୫୪ କମ୍ପାନୀ କ୍ରୟ କରିବ ରିଲାଏନ୍ସ କ୍ୟାପ୍‌

ନୂଆଦିଲ୍ଲୀ,୨୮।୩: ଟାଟା ଏଆଇଜି, ଆଇସିଆଇସିଆଇ ଲମ୍ବାର୍ଡ, ନିପ୍ପନ ଲାଇଫ୍‌ ଭଳି ୫୪ଟି ଭାରତୀୟ ତଥା ବିଦେଶୀ ଫାଇନାନ୍ସ କମ୍ପାନୀ ରିଲାଏନ୍ସ କ୍ୟାପିଟାଲ୍‌ର ପ୍ରଫିଟ୍‌ ମେକିଂ ବୀମା ବିଭାଗ ଦୌଡ଼ରେ ସାମିଲ ହେବାକୁ ଆଗ୍ରହ ପ୍ରକାଶ କରିଛନ୍ତି। ଗତ ବର୍ଷ ଡିଫଲ୍ଟ ଏବଂ କମ୍ପାନୀର ଗଭର୍ନାନ୍ସ ସମସ୍ୟା କାରଣରୁ ରିଲାଏନ୍ସ କ୍ୟାପିଟାଲ୍‌ ପ୍ରଶାସନ ଅଧୀନରେ ରହିଥିଲା। ଏହି କମ୍ପାନୀ ସହିତ ସାମିଲ ହେବା ପାଇଁ ଏକ୍ସପ୍ରେସ୍‌ ଅଫ୍‌ ଇଣ୍ଟରେଷ୍ଟ (ଇଓଆଇ) ଦାଖଲର ସମୟ ସୀମା ଦୁଇ ସପ୍ତାହ ବୃଦ୍ଧି କରି ମାର୍ଚ୍ଚ ୨୫କୁ ଶେଷ ତାରିଖ ନିର୍ଦ୍ଧାରଣ କରାଯାଇଥିଲା। ଏଚ୍‌ଡିଏଫ୍‌ସି ଆଗ୍ରୋ, ବନ୍ଧନ ଫାଇନାନ୍‌ସିଆଲ୍‌ ହୋଲ୍ଡିଂ, ଚୋଳମଣ୍ଡମ୍‌ ଇନ୍‌ଭେଷ୍ଟମେଣ୍ଟ, ଆଦାନୀ ଫିନ୍ସର୍ଭ, ୟେସ୍‌ ବ୍ୟାଙ୍କ୍‌, ଓକ୍‌ଟ୍ରି କ୍ୟାପିଟାଲ୍‌, ବ୍ଲାକ୍‌ ଷ୍ଟୋନ୍‌, ବ୍ରୁକ୍‌ଫିଲ୍ଡ, ଟିପିଜି, କ୍ୟାପ୍ରି ଗ୍ଲୋବାଲ୍‌ ହୋଲ୍ଡିଂ, ସ୍କୋୟାର ଫୋର୍‌ ହାଉସିଂ, ୟୁଭି ମଲ୍ଟିପଲ୍‌ ଆସେଟ୍‌ ଇନ୍‌ଭେଷ୍ଟମେଣ୍ଟ କମ୍ପାନୀ ଭଳି ୫୪ଟି କମ୍ପାନୀ ଇଓଆଇ ଦାଖଲ କରିଛନ୍ତି। ପୂର୍ବରୁ ଇଓଆଇ ଦାଖଲ ତାରିଖ ମାର୍ଚ୍ଚ ୧୧ ରହିଥିବା ବେଳେ ବିଡରଙ୍କ ଅନୁରୋଧ ପରେ ଏହାକୁ ବୃଦ୍ଧି କରାଯାଇଥିଲା।


Enter your email to get our daily news in your inbox.

All Right Reserved By Dharitri.Com

PF ଆକାଉଣ୍ଟଧାରୀଙ୍କ ପାଇଁ ଖୁସି ଖବର! ଖାତାକୁ ଆସିବ ୮.୨୫% ସୁଧ, ଘରେ ବସି ଏମିତି ଚେକ୍‌ କରନ୍ତୁ ବାଲାନ୍ସ

ନୂଆଦିଲ୍ଲୀ, ୭।୭: ଯଦି ଆପଣଙ୍କର ମଧ୍ୟ EPFରେ ପଇସା ଜମା ହେଉଛି, ତେବେ ଆପଣଙ୍କ ପାଇଁ ବଡ଼ ଖୁସି ଖବର। EPFO ଆର୍ଥିକ ବର୍ଷ ୨୦୨୫-୨୬ ପାଇଁ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri