Posted inଖେଳ

ଆଇସିସି ଟି୨୦ ର଼୍ୟାଙ୍କିଙ୍ଗ୍‌: ସପ୍ତମ ସ୍ଥାନକୁ ଉଠିଲେ କୋହଲି, ତୃତୀୟରେ ରାହୁଲ ଅପରିବର୍ତ୍ତିତ

ଦୁବାଇ,୨୪।୧୨(ପି.ଟି.): ସଦ୍ୟ ପ୍ରକାଶିତ ଅନ୍ତର୍ଜାତୀୟ କ୍ରିକେଟ କାଉନସିଲ (ଆଇସିସି) ଟି୨୦ ର଼୍ୟାଙ୍କିଙ୍ଗ୍‌ରେ ଭାରତୀୟ ତାରକା ବ୍ୟାଟ୍ସମ୍ୟାନ ଲୋକେଶ ରାହୁଲ ତାଙ୍କର ତୃତୀୟ ସ୍ଥାନ ବଜାୟ ରଖିଛନ୍ତି। ସେହିପରି ଅଧିନାୟକ ବିରାଟ କୋହଲି ବ୍ୟାଟିଂ ତାଲିକାରେ ଗୋଟିଏ ସ୍ଥାନ ଉପରକୁ ଉଠି ସପ୍ତମ ସ୍ଥାନରେ ରହିଛନ୍ତି। ବ୍ୟାଟ୍ସମ୍ୟାନ, ବୋଲର ଓ ଅଲରାଉଣ୍ଡର ତାଲିକାର ରାହୁଲ ଓ କୋହଲିଙ୍କୁ ବାଦ୍‌ ଦେଲେ ଆଉ କୌଣସି ଭାରତୀୟ ଖେଳାଳି ଟପ୍‌-୧୦ରେ ସ୍ଥାନ ପାଇନାହାନ୍ତି।
ରାହୁଲ ୮୧୬ ପଏଣ୍ଟ ପାଇ ରାହୁଲ ଡଓ୍ବେିଡ୍‌ ମଲାନ (୯୧୫) ଓ ବାବର ଆଜମ (୮୨୦)ଙ୍କ ପଛରେ ରହିଛନ୍ତି। ସେହିପରି କୋହଲି ୬୯୭ ପଏଣ୍ଟ ପାଇଛନ୍ତି। ୩ଟି ଯାକ ଫର୍ମାଟ୍‌ରେ କୋହଲି ଟପ୍‌-୧୦ରେ ସ୍ଥାନ ପାଇଛନ୍ତି। କୋହଲି ଦିନିକିଆରେ ଶ୍ରେଷ୍ଠ ସ୍ଥାନରେ ଥିବା ବେଳେ ଟେଷ୍ଟ ଫର୍ମାଟ୍‌ରେ ଦ୍ୱିତୀୟ ସ୍ଥାନରେ ରହିଛନ୍ତି।
ନ୍ୟୁଜିଲାଣ୍ଡ ଓପନର ଟିମ୍‌ ସିଫର୍ଟ ଓ ଦ୍ରୁତ ବୋଲର ଟିମ୍‌ ସୌଦି କ୍ୟାରିୟରର ଶ୍ରେଷ୍ଠ ସ୍ଥାନ ହାସଲ କରିଛନ୍ତି। ପାକିସ୍ତାନ ବିପକ୍ଷ ଟି୨୦ ସିରିଜରେ ନ୍ୟୁଜିଲାଣ୍ଡକୁ ୨-୧ରେ ବିଜୟୀ କରାଇବାରେ ଏହି ଦୁଇ ଖେଳାଳି ମୁଖ୍ୟ ଭୂମିକା ଗ୍ରହଣ କରିଥିଲେ। ସିଫର୍ଟ ୨୪ଟି ସ୍ଥାନ ଉପରକୁ ଉଠି ନବମ ସ୍ଥାନରେ ରହିଛନ୍ତି। ସେହିପରି ସୌଦି ୧୩ରୁ ସପ୍ତମ ସ୍ଥାନକୁ ଉଠିଛନ୍ତି। ସୌଦି ୩ଟି ଫର୍ମାଟ୍‌ରେ ଟପ୍‌-୧୦ରେ ସ୍ଥାନିତ ହୋଇଛନ୍ତି। ସେହିପରି ବ୍ୟାଟିଂ ତାଲିକାରେ ନ୍ୟୁଜିଲାଣ୍ଡର ଡେଭନ କନ୍‌ଓ୍ବେ ୧୦ସ୍ଥାନ ଉପରକୁ ଉଠି ୬୨ତମ, ଗ୍ଲେନ୍‌ ଫିଲିପ୍ସ ୧୫ ସ୍ଥାନ ଉପରକୁ ଉଠି କ୍ୟାରିୟର ଶ୍ରେଷ୍ଠ ୭୨ତମ ସ୍ଥାନରେ ରହିଛନ୍ତି। ସେହିପରି ଦ୍ରୁତ ବୋଲର ସ୍କଟ କୁଗେଲେଜିନ ୧୩୪ତମ ସ୍ଥାନରୁ ୯୨ତମ ସ୍ଥାନକୁ ଉଠିଛନ୍ତି।
ପାକିସ୍ତାନର ମହମ୍ମଦ ହାଫିଜ୍‌ ସିରିଜର ଦମ୍‌ଦାର ପ୍ରଦର୍ଶନ କରି ୧୪ସ୍ଥାନ ଉପରକୁ ଉଠି ୩୩ତମ ସ୍ଥାନ ଅଧିକାର କରିଛନ୍ତି। ସେହିପରି ମହମ୍ମଦ ରିଜଓ୍ବାନ ୧୫୨ ସ୍ଥାନ ଉପରକୁ ଉଠି ୧୫୮ତମ ସ୍ଥାନରେ ରହିଛନ୍ତି। ବୋଲରମାନଙ୍କ ମଧ୍ୟରେ ଫହିମ ଆଶ୍ରଫ୍‌ ୨୨ ସ୍ଥାନ ଉପରକୁ ଉଠି ୧୩ତମ ସ୍ଥାନରେ ରହିଛନ୍ତି। ସେହିପରି ଶାହିନ ଆଫ୍ରିଦି ୧୧ସ୍ଥାନ ଉପରକୁ ଉଠି କ୍ୟାରିୟରର ଶ୍ରେଷ୍ଠ ୧୬ତମ ସ୍ଥାନରେ ରହିଛନ୍ତି। ହାରିଶ ରୌଫ୍‌ ୪୨ସ୍ଥାନ ଉପରକୁ ଉଠି ୬୭ତମ ସ୍ଥାନରେ ରହିଛନ୍ତି।
ଟି୨୦ ବୋଲର ଓ ଅଲରାଉଣ୍ଡର ର଼୍ୟାଙ୍କିଙ୍ଗ୍‌ରେ ଦୁଇ ଆଫଗାନିସ୍ତାନ ଖେଳାଳି ରସିଦ୍‌ ଖାଁ ଓ ମହମ୍ମଦ ନବି ଯଥାକ୍ରମେ ପ୍ରଥମ ଓ ଦ୍ୱିତୟ ସ୍ଥାନରେ ରହିଛନ୍ତି। ଆଇସିସି ପୁରୁଷ ଟି୨୦ ଦଳୟ ର଼୍ୟାଙ୍କିଙ୍ଗ୍‌ରେ ପାକିସ୍ତାନ ସିରିଜ ହାରି ୩ ପଏଣ୍ଟ ହରାଇଥିବା ବେଳେ ନ୍ୟୁଜିଲାଣ୍ଡ ୩ ପଏଣ୍ଟ ହାସଲ କରିଛି। ତେବେ ପୂର୍ବପରି ପାକିସ୍ତାନ ଓ ନ୍ୟୁଜିଲାଣ୍ଡ ଯଥାକ୍ରମେ ୪ର୍ଥ ଓ ଷଷ୍ଠ ସ୍ଥାନ ବଜାୟ ରଖିଛନ୍ତି। ଇଂଲଣ୍ଡ ୨୭୫ ରେଟିଂ ପଏଣ୍ଟ ପାଇ ୧ ନମ୍ବର ସ୍ଥାନରେ ରହିଥିବା ବେଳେ ଅଷ୍ଟ୍ରେଲିଆ ୨୭୨ ପଏଣ୍ଟ ପାଇ ୨ୟ ଓ ଭାରତ ୨୬୮ ପଏଣ୍ଟ ପାଇ ୩ୟ ସ୍ଥାନରେ ରହିଛି।


Enter your email to get our daily news in your inbox.

All Right Reserved By Dharitri.Com

Posted inଖେଳ View All

ରୋମାଞ୍ଚକ ମ୍ୟାଚରେ ଦିଲ୍ଲୀ କ୍ୟାପିଟାଲ୍ସର ସଂଘର୍ଷପୂର୍ଣ୍ଣ ବିଜୟ

ନୂଆଦିଲ୍ଲୀ, ୨୪।୪: ଇଣ୍ଡିଆନ ପ୍ରିମିୟର ଲିଗ୍‌ର ବୁଧବାର ଏଠାରେ ଅନୁଷ୍ଠିତ ଏକ ରୋମାଞ୍ଚକ ମ୍ୟାଚରେ ଦିଲ୍ଲୀ କ୍ୟାପିଟାଲ୍ସ ୪ ରନରେ ସଂଘର୍ଷପୂର୍ଣ୍ଣ ବିଜୟ ହାସଲ କରିଛି।...

ରକ୍ତ ବଦଳରେ ରକ୍ତ…ପାକିସ୍ତାନ କ୍ରିକେଟ ବୋର୍ଡକୁ ଏହି ଧମକପୂର୍ଣ୍ଣ ଚିଠି ମିଳିବା ପରେ ବୋହିଗଲା ଝାଳ

ଇସଲାମାବାଦ,୨୪।୪: ଲାହୋରରେ ପାକିସ୍ତାନ ଏବଂ ନ୍ୟୁଜିଲ୍ୟାଣ୍ଡ ମଧ୍ୟରେ ହୋଇଥିବା ମ୍ୟାଚକୁ ନେଇ ଆତଙ୍କର ଛାୟା ଆସୁଛି। ଆତଙ୍କବାଦୀ ସଂଗଠନ ଇସଲାମିକ ଷ୍ଟେଟ ଆଗାମୀ କ୍ରିକେଟ ମ୍ୟାଚ...

କ୍ୟାମେରାମ୍ୟାନଙ୍କ ନଖରାମିକୁ ବରଦାସ୍ତ କରିପାରିଲେନି ଧୋନି

ନୂଆଦିଲ୍ଲୀ,୨୪।୪: ଆଇପିଏଲ ୨୦୨୪ ର ୩୯ତମ ମ୍ୟାଚରେ ଲକ୍ଷ୍ନୌ ଏକ ଚମତ୍କାର ଖେଳ ପ୍ରଦର୍ଶନ କରି ଗୁରୁତ୍ୱପୂର୍ଣ୍ଣ ମ୍ୟାଚ (ସିଏସକେ ବନାମ ଏଳଏସଜି ଆଇପିଏଲ ୨୦୨୪)...

ଚାମ୍ପିଅନ୍ସ ଟ୍ରଫି ଖେଳିବାକୁ ପାକିସ୍ତାନ ଯିବ ନାହିଁ ଭାରତ!

ନୂଆଦିଲ୍ଲୀ,୨୪।୪:ଭାରତ ଏବଂ ପାକିସ୍ତାନ ମଧ୍ୟରେ ଶେଷ ମୁକାବିଲା ୨୦୨୩ରେ ଖେଳାଯାଇଥିବା ଦିନିକିଆ ବିଶ୍ୱକପରେ ହୋଇଥିଲା, ଯାହା ଭାରତ ଦ୍ୱାରା ଆୟୋଜିତ ହୋଇଥିଲା। ବର୍ତ୍ତମାନ ଉଭୟଙ୍କ ପରବର୍ତ୍ତୀ...

ସଚିନ ତେନ୍ଦୁଲକରଙ୍କ ଏହି ୫ ମହାରେକର୍ଡ ଭାଙ୍ଗିବା ପ୍ରାୟ ଅସମ୍ଭବ

ସଚିନ ତେନ୍ଦୁଲକର ଆଜି ୫୧ତମ ଜନ୍ମଦିନ ପାଳନ କରୁଛନ୍ତି। ଭାରତୀୟ କ୍ରିକେଟ ଦଳର ପୂର୍ବତନ କିମ୍ବଦନ୍ତୀ ବ୍ୟାଟ୍ସମ୍ୟାନ ସଚିନ କ୍ୟାରିୟରରେ ଅନେକ ରେକର୍ଡ ସୃଷ୍ଟି କରିଥିଲେ।...

୫୧ ବର୍ଷରେ ପଦାର୍ପଣ କଲେ କ୍ରିକେଟର ଭଗବାନ

ନୂଆଦିଲ୍ଲୀ,୨୪।୪: ଭାରତୀୟ କ୍ରିକେଟର ଭଗବାନ କୁହାଯାଉଥିବା ସଚିନ ତେନ୍ଦୁଲକର ଆଜି ୫୧ ବର୍ଷରେ ପଦାର୍ପଣ କରିଛନ୍ତି। କ୍ରୀଡା ଏବଂ ସିନେମାର ଅନେକ ସେଲିବ୍ରିଟି ତାଙ୍କୁ ସୋସିଆଲ...

ପଏଣ୍ଟ ଟେବୁଲରେ ବଡ଼ ପରିବର୍ତ୍ତନ: ଚଳିତ ଆଇପିଏଲରେ ପ୍ରଥମ ଥର ଟପ୍‌-୪ରୁ ବାଦ୍‌ ପଡ଼ିଲା ସିଏସକେ

ନୂଆଦିଲ୍ଲୀ,୨୪।୪: ଆଇପିଏଲ ୨୦୨୪ର ୩୯ତମ ମ୍ୟାଚ ଚେନ୍ନାଇ ସୁପର କିଙ୍ଗ୍‌ସ ଏବଂ ଲକ୍ଷ୍ନୌ ସୁପର ଜିଆଣ୍ଟସ ମଧ୍ୟରେ ଖେଳାଯାଇଛି। ଏହି ମ୍ୟାଚରେ ଲକ୍ଷ୍ନୌ ଚେନ୍ନାଇକୁ ପରାସ୍ତ...

ଭାରତୀୟ ଦଳରେ ୫ ଓଡ଼ିଆ

ଭୁବନେଶ୍ୱର, ୨୪ା୪ (ବିଜୟ ରଣା): ବୁଧବାରଠାରୁ ଏପ୍ରିଲ ୨୮ ପର୍ଯ୍ୟନ୍ତ ଥାଇଲାଣ୍ଡ ରେ ହେବାକୁ ଥିବା ଏସିଆନ୍‌ ହୁଇଲ ଚେୟାର ଫେନ୍‌ସିଂ ଚାମ୍ପିୟନଶିପ୍‌ ଲାଗି ମନୋନୀତ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri