Posted inଗଜପତି

ପାନୀୟ ଜଳ ସମସ୍ୟା ସମାଧାନ ନ ହେଲେ ଆନ୍ଦୋଳନ

ଆର.ଉଦୟଗିରି,୨୮।୩(ଡି.ଏନ.ଏ.) ଗଜପତି ଜିଲା ଆଦିବାସୀ ଅଧ୍ୟୁଷିତ ଅଞ୍ଚଳ। ଏଠିକାର ଲୋକେ ପାହାଡିଆ ଜଙ୍ଗଲ ଭରା ଜାଗାରେ ରୁହନ୍ତି। ନା ଅଛି କୌଣସି ସୁବିଧା। ଖାଲି କାଗଜପତ୍ରରେ ଉଲ୍ଲେଖ ରହିଛି ଓ ଉନ୍ନତି ଦର୍ଶାଇ ଆଗେ ଯେପରି ଜଙ୍ଗଲରୁ ଫଳ ମୂଳ ଆଦାୟ କରି ପରିବାର ପ୍ରତିପୋଷଣ ସହ ପାହାଡିଆ ପାଣି ପିଇବାକୁ ପଡୁଥିଲା ଏବେ ମଧ୍ୟ ସେଇ ଅବସ୍ଥାରେ ଗତି କରିଛି। ବିକାଶ ନାମକୁ ମାତ୍ର। ମୋହନା ବ୍ଲକର କର୍ଚ୍ଚବାଡ଼ି ପଞ୍ଚାୟତ ୨ନଂ ୱାର୍ଡ଼ ଯାହାକି ପଞ୍ଚାୟତ ଠାରୁ ମାତ୍ର ୫ କିମି ଦୂର ପରମଙ୍ଗା ଗ୍ରାମ। ୧୨୮ ପରିବାର ବସବାସ କରନ୍ତି । ଏଠି ପକ୍କା ଘର କମ ରହିଥିବା ବେଳେ ଚାଳ ଛପର ରହିଛି ଅଧିକ ଘର। ମୁଖ୍ୟ ସମସ୍ୟା କହିଲେ ଗ୍ରାମରେ ୭ଟି ନଳକୂପ ଖନନ ହୋଇଥିବା ବେଳେ କାମରେ ଲାଗୁନି। ଗୋଟିଏ ଅଚଳ ହୋଇ ପଡିଥିବା ବେଳେ ୬ଟିର ପାଣି ଶୁଖିବାର ଲାଗିଲାଣି। ଆଉ ଏହି ପାଣି ପିଇ ରୋଗାକ୍ରାନ୍ତ ହେଉଥିବା ଗ୍ରାମର ମହିଳା କହିଛନ୍ତି। ଖାଲି ଏତିକି ନୁହେଁ ସୋଲାର ଯୋଗେ ପାଣି ଯୋଗାଇବା ପାଇଁ କାମ ହୋଇଥିଲେ ମଧ୍ୟ ତାହା କିଛି ଦିନ ଚାଲିବା ପରେ ଅଚଳ ହୋଇ ପଡିଛି। ଏହି ବିଷୟରେ ଗ୍ରାମବାସୀ ଲିଖିତ ଅଭିଯୋଗ ପତ୍ର ପୂର୍ବତନ ବିଡିଓ ବଂଶୀଧର ଖୁସଲାଙ୍କୁ ଦେଇଥିଲେ। କିନ୍ତୁ କୌଣସୀ କାମ ହୋଇନି। ସେହିଭଳି ପାନୀୟ ଜଳ ଯୋଗାଣ ବିଭାଗକୁ ମଧ୍ୟ ବହୁବାର ଦୌଡ଼ି ଅଭିଯୋଗ କରିଥିଲେ ମଧ୍ୟ ଯନ୍ତ୍ରୀ କର୍ଣ୍ଣପାତ କରୁନାହାନ୍ତି ବୋଲି ଗ୍ରାମବାସୀ କହିଛନ୍ତି। ଅନ୍ୟପଟେ ଗ୍ରାମବାସୀ ଶୁକ୍ରବାର ମୋହନା ବିଡିଓଙ୍କୁ ଭେଟି ଫୁଣି ଏକ ଅଭିଯୋଗ ପତ୍ର ପ୍ରଦାନ କରିଛନ୍ତି। ପାନୀୟ ଜଳ ଯୋଗାଣ ତୁରନ୍ତ ନ ହେଲେ ରାଜରାସ୍ତାକୁ ଓହ୍ଲାଇବା ପାଇଁ ଚେତାବନୀ ଦେଇଛନ୍ତି। ପ୍ରକାଶଥାଉକି, ଗ୍ରାମାଞ୍ଚଳରେ ଲୋକଙ୍କୁ ପାନୀୟ ଜଳ ଯୋଗାଇବାରେ ଫେଲ ମାରିଛି ମୋହନା ଜଳ ଯୋଗାଣ ବିଭାଗ। ଏହାର ତଦନ୍ତ ପାଇଁ ଅଞ୍ଚଳବାସୀ ଦାବି କରିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ବିଳମ୍ବରେ ମିଳୁଛି ଦରମା

ମୋହନା,୨୧ା୪(ମନ୍ମଥ ମିଶ୍ର)ମୋହନା ବ୍ଲକ ଅନ୍ତର୍ଗତ ଚନ୍ଦ୍ରଗିରି ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ରରେ କର୍ମଚାରୀଙ୍କ ଅଶାନ୍ତି ଦେଖାଦେଇଛି । ଦିନରାତି ପରିଶ୍ରମ କଲେ ବି କର୍ମଚାରୀଙ୍କୁ ମିଳୁନି ଠିକ...

ମନ୍ଦିର ପୂଜାରୀଙ୍କ ଘରେ କଳାକନା ବୁଲାଇଲେ ଚୋର

ଚାନ୍ଦିପୁଟ,୧୪ା୪(କେ. ପ୍ରମୋଦ କୁମାର ଦୋରା)- ଗଜପତି ଜିଲା ମୋହନା ଥାନା ଅଧୀନ ଚାନ୍ଦିପୁଟ ଗ୍ରାମର ଚନ୍ଦ୍ରଶେଖର ମନ୍ଦିର ପୂଜାରୀ ଉଦୟନାଥ ମହାପାତ୍ରଙ୍କ ଘରୁ ଚୋରି ହୋଇଥିବା...

ଓଡ଼ିଶାର କ୍ଷତି, ଆନ୍ଧ୍ର ବ୍ୟବସାୟୀ ମାଲାମାଲ

ପାରଳାଖେମୁଣ୍ଡି, ୧୪ା୪ (ଗିରିଧାରୀ ପରିଛା):ଗଜପତି ଜିଲା କାଶୀନଗର ସହରର ଆଖପାଖ ଅଞ୍ଚଳରେ ଥିବା ଜମିକୁ ଆନ୍ଧ୍ରର ମାଫିଆମାନେ କିଣି ସେଥିରେ ପ୍ଲଟିଂ କରି ବ୍ୟବସାୟ କରି...

ନିର୍ବାଚନ ପ୍ରଚାର ପାଇଁ ନ ଆସିବାକୁ ନିବେଦନ

ପାରଳାଖେମୁଣ୍ଡି,୧୧ା୪(ଗିରିଧାରୀ ପରିଛା): ଗଜପତି ଜିଲା ଗୋଷାଣି ବ୍ଲକ ଉପଲଡା ପଞ୍ଚାୟତ ଅଧୀନ ଚନ୍ଦନଖଳା ଗ୍ରାମକୁ ମାତ୍ର ପ୍ରାୟ ୭୦୦ ମିଟର ରାସ୍ତା ହୋଇପାରୁ ନ ଥିବାକୁ...

ତାଲା ଭାଙ୍ଗି ଦୁର୍ବୃତ୍ତ ଲୁଟିନେଲେ ଲକ୍ଷାଧିକ ଟଙ୍କାର ସୁନାଗହଣା ସହ ମୂଲ୍ୟବାନ ସାମଗ୍ରୀ

ପାରଳାଖେମୁଣ୍ଡି,୧୦ା୪(ଗିରିଧାରୀ ପରିଚ୍ଛା): ଗଜପତି ଜିଲା ସଦର ମହକୁମା ପାରଳାଖେମୁଣ୍ଡି ସହରରେ କିଛି ଦିନ ବ୍ୟବଧାନ ପରେ ପୁଣି ଚୋରି ଘଟଣା ସାମନାକୁ ଆସିଛି । ପାରଳା...

ବିକାଶର ବହୁ ଦୂରରେ କିଙ୍ଗଡାଙ୍ଗ ଗ୍ରାମବାସୀ

ପାରଳାଖେମୁଣ୍ଡି,୮ା୪(ଗିରିଧାରୀ ପରିଛା): ଦେଶ ସ୍ବାଧୀନର ୭୬ବର୍ଷ ବିତି ଯାଇଥିଲେ ମଧ୍ୟ ଏଯାଏଁ ମୌଳିକ ସୁବିଧାରୁ ବଞ୍ଚିତ ହୋଇଛନ୍ତି ଗଜପତି ଜିଲାର କିଙ୍ଗଡାଙ୍ଗ ଗ୍ରାମବାସୀ। ଗୁମ୍ମା ବ୍ଲକ...

ନେତା ଭୋଟ ମାଗି ଆସିଲେ ଗାଁରେ ପୂରାଇ ଦେବୁନି

ମୋହନା,୫ା୪(ମନ୍ମଥ ମିଶ୍ର)Lପାଣି ନାହିଁ ତ ଭୋଟ ନାହିଁ, ନିର୍ବାଚନ ସମୟରେ କୌଣସି ନେତା, କୁଜିନେତା ଯଦି ସାହିକୁ ଭୋଟ ମାଗିବାକୁ ଆସନ୍ତି ତେବେ ବିରୋଧ କରିବୁ,...

ପାଣି ନାହିଁ ତ ଭୋଟ ନାହିଁ,

ମୋହନା,୪ା୪(ମନ୍ମଥ ମିଶ୍ର)- ପାଣି ନାହିଁ ତ ଭୋଟ ନାହିଁ, ନିର୍ବାଚନ ସମୟରେ କୌଣସି ନେତା, କୁଜିନେତା ଯଦି ସାହିକୁ ଭୋଟ ମାଗିବାକୁ ଆସନ୍ତି ତେବେ କାଠ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri