ବ୍ୟକ୍ତି ନୁହେଁ, ବହି ପୁରସ୍କୃତ ହେଲେ ପୁରସ୍କାରର ମର୍ଯ୍ୟାଦା ବଢ଼ିବ

ଶାରଳା ପୁରସ୍କାର ପାଇଁ ଚଳିତବର୍ଷ ବିଶିଷ୍ଟ ସାହିତି୍ୟକ ଭୀମ ପୃଷ୍ଟି ମନୋନୀତ ହୋଇଛନ୍ତି। ୨୦୧୭ ମସିହାରେ ପ୍ରକାଶିତ ତାଙ୍କ ଉପନ୍ୟାସ ‘ଜମ୍ବୁଲୋକ’ ପାଇଁ ତାଙ୍କୁ ଏହି ପୁରସ୍କାର ମିଳୁଛି। ଯାଜପୁର ଜିଲା ଧର୍ମଶାଳା କଏମାରେ ୧୯୫୯ ଜାନୁୟାରୀ ୧୧ରେ ଜନ୍ମ ଗ୍ରହଣ କରିଥିବା ସାହିତି୍ୟକ ପୃଷ୍ଟିଙ୍କର ଗଳ୍ପ ଓ ଉପନ୍ୟାସରେ ରହିଛି ଅନନ୍ୟ ସୃଷ୍ଟି। ହୋ ମଣିଷମାନେ, ପେଟ ଓ ପେଟତଳେ, ଗପର ହାତଗୋଡ଼, ସମୁଦ୍ର ମଣିଷ, ସାତ ଉପନ୍ୟାସ, ଅଧେ ମଣିଷ, ଲଛମନିଆ ଭଳି ଅନେକ କୃତି ସାହିତ୍ୟ ଭଣ୍ଡାରକୁ ସମୃଦ୍ଧ କରିଛି। ପୃଷ୍ଟିଙ୍କ ସହ ଏଥରର ଧରିତ୍ରୀ ଆଳାପ।
– ସାକ୍ଷାତ୍‌: ଶର୍ମିଷ୍ଠା ପାଣିଗ୍ରାହୀ, ଭୁବନେଶ୍ୱର

ଶାରଳା ପୁରସ୍କାର ପାଇଁ ଶୁଭେଚ୍ଛା। ଏ ନେଇ ଆପଣଙ୍କ ପ୍ରତିକ୍ରିୟା କ’ଣ?
ମର୍ଯ୍ୟାଦାଜନକ ଶାରଳା ପୁରସ୍କାର ପାଇବା ପରେ ବହୁତ ଶୁଭେଚ୍ଛା ମିଳିଛି। ପୁରସ୍କାର ଜଣେ ଲେଖକକୁ ଅନବରତ ଲେଖିବା ପାଇଁ ପ୍ରେରଣା ଦିଏ। ସବୁଠୁ ବଡ଼ କଥା ହେଲା କୌଣସି ବହି ପୁରସ୍କୃତ ହେଲେ ତାହାର ପାଠକ ସଂଖ୍ୟା ବୃଦ୍ଧି ଘଟେ। ମୁଁ ଖୁସି ଯେ, ଜମ୍ବୁଲୋକ ଉପନ୍ୟାସ ପାଇଁ ମୋର ନୂଆ ପାଠକ ସୃଷ୍ଟି ହେବେ।
ଜମ୍ବୁଲୋକ ଉପନ୍ୟାସ ସମ୍ପର୍କରେ ଆପଣଙ୍କ ଦୃଷ୍ଟିଭଙ୍ଗୀ କ’ଣ?
ଏହି ଉପନ୍ୟାସରେ ୨ ଦେଶର କଥା ଅଛି। ଗୋଟିଏ ହେଉଛି ଭାରତ ଅନ୍ୟଟି ବାଂଲାଦେଶ। ବାଂଲାଦେଶ ଯୁଦ୍ଧ ପରବର୍ତ୍ତୀ ଅବସ୍ଥାରେ ରିଫ୍ୟୁଜିମାନେ ବିସ୍ଥାପିତ ହୋଇ ଭାରତରେ ରହିଛନ୍ତି। ସ୍ଥାନ ପରିଚୟକୁ ନେଇ ସେମାନଙ୍କ ଭିତରେ ରହିଛି କ୍ଷୋଭ ଓ ଯନ୍ତ୍ରଣା। ଜନ୍ମ ଦେଶ କୁହେ ପଳାୟନବାଦୀ ଓ ଯେଉଁଠି ଆଶ୍ରୟ ନେଇଛନ୍ତି ସେ ଦେଶ କୁହେ ରିଫ୍ୟୁଜି। ଦେଶକୁ ନେଇ ସେମାନଙ୍କ ଭିତରେ ଥିବା ଦୁଃଖ, କ୍ଷୋଭ, ସଂଘର୍ଷର କଥା ହେଉଛି ଜମ୍ବୁଲୋକ ଉପନ୍ୟାସ।
କାହାକୁ ପୁରସ୍କାର ମିଳିଲେ ନାନା କଥା ସହ ବିବାଦ ଦେଖିବାକୁ ମିଳେ। ଆପଣ ସେମିତି କିଛି ସାମ୍ନା କରିଛନ୍ତି?
ପୁରସ୍କାରକୁ ଦୃଷ୍ଟିରେ ନ ରଖି ଲେଖକ ଲେଖିଲେ ଠିକ୍‌ ଭାବେ ସାହିତ୍ୟ ସର୍ଜନା ହୋଇପାରିବ। ନଚେତ ତାହା ଦୁର୍ବଳ ହେବ। ମୁଁ ଯେତେବେଳେ ଅନ୍ୟମାନଙ୍କର ପ୍ରତିକ୍ରିୟା ଦେଖିଲି, ତାହା ଥିଲା ଏହି ପୁସ୍ତକ ସପକ୍ଷରେ। ବାକି ରହିଲା ପୁରସ୍କାର, ଲବି, ଗୋଷ୍ଠୀ। ତାହା ମଧ୍ୟ ହେଉଛି। ବର୍ତ୍ତମାନ ପୁରସ୍କାର ପାଇବା ଅନ୍ୟମାନଙ୍କ ଆଖିରେ ଏକ ନିନ୍ଦାର ବିଷୟ ହୋଇଯାଇଛି। ଯେମିତି ଲେଖକ ପୁରସ୍କାର ପାଇବାକୁ ଚେଷ୍ଟା କରୁଛି। ପୁରସ୍କାର ଆଜି କିଏ ପାଇଛି ତାହା ଲୋକ କାଲି ଭୁଲିଯିବେ, ମାତ୍ର ପୁରସ୍କୃତ ହୋଇଥିବା ଭଲ ବହି କାଳଜୟୀ ହୋଇରହିଥାଏ। ତେଣୁ ବ୍ୟକ୍ତିକୁ ନୁହେଁ, ବହିକୁ ପୁରସ୍କୃତ କଲେ ପୁରସ୍କାରର ମର୍ଯ୍ୟାଦା ବଢ଼ିବ।
ଆପଣଙ୍କ ସାହିତ୍ୟ ଯାତ୍ରା ବିଷୟରେ କିଛି କହିବେ?
ଗ୍ରାମୀଣ ପରିବେଶରେ ମୋର ଶୈଶବ, କୈଶୋର ଓ ଯୌବନ ବିତିଛି। ପିଲାଦିନ ସାଂସ୍କୃତିକ ପରିବେଶ ଭିତରେ ଥିଲା। ହାଇସ୍କୁଲରୁ ଶିଶୁ କବିତା, ଗଳ୍ପ ଲେଖିବା ଆରମ୍ଭ କରିଥିଲି। କଲେଜକୁ ଆସିବା ପରେ ଆଧୁନିକ ଗପ ଓ କବିତା ଲେଖିଲି। ବିଶ୍ୱବିଦ୍ୟାଳୟକୁ ଆସିବା ପରେ ଗଳ୍ପ ଓ ଉପନ୍ୟାସ ଲେଖିଲି।
ସମାଜ ଓ ସାହିତ୍ୟକୁ ନେଇ ଆରଣଙ୍କ ମତ କ’ଣ ରହିବ?
ସମାଜକୁ ନେଇ ସାହିତ୍ୟ। ଲେଖକଟିଏ ସ୍ପର୍ଶକାତର ମଣିଷ। କୌଣସି ଘଟଣା ଶୁଣିଲେ ଯଦି ଲେଖକ ଭିତରେ ପ୍ରତିଘାତ ଆସୁଛି, ତାହାକୁ ସେ ସାହିତ୍ୟ ମାଧ୍ୟମରେ ରୂପ ଦିଏ।
ବର୍ତ୍ତମାନ ସୋସିଆଲ ମିଡିଆ ଯୁଗରେ ଛାପା ବହିର ଭବିଷ୍ୟତ ସମ୍ପର୍କରେ କ’ଣ କହିବେ?
ଛପା ବହି ଭବିଷ୍ୟତରେ କମ୍‌ ଆସିବ। ତା’ମାନେ ନୁହଁ ନିଷ୍ପ୍ରଭ ହୋଇଯିବ। ଏବେକାର ପିଢ଼ି ମଧ୍ୟ ଲେଖୁଛନ୍ତି, ତେଣୁ ବହି ରହିବ। ଧୀରେ
ଧୀରେ କମିପାରେ ଓ ତାହା ଇ-ବୁକ୍‌ ଭିତରକୁ ଆସିଯିବ। ଆମର ଯେଉଁ ପରିବର୍ତ୍ତନ ଆସୁଛି ତାହା ଭଲ କଥା। ଲୋକ ସୋସିଆଲ ମିଡିଆରେ ସାହିତ୍ୟ ସର୍ଜନା କରୁଛନ୍ତି। ତା’ପାଇଁ ମଧ୍ୟ ପାଠକ ଅଛନ୍ତି। ତାହା ଏବେ ସେମାନଙ୍କ ପାଇଁ ଏକ ବିକଳ୍ପ। ସୋସିଆଲ ମିଡିଆ ଆଗକୁ ଯିବ, ଯିବା ବି ଦରକାର। ସାହିତ୍ୟ ବନ୍ଦ ହେବନି। ସାହିତ୍ୟ ପରିପ୍ରକାଶ କରିବାର ମାଧ୍ୟମରେ ପରିବର୍ତ୍ତନ ହେବ।
ଓଡ଼ିଆ ସାହିତ୍ୟର ଗୁଣବତ୍ତା ସମ୍ପର୍କରେ କ’ଣ କହିବେ?
ଗୁଣବତ୍ତା ପ୍ରଚୁର ରହିଛି। ଓଡ଼ିଆ ବର୍ତ୍ତମାନ ଶାସ୍ତ୍ରୀୟ ଭାଷା। ଏହାର ଏକ ବଡ଼ ପରମ୍ପରା ରହିଛି। ବିଭିନ୍ନ ଗୁଣ, ଚେତନା ରହିଛି। ଏହା ନ ରହିଥିଲେ କେମିତି ବର୍ତ୍ତମାନ ଭାରତୀୟ ଆଞ୍ଚଳିକ ସାହିତ୍ୟ ସହ ସମକକ୍ଷ ଥାଆନ୍ତା। ଆଉ ଭାରତୀୟ ସାହିତ୍ୟରେ ଓଡ଼ିଆ ସାହିତ୍ୟ ଯଥେଷ୍ଟ ସ୍ବୀକୃତି ପାଇଛି। ଆଧୁନିକ ରୂପରେ ଏହା ଅଧିକ ମଜଭୁତ ମଧ୍ୟ ହେଉଛି।


Enter your email to get our daily news in your inbox.

All Right Reserved By Dharitri.Com

ଓଡ଼ିଶାର ଶ୍ରେଷ୍ଠ ପାଞ୍ଚ ଜଳ ପ୍ରପାତ

ସାନଘାଗରା ଜଳପ୍ରପାତ କେନ୍ଦୁଝର ସହରଠାରୁ ମାତ୍ର ୬ କି.ମି. ଦୂରରେ ରହିଛି ସାନଘାଘରା ଜଳପ୍ରପାତ। ସାନମାଛ କାନ୍ଦଣା ନଦୀର ଜଳ ଏଠାରେ ତଳକୁ ବିରାଟକାୟ ସ୍ରୋତରେ କଚାଡ଼ି…

ଭୁବନେଶ୍ୱର ଫୁଲ ଦୋକାନ

ଫର୍ନସ ଏନ୍‌ ପେଟାଲ୍‌ସ   ଏହା ରାଜଧାନୀର ଏକ ବଡ଼ ଫୁଲ ଦୋକାନ ଭାବେ ପରିଗଣିତ। ୧୧ବର୍ଷ ତଳେ ପ୍ରଥମ କରି ଶହୀଦନଗରରେ ଆରମ୍ଭ ହୋଇଥିଲା। ବର୍ତ୍ତମାନ…

ଶ୍ରେଷ୍ଠ ପାଞ୍ଚ ଭୁବନେଶ୍ୱର ଜିମ

କଳିଙ୍ଗ ଫିଟନେସ୍‌ ଜୟଦେବ ବିହାର ରୋଡ ବିଜୁ ପଟ୍ଟନାୟକ କଲେଜ ନିକଟରେ ରହିଛି କଳିଙ୍ଗ ଫିଟନେସ ଜିମ୍‌। ୪ବର୍ଷ ତଳେ ଖୋଲାଯାଇଥିବା ଏହି ଜିମ୍‌ରେ ସବୁ ପ୍ରକାର…

ଓଡ଼ିଶାର ଶ୍ରେଷ୍ଠ ପାଞ୍ଚ ପର୍ଯ୍ୟଟନସ୍ଥଳ

ସପ୍ତଶଯ୍ୟା ଢେଙ୍କାନାଳ ଜିଲାରେ ଅବସ୍ଥିତ ସପ୍ତଶଯ୍ୟା ପର୍ଯ୍ୟଟନ ସ୍ଥଳ ସାତ ପାହାଡ଼, ଝରଣା ଏବଂ ଜଙ୍ଗଲରେ ପରିପୂର୍ଣ୍ଣ। ଏଠାରେ ରହିଛି ଶ୍ରୀରାମଙ୍କ ମନ୍ଦିର। ସପ୍ତଶଯ୍ୟାର ଶୀତଳ ପରିବେଶ…

କଟକ ଦହିବରା ଆଳୁଦମ

ବାରବାଟୀ ଷ୍ଟାଡିୟମର ରମେଶ ଗୋଛି ସକାଳ ୭ଟାରୁ ଆରମ୍ଭ କରି ରାତି ୧୦ଟା ଯାଏ ବାରବାଟୀ ଷ୍ଟାଡିୟମ ନିକଟରେ ରମେଶଙ୍କ ଷ୍ଟଲ ଖୋଲିଥାଏ। ପରିବାରର ସବୁ ସଦସ୍ୟ…

ଶ୍ରେଷ୍ଠ ପାଞ୍ଚ ଭୁବନେଶ୍ୱରର ପାର୍କ

ମହାତ୍ମା ଗାନ୍ଧୀ ପାର୍କ ପାର୍କଟି ଜୟଦେବ ବିହାରସ୍ଥିତ ନନ୍ଦନକାନନ ରୋଡ୍‌ର ଜନତା ମଇଦାନ ନିକଟରେ ଅବସ୍ଥିତ। ପାର୍କ ଭିତରେ ମହାତ୍ମା ଗାନ୍ଧୀଙ୍କ ପ୍ରାର୍ଥନା କରୁଥିବା ମୁଦ୍ରାରେ ମୂର୍ତ୍ତି…

ଶ୍ରେଷ୍ଠ ପାଞ୍ଚ ପୁରୀର ମଠ

ହାତୀ ଆଖଡ଼ା ମଠ ପୁରୀ ବଳଗଣ୍ଡି ନିକଟରେ ବଡ଼ଦାଣ୍ଡର ମୁଖ୍ୟ ରାସ୍ତାରେ ହାତୀ ଆଖଡା ମଠ ଅବସ୍ଥିତ। ଶ୍ରୀରାମାନନ୍ଦୀ ସମ୍ପ୍ରଦାୟର ନିର୍ବାଣୀ ଆଖଡା ରୂପେ ଏହା ପରିଚିତ।…

ଶ୍ରେଷ୍ଠ ପାଞ୍ଚ ଓଡ଼ିଶାର ପ୍ରସିଦ୍ଧ ଶୈବପୀଠ

ହରିଶଙ୍କର ବଲାଙ୍ଗୀରଠାରୁ ୮୦ କି.ମି. ଦୂରରେ ଗନ୍ଧମାର୍ଦ୍ଦନ ପର୍ବତ ପାଦଦେଶରେ ଅବସ୍ଥିତ ପ୍ରସିଦ୍ଧ ତୀର୍ଥ ତଥା ଶୈବପୀଠ ହରିଶଙ୍କର। ଏଠାକାର ମନ୍ଦିରର ପରିବେଶ ଏବଂ ଆକର୍ଷଣୀୟ ଝରଣା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?