Posted inଗଜପତି

ପାନୀୟ ଜଳ ସମସ୍ୟା ସମାଧାନ ନ ହେଲେ ଆନ୍ଦୋଳନ

ଆର.ଉଦୟଗିରି,୨୮।୩(ଡି.ଏନ.ଏ.) ଗଜପତି ଜିଲା ଆଦିବାସୀ ଅଧ୍ୟୁଷିତ ଅଞ୍ଚଳ। ଏଠିକାର ଲୋକେ ପାହାଡିଆ ଜଙ୍ଗଲ ଭରା ଜାଗାରେ ରୁହନ୍ତି। ନା ଅଛି କୌଣସି ସୁବିଧା। ଖାଲି କାଗଜପତ୍ରରେ ଉଲ୍ଲେଖ ରହିଛି ଓ ଉନ୍ନତି ଦର୍ଶାଇ ଆଗେ ଯେପରି ଜଙ୍ଗଲରୁ ଫଳ ମୂଳ ଆଦାୟ କରି ପରିବାର ପ୍ରତିପୋଷଣ ସହ ପାହାଡିଆ ପାଣି ପିଇବାକୁ ପଡୁଥିଲା ଏବେ ମଧ୍ୟ ସେଇ ଅବସ୍ଥାରେ ଗତି କରିଛି। ବିକାଶ ନାମକୁ ମାତ୍ର। ମୋହନା ବ୍ଲକର କର୍ଚ୍ଚବାଡ଼ି ପଞ୍ଚାୟତ ୨ନଂ ୱାର୍ଡ଼ ଯାହାକି ପଞ୍ଚାୟତ ଠାରୁ ମାତ୍ର ୫ କିମି ଦୂର ପରମଙ୍ଗା ଗ୍ରାମ। ୧୨୮ ପରିବାର ବସବାସ କରନ୍ତି । ଏଠି ପକ୍କା ଘର କମ ରହିଥିବା ବେଳେ ଚାଳ ଛପର ରହିଛି ଅଧିକ ଘର। ମୁଖ୍ୟ ସମସ୍ୟା କହିଲେ ଗ୍ରାମରେ ୭ଟି ନଳକୂପ ଖନନ ହୋଇଥିବା ବେଳେ କାମରେ ଲାଗୁନି। ଗୋଟିଏ ଅଚଳ ହୋଇ ପଡିଥିବା ବେଳେ ୬ଟିର ପାଣି ଶୁଖିବାର ଲାଗିଲାଣି। ଆଉ ଏହି ପାଣି ପିଇ ରୋଗାକ୍ରାନ୍ତ ହେଉଥିବା ଗ୍ରାମର ମହିଳା କହିଛନ୍ତି। ଖାଲି ଏତିକି ନୁହେଁ ସୋଲାର ଯୋଗେ ପାଣି ଯୋଗାଇବା ପାଇଁ କାମ ହୋଇଥିଲେ ମଧ୍ୟ ତାହା କିଛି ଦିନ ଚାଲିବା ପରେ ଅଚଳ ହୋଇ ପଡିଛି। ଏହି ବିଷୟରେ ଗ୍ରାମବାସୀ ଲିଖିତ ଅଭିଯୋଗ ପତ୍ର ପୂର୍ବତନ ବିଡିଓ ବଂଶୀଧର ଖୁସଲାଙ୍କୁ ଦେଇଥିଲେ। କିନ୍ତୁ କୌଣସୀ କାମ ହୋଇନି। ସେହିଭଳି ପାନୀୟ ଜଳ ଯୋଗାଣ ବିଭାଗକୁ ମଧ୍ୟ ବହୁବାର ଦୌଡ଼ି ଅଭିଯୋଗ କରିଥିଲେ ମଧ୍ୟ ଯନ୍ତ୍ରୀ କର୍ଣ୍ଣପାତ କରୁନାହାନ୍ତି ବୋଲି ଗ୍ରାମବାସୀ କହିଛନ୍ତି। ଅନ୍ୟପଟେ ଗ୍ରାମବାସୀ ଶୁକ୍ରବାର ମୋହନା ବିଡିଓଙ୍କୁ ଭେଟି ଫୁଣି ଏକ ଅଭିଯୋଗ ପତ୍ର ପ୍ରଦାନ କରିଛନ୍ତି। ପାନୀୟ ଜଳ ଯୋଗାଣ ତୁରନ୍ତ ନ ହେଲେ ରାଜରାସ୍ତାକୁ ଓହ୍ଲାଇବା ପାଇଁ ଚେତାବନୀ ଦେଇଛନ୍ତି। ପ୍ରକାଶଥାଉକି, ଗ୍ରାମାଞ୍ଚଳରେ ଲୋକଙ୍କୁ ପାନୀୟ ଜଳ ଯୋଗାଇବାରେ ଫେଲ ମାରିଛି ମୋହନା ଜଳ ଯୋଗାଣ ବିଭାଗ। ଏହାର ତଦନ୍ତ ପାଇଁ ଅଞ୍ଚଳବାସୀ ଦାବି କରିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

୧୦୦ରୁ ଊର୍ଦ୍ଧ୍ୱ ଅଫିସକୁ ଅଗ୍ନିଶମ ବିଭାଗର କଡ଼ା ନୋଟିସ

ପାରଳାଖେମୁଣ୍ଡି,୯ା୧୦(ଗିରିଧାରୀ ପରିଚ୍ଛା): ଗଜପତି ଜିଲାର କେତେକ ପ୍ରମୁଖ ସରକାରୀ କାର୍ଯ୍ୟାଳୟରେ ଅଗ୍ନି ର୍ନିବାପକ ଯନ୍ତ୍ର ନ ଥିବା ଅଭିଯୋଗ ହୋଇଛି। ତହସିଲ, ଜିଲା କୋଷାଗାର ଓ ନିବନ୍ଧକ…

ଭୟଙ୍କର ଦୁର୍ଘଟଣା; ଟ୍ରକ୍‌-ବାଇକ୍‌ ଧକ୍କାରେ ଆଖିବୁଜିଲେ ଉପେନ୍ଦ୍ର

ପାରଳାଖେମୁଣ୍ଡି, ୭।୧୦ (ଗିରିଧାରୀ ପରିଛା): ଗଜପତି ଜିଲା ଗୋଷାଣି ବ୍ଲକ୍‌ ଅନ୍ତର୍ଗତ ଗୁରାଣ୍ଡା ଥାନା ପାଟିକୋଟା ଗ୍ରାମ ନିକଟରେ ଟ୍ରକ୍‌-ବାଇକ୍‌ ଧକ୍କାରେ ଜଣେ ଯୁବକଙ୍କ ମୃତ୍ୟୁ ଘଟିଛି…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?