Posted inଖେଳ

ଆଇସିସି ଟେଷ୍ଟ ର଼୍ୟାଙ୍କିଙ୍ଗ୍‌: ଓ୍ବିଲିୟମସନଙ୍କୁ ହଟାଇଲେ ସ୍ମିଥ

ଦୁବାଇ, ୧୭।୬(ପି.ଟି.)- ବୁଧବାର ପ୍ରକାଶିତ ଆଇସିସି ଟେଷ୍ଟ ର଼୍ୟାଙ୍କିଙ୍ଗ୍‌ ବ୍ୟାଟ୍ସମ୍ୟାନ ତାଲିକାର ନମ୍ବର ଓ୍ବାନ ସ୍ଥାନରୁ ନ୍ୟୁଜିଲାଣ୍ଡର କେନ୍‌ ଓ୍ବିଲିୟମସନଙ୍କୁ ହଟାଇଛନ୍ତି ଅଷ୍ଟ୍ରେଲିଆର ଷ୍ଟିଭେନ ସ୍ମିଥ। ଟିମ୍‌ ଇଣ୍ଡିଆ ଅଧିନାୟକ ବିରାଟ କୋହଲି ୪ର୍ଥ ସ୍ଥାନକୁ ଉନ୍ନୀତ ହୋଇଛନ୍ତି। ସାଉଥାମ୍ପଟନଠାରେ ଶୁକ୍ରବାରଠାରୁ ଆରମ୍ଭ ହେବାକୁ ଯାଉଥିବା ବିଶ୍ୱ ଟେଷ୍ଟ ଚାମ୍ପିୟନଶିପ୍‌ରେ ଭାରତୀୟ ଦଳର ନେତୃତ୍ୱ ନେବାକୁ ଯାଉଥିବା କୋହଲିଙ୍କର ପଏଣ୍ଟ ସଂଖ୍ୟା ୮୧୪ ରହିଛି। ସ୍ମିଥ ୮୯୧ ପଏଣ୍ଟ ସହିତ ଶୀର୍ଷକୁ ଫେରିଥିବାବେଳେ ଓ୍ବିଲିୟମସନ ୮୮୬ ପଏଣ୍ଟରେ ରହି ଦ୍ୱିତୀୟକୁ ଖସିଛନ୍ତି। ଅନ୍ୟତମ ଅଷ୍ଟ୍ରେଲୀୟ ବ୍ୟାଟ୍ସମ୍ୟାନ ମାର୍ନସ ଲାବୁସେନ ୮୭୮ ପଏଣ୍ଟ ପାଇ ତୃତୀୟ ସ୍ଥାନ ଅଧିକାର କରିଛନ୍ତି। ଟପ୍‌-୧୦ରେ ସ୍ଥାନ ପାଇଥିବା ଅନ୍ୟ ଦୁଇ ଭାରତୀୟ ଖେଳାଳି ହେଲେ ରୋହିତ ଶର୍ମା ଓ ରିଷଭ ପନ୍ତ। ଏ ଦୁହେଁ ୭୪୭ ପଏଣ୍ଟ ପାଇ ଯୁଗ୍ମଭାବେ ୬ଷ୍ଠ ସ୍ଥାନ ବଜାୟ ରଖିଛନ୍ତି।
ବୋଲିଂ ର଼୍ୟାଙ୍କିଙ୍ଗ୍‌ରେ ଭାରତୀୟ ସିନିୟର ଅଫ୍‌ ସ୍ପିନର ରବିଚନ୍ଦ୍ରନ ଅଶ୍ୱିନ (୮୫୦ ପଏଣ୍ଟ) ଦ୍ୱିତୀୟ ସ୍ଥାନରେ ଅପରିବର୍ତ୍ତିତ ରହିଛନ୍ତି। ଅଷ୍ଟ୍ରେଲିଆନ ଫାଷ୍ଟ ବୋଲର ପ୍ୟାଟ୍‌ କୁମିନ୍ସ (୯୦୮) ଶୀର୍ଷରେ ରହିଛନ୍ତି। ଏକମାତ୍ର ଭାରତୀୟ ଭାବେ ଅଶ୍ୱିନ ଟପ୍‌-୧୦ରେ ରହିଛନ୍ତି। ଟେଷ୍ଟ ଅଲ୍‌ରାଉଣ୍ଡର ତାଲିକାରେ ଓ୍ବେଷ୍ଟଇଣ୍ଡିଜର ଜାସନ ହୋଲ୍ଡର (୪୧୨) ଶୀର୍ଷସ୍ଥାନ ବଜାୟ ରଖିଥିବାବେଳେ ଭାରତର ରବୀନ୍ଦ୍ର ଜାଡେଜା (୩୮୬) ଦ୍ୱିତୀୟ ଏବଂ ଅଶ୍ୱିନ (୩୫୩) ୪ର୍ଥ ସ୍ଥାନରେ ରହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

Posted inଖେଳ View All

କୋଚ୍‌ ପଦ ଛାଡିଲେ ମାରାଡୋନା

ବୁଏନ୍ସ ଆରିଜ୍‌,୨୦।୧୧ (ଏଏଫ୍‌ପି)- ଆର୍ଜେଣ୍ଟିନା କିମ୍ବଦନ୍ତୀ ଫୁଟବଲର ଡିଏଗୋ ମାରାଡୋନା ଆର୍ଜେଣ୍ଟିନାର ସୁପରଲିଗା ଦଳ ଜିମ୍‌ନାସିଆ କୋଚ୍‌ ପଦରୁ ଇସ୍ତଫା ଦେଇଛନ୍ତି। ନିଯୁକ୍ତ ହେବାର ୩...

କ୍ରିକେଟ ଛାଡ଼ିଲେ କୋହଲିଙ୍କ ଜୁନିୟର

ମୁମ୍ବାଇ,୧୩।୮: ବିରାଟ କୋହଲିଙ୍କ ପରେ ଉନ୍ମୁକ୍ତ ଚାନ୍ଦଙ୍କ ନେତୃତ୍ୱରେ ଟିମ୍‌ ଇଣ୍ଡିଆ ହାତେଇଥିଲା ୧୯ ବର୍ଷରୁ କମ୍‌ ବିଶ୍ୱକପ୍‌। ଆଶା କରାଯାଉଥିଲା କୋହଲିଙ୍କ ଭଳି କ୍ରିକେଟ...

ପ୍ରଥମ ଟେଷ୍ଟ: ରୁଟ୍‌ଙ୍କ ବୃହତ୍‌ ଶତକ: ଇଂଲଣ୍ଡ ପ୍ରଭାବୀ

ଗାଲେ,୧୬।୧(ପି.ଟି.): ଅଧିନାୟକ ଜୋ ରୁଟ୍‌ଙ୍କ ଅପରାଜିତ ଶତକ (୧୬୮*, ୨୫୪ ବଲ, ୧୨ ଚୌକା) ବଳରେ ଇଂଲଣ୍ଡ ଘରୋଇ ଶ୍ରୀଲଙ୍କା ବିପକ୍ଷ ପ୍ରଥମ ଟେଷ୍ଟରେ ବୃହତ୍‌...

ଅବହେଳିତ ପିଲାଙ୍କ ପାଇଁ ବ୍ୟାଟ ନିଲାମ କରିବେ ରାହୁଲ

ନୂଆଦିଲ୍ଲୀ,୨୦।୪ (ପି.ଟି.): ଅବହେଳିତ ପିଲାମାନଙ୍କ ପାଇଁ ପାଣ୍ଠି ସଂଗ୍ରହ କରିବାକୁ ଭାରତୀୟ ତାରକା ବ୍ୟାଟ୍ସମ୍ୟାନ ଲୋକେଶ ରାହୁଲ ଏବେ ଅଣ୍ଟା ଭିଡିଛନ୍ତି। ଗତବର୍ଷ ଇଂଲଣ୍ଡରେ ଅନୁଷ୍ଠିତ...

ଅଲିମ୍ପିକ୍ସ ଖେଳିବା ପାଇଁ ସର୍ତ୍ତ ରଖିଲେ ନମ୍ବର ଓ୍ବାନ୍‌ ଟେନିସ ଖେଳାଳି

ବେଲଗ୍ରେଡ, ୨୭।୫: ଟୋକିଓ ଅଲିମ୍ପିକ୍ସରେ ଖେଳିବା ଲାଗି ସର୍ତ୍ତ ରଖିଛନ୍ତି ବିଶ୍ୱର ନମ୍ବର ଓ୍ବାନ୍‌ ପୁରୁଷ ସିଙ୍ଗଲ୍ସ ଟେନିସ ଖେଳାଳି ନୋଭାକ ଜୋକୋଭିଚ୍‌। ଫ୍ୟାନ୍ସଙ୍କୁ ଷ୍ଟାଡିୟମରେ...

ଦଳରେ ମନୋନୀତ ନ ହେବାରୁ ଆତ୍ମହତ୍ୟା ଉଦ୍ୟମ କଲେ କ୍ରିକେଟର୍‌

କରାଚି,୨୩।୬: ପାକିସ୍ତାନର ଦକ୍ଷିଣ ସିନ୍ଧ ପ୍ରଦେଶର ଜଣେ ଯୁବ କ୍ରିକେଟର ଆତ୍ମହତ୍ୟା ଉଦ୍ୟମ କରିଛନ୍ତି। ଇଣ୍ଟର ସିଟି ଚାମ୍ପିଅନଶିପ ପାଇଁ ପାକିସ୍ତାନ କ୍ରିକେଟ ବୋର୍ଡ (ପିସିବି)...

ସିରିଏଲୋ ହକି ଏକାଡେମୀ ଖେଳାଳି ଭୁବନେଶ୍ୱର ଗସ୍ତରେ

ଭୁବନେଶ୍ୱର,୨୩।୧(ସ୍ପୋଟର୍‌ସ ବ୍ୟୁରୋ)- ଅଷ୍ଟ୍ରେଲିଆର ସିରିଏଲୋ କୋଚିଂ ଏକାଡେମୀର ୧୯ ବର୍ଷରୁ କମ୍‌ ବର୍ଗର ହକି ଖେଳାଳି ଗୋଟିଏ ସପ୍ତାହ ଭୁବନେଶ୍ୱର ଗସ୍ତରେ ଆସି ଏକ ଭିନ୍ନ...

ଚାମ୍ପିୟନ୍ସ ଲିଗ୍‌: ୩୪ ବର୍ଷୀୟ ଗିରୋଡ୍‌ ଦେଲେ ୪ ଗୋଲ୍‌

ସେଭିଲି (ସ୍ପେନ୍‌), ୪ା୧୨ (ଏପି)-ଚାମ୍ପିୟନ୍ସ ଲିଗ୍‌ ଫୁଟ୍‌ବଲ ଟୁର୍ନାମେଣ୍ଟରେ ସବୁଠାରୁ ବୟସ୍କ ଖେଳାଳି ଭାବେ ହ୍ୟାଟ୍ରିକ ଅର୍ଜନ କରିଛନ୍ତି ଚେଲ୍‌ସି ଷ୍ଟ୍ରାଇକର ଅଲିଭର ଗିରୋଡ୍‌। ସେଭିଲା...

Advertisement
Archives

Model This Week