Posted inଖେଳ

ପୁକୋଭସ୍କି ଫିଟ୍‌ ନ ହେଲେ ହାରିସ୍‌ ଖେଳିବେ: ଲାଙ୍ଗର

ବ୍ରିସ୍‌ବେନ,୧୪।୧(ପି.ଟି.): ଯୁବ ଓପନର ଓ୍ବିଲ୍‌ ପୁକୋଭସ୍କି ଫିଟ୍‌ ନ ହେଲେ ତାଙ୍କ ସ୍ଥାନରେ ମାର୍କସ ହାରିସ୍‌ ଚତୁର୍ଥ ତଥା ଅନ୍ତିମ ଟେଷ୍ଟରେ ଇନିଂସ ଓପନ କରିବେ ବୋଲି ଅଷ୍ଟ୍ରେଲିଆ ହେଡ୍‌ କୋଚ୍‌ ଜଷ୍ଟିନ ଲାଙ୍ଗର କହିଛନ୍ତି। ସିଡ୍‌ନୀ ଟେଷ୍ଟ ଖେଳିବା ଅବସରରେ ପୁକୋଭସ୍କି କାନ୍ଧରେ ଆଘାତ ପାଇଥିଲେ। ସେ ଏହି ମ୍ୟାଚ୍‌ରେ ପଦାର୍ପଣ କରିଥିଲେ। ଫିଲ୍ଡିଂ କରୁଥିବାବେଳେ ଡ୍ରାଇଭ୍‌ ମାରିବା ଅବସରରେ ୨୨ ବର୍ଷୀୟ ପୁକୋଭସ୍କି ଆହତ ହୋଇଥିଲେ। ସ୍କାନ ପାଇଁ ସେ ଯାଇଛନ୍ତି। ଯଦି ସେ ଫିଟ୍‌ ଘୋଷିତ ହୁଅନ୍ତି ତେବେ ତାଙ୍କ ଖେଳିବାର କିଛି ଅସୁବିଧା ନାହିଁ। କିନ୍ତୁ ସେ ଫିଟ୍‌ ନ ଥିଲେ ତାଙ୍କ ସ୍ଥାନରେ ହାରିସ୍‌ ଖେଳିବେ। ପୁକୋଭସ୍କିଙ୍କ ଉପରେ ଆମେ ନଜର ରଖିଛୁ ବୋଲି ଲାଙ୍ଗର କହିଛନ୍ତି। ପଦାର୍ପଣରେ ସେ ଅର୍ଦ୍ଧଶତକ ହାସଲ କରି ନିଜ ପ୍ରତିଭାର ପ୍ରମାଣ ଦେଇଥିଲେ। ଅନ୍ୟପଟେ ହାରିସ୍‌ ଏପର୍ଯ୍ୟନ୍ତ ଅଷ୍ଟ୍ରେଲିଆ ପାଇଁ ୯ ଟେଷ୍ଟ ମ୍ୟାଚ ଖେଳି ୩୮୫ ରନ ସଂଗ୍ରହ କରିଛନ୍ତି। ତାଙ୍କ ବ୍ୟକ୍ତିଗତ ସର୍ବାଧିକ ସ୍କୋର ୭୯ ରହିଛି। ଚଳିତ ଭାରତ- ଅଷ୍ଟ୍ରେଲିଆ ଟେଷ୍ଟ ସିରିଜ ୧-୧ ସମାନସ୍ତରରେ ରହିଛି। ଅଷ୍ଟ୍ରେଲିଆ ଆଡିଲେଡ ଟେଷ୍ଟରେ ବିଜୟୀ ହୋଇଥିବା ବେଳେ ଭାରତ ମେଲବୋର୍ନରେ ବାଜି ମାରିଥିଲା। ତେବେ ସିଡ୍‌ନୀରେ ଅନୁଷ୍ଠିତ ତୃତୀୟ ଟେଷ୍ଟ ନାଟକୀୟ ଢଙ୍ଗରେ ଅମୀମାଂସିତ ରହିଥିଲା।


Enter your email to get our daily news in your inbox.

All Right Reserved By Dharitri.Com

Posted inଖେଳ View All

ଗର୍ଲଫ୍ରେଣ୍ଡ୍‌ଙ୍କୁ ଅଚାନକ ଦେଖି କାନ୍ଦିବାକୁ ଲାଗିଲେ ଦିଲ୍ଲୀ କ୍ୟାପିଟାଲ୍ସର ଏହି ଖେଳାଳି

ଦୁବାଇ,୧୪।୧୦; ଆଇପିଏଲ ୨୦୨୦ରେ ଦିଲ୍ଲୀ କ୍ୟାପିଟାଲ୍ସ ଦଳ ଚମତ୍କାର ପ୍ରଦର୍ଶନ କରୁଛି। ପଏଣ୍ଟ ଟେବୁଲ ଶୀର୍ଷରେ ମୁମ୍ବାଇ ଇଣ୍ଡିଆନ୍ସ ପରେ ଦିଲ୍ଲୀ ଦ୍ୱିତୀୟ ସ୍ଥାନରେ ରହିଛି।...

ଭାରତକୁ ବିଜୟ ପାଇଁ ୩୨୮ ରନ୍‌ର ଟାର୍ଗେଟ୍‌ ଦେଲା ଅଷ୍ଟ୍ରେଲିଆ

ବ୍ରିସବେନ୍‌,୧୮।୧: ବ୍ରିସବେନରେ ଭାରତ ଏବଂ ଅଷ୍ଟ୍ରେଲିଆ ମଧ୍ୟରେ ଚତୁର୍ଥ ତଥା ଶେଷ ଟେଷ୍ଟ ମ୍ୟାଚରେ ଭାରତକୁ ବିଜୟ ପାଇଁ ୩୨୮ ରନ୍ର ଟାର୍ଗେଟ ଦେଇଛି ଅଷ୍ଟ୍ରେଲିଆ।...

୭ ବର୍ଷ ପରେ ପ୍ରଥମ ଭାରତୀୟ ଭାବେ ୟୁଏସ୍‌ ଓପନ୍‌ରେ ମ୍ୟାଚ୍‌ ଜିତିଲେ ସୁମିତ୍‌

ନୂଆଦିଲ୍ଲୀ, ୨।୯: ଭାରତୀୟ ପୁରୁଷ ଟେନିସ ଖେଳାଳି ସୁନିତ୍‌ ନାଗଲ ସମ୍ମାନଜନକ ୟୁଏସ୍‌ ଓପନ୍‌ ପ୍ରତିଯୋଗିତାରେ ଦମ୍‌ଦାର ଅଭିଯାନ ଆରମ୍ଭ କରିଛନ୍ତି। ପୁରୁଷ ସିଙ୍ଗଲ୍ସ ପ୍ରଥମ...

ହାତକୁ ଦି’ ହାତ ହେଲେ ଏହି କ୍ରିକେଟର୍‌

ଭାରତକୁ ଅଣ୍ଡର-୧୯ ବିଶ୍ୱକପ୍‌ ଜିତାଇଥିବା କ୍ରିକେଟ୍‌ର ଉନ୍ମୁକ୍ତ ଚାନ୍ଦ ବିବାହ ବନ୍ଧନରେ ଆବଦ୍ଧ ହୋଇଛନ୍ତି। ସେ ଡ୍ୟୁଟ୍ରିଓନିଷ୍ଟ ସିମରନ ଖେସଲଙ୍କୁ ନିଜ ଜୀବନସାଥୀ ରୂପେ ବାଛିଛନ୍ତି।...

ଆଜି ଦିନରେ ଶେଷ ଦିନିକିଆ ଖେଳିଥିଲେ ସଚିନ

ନୂଆଦିଲ୍ଲୀ,୧୮।୩- କିମ୍ବଦନ୍ତୀ ବ୍ୟାଟ୍ସମ୍ୟାନ ସଚିନ ତେନ୍ଦୁଲକର ଆଜିକୁ ଠିକ୍‌ ୮ ବର୍ଷ ତଳେ ଅର୍ଥାତ ୨୦୧୨ ମାର୍ଚ୍ଚ ୧୮ ତାରିଖରେ କ୍ୟାରିୟର ଶେଷ ଥର ପାଇଁ...

ଗୋଟିଏ ଦିନରେ ଦୁଇ କ୍ରିକେଟରଙ୍କ ଅବସର

ନୂଆଦିଲ୍ଲୀ,୨୬।୨: ଭାରତ ପାଇଁ ଅନ୍ତର୍ଜାତୀୟ କ୍ରିକେଟ ଖେଳିଥିବା ଦୁଇ ଖେଳାଳି ଶୁକ୍ରବାର ଅବସର ଘୋଷଣା କରିଛନ୍ତି। ଗୋଟିଏ ପକ୍ଷରେ ପୂର୍ବତନ ବିସ୍ଫୋରକ ବ୍ୟାଟ୍ସମ୍ୟାନ ୟୁସୁଫ ପଠାନ...

ଅନ୍ୟ ଧର୍ମରେ ବିବାହ କରିଛନ୍ତି ଏହିସବୁ ପ୍ରସିଦ୍ଧ କ୍ରିକେଟର

ଭାରତୀୟ କ୍ରିକେଟରେ ଏମିତି କିଛି ଖେଳାଳି ଅଛନ୍ତି ଯେଉଁମାନେ ଅନ୍ୟ ଧର୍ମରେ ବିବାହ କରି ସମାଜ ପାଇଁ ଏକ ଉଦାହରଣ ସୃଷ୍ଟି କରିଛନ୍ତି। ସେମିତି କିଛି...

ବିଶ୍ୱ ଟେଷ୍ଟ ଚାମ୍ପିୟନଶିପ୍‌ ଫାଇନାଲ ପୂର୍ବରୁ ସାକ୍ଷାତକାର ନେଲେ ସ୍ତ୍ରୀ, ବୁମ୍‌ରା ପଚାରିଲେ- ମୁଁ ଆପଣଙ୍କୁ ପୂର୍ବରୁ କେଉଁଠି ଦେଖିଛି କି?

ସାଉଥାମ୍ପଟନ,୧୭।୬: ଚଳିତ ବର୍ଷ ଫେବୃୟାରୀରେ ଭାରତୀୟ ଦ୍ରୁତ ବୋଲର ଜସପ୍ରିତ ବୁମ୍‌ରା ଲୋକପ୍ରିୟ ଟେଲିଭିଜନ ଉଦ୍‌ଘୋଷିକା ସଞ୍ଜନା ଗଣେଶନଙ୍କୁ ବିବାହ କରିଥିଲେ। ଉଭୟ ବିବାହ ପର୍ଯ୍ୟନ୍ତ...

Advertisement
Archives

Model This Week