Posted inଜାତୀୟ

ରାଶନ କାର୍ଡଧାରୀଙ୍କ ପାଇଁ ବଡ଼ ଖବର: ୧୮ବର୍ଷ ଯୁବପିଢି ଏହି କାମ ନ କଲେ, କଟିଯିବ ରାଶନ କାର୍ଡ!

ନୂଆଦିଲ୍ଲୀ, ୫।୮: ରାଶନ କାର୍ଡ ଧାରୀଙ୍କ ପାଇଁ ଏକ ଗୁରୁତ୍ୱପୂର୍ଣ୍ଣ ଖବର। କେନ୍ଦ୍ର ସରକାର ରାଶନ କାର୍ଡ ପାଇଁ ନୂଆ ନିୟମ ଜାରି କରିଛନ୍ତି। ଏହି ନିୟମ ଅନୁଯାୟୀ, ରାଶନ କାର୍ଡ ଧାରୀଙ୍କୁ ପ୍ରତି ୫ ବର୍ଷରେ ଇ-କେୱାଇସି (e-KYC) କରିବା ବାଧ୍ୟତାମୂଳକ। ଯଦି ଏହି କାମ ନ କରାଯାଏ, ତେବେ ରାଶନ କାର୍ଡ ସସ୍ପେଣ୍ଡ ହୋଇପାରେ ଏବଂ ମାଗଣା ଚାଉଳ କି ଗହମ ମିଳିବ ନାହିଁ। ସରକାରଙ୍କ କହିବା ଅନୁଯାୟୀ, ଏହି ନିୟମ ରାଶନ ବ୍ୟବସ୍ଥାରେ ସୱଚ୍ଛତା ଆଣିବା ଏବଂ ନକଲି କାର୍ଡ ଓ ଜାଲିଆତି ରୋକିବା ପାଇଁ ଲାଗୁ କରାଯାଇଛି।

କେନ୍ଦ୍ର ସରକାରଙ୍କ ନିର୍ଦ୍ଦେଶ ଅନୁଯାୟୀ, ସମସ୍ତ ରାଜ୍ୟକୁ ୩ ମାସ ମଧ୍ୟରେ ସମସ୍ତ ରାଶନ କାର୍ଡ ଧାରୀଙ୍କର ଇ-କେୱାଇସି ସମ୍ପୂର୍ଣ୍ଣ କରିବାକୁ କୁହାଯାଇଛି। ଏହା ଦ୍ୱାରା ଅଯୋଗ୍ୟ ବ୍ୟକ୍ତିଙ୍କ ନାମ ତାଲିକାରୁ ବାଦ ଦିଆଯିବ ଏବଂ ଯୋଗ୍ୟ ଲୋକଙ୍କୁ ମାଗଣା ଖାଦ୍ୟଶସ୍ୟର ଲାଭ ମିଳିବ। ଏହା ସହିତ, ଯଦି କୌଣସି ବ୍ୟକ୍ତି ୬ ମାସ ପାଇଁ ରାସନ ନେଇ ନଥାନ୍ତି, ତେବେ ତାଙ୍କ କାର୍ଡ ସାମୟିକ ଭାବେ ସସ୍ପେଣ୍ଡ ହୋଇପାରେ। ତେବେ, ଉପଯୁକ୍ତ ଡକ୍ୟୁମେଣ୍ଟ ଜମା କଲେ ଏହା ପୁନଃସକ୍ରିୟ କରାଯାଇପାରିବ।

ନୂଆ ନିୟମ ଅନୁସାରେ, ୧୮ ବର୍ଷରୁ କମ ବୟସର ବ୍ୟକ୍ତିଙ୍କୁ ରାଶନ କାର୍ଡ ମିଳିବ ନାହିଁ। ୫ ବର୍ଷରୁ କମ ବୟସର ଶିଶୁଙ୍କ ପାଇଁ ଆଧାର କାର୍ଡ ଜମା କରିବା ଆବଶ୍ୟକ, ଏବଂ ୫ ବର୍ଷ ପୂର୍ଣ୍ଣ ହେବା ପରେ ଏକ ବର୍ଷ ମଧ୍ୟରେ ତାଙ୍କର ଇ-କେୱାଇସି କରାଯିବା ଜରୁରୀ। ଯଦି କୌଣସି ବ୍ୟକ୍ତିଙ୍କର ଦୁଇଟି ରାଜ୍ୟରେ ରାସନ କାର୍ଡ ରହିଛି, ତେବେ ଯାଞ୍ଚ ପରେ ଗୋଟିଏ କାର୍ଡ ରଦ୍ଦ କରାଯିବ।

ଇ-କେୱାଇସି ପାଇଁ ରାସନ କାର୍ଡ ଧାରୀଙ୍କୁ ୩ ମାସର ସମୟ ଦିଆଯାଇଛି। ଏହା ଅନଲାଇନ ଓ ଅଫଲାଇନ ଦୁଇଟି ଉପାୟରେ କରାଯାଇପାରିବ। ଅଫଲାଇନରେ, ନିକଟସ୍ଥ ରାସନ ଡିଲର କିମ୍ବା ପବ୍ଲିକ ସର୍ଭିସ ସେଣ୍ଟରକୁ ଆଧାର କାର୍ଡ ସହ ଯାଇ ବାୟୋମେଟ୍ରିକ ଯାଞ୍ଚ ମାଧ୍ୟମରେ ଇ-କେୱାଇସି କରାଯାଇପାରିବ। ଅନଲାଇନରେ, ରାଜ୍ୟର ଅଫିସିଆଲ ରାସନ ବିଭାଗ ୱେବସାଇଟରେ ରାସନ କାର୍ଡ ଓ ଆଧାର ନମ୍ବର ଦେଇ ଓଟିପି ମାଧ୍ୟମରେ ଏହା ସମ୍ପୂର୍ଣ୍ଣ କରାଯାଇପାରିବ। ଏହା ସହିତ, ମେରା ଇ-କେୱାଇସି ଆପ ମାଧ୍ୟମରେ ମଧ୍ୟ ଘରେ ବସି ଏହି ପ୍ରକ୍ରିୟା କରାଯାଇପାରିବ।

ମୋଦୀ ସରକାର ପବ୍ଲିକ ଡିଷ୍ଟ୍ରିବ୍ୟୁସନ ସିଷ୍ଟମ (PDS) ଅଧୀନରେ ମାଗଣା ଖାଦ୍ୟଶସ୍ୟ ଯୋଜନାକୁ ୨୦୨୯ ପର୍ଯ୍ୟନ୍ତ ବୃଦ୍ଧି କରିଛନ୍ତି, ଯାହା ଅଧୀନରେ ଦେଶର ପ୍ରାୟ ୮୦ କୋଟି ଲୋକ ଲାଭ ପାଉଛନ୍ତି। ତେଣୁ, ରାସନ କାର୍ଡ ଧାରୀଙ୍କୁ ର୍ନିଦ୍ଦିଷ୍ଟ ସମୟ ମଧ୍ୟରେ ଇ-କେୱାଇସି ସମ୍ପୂର୍ଣ୍ଣ କରିବାକୁ ପରାମର୍ଶ ଦିଆଯାଉଛି, ନଚେତ୍ ମାଗଣା ରାସନ ଓ ଅନ୍ୟାନ୍ୟ ସରକାରୀ ଯୋଜନାର ଲାଭରୁ ବଞ୍ଚିତ ହେବାର ଆଶଙ୍କା ରହିଛି।


Enter your email to get our daily news in your inbox.

All Right Reserved By Dharitri.Com

UPI ୟୁଜର୍ସଙ୍କ ପାଇଁ ବଡ଼ ଖବର: ୨୦୦୦ରୁ ଅଧିକ ପେମେଣ୍ଟରେ ଲାଗିବ ଚାର୍ଜ? ସ୍ପଷ୍ଟ କଲେ ସରକାର, ଜାଣନ୍ତୁ…

ନୂଆଦିଲ୍ଲୀ,୧୫।୯: UPI ପେମେଣ୍ଟ ଉପରେ ୦.୫ ପ୍ରତିଶତ ଟ୍ୟାକ୍ସ କିମ୍ବା ଚାର୍ଜ ଲାଗିବାକୁ ନେଇ ଚର୍ଚ୍ଚା ମଧ୍ୟରେ ବଡ଼ ସ୍ପଷ୍ଟତା ଆସିଛି। ୨୦୦୦ ଟଙ୍କାରୁ ଅଧିକ UPI…

କେନ୍ଦ୍ରୀୟ କର୍ମଚାରୀଙ୍କ ପାଇଁ ଖୁସି ଖବର, DA ବୃଦ୍ଧିକୁ ନେଇ ଆସିଲା ବଡ଼ ଅପଡେଟ୍‌! ଏହିଦିନ…

ନୂଆଦିଲ୍ଲୀ,୧୫।୯: ଦେଶର ୫୦ ଲକ୍ଷରୁ ଅଧିକ କେନ୍ଦ୍ରୀୟ କର୍ମଚାରୀ ଏବଂ ୬୫ ଲକ୍ଷରୁ ଊର୍ଦ୍ଧ୍ୱ ପେନସନଭୋଗୀଙ୍କ ପାଇଁ ଏକ ବଡ଼ ଖୁସି ଖବର ସାମ୍ନାକୁ ଆସୁଛି। ପାର୍ୱଣ…

ମହିଳାଙ୍କୁ ୨ କୋଟି ଦେବ ଏହି ବଡ଼ ବ୍ୟାଙ୍କ୍‌! ଜାଣନ୍ତୁ କେମିତି କରିବେ ଆପ୍ଲାଏ…

ନୂଆଦିଲ୍ଲୀ,୧୫।୯: ଯଦି ଆପଣ ଜଣେ ମହିଳା ଏବଂ ନିଜର ନୂଆ ବ୍ୟବସାୟ ଆରମ୍ଭ କରିବାର ସ୍ୱପ୍ନ ଦେଖୁଛନ୍ତି କିମ୍ୱା ନିଜର ଚାଲୁଥିବା ବ୍ୟବସାୟକୁ ଆଗକୁ ବଢ଼ାଇବାକୁ ଚାହୁଁଛନ୍ତି,…

ଗାଁକୁ ଯାଇପାରିଲାନି ଆମ୍ବୁଲାନ୍ସ: ଖଟିଆରେ ବୁହାହେଲା ୨ ଭାଇଙ୍କ ମୃତଦେହ

ପରଜଙ୍ଗ,୧୫।୯(ନିଗମାନନ୍ଦ ଦଳବେହେରା): ଦୁର୍ଘଟଣାରେ ୨ ଭାଇଙ୍କ ଜୀବନ ଚାଲିଗଲା। ହେଲେ ମୃତଦେହ ଘରକୁ ନେବାବେଳେ ଯେଉଁ ଦୃଶ୍ୟ ସାମ୍ନାକୁ ଆସିଲା, ତାହା ସମସ୍ତଙ୍କୁ ବିଚଳିତ କରିଛି। ରାସ୍ତା…

ମୋହସିନ ନକଭିଙ୍କଠାରୁ ଏସିଆ କପ ଟ୍ରଫି କେବେ ନେବ ଟିମ ଇଣ୍ଡିଆ? BCCI ଦେଲା ବଡ଼ ଅପଡେଟ୍‌

ନୂଆଦିଲ୍ଲୀ,୧୫।୯: ମହିଳା ଏସିଆ କପ ୨୦୨୬ର ଟାଇଟଲ ନିଜ ନାମରେ କରିଛି ଟିମ ଇଣ୍ଡିଆ। ଫାଇନାଲରେ ଶ୍ରୀଲଙ୍କାକୁ ୭୨ ରନରେ ପରାସ୍ତ କରି ଭାରତୀୟ ମହିଳା ଦଳ…

ବିଶ୍ୱକର୍ମା ରାଜମିସ୍ତ୍ରୀ, କାରିଗର ସଂଘର ବାର୍ଷିକୋତ୍ସବ, ସାଙ୍ଗଠନିକ ଅଭିବୃଦ୍ଧି ପାଇଁ ନିଷ୍ପତ୍ତି

ଦିଗପହଣ୍ଡି,୧୫।୯(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡିସ୍ଥିତ ଗୁପ୍ତେଶ୍ୱର ଶୈବପୀଠ ପ୍ରାଙ୍ଗଣରେ ମଙ୍ଗଳବାର ଖେମୁଣ୍ଡି ଆଞ୍ଚଳିକ ବଶ୍ୱକର୍ମା ରାଜମିସ୍ତ୍ରୀ ଓ କାରିଗର ସଂଘର ୧୭ତମ ବାର୍ଷିକୋତ୍ସବ ଅନୁଷ୍ଠିତ…

UPIରେ ବନ୍ଧୁଙ୍କୁ ୫,୦୦୦ ଟଙ୍କା ପଠାଇଲେ ଲାଗିବ ଏକ୍ସଷ୍ଟ୍ରା ଚାର୍ଜ? ଜାଣନ୍ତୁ P2P-P2M ପେମେଣ୍ଟର ପାର୍ଥକ୍ୟ

ନୂଆଦିଲ୍ଲୀ,୧୫।୯ : ଆଜିକାଲି ମୋବାଇଲରେ କିଛି ସେକେଣ୍ଡ ମଧ୍ୟରେ ଟଙ୍କା ପଠାଇବା ପାଇଁ UPI ସବୁଠାରୁ ସହଜ ମାଧ୍ୟମ ପାଲଟିଛି। ବନ୍ଧୁଙ୍କୁ ଟଙ୍କା ପଠାଇବା ହେଉ କି…

ଅମାନିଆ ବାଇକ ଚାଳକଙ୍କୁ ସାବଡ଼ କଲା ଦାରିଙ୍ଗବାଡି ପୋଲିସ, ୮ ବାଇକ ଜବତ

ଦାରିଙ୍ଗବାଡି,୧୫।୯(ଅରୁଣ ସାହୁ): ପାର୍ବଣ ଋତୁ ପାଇଁ ବଜାର ଚଳ ଚଞ୍ଚଳ ରହିଛି । ବଜାର ଛକରେ ଏକାଧିକ ଗଣେଶ ମେଢ଼ ରହିଥିବା ବେଳେ ଭିଡ଼ ଲାଗି ରହିଛି…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?