Posted inଜାତୀୟ

ଆଇସିଏସ୍‌ଇ ଦଶମ ରେଜଲ୍ଟ ପ୍ରକାଶିତ: ଫଳାଫଳ ଜାଣିବା ପାଇଁ ଆପଣାନ୍ତୁ ଏହି ଉପାୟ

ନୂଆଦିଲ୍ଲୀ,୧୭।୭: କାଉନ୍‌ସିଲ ଫର୍‌ ଦି ଇଣ୍ଡିଆନ ସ୍କୁଲ ସାର୍ଟିଫିକେଟ୍‌ ଏକ୍‌ଜାମିନେଶନ(ସିଆଇଏସ୍‌ସିଇ) ଦ୍ୱାରା ପରିଚାଳିତ ଆଇସିଏସ୍‌ଇ ଦଶମ ପରୀକ୍ଷା ଫଳ ରବିବାର ପ୍ରକାଶ ପାଇଛି। ଏଥର ପାସ ହାର ରହିଛି ୯୯.୯୭ ପ୍ରତିଶତ। ପରୀକ୍ଷାରେ ପୁଅଙ୍କ ତୁଳନାରେ ଝିଅ ପାଇଛନ୍ତି ସଫଳତା। ଛାତ୍ରୀଙ୍କ ପାସ ହାର ୯୯.୯୮ ପ୍ରତିଶତ ହୋଇଥିବାବେଳେ ଛାତ୍ରଙ୍କ ପାସ ହାର ରହିଛି ୯୯.୯୭ ପ୍ରତିଶତ। ପରୀକ୍ଷା ଦେଇଥିଲେ ମୋଟ ୨ ଲକ୍ଷ ୩୧ ହଜାର ୬୩ ଛାତ୍ରୀଛାତ୍ର। ନିଜ ଫଳାଫଳ ଜାଣିବା ପାଇଁ ଅପେକ୍ଷାରତ ଛାତ୍ରୀଛାତ୍ରମାନେ ଓ୍ବେବ୍‌ସାଇଟ୍‌ www.cisce.orgରେ ଆବଶ୍ୟକ ତଥ୍ୟ ଦେଇ ନିଜ ରେଜଲ୍ଟ ଜାଣିପାରିବେ। ଏଥିସହ ୦୯୨୪୮୦୮୨୮୮୩ ନମ୍ବରକୁ ଏସ୍‌ଏମ୍‌ଏସ୍‌ କରି ମଧ୍ୟ ରେଜଲ୍ଟ ପାଇପାରିବେ।
ଚଳିତବର୍ଷ ସିଆଇଏସ୍‌ସିଇ ପକ୍ଷରୁ ଆଇସିଏସ୍‌ଇ ଦଶମର ଦୁଇଟି ସେମିଷ୍ଟର ପରୀକ୍ଷା ହୋଇଥିଲା। ନଭେମ୍ବର-ଡିସେମ୍ବରରେ ସେମିଷ୍ଟର-୧ ଓ ଏପ୍ରିଲ-ମେରେ ସେମିଷ୍ଟର-୨ ଅନୁଷ୍ଠିତ ହୋଇଥିଲା। ଦୁଇଟି ସେମିଷ୍ଟରର ରେଜଲ୍ଟ ଏବଂ ପ୍ରୋଜେକ୍ଟ (ଇଣ୍ଟରନାଲ ଆସେସମେଣ୍ଟ)କୁ ଆଧାର କରି ଚୂଡ଼ାନ୍ତ ରେଜଲ୍ଟ ପ୍ରକାଶ ପାଇବ। ଛାତ୍ରୀଛାତ୍ରମାନେ ଦୁଇଟି ଯାକ ସେମିଷ୍ଟର ଦେଇଥିବା ଜୁରୁରୀ। ଯଦି କୌଣସି ଛାତ୍ରୀଛାତ୍ର ସେମିଷ୍ଟର-୧ କିମ୍ବା ୨ ଦେଇ ନ ଥିବେ ତେବେ ସେମାନଙ୍କର ରେଜଲ୍ଟ ବାହାରି ପାରିବ ନାହିଁ ବୋଲି ସିଆଇଏସ୍‌ସିଇ ପକ୍ଷରୁ କୁହାଯାଇଛି।

ଫଳାଫଳ ଜାଣିବା ପାଇଁ ଛାତ୍ରୀଛାତ୍ର ଆପଣାନ୍ତୁ ଏହି ଉପାୟ
– ଦଶମ ଶ୍ରେଣୀ ଫଳାଫଳ ଯାଞ୍ଚ କରିବାକୁ, ସର୍ବପ୍ରଥମେ ଛାତ୍ରୀଛାତ୍ରମାନେ ଅଫିସିଆଲ ୱେବସାଇଟ www.cisce.org କୁ ଯାଆନ୍ତୁ।
-ଏହା ପରେ, ଛାତ୍ରୀଛାତ୍ରମାନେ ଦଶମ ଶ୍ରେଣୀ ଫଳାଫଳ ଲିଙ୍କରେ କ୍ଲିକ କରନ୍ତୁ।
-ବର୍ତ୍ତମାନ ଛାତ୍ରୀଛାତ୍ର ଲଗଇନ ୱିଣ୍ଡୋରେ, ନିଜର ଆଇଡି, ଇଣ୍ଡେକ୍ସ ନମ୍ବର ଏବଂ ଅନ୍ୟାନ୍ୟ ଆବଶ୍ୟକୀୟ ସୂଚନା ପ୍ରବେଶ କରନ୍ତୁ।
– ଏବେ ଛାତ୍ରୀଛାତ୍ରଙ୍କ ଫଳାଫଳ ପରଦାରେ ଦେଖାଯିବ।
-ଏହା ପରେ ଛାତ୍ରୀଛାତ୍ରମାନେ ଫଳାଫଳ ଡାଉନଲୋଡ କରିପାରିବେ।
-ଶେଷରେ ଛାତ୍ରୀଛାତ୍ରମାନେ ଫଳାଫଳରୁ ଏକ ପ୍ରିଣ୍ଟ୍‌ଆଉଟ୍‌ ବାହାରକରିପାରିବେ।


Enter your email to get our daily news in your inbox.

All Right Reserved By Dharitri.Com

୨୮ରେ କମ୍ପିବ ଓଡିଶା, ଆସୁଛନ୍ତି ରାହୁଲ-ନଡ୍ଡା

ଭୁବନେଶ୍ୱର,୨୬।୪: ଦିନକ ପରେ ଓଡିଶା ଗସ୍ତରେ ଆସୁଛନ୍ତି ଭାଜପା ଓ କଂଗ୍ରେସର ଦୁଇ ଟାଣୁଆ ନେତା । ସେମାନେ ହେଲେ ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଜେପି...

ଧର୍ମ ନାମରେ ଭୋଟ ମାଗିବାରୁ ଅଯୋଗ୍ୟ ଘୋଷଣା ହେବେ ମୋଦି! କୋର୍ଟରେ ପହଞ୍ଚିଲା ମାମଲା

ନୂଆଦିଲ୍ଲୀ,୨୬।୪: ହିନ୍ଦୁ, ଶିଖ ଓ ଧର୍ମପୀଠ ନାଁରେ ଭାଜପା ପାଇଁ ଭୋଟ ମାଗୁଥିବାରୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ନାମରେ କୋର୍ଟରେ ମାମଲା ଦାୟର ହୋଇଛି। ଆସନ୍ତା...

ଭାଜପା ପ୍ରାର୍ଥୀଙ୍କ ନାଁରେ ଏଫଆଇଆର, ଧର୍ମ ନାମରେ ଭୋଟ ମାଗୁଥିବା ଅଭିଯୋଗ

ବେଙ୍ଗାଲୁରୁ,୨୬।୪: ଦ୍ୱିତୀୟ ପର୍ଯ୍ୟାୟରେ କର୍ନାଟକର ୨୮ ଟି ଲୋକ ସଭା ଆସନ ମଧ୍ୟରୁ ୧୪ ଟି ପାଇଁ ମତଦାନ ଚାଲିଛି। ଏହି ସମୟରେ ବେଙ୍ଗାଲୁରୁ ଦକ୍ଷିଣ...

ରାଜନୈତିକ ଦଳଙ୍କ ମନର କଥା କହିଲେ ନିର୍ବାଚନ କମିଶନ

ନୂଆଦିଲ୍ଲୀ,୨୬।୪: ଭୋଟ ଦେବା ପରେ ପ୍ରତ୍ୟେକ VVPAT ସ୍ଲିପ ସହିତ ଇଭିଏମ ମେଳାଇବାକୁ ଦାବି କରି ସୁପ୍ରିମକୋର୍ଟ ଶୁକ୍ରବାର ଏହି ଆବେଦନକୁ ପ୍ରତ୍ୟାଖ୍ୟାନ କରିଛନ୍ତି। ଏହା...

ଗୋଟିଏ ବର୍ଷରେ ଶେଷ ହୋଇଯିବ କଲ ସେଣ୍ଟର

ନୂଆଦିଲ୍ଲୀ,୨୬।୪: ଦେଶରେ ଅର୍ଥନୈତିକ ଉଦାରୀକରଣ ଆରମ୍ଭ ହେବା ପରେ ସାରା ବିଶ୍ୱରୁ କମ୍ପାନୀମାନେ ଭାରତ ଆସିଥିଲେ। ବିଶ୍ୱର ଅନେକ କମ୍ପାନୀ ସେମାନଙ୍କର ବ୍ୟବସାୟକୁ ଭାରତକୁ ସ୍ଥାନାନ୍ତର...

ସୋସିଆଲ ମିଡିଆରେ ଛାତ୍ରୀଙ୍କ ପାଠପଢା କେତେ ସୁରକ୍ଷିତ? ମାନସିକ ସ୍ବାସ୍ଥ୍ୟ ଉପରେ ପଡୁଛି ପ୍ରଭାବ: ରିପୋର୍ଟ

ନୂଆଦିଲ୍ଲୀ, ୨୬।୪: ଗୁରୁବାର ‘ଟେକ୍ନୋଲୋଜି ଅନ ଟର୍ମ’ ଶୀର୍ଷକ ଏକ ରିପୋର୍ଟ ସାର୍ବଜନୀନ କରାଯାଇଛି। ଏହା ପ୍ରକାଶ କରିଛି ଯେ ଡିଜିଟାଲ ଟେକ୍ନୋଲୋଜିର ବ୍ୟବହାରରେ ଥିବା...

ରାଏବରେଲିରେ ପ୍ରିୟଙ୍କାଙ୍କୁ ଟକ୍କର ଦେବେ ବରୁଣ ଗାନ୍ଧି? ୨୦୨୪ ନିର୍ବାଚନର ସବୁଠୁ ବଡ଼ ସର୍‌ପ୍ରାଇଜ୍‌ ଦେବ କି ଭାଜପା…

ନୂଆଦିଲ୍ଲୀ,୨୬।୪: କଂଗ୍ରେସ ଆମେଠିରୁ ରାହୁଲ ଗାନ୍ଧୀ ଏବଂ ରାଏବରେଲିରୁ ପ୍ରିୟଙ୍କା ଗାନ୍ଧିଙ୍କୁ ପ୍ରାର୍ଥୀ କରିପାରେ। ଏନେଇ ଚର୍ଚ୍ଚା ହେଉଥିବା ବେଳେ ଭାଜପା ରାଏବରେଲିକୁ ନେଇ ସ୍ବତନ୍ତ୍ର...

ରାଜନୀତିକୁ ଏଣ୍ଟ୍ରି କରିବେ ଡି.କେ ଶିବକୁମାରଙ୍କ ଝିଅ! ଦେଲେ ସଙ୍କେତ…

ବେଙ୍ଗାଲୁରୁ,୨୬।୪: ଲୋକ ସଭା ନିର୍ବାଚନର ଦ୍ୱିତୀୟ ପର୍ଯ୍ୟାୟ ଏପ୍ରିଲ ୨୬ରେ ୧୩ଟି ରାଜ୍ୟ ତଥା କେନ୍ଦ୍ରଶାସିତ ଅଞ୍ଚଳର ୮୮ଟି ଆସନରେ ଭୋଟ ଗ୍ରହଣ କରାଯାଉଛି। ଦ୍ୱିତୀୟ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri