Posted inଖେଳ

ମହିଳା ଚାମ୍ପିୟନଶିପ୍‌ ୧୫ରୁ, ପୁରୁଷ ଇଭେଣ୍ଟ ଏପ୍ରିଲ୍‌ରେ

ନୂଆଦିଲ୍ଲୀ, ୧୦ା୨ (ପି.ଟି.):ହକି ଇଣ୍ଡିଆ ଜାତୀୟ ସିନିୟର ମହିଳା ହକି ଚାମ୍ପିୟନଶିପ୍‌ ଫେବୃୟାରୀ ୧୫ରୁ ଆରମ୍ଭ ହେବ। ଏହା କାକିନାଡା, ଆନ୍ଧ୍ରପ୍ରଦେଶରେ ହେବ। ଏଥିରେ ୨୯ଟି ଦଳ ଭାଗ ନେବେ। ଗତବର୍ଷ ଫାଇନାଲରେ କର୍ନାଟକକୁ ୨-୦ ଗୋଲରେ ପରାସ୍ତ କରି ଓଡ଼ିଶା ଟାଇଟଲ ଜିତିଥିଲା। ଅନ୍ୟପକ୍ଷରେ ହକି ଇଣ୍ଡିଆ ସିନିୟର ଇଣ୍ଟର-ଡିପାର୍ଟମେଣ୍ଟ ଜାତୀୟ ଚାମ୍ପିୟନଶିପ୍‌ର ତୃତୀୟ ସଂସ୍କରଣ ଫେବୃୟାରୀ ୨୬ରୁ ବେଙ୍ଗାଲୁରୁରେ ଆରମ୍ଭ ହେବ। ରେଲ୍‌ଓ୍ବେ ସ୍ପୋଟର୍‌ସ ପ୍ରମୋଶନ ବୋର୍ଡ ହେଉଛି ଏହି ପ୍ରତିଯୋଗିତାର ଗତଥରର ଚାମ୍ପିୟନ। ଏହି ଇଭେଣ୍ଟରେ ଭଲ ପ୍ରଦର୍ଶନ କରି ଯୁଗରାଜ ସିଂ ଓ ସୁଖଜିତ୍‌ ସିଂ ୨୦୨୨ରେ ଜାତୀୟ ସିନିୟର କ୍ୟାମ୍ପ ପାଇଁ ଡାକରା ପାଇଥିଲେ। ଅନ୍ୟପକ୍ଷରେ ମାର୍ଚ୍ଚରେ ରାଉରକେଲାକୁ ହକି ଆକ୍ସନ ଫେରିବ। ପୁରୁଷ ଏଫ୍‌ଆଇଏଚ୍‌ ପ୍ରୋ-ଲିଗ୍‌ରେ ଭାରତୀୟ ଦଳ ଜର୍ମାନୀ ଓ ଅଷ୍ଟ୍ରେଲିଆ ବିପକ୍ଷ ହୋମ୍‌ ମ୍ୟାଚ୍‌ ଖେଳିବ। ପରେ ଏପ୍ରିଲ୍‌ରେ ୧୩ତମ ଜାତୀୟ ସିନିୟର ପୁରୁଷ ହକି ଚାମ୍ପିୟନଶିପ୍‌ ସହ ଘରୋଇ ସିଜନ ଆରମ୍ଭ ହେବ। ହକି ଇଣ୍ଡିଆ ସଭାପତି ଦିଲୀପ ତିର୍କୀ କହିଛନ୍ତି, ସମ୍ମାନଜନକ ଜାତୀୟ ଚାମ୍ପିୟନଶିପ୍‌ ପାଇଁ ପ୍ରସ୍ତୁତ ହେଉଥିବା ଖେଳାଳିମାନଙ୍କର ଶୁଭ କାମନା କରୁଛିି। ହକିକୁ କ୍ୟାରିୟର କରିବାକୁ ଚାହୁଁଥିବା ଉଦୀୟମାନ ଖେଳାଳିଙ୍କ ଲାଗି ଏହି ଟୁର୍ନାମେଣ୍ଟ ଏକ ଉତ୍ତମ ପ୍ଲାଟଫର୍ମ। ଏହି ବାର୍ଷିକ ଚାମ୍ପିୟନଶିପ୍‌ ପ୍ରତିଭାସମ୍ପନ୍ନ ଖେଳାଳି ଚିହ୍ନଟ କରିବାରେ ସହାୟକ ହୋଇଥାଏ।


Enter your email to get our daily news in your inbox.

All Right Reserved By Dharitri.Com

ଅପହୃତ ବ୍ୟବସାୟୀ ଉଦ୍ଧାର, ଅଭିଯୁକ୍ତ ଅଟକ: ମୁହାଁମୁହିଁ ଜେରା …

ବଲାଙ୍ଗୀର, ୧୬।୮ (ସୁନିଲ କୁମାର ମହାନ୍ତି): ବଲାଙ୍ଗୀରରୁ ଅପହୃତ ବ୍ୟବସାୟୀ ନରେନ୍ଦ୍ର ସାହୁ ଓରଫ୍‌ ଗୁଣ୍ଡାଙ୍କୁ ବଲାଙ୍ଗୀର ପୋଲିସର ସ୍ୱତନ୍ତ୍ର ଟିମ୍‌ ଭୁବନେଶ୍ୱରରୁ ସୁରକ୍ଷିତ ଭାବେ ଉଦ୍ଧାର…

ପୂର୍ବତନ ଡେପୁଟି ସ୍ପିକରଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର, ଖେଳିଗଲା ଚାଞ୍ଚଲ୍ୟ!

କୋଲକାତା,୧୬।୮: ପଶ୍ଚିମବଙ୍ଗର ବୀରଭୂମ ଜିଲ୍ଲାର ରାମପୁରହାଟରେ ତୃଣମୂଳ କଂଗ୍ରେସର ବରିଷ୍ଠ ନେତା ତଥା ପୂର୍ବତନ ବିଧାୟକ ଆଶିଷ ବାନାର୍ଜୀଙ୍କ ମୃତ୍ୟୁକୁ ନେଇ ଚାଞ୍ଚଲ୍ୟ ଖେଳିଯାଇଛି। ରବିବାର (୧୬…

ଇରାନ ସହ ଯୁଦ୍ଧ ଭିତରେ ଟ୍ରମ୍ପ ନେଲେ ବଡ଼ ନିଷ୍ପତ୍ତି, ଖୁସି ହୋଇଗଲା ଚାଇନା!

ଓ୍ବାଶିଂଟନ,୧୬/୮: ମଧ୍ୟପ୍ରାଚ୍ୟରେ ଇରାନ ସହିତ ‘ମହାଯୁଦ୍ଧ’ ମଧ୍ୟରେ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଏକ ବଡ଼ ନିଷ୍ପତ୍ତି ନେଇଛନ୍ତି। ସେ ପ୍ରଶାନ୍ତ ମହାସାଗରରେ ମୁତୟନ ଥିବା ନିଜର…

ନାଗ ପଞ୍ଚମୀରେ ଦୁର୍ଲଭ ଯୋଗ; ସୂର୍ଯ୍ୟ କରିବେ ଗୋଚର, ୩ ରାଶିଙ୍କ ଉପରେ ବର୍ଷିବ ଧନ ଦୌଲତ…

ଚଳିତବର୍ଷ, ପବିତ୍ର ନାଗ ପଞ୍ଚମୀ ତିଥି ଆସନ୍ତା ଅଗଷ୍ଟ ୧୭ ତାରିଖ ଅର୍ଥାତ୍ ସୋମବାରରେ ପାଳିତ ହେବାକୁ ଯାଉଛି । ଏହି ବର୍ଷ, ନାଗ ପଞ୍ଚମୀ ମଧ୍ୟ…

ଥୁଆମୂଳ ରାମପୁରରେ ସ୍ବାଧୀନତା ଦିବସ: କୋର୍ଟରେ ପତାକା ଉତ୍ତୋଳନ କଲେ ବିଚାରପତି

ଥୁଆମୂଳ ରାମପୁର,୧୫।୮(ଦୁର୍ଗା କୀର୍ତ୍ତି): କଳାହାଣ୍ଡି ଜିଲା ଥୁଆମୂଳ ରାମପୁର ବ୍ଲକର ବିଭିନ୍ନ ସରକାରୀ ଏବଂ ବେସରକାରୀ ଅନୁଷ୍ଠାନଗୁଡ଼ିକରେ ୮୦ତମ ସ୍ବାଧୀନତା ଦିବସ ଉତ୍ସାହ ଏବଂ ଆନନ୍ଦର ସହିତ…

କଲ୍ୟାଣସିଂହପୁର ଭିଡ଼ ହିଂସାରୁ ଯୁବତୀଙ୍କୁ ଉଦ୍ଧାର କରିଥିବା ୩ ସାହସୀ ଯୁବକଙ୍କୁ ଜିଲାସ୍ତରୀୟ ସମ୍ମାନ

​କଲ୍ୟାଣସିଂହପୁର, ୧୫/୮(ଦୀପକ କୁମାର ପରିଡ଼ା): ରାୟଗଡ଼ା ଜିଲାରେ ଉତ୍ସାହ ଓ ଦେଶଭକ୍ତିର ମାହୋଲ ମଧ୍ୟରେ ୮୦ତମ ସ୍ୱାଧୀନତା ଦିବସ ଅତ୍ୟନ୍ତ ଆଡ଼ମ୍ବରର ସହ ପାଳିତ ହୋଇଯାଇଛି। ସ୍ଥାନୀୟ…

ସ୍ବାଧୀନତା ଦିବସରେ ରକ୍ତଦାନ କଲେ ସ୍ବେଚ୍ଛାସେବୀ

ବରଗଡ଼,୧୫।୮(ପ୍ରେମାନନ୍ଦ ଖମାରୀ): ସ୍ବାଧୀନତା ଦିବସ ଅବସରରେ ବରଗଡ଼ର ସାମାଜିକ ଅନୁଷ୍ଠାନ ସଂକଳ୍ପ ପରିବାର ପକ୍ଷରୁ ଏକ ସ୍ବେଚ୍ଛାକୃତ ରକ୍ତଦାନ ଶିବିର ଆୟୋଜିତ ହୋଇଥିଲା। ଜିଲାସ୍ତରୀୟ ସ୍ବାଧୀନତା ଦିବସ…

ପତାକା ଉତ୍ତୋଳନକୁ ନେଇ ଟଣାଓଟରା

ଖଲ୍ଲିକୋଟ,୧୫।୮(ପ୍ରଶାନ୍ତ କୁମାର ମିଶ୍ର): ଗଞ୍ଜାମ ଜିଲା ଖଲ୍ଲିକୋଟ ବ୍ଲକ ପରିସରରେ ସ୍ବଧୀନତା ଦିବସ ପାଳନ ବେଳେ ପତାକା ଉତ୍ତୋଳନକୁ ନେଇ ବିଡିଓ ଦେବାଶିଷ ସାମଲ ଏବଂ ବ୍ଲକ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri