Posted inଜାତୀୟ

ଗେହଲଟ ହେବେ କଂଗ୍ରେସ ଅଧ୍ୟକ୍ଷ!

ନୂଆଦିଲ୍ଲୀ,୨୧ ।୧: ଗୋଟିଏ ପଟେ ରାଜସ୍ଥାନ ମୁଖ୍ୟମନ୍ତ୍ରୀ ଅଶୋକ ଗେହଲଟ ନିଜ ମନ୍ତ୍ରିମଣ୍ଡଳଳ ସମ୍ପ୍ରସାରଣକୁ ନେଇ ସଜବାଜ ହେଉଥିବା ବେଳେ ଅନ୍ୟପଟେ ତାଙ୍କୁ ଦିଲ୍ଲୀରୁ ଡାକରା ଆସିପାରେ ବୋଲି ଆଲୋଚନା କରାଉଛି । ଏହାସହ କଂଗ୍ରେସ ଦଳର ଏକ ଗୁରୁତ୍ୱପୂର୍ଣ୍ଣ ଦାୟିତ୍ୱ ବି ତାଙ୍କୁ ଦିଆଯାଇପାରେ ବୋଲି ଅନୁମାନ କରାଯାଉଛି । କଂଗ୍ରେସ ଅଧ୍ୟକ୍ଷ ପଦକୁ ନେଇ ଦଳ ମଧ୍ୟରେ ଆଲୋଚନା ଚାଲିଥିବା ବେଳେ ଅଧିକାଂଶ ନେତା ରାହୁଲ ଗାନ୍ଧୀଙ୍କୁ ପୁଣିଥରେ ଅଧ୍ୟକ୍ଷ ପଦରେ ଦେଖିବାକୁ ଚାହୁଁଛନ୍ତି । ହେଲେ ଏହାକୁ ନେଇ ଏପର୍ଯ୍ୟନ୍ତ ରାହୁଲ କୌଣସି ପ୍ରତିକ୍ରୟା ରଖି ନାହାଁନ୍ତି । ତେଣୁ ଅନୁମାନ କରାଯାଉଛି କି ଯଦି ରାହୁଲ ଅଧ୍ୟକ୍ଷ ପଦ ପାଇଁ ରାଜି ନ ହୁଅନ୍ତି ତେବେ ଅଶୋକ ଗେହଲଟଙ୍କୁ ଏହି ପଦ ସମ୍ଭାଳିବାକୁ ପଡିପାରେ । କାରଣ ଗେହଲଟ ଗାନ୍ଧୀ ପରିବାରର ଜଣେ ଭରସାଯୋଗ୍ୟ ବ୍ୟକ୍ତି । ଅନ୍ୟପଟେ ଦଳର କାର୍ଯ୍ୟକାରୀ ଅଧ୍ୟକ୍ଷା ସୋନିଆ ଗାନ୍ଧୀଙ୍କୁ ଏ ସମ୍ପର୍କରେ ଶୀଘ୍ର ନିଷ୍ପତ୍ତି ନେବା ଜରୁରୀ ହୋଇପଡିଛି ।


Enter your email to get our daily news in your inbox.

All Right Reserved By Dharitri.Com

ଡ୍ରଗ୍ସ ମାମଲାରେ ମୁକୁଳିଲେ ଅପରାଧି: ବୀରତା ପୁରସ୍କାର ଫେରାଇ ଦେଲେ ମହିଳା ପୋଲିସ ଅଧିକାରୀ

ଇମ୍ଫାଲ,୨୦ ।୧୨: ମଣିପୁରର ଅତିରିକ୍ତ ପୋଲିସ ଅଧିକାରୀ(ଏଏସ୍‌ପି) ଥୋନାଓଜମ ବୃନ୍ଦା ଏକ ଡ୍ରଗ୍ସ ମାମଲାରେ କୋର୍ଟଙ୍କ ରାୟ ପରେ ନିଜର ମୁଖ୍ୟମନ୍ତ୍ରୀ ବୀରତା ପୁରସ୍କାର ଫେରାଇ...

୭୫ ବର୍ଷ ପରେ ୟୁନିଫର୍ମ ପରିବର୍ତ୍ତନ କରିବେ ଭାରତୀୟ ସେନା…

ନୂଆଦିଲ୍ଲୀ,୯।୫ : ଦେଶର ସ୍ବାଧୀନତାର ୭୫ ବର୍ଷ ପରେ ଭାରତୀୟ ସେନା ନିଜର ୟୁନିଫର୍ମ ବଦଳାଇବାକୁ ଯାଉଛି। ସୂତ୍ରରୁ ମିଳିଥିବା ସୂଚନା ଅନୁଯାୟୀ, ପ୍ୟାରେଣ୍ଟ କ୍ୟାଡର...

ବ୍ୟାଙ୍କିଙ୍ଗ୍‌ ସିଷ୍ଟମ ଅଧୀନକୁ ଆସିବ ଡାକଘର

ନୂଆଦିଲ୍ଲୀ, ୧ା୨: କେନ୍ଦ୍ର ସରକାର ସମସ୍ତ ଦେଢ଼ ଲକ୍ଷ ଡାକଘର ଶାଖାଗୁଡ଼ିକୁ ମୂଳ ବ୍ୟାଙ୍କିଙ୍ଗ୍‌ ବ୍ୟବସ୍ଥା (କୋର୍‌ ବ୍ୟାଙ୍କିଙ୍ଗ୍‌ ସିଷ୍ଟମ ) ଅଧୀନକୁ ଆଣିବେ। ଏ...

ଏସବୁ ମୋତିଆ ବିନ୍ଦୁରୁ ରଖେ ଦୂରେଇ…

ବୟସ ବଢ଼ିବା ସହିତ କେତେକଙ୍କଠାରେ ମୋତିଆ ବିନ୍ଦୁ ସମସ୍ୟା ଦେଖାଦେଇଥାଏ। ତେବେ କିଛି ଘରୋଇ ଉପାୟରେ ଏହି ସମସ୍ୟା ସହଜରେ ଦୂର ହୋଇପାରିଥାଏ। ନିୟମିତ ୭ଟି...

ମିଜୋରାମରେ ବାଂଲାଦେଶ-ମ୍ୟାନମାରର ୩୧ ହଜାରରୁ ଅଧିକ ଶରଣାର୍ଥୀ…

ନୂଆଦିଲ୍ଲୀ,୨୩।୨ : ମ୍ୟାନମାର ଏବଂ ବାଂଲାଦେଶରୁ ଅସିଥିବା ବହୁ ସଂଖ୍ୟକ ଶରଣାର୍ଥୀ ମିଜୋରାମ ବିଭିନ୍ନ ଅଞ୍ଚଳରେ ବାସ କରୁଛନ୍ତି। ସେମାନଙ୍କ ମଧ୍ୟରୁ ୩୧,୦୫୦ ଲୋକ ମ୍ୟାନମାରରୁ...

ବଳାତ୍କାର ପୀଡ଼ିତାଙ୍କ ଅଭିଯୋଗ ରଖିଲାନି ପୋଲିସ

ମୁମ୍ବାଇ,୧୨।୯: ୩୪ ବର୍ଷୀୟା ବଳାତ୍କାର ପୀଡ଼ିତା ଆଖି ବୁଝିବାର ଦିନକ ପରେ ମହାରାଷ୍ଟ୍ରର ଉଲହାସନଗରରୁ ଆସିଛି ଆଉ ଏକ ବଳାତ୍କାର ମାମଲା। ୧୫ ବର୍ଷୀୟା ନାବାଳିକାଙ୍କୁ...

ସୁକମା ଜିଲାରେ ମାଓବାଦୀଙ୍କ ଆକ୍ରମଣରେ ୧୭ ଯବାନ ଶହୀଦ

ସୁକମା,୨୨।୩: ଛିତଶଗଡ଼ ସୁକମା ଜିଲାରେ ମାଓବାଦୀଙ୍କ ଆକ୍ରମଣରେ ୧୭ ଯବାନ ଶହୀଦ ହୋଇଛନ୍ତି। ଏହି ଘଟଣାରେ ୧୪ରୁ ଅଧିକ ଯବାନ ଆହତ ହୋଇଛନ୍ତି। ଚିକିତ୍ସା ଲାଗି...

ସ୍ତ୍ରୀଙ୍କ ପାଇଁ ଦେଶ ବାହାରକୁ ପଳାଇ ନ ଥିଲେ ଅମ୍ରିତପାଲ

ଚଣ୍ଡିଗଡ,୨୩।୪: ଖାଲିସ୍ତାନୀ ନେତା ଅମ୍ରିତପାଲ ଗିରଫ ହେବା ପରେ ରବିବାର ତାଙ୍କୁ ଆସାମର ଦିବ୍ରୁଗଡ ଜେଲକୁ ପଠାଇଦିଆଯାଇଛି। ଅମ୍ରିତପାଲଙ୍କୁ ଡିବ୍ରୁଗଡ ଜେଲରେ ଏକ ପୃଥକ କୋଠରୀରେ...

Advertisement
Archives

Model This Week