Posted inଖେଳ

ICC Rankings: ବିଶ୍ୱର ନମ୍ବର-୧ ବ୍ୟାଟମ୍ୟାନ୍‌ ହେଲେ ଶୁବମନ ଗିଲ: ବାବର ଆଜମଙ୍କୁ ପକାଇଲେ ପଛରେ

ଅହମଦାବାଦ୍‌,୧୩।୨: ଇଂଲଣ୍ଡ ବିପକ୍ଷ ସିରିଜର ତୃତୀୟ ଦିନିକିଆରେ ଶତକ ମାରିବା ପରେ ଭାରତୀୟ ବ୍ୟାଟ୍ସମ୍ୟାନ୍‌ ଶୁବମନ ଗିଲଙ୍କୁ ଏକ ବଡ଼ ପୁରସ୍କାର ମିଳିଛି। ସେ ଦିନିକିଆ ରାଙ୍କିଙ୍ଗରେ ବିଶ୍ୱର ନମ୍ବର-୧ ବ୍ୟାଟସମ୍ୟାନ ହୋଇଛନ୍ତି। ସେ ପାକିସ୍ତାନର ବାବର ଆଜମଙ୍କୁ ପଛରେ ପକା ଶୀର୍ଷରେ ପହଞ୍ଚିଛନ୍ତି। ଶେଷ ମ୍ୟାଚ୍‌ରେ ଟିମ ଇଣ୍ଡିଆ ଇଂଲଣ୍ଡକୁ ୧୪୨ ରନ୍‌ରେ ପରାସ୍ତ କରିଛି। ଏହି ମୁକାବିଲାରେ ଗିଲ ୧୧୨ ରନର ଏକ ଶତକୀୟ ଇନିଂସ ଖେଳିଥିଲେ। ଭାରତୀୟ ଅଧିନାୟକ ରୋହିତ ଶର୍ମା ଏବେ ବି ର଼୍ୟାଙ୍କିଙ୍ଗ୍‌ରେ ତୃତୀୟ ସ୍ଥାନରେ ଅଛନ୍ତି।

ଭାରତ-ଇଂଲଣ୍ଡ ତୃତୀୟ ଦିନିକିଆ ମ୍ୟାଚ ପୂର୍ବରୁ, ବାବର ଆଜମଙ୍କ ପାଖରେ ୭୮୬ ରେଟିଂ ପଏଣ୍ଟ ଥିଲା। ଶୁବମନ ଗିଲଙ୍କ ପାଖରେ ୭୮୧ ପଏଣ୍ଟ ଥିଲା। ବୁଧବାର ଭାରତ-ଇଂଲଣ୍ଡ ସହିତ ପାକିସ୍ତାନ ବନାମ ଦକ୍ଷିଣ ଆଫ୍ରିକା ମ୍ୟାଚ ମଧ୍ୟ ଖେଳାଯାଇଥିଲା। ଗୋଟିଏ ପଟେ ଗିଲ ୧୧୨ ରନ କରିଥିଲେ, କିନ୍ତୁ ବାବର ଆଜମ ମାତ୍ର ୨୩ ରନ କରି ଆଉଟ ହୋଇଥିଲେ। ବାବର ଆଜମ ଶସ୍ତାରେ ଆଉଟ ହେବା ଯୋଗୁ ଗିଲଙ୍କୁ ରାଙ୍କିଙ୍ଗରେ ମଧ୍ୟ ଲାଭ ମିଳିଛି।
ଗୋଟିଏ ପଟେ, ଶୁଭମନ ଗିଲ ଏବେ ବିଶ୍ୱର ନମ୍ବର-୧ ଦିନିକିଆ ବ୍ୟାଟସମ୍ୟାନ ହୋଇସାରିଛନ୍ତି। ଅଧିନାୟକ ରୋହିତ ଶର୍ମା ତୃତୀୟ ସ୍ଥାନରେ ଏବଂ ବିରାଟ କୋହଲି ଷଷ୍ଠ ସ୍ଥାନରେ ରହିଛନ୍ତି। ଇଂଲଣ୍ଡ ବିପକ୍ଷ ସିରିଜରେ ଶ୍ରେୟସ ଆୟର ୬୦.୩୩ ହାରରେ ୧୮୩ ରନ କରିଛନ୍ତି। ଏହି ଭଲ ପ୍ରଦର୍ଶନ ଯୋଗୁ ତାଙ୍କୁ ରାଙ୍କିଙ୍ଗରେ ଲାଭ ମିଳିଛି।


Enter your email to get our daily news in your inbox.

All Right Reserved By Dharitri.Com

ଖୋଲିଲା ମା’ ତାରାତାରିଣୀଙ୍କ ଦାନହୁଣ୍ଡି; ସୁନା-ରୁପା ଅଳଙ୍କାର ସହ ମିଳିଲା…

ପୁରୁଷୋତ୍ତମପୁର,୬।୧୦(ସବିତା ମିଶ୍ର): ଗଞ୍ଜାମ ଜିଲାର ପ୍ରସିଦ୍ଧ ଇଷ୍ଟଦେବୀ ମା’ ତାରାତାରିଣୀଙ୍କ ମନ୍ଦିର ଦାନହୁଣ୍ଡି ସୋମବାର ଖୋଲାଯାଇଛି । ମନ୍ଦିର ନିର୍ବାହୀ ଅଧିକାରୀ ତଥା ପୁରୁଷୋତ୍ତମପୁର ତହସିଲଦାର ବିନୋଦ…

ଫର୍ମ-୬ରେ ପରିବର୍ତ୍ତନକୁ ମଞ୍ଜୁରୀ ନ ଥିଲା: ଇସିଙ୍କୁ ସୁପ୍ରିମକୋର୍ଟଙ୍କ ଜବାବ ତଲବ

ନୂଆଦିଲ୍ଲୀ,୬।୧୦(ପି.ଟି.): ବିଭିନ୍ନ ରାଜ୍ୟରେ ଭୋଟର ତାଲିକାର ସ୍ବତନ୍ତ୍ର ସଘନ ସଂଶୋଧନ (ଏସ୍‌ଆଇଆର୍‌) ବେଳେ ନିର୍ବାଚନ କମିଶନ (ଇସି) ବ୍ୟବହାର କରୁଥିବା ଫର୍ମ-୬ରେ କୌଣସି ପରିବର୍ତ୍ତନ ପାଇଁ ସୁପ୍ରିମକୋର୍ଟ…

ଯାହା କୋହଲି-ସୂର୍ଯ୍ୟକୁମାର କରିପାରି ନ ଥିଲେ ତାହା କରିଦେଖାଇବେ ଶ୍ରେୟସ ଆୟର: ବଡ଼ ରେକର୍ଡର ସୁଯୋଗ

ନୂଆଦିଲ୍ଲୀ,୬।୧୦: ୱେଷ୍ଟଇଣ୍ଡିଜ ବିପକ୍ଷ ଟି-୨୦ ସିରିଜ ଟିମ ଇଣ୍ଡିଆର ଅଧିନାୟକ ଶ୍ରେୟସ ଆୟରଙ୍କ ପାଇଁ ଏକ ବଡ଼ ସୁଯୋଗ ନେଇ ଆସିଛି। ଏହି ସିରିଜ୍ରେ ସେ ଏମିତି…

ନିଷ୍ପତ୍ତି ବଦଳାଇଲେ ସରକାର, ACP ବିବେକ ଭଗତଙ୍କ ପଦୋନ୍ନତି ସ୍ଥଗିତ!

ନୂଆଦିଲ୍ଲୀ,୬।୧୦: ଦିଲ୍ଲୀ ସରକାର ACP ବିବେକ ଭଗତଙ୍କୁ ଆଡିସନାଲ DCPର ଚାର୍ଜ ଦେବା ନେଇ ଜାରି ହୋଇଥିବା ଆଦେଶ ଉପରେ ରୋକ ଲଗାଇଛନ୍ତି । ବିବେକ ଭଗତଙ୍କ…

କ୍ରିକେଟ୍‌ରେ ନୂଆ ଇତିହାସ ରଚିଲା ଆମେରିକା: ଦିନିକିଆରେ ପ୍ରଥମଥର କଲା ଏମିତି କାରନାମା

ଡଲାସ,୬।୧୦: ଆମେରିକା କ୍ରିକେଟ ଟିମ ଦିନିକିଆ କ୍ରିକେଟ୍‌ରେ ଏକ ବଡ଼ ଇତିହାସ ରଚିଛି। ଡଲାସରେ ଖେଳାଯାଇଥିବା ICC ମେନ୍ସ କ୍ରିକେଟ ୱାଲର୍‌ଡ କପ ଲିଗ-୨ ମ୍ୟାଚ୍‌ରେ ଆମେରିକା…

୬ଟି ଆସନରେ ଆଜି ଉପନିର୍ବାଚନ; CM ବିଜୟଙ୍କ ପାଇଁ ବଡ଼ ରାଜନୈତିକ ପରୀକ୍ଷା, ଏହି ଦିନ ଫଳାଫଳ

ନୂଆଦିଲ୍ଲୀ,୬।୧୦: ଦେଶର ୬ଟି ଆସନରେ ଆଜି ଉପନିର୍ବାଚନ ପାଇଁ ଭୋଟିଂ ଆରମ୍ଭ ହୋଇଛି । ଆସାମର ନଗାଓଁ ଲୋକସଭା ଆସନ ସମେତ ପଶ୍ଚିମବଙ୍ଗର ନନ୍ଦୀଗ୍ରାମ ଓ ରେଜିନଗର,…

ଭାଉଜଙ୍କୁ ଶାରୀରିକ ସମ୍ପର୍କ ରଖିବାକୁ ବାଧ୍ୟ କରୁଥିଲେ ଦିଅର: ଆଉ ତା’ପରେ ଘଟିଲା…

ଭୁବନେଶ୍ୱର,୬।୧୦ (ପ୍ରସନଜିତ୍‌ ସାହୁ):ରାଜଧାନୀରେ ମହିଳାଙ୍କୁ ନିର୍ଯାତନା ଘଟଣା ସାମନାକୁ ଆସିଛି। ଭାଉଜଙ୍କୁ ଦିଅର ମାନସିକ ନିର୍ଯାତନା ଦେବା ସହ ତାଙ୍କ ଫଟୋ ଭିଡିଓ ଶୁଟ୍‌ କରି ଭାଇରାଲ…

SCB ମେଡିକାଲ୍‌ କ୍ୟାମ୍ପସ୍‌ରେ ଯୁବକଙ୍କ ହାଇଡ୍ରାମା, ୫୦ ଫୁଟ ପାଣିଟାଙ୍କି ଉପରୁ ଡେଇଁ…

କଟକ,୬।୧୦(ପ୍ରଭୁକଲ୍ୟାଣ ପାଲ୍): କଟକ ବଡ ମେଡିକାଲରେ ଅଘଟଣ। ପାଣି ଟାଙ୍କି ଉପରୁ ଡେଇଁ ଆତ୍ମହତ୍ୟା ଉଦ୍ୟମ କଲେ ଯୁବକ। ଦୀର୍ଘ ସମୟଧରି ହାଇଡ୍ରାମା ପରେ ସେ ଟାଙ୍କି…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?