ହସ୍ପିଟାଲରେ ପଶିଲା ଆଇଡିଏଫ୍‌

ଗାଜା ସିଟି/ଜେରୁଜେଲମ୍‌,୧୬ା୧୧ : ଉତ୍ତର ଗାଜାକୁ ଇସ୍ରାଏଲ ନିଜ ସୈନ୍ୟ ଓ ଟ୍ୟାଙ୍କ୍‌ ପ୍ରେରଣର ଅଢ଼େଇ ସପ୍ତାହ ପରେ ବୁଧବାର ଇସ୍ରାଏଲୀ ବଳ ଅଲ୍‌ ଶିଫା ହସ୍ପିଟାଲରେ ପ୍ରବେଶ କରିଛି। ଇସ୍ରାଏଲ ସୈନ୍ୟମାନେ ସେଠାରେ ଆଶ୍ରୟ ନେଇଥିବା ବହୁ ଲୋକଙ୍କୁ ବାହାର କରିଛନ୍ତି। ହସ୍ପିଟାଲ ପରିସରରେ ହମାସ୍‌ ଗଚ୍ଛିତ ରଖିଥିବା ଅସ୍ତ୍ରଶସ୍ତ୍ର ଠାବ ହୋଇଥିବା ଇସ୍ରାଏଲ ସୈନ୍ୟ ସୂଚନା ଦେଇଛନ୍ତି।

ଗାଜା ଷ୍ଟ୍ରିପ୍‌ର ଏହି ସର୍ବବୃହତ୍‌ ହସ୍ପିଟାଲରେ ଇସ୍ରାଏଲର ଆକ୍ରମଣକୁ ଅନ୍ତର୍ଜାତୀୟ ସମୁଦାୟ ନିନ୍ଦା କରିବା ସହ ‘ଡାକ୍ତରଖାନା ଯୁଦ୍ଧଭୂଇଁ ନୁହେଁ’ ବୋଲି ଅସନ୍ତୋଷ ବ୍ୟକ୍ତ କରିଛି। ଅକ୍ଟୋବର ୭ରେ ସଂଘର୍ଷ ଆରମ୍ଭ ପରଠୁ ହମାସ୍‌ ଆତଙ୍କବାଦୀମାନେ ୧୨୦୦ ଇସ୍ରାଏଲୀଙ୍କୁ ହତ୍ୟା କରିଥିବାବେଳେ ୨୪୦ ଜଣଙ୍କୁ ପଣବନ୍ଦୀ ରଖିଥିଲେ। ହମାସ୍‌ର ମୂଳୋତ୍ପାଟନ ପାଇଁ ପଣ କରିଥିବା ଇସ୍ରାଏଲ ପ୍ରଧାନମନ୍ତ୍ରୀ ବେଞ୍ଜାମିନ୍‌ ନେତାନ୍ୟାହୁଙ୍କ ନିର୍ଦ୍ଦେଶକ୍ରମେ ସାମରିକ ବଳ ଗାଜାକୁ ଏକପ୍ରକାର ଦଖଲ କରିସାରିଲେଣି। ଯୁଦ୍ଧର ଘନଘଟା ଭିତରେ ଗାଜା ସିଟିର ଅଲ୍‌ ଶିଫା ହସ୍ପିଟାଲ ପାଲେଷ୍ଟିନୀୟ ନାଗରିକଙ୍କ ଦୁର୍ଦ୍ଦଶାର କାହାଣୀ ବୟାନ କରୁଛି।

ଏହି ହସ୍ପିଟାଲ ତଳେ ଥିବା ଅଣ୍ଡରଗ୍ରାଉଣ୍ଡ୍‌କୁ ହମାସ୍‌ ନିଜ କମାଣ୍ଡ୍‌ ସେଣ୍ଟର ରୂପେ ବ୍ୟବହାର କରୁଥିବା ଦର୍ଶାଇ ଇସ୍ରାଏଲ ଏହାକୁ ଦଖଲ ଉଦ୍ୟମ ଚଳାଇଛି। ଅନ୍ୟପକ୍ଷେ ଉଭୟ ହମାସ୍‌ ଓ ହସ୍ପିଟାଲ କର୍ତ୍ତୃପକ୍ଷ ଏଭଳି ଅଭିଯୋଗକୁ ଖଣ୍ଡନ କରିଛନ୍ତି। ଗାଜାରେ ହସ୍ପିଟାଲ ନିର୍ଦ୍ଦେଶକ ମୋହମେଦ୍‌ ଜାକୋଉଟ୍‌ କହିଛନ୍ତି, ଇସ୍ରାଏଲୀ ଟ୍ୟାଙ୍କ୍‌ଗୁଡ଼ିକ ମେଡିକାଲ ପରିସରକୁ ପ୍ରବେଶ କରିଛି। ସୈନ୍ୟମାନେ ହସ୍ପିଟାଲର ଇନ୍‌ଟେନ୍‌ସିଭ୍‌ କେୟାର ୟୁନିଟ୍‌ (ଆଇସିୟୁ) ଥିବା ଜରୁରିକାଳୀନ ସେବା ଓ ଅସ୍ତ୍ରୋପଚାର ବିଭାଗ ବିଲ୍ଡିଂରେ ପଶିଛନ୍ତି। ହସ୍ପିଟାଲରୁ ଅନେକ ହଜାର ଲୋକ ପଳାୟନ କରିଥିବାବେଳେ ଶିଶୁଙ୍କ ସମେତ ଶତାଧିକ ଲୋକ ଏବେ ମଧ୍ୟ ଯୁଦ୍ଧ ଯୋଗୁ ଫସିରହିଛନ୍ତି।

ଜାତିସଂଘ ସୁରକ୍ଷା ପରିଷଦ (ୟୁଏନ୍‌ଏସ୍‌ସି) ଇସ୍ରାଏଲ-ହମାସ୍‌ ଯୁଦ୍ଧ ଉପରେ ପଞ୍ଚମ ସଂକଳ୍ପନାମା ଗୃହୀତ କରାଇବା ପାଇଁ ଉଦ୍ୟମ ଆରମ୍ଭ କରିଛି। ଦକ୍ଷିଣପୂର୍ବ ଏସୀୟ ରାଷ୍ଟ୍ରଗୁଡ଼ିକର ସଙ୍ଗଠନ (ଆସିଆନ୍‌) ପ୍ରତିରକ୍ଷା ମୁଖ୍ୟମାନେ ଗାଜାରେ ଯୁଦ୍ଧବିରତି ପାଇଁ ଆହ୍ବାନ ଦେଇଛନ୍ତି। ଓ୍ବାଶିଂଟନ୍‌ରେ ଇସ୍ରାଏଲ ସମର୍ଥକମାନେ ବିକ୍ଷୋଭ ପ୍ରଦର୍ଶନ କରିଛନ୍ତି।

ଗାଜାବାସୀ ଆସିସିଙ୍କ ଦ୍ୱାରସ୍ଥ

ଗାଜାର ଯୁଦ୍ଧ ପ୍ରଭାବିତଙ୍କ ଓକିଲମାନେ ନେଦରଲାଣ୍ଡ୍ସର ହେଗ୍‌ସ୍ଥିତ ଅନ୍ତର୍ଜାତୀୟ ଆପରାଧିକ ଅଦାଲତ (ଆଇସିସି)ରେ ପିଟିଶନ ଦାଖଲ କରିଛନ୍ତି। ପାଲେଷ୍ଟିନୀୟଙ୍କ ବିରୋଧରେ ଇସ୍ରାଏଲର କାର୍ଯ୍ୟାନୁଷ୍ଠାନକୁ ସେମାନେ ଗଣହତ୍ୟା ରୂପେ ଅଭିହିତ କରିଛନ୍ତି। ଆଇସିସି ଏହାର ଉପଯୁକ୍ତ ବିଚାର କଲେ ଇସ୍ରାଏଲ ପ୍ରଧାନମନ୍ତ୍ରୀ ବେଞ୍ଜାମିନ ନେତାନ୍ୟାହୁଙ୍କ ବିରୋଧରେ ଗିରଫ ପରଓ୍ବାନା ଜାରି ହୋଇପାରେ।


Enter your email to get our daily news in your inbox.

All Right Reserved By Dharitri.Com

IND vs AFG T20: କିଭଳି ରହିବ ଭାରତର ପ୍ଲେଇଂ-11? ବୈଭବଙ୍କୁ ମିଳିବନି ସୁଯୋଗ !

ଭାରତ ଏବଂ ଆଫଗାନିସ୍ତାନ ମଧ୍ୟରେ ଆରମ୍ଭ ଆଜିଠୁ ଆରମ୍ଭ ହେଉଛି ୩ ଟିକିଆ ଟ୍ବେଣ୍ଟି ଟ୍ବେଣ୍ଟି ସିରିଜ୍‌ । ଦିଲ୍ଲୀର ଅରୁଣ ଜେଟଲୀ ଷ୍ଟାଡିୟମରେ ସନ୍ଧ୍ୟା ୭ଟା…

ଦାରିଙ୍ଗବାଡ଼ି ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରରେ ରୋଗୀ ଯନ୍ତ୍ରଣା, ବାରଣ୍ଡା-ଚଟାଣରେ ଚାଲିଛି ସେବା: ନାହିଁ ନାହିଁରେ ଚାଲିଛି ସ୍ୱାସ୍ଥ୍ୟକେନ୍ଦ୍ର

ଦାରିଙ୍ଗବାଡ଼ି, ୧୩।୯ (ଅରୁଣ ସାହୁ): କନ୍ଧମାଳ ଜିଲା ଦାରିଙ୍ଗବାଡ଼ି ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରରେ ରୋଗୀମାନେ ଯନ୍ତ୍ରଣା ଭୋଗୁଥିବା ଅଭିଯୋଗ ହୋଇଛି। ଯେଉଁଠି ସ୍ୱାସ୍ଥ୍ୟ ସମସ୍ୟା ନେଇ ରୋଗୀମାନେ ଉତ୍ତମ…

ଗଣେଶ ପୂଜାରେ ସୃଷ୍ଟି ହେବ ବଡ଼ ରାଜଯୋଗ: ୪ ରାଶି ହେବେ ମାଲାମାଲ୍‌, ଚାକିରିରେ ମିଳିବ ବଡ଼ ଅଫର୍‌…

ହିନ୍ଦୁ ଧର୍ମରେ ଗଣେଶ ଚତୁର୍ଥୀ ପର୍ୱର ଏକ ସୱତନ୍ତ୍ର ମହତ୍ତ୍ୱ ରହିଛି। ବୈଦିକ ଜ୍ୟୋତିଷ ଶାସ୍ତ୍ର ଅନୁସାରେ, ଚଳିତ ବର୍ଷ ଗଣେଶ ଚତୁର୍ଥୀରେ ଅନେକ ଶୁଭ ଯୋଗ…

ସମ୍ବଲପୁରରେ ଏନ୍ କାଉଣ୍ଟର: କୁଖ୍ୟାତ ଅପରାଧୀ ଇରଫାନ ଆହତ, ଦୁଇ ସହଯୋଗୀ …

ସମ୍ବଲପୁର, ୧୩।୯ (ପ୍ରମୋଦ ବହିଦାର): ସମ୍ବଲପୁର ସଦର ଥାନା ଅଞ୍ଚଳରେ ପୋଲିସ ଓ ଦୁର୍ଦ୍ଦାନ୍ତ ଅପରାଧୀଙ୍କ ମଧ୍ୟରେ ଗୁଳି ବିନିମୟ ଘଟିଛି। ଏଥିରେ ସୁନାପାଲି ଅଞ୍ଚଳର କୁଖ୍ୟାତ…

ଦାରିଙ୍ଗବାଡ଼ିରେ ପର୍ଯ୍ୟଟନ ବିକାଶର ସମୀକ୍ଷା:ହୋମଷ୍ଟେ କରି ସ୍ୱାବଲମ୍ବୀ ହେବାକୁ ପରାମର୍ଶ ଦେଲେ ପର୍ଯ୍ୟଟନ ପ୍ରମୁଖ ସଚିବ

ଦାରିଙ୍ଗବାଡ଼ି, ୧୩।୯ (ଅରୁଣ ସାହୁ): କନ୍ଧମାଳ ଜିଲା ଦାରିଙ୍ଗବାଡ଼ିକୁ ଶନିବାର ଅପରାହ୍ନରେ ଓଡ଼ିଶା ପର୍ଯ୍ୟଟନ ବିଭାଗର ପ୍ରମୁଖ ସଚିବ ବଳବନ୍ତ ସିଂ ପହଞ୍ଚି ପର୍ଯ୍ୟଟନ କ୍ଷେତ୍ରର ବିକାଶ…

ବୁଧଙ୍କ ନକ୍ଷତ୍ର ପରିବର୍ତ୍ତନ; ୩ ରାଶିଙ୍କ ଧନଯୋଗ, ହୁ ହୁ ହୋଇ ବଢିବ ଇନକମ୍‌…

ଜ୍ୟୋତିଷ ଶାସ୍ତ୍ରରେ, ଗ୍ରହ ଗତିର ପ୍ରଭାବ କେବଳ ରାଶି ପରିବର୍ତ୍ତନ ପର୍ଯ୍ୟନ୍ତ ସୀମିତ ନୁହେଁ । ଗ୍ରହ ଯେଉଁ ନକ୍ଷତ୍ରରେ ପ୍ରବେଶ କରେ ତାହାକୁ ମଧ୍ୟ ବହୁତ…

ଅଦ୍ଭୁତ ସ୍ଥିତି

ହ୍ୱାଟ୍ସଆପ୍‌ରେ ଏସ୍‌ଆଇଆର୍‌ ନୋଟିସ ଆସିଥିଲା, ‘ଶୁଣାଣିରେ ଉପସ୍ଥିତ ରହିବା ବାଧ୍ୟତାମୂଳକ। ଦୟାକରି ଏହାକୁ ଜରୁରୀ ମନେକରନ୍ତୁ ଏବଂ କୌଣସି ପରିସ୍ଥିତିରେ ଅନୁପସ୍ଥିତ ନ ରହିବା ପାଇଁ ବ୍ୟବସ୍ଥା…

ଶିଶୁଙ୍କ ଗେଡ଼ାପଣ: ୬ ଜିଲାରେ ସ୍ଥିତି ଚିନ୍ତାଜନକ

ଭୁବନେଶ୍ୱର,୧୩ା୯(ସୁଚିସ୍ମିତା ସାହୁ): ରାଜ୍ୟରେ ୫ ବର୍ଷରୁ କମ୍‌ ବୟସର ଶିଶୁଙ୍କ ପୋଷଣ ସ୍ଥିତିକୁ ନେଇ ଜାତୀୟ ପରିବାର ସ୍ୱାସ୍ଥ୍ୟ ସର୍ୱେକ୍ଷଣ (ଏନ୍‌ଏଫ୍‌ଏଚ୍‌ଏସ୍‌-୫ରୁ ଏନ୍‌ଏଫ୍‌ଏଚ୍‌ଏସ୍‌-୬)ର ଏକ ତୁଳନାତ୍ମକ ରିପୋର୍ଟ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?