଗିଛି। ସମ୍ବଲପୁର ଜିଲାରେ ଚଳିତ ଗ୍ରୀଷ୍ମରେ ତାପମାତ୍ରା ରାଜ୍ୟରେ ସର୍ବାଧିକ ରହିଛି। ଜମିରେ ନିଆଁ ଲଗାଇବା ଏହାର ଏକ ମୁଖ୍ୟ କାରଣ ହୋଇପାରେ। ଚାଷ ପାଇଁ ଉପଯୁକ୍ତ ମାଟିର ଆବଶ୍ୟକତା ରହିଛି। ନିଅଁା ଲଗାଇବା ଫଳରେ ମାଟିର ଉର୍ବରତା, ଆଦର୍‌ରତା କମିଯାଉଛି। ଏହା ଦ୍ୱାରା ଫସଲ ଅମଳ କମିବ ବୋଲି ସମ୍ବଲପୁର ଚିପିଲିମାସ୍ଥିତ ଓୟୁଓଟି କୃଷି ବୈଜ୍ଞାନିକ (ମୃତ୍ତିକା) ଆସିଷ୍ଟାଣ୍ଟ ପ୍ରଫେସର ଈପ୍‌ସିତା ଦାସ କହିଛନ୍ତି।
ସେ ଆହୁରି କହିଛନ୍ତି, ବିଲରେ ନିଅଁା ଲଗାଇଲେ ତାପମାତ୍ରା ବୃଦ୍ଧି ସାଙ୍ଗକୁ ଆର୍ଦ୍ରତା କମିଥାଏ। ଫଳରେ ପରବର୍ତ୍ତୀ ଚାଷ ସମୟରେ ସମସ୍ୟା ହୋଇଥାଏ। କୌଣସି ଫସଲ ପାଇଁ ମାଟିର ଆଦର୍‌ରତା ରହିବା ଆବଶ୍ୟକ। ନିଆଁରେ ମୃତ୍ତିକା ପାଇଁ ଉପକାର କରୁଥିବା ଜୀବାଣୁ, ଜୀବଗୁଡିକ ମରିଯାନ୍ତି। ମାଟିରୁ ପ୍ରାକୃତିକ ଭାବେ ମିଳୁଥିବା ଅମ୍ଳଜାନ, ଜିଙ୍କ୍‌ ଓ ଅନ୍ୟ ଭିଟାମିନ ମଧ୍ୟ ନଷ୍ଟ ହୋଇଯାଉଛି। ଏଥିପାଇଁ ଫସଲରେ ଅଧିକ ରାସାୟନିକ ସାର ଦେବାକୁ ପଡିଥାଏ। ଜୈବିକ ପ୍ରଣାଳୀରେ ଚାଷ କରିବାକୁ ହେଲେ ନଡାକୁ ବିଲରେ ପ୍ରାକୃତିକ ଉପାୟରେ ନଷ୍ଟ କରିବାକୁ ହେବ। ବର୍ଷା ହେଲେ ଆପେ ଆପେ ନଡା ନଷ୍ଟ ହୋଇଯାଇଥାଏ। ମାଟିକୁ ଯତ୍ନ କରି ନ ରଖିଲେ ଆଗାମୀ ଦିନରେ ଚାଷୀ ସମାଜ ପାଇଁ ବିପତ୍ତି ହୋଇପାରେ। ଯନ୍ତ୍ରପାତି ବ୍ୟବହାର କରି ଚାଷ କରିବାରେ ସମସ୍ୟା ନାହିଁ। ହେଲେ ମାଟିକୁ ମଧ୍ୟ ଦୃଷ୍ଟିଦେବାକୁ ପଡିବ ବୋଲି ସେ କହିଥିଲେ। ଅନ୍ୟପଟେ ନିଅଁା ଲଗାଇବା ଏକ ଅପରାଧ। ଯେଉଁମାନେ ବିଲରେ ନିଅଁା ଲଗାଉଥିବେ ତଥ୍ୟ ପ୍ରମାଣ ମିଳିଲେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଉ ବୋଲି ପରିବେଶବିତ୍‌ ଦାବି କରିଛନ୍ତି। ଚାଷୀ ଅଶୋକ ପ୍ରଧାନ କହିଛନ୍ତି, ପୂର୍ବରୁ ଓଡ଼ିଶାରେ ଏଭଳି ହେଉ ନ ଥିଲା। ବାହାର ରାଜ୍ୟର ଚାଷୀମାନେ ଆସି ଏଭଳି କରୁଛନ୍ତି। ଏହା ପରିବେଶ, ଧନ, ଜୀବନ, ଚାଷ ପାଇଁ ବିପତ୍ତି। ତେଣୁ ଚାଷୀମାନେ ନିଅଁା ନ ଲଗାଇବାକୁ ସେ ଅନୁରୋଧ କରିଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ଓଡ଼ିଶାରେ ଭାଜପା ସରକାରକୁ ଆସିଲେ ଲୋକେ ରୋଜଗାର ପାଇଁ ବାହାର ରାଜ୍ୟକୁ ଯିବେ ନାହିଁ: ଅମିତ ଶାହା

ସୋନପୁର,୨୫।୪: କେନ୍ଦ୍ରମନ୍ତ୍ରୀ ଅମିତ ଶାହା ଗୁରୁବାର ଓଡ଼ିଶାରେ ଡବଲ ଇଞ୍ଜିନ ସରକାର ଗଢିବାକୁ ଲୋକ ମାନଙ୍କୁ ଆହ୍ୱାନ ଦେଇଛନ୍ତି। ନବୀନ ସରକାରକୁ ଓପାଡ଼ି ଏଠାରେ ଭାଜପା...

ପଦ୍ମ ଧରିବା ପରେ ପ୍ରବୋଧଙ୍କୁ ସ୍ବାଗତ କଲା ଭାଜପା, ମିଳିବ କି’ ଟିକେଟ

ଭୁବନେଶ୍ୱର,୨୫।୪: କଂଗ୍ରେସରୁ ଇସ୍ତଫା ପରେ ଭାଜପାର ସାମିଲ ହୋଇଛନ୍ତି ପୂର୍ବତନ ହକି ତାରକା ପ୍ରବୋଧ ତିର୍କୀ । ଏହି ଅବସରରେ ଭାଜପା ଶୀର୍ଷ ନେତୃତ୍ୱ ଫୁଳତୋଡା...

ଅଂଶୁଘାତ ରୋଗୀଙ୍କ ଚିକିତ୍ସା ପାଇଁ ଏମ୍ସରେ ସ୍ବତନ୍ତ୍ର ୟୁନିଟ୍‌

ଭୁବନେଶ୍ୱର,୨୫ା୪(ଅସମାପିକା ସାହୁ): ରାଜ୍ୟରେ ପ୍ରଚଣ୍ଡ ରୌଦ୍ରତାପ ଯୋଗୁ ଦିନକୁ ଦିନ ବୃଦ୍ଧି ଘଟୁଥିବା ଅଂଶୁଘାତ ରୋଗୀଙ୍କ ଚିକିତ୍ସା ନିମନ୍ତେ ଏମ୍ସ ଭୁବନେଶ୍ୱରରେ ଏକ ସ୍ବତନ୍ତ୍ର ହିଟ୍‌...

କାହିଁକି ଅମିତ ଶାହା ପଚାରିଲେ ‘୨୦ ଲୋକସଭା ସିଟ୍‌ ଜିତିବା କି ନାହିଁ’ ?

ସୋନପୁର,୨୫।୪: ଓଡ଼ିଶାରୁ ସର୍ବାଧିକ ଲୋକ ସଭା ଆସନ ବିଜୟ ଲକ୍ଷ୍ୟରେ କେନ୍ଦ୍ରମନ୍ତ୍ରୀ ଅମିତ ଶାହା ଗୁରୁବାର ସୋନପୁରରୁ ପ୍ରଚାର ଆରମ୍ଭ କରିଛନ୍ତି। ଜୟ ଜଗନ୍ନାଥ, ଜୟ...

ନବୀନ ସରକାରକୁ ଉପାଡ଼ି ଭାଜପା ସରକାର ବନାନ୍ତୁ: ଶାହା

ସୋନପୁର,୨୫।୪: କେନ୍ଦ୍ର ସ୍ବରାଷ୍ଟ୍ର ମନ୍ତ୍ରୀ ଅମିତ ଶାହା ଗୁରୁବାର ଝାରସୁଗୁଡ଼ା ବିମାନବନ୍ଦରରେ ପହଞ୍ଚିବା ପରେ ସୋନପୁର ଗସ୍ତ କରିଛନ୍ତି। ସେଠରେ ଆୟୋଜିତ ବିଶାଳ ଜନସଭାକୁ ସମ୍ବୋଧିତ...

ଭାଜପାରେ ସାମିଲ ହେଲେ ପୂର୍ବତନ ହକି ଟିମ ଅଧିନାୟକ ପ୍ରବୋଧ ତିର୍କୀ

ଭୁବନେଶ୍ୱର,୨୫।୪: ଭାଜପାରେ ସାମିଲ ହେଲେ ପୂର୍ବତନ ହକି ଟିମ ଅଧିନାୟକ ପ୍ରବୋଧ ତିର୍କୀ। ସୋନପୁର ସମାବେଶକୁ ଆସି ଗୁରୁବାର ବିଧିବଦ୍ଧ ଭାବେ ସେ ପଦ୍ମ ଧରିଛନ୍ତି।...

ଝାରସୁଗୁଡ଼ାରେ ପହଞ୍ଚିଲେ ସ୍ବରାଷ୍ଟ୍ର ମନ୍ତ୍ରୀ ଅମିତ ଶାହା

ଭୁବନେଶ୍ୱର,୨୫।୪: କେନ୍ଦ୍ର ସ୍ବରାଷ୍ଟ୍ର ମନ୍ତ୍ରୀ ଅମିତ ଶାହା ଗୁରୁବାର ଝାରସୁଗୁଡ଼ାରେ ପହଞ୍ଚିଛନ୍ତି। ଝାରସୁଗୁଡ଼ାରୁ ହେଲିକପ୍ଟର ଯୋଗେ ସୋନପୁର ଯିବେ। ଏହା ପରେ ସେ ସୋନପୁରରେ ବିଶାଳ...

ମିଶ୍ରଣ ପର୍ବରେ ବିଜେଡି କର୍ମୀଙ୍କୁ ଟାର୍ଗେଟ୍‌ କଲେ କଂଗ୍ରେସ କର୍ମୀ

ମୋରଡ଼ା,୨୫ା୪(ସ୍ମାରକ ମାଜୀ): ଆଗାମୀ ସାଧାରଣ ନିର୍ବାଚନ ପାଇଁ କଂଗ୍ରେସ ବଳ ଗୋଟାଇବାରେ ଲାଗିଛି। ଏହି ପରିପ୍ରେକ୍ଷୀରେ ଗୁରୁବାର ମୋରଡା ବ୍ଲକ ଅଧୀନ କଲରାଫୁଲିଆସ୍ଥିତ କଂଗ୍ରେସ କାର୍ଯ୍ୟାଳୟରେ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri