Posted inଖେଳ

ICC Rankings:ବାବରଙ୍କୁ ପଛରେ ପକାଇ ବିଶ୍ୱର ନମ୍ବର-୧ ବ୍ୟାଟ୍ସମ୍ୟାନ୍‌ ହେଲେ ଶୁବମନ ଗିଲ୍‌

ନୂଆଦିଲ୍ଲୀ,୧୯।୨: ଆଜିଠାରୁ ଚାମ୍ପିଅନ୍ସ ଟ୍ରଫି ଆରମ୍ଭ ହୋଇଛି। ଏହା ପୂର୍ବରୁ ICC ଦିନିକିଆ ର଼୍ୟାଙ୍କିଙ୍ଗ୍‌ ପ୍ରକାଶ କରିଛି। ଭାରତର ଷ୍ଟାର ବ୍ୟାଟସମ୍ୟାନ ଏବଂ ଉପ-ଅଧିନାୟକ ଶୁଭମନ ଗିଲ ବିଶ୍ୱର ନମ୍ବର ଦିନିକିଆ ବ୍ୟାଟସମ୍ୟାନ ହୋଇଛନ୍ତି। ସେ ବାବର ଆଜମଙ୍କୁ ପଛରେ ପକାଇ ଦେଇଛନ୍ତି। ଦିନିକିଆର ଶ୍ରେଷ୍ଠ ୧୦ ବ୍ୟାଟସମ୍ୟାନଙ୍କ ମଧ୍ୟରେ ଚାରି ଜଣ ଭାରତୀୟ ଖେଳାଳି ଅଛନ୍ତି। ଗିଲଙ୍କ ବ୍ୟତୀତ ରୋହିତ ଶର୍ମା ତୃତୀୟ ସ୍ଥାନରେ, ବିରାଟ କୋହଲି ଷଷ୍ଠ ସ୍ଥାନରେ ଏବଂ ଶ୍ରେୟସ ଆୟର ନବମ ସ୍ଥାନରେ ଅଛନ୍ତି।
ବାବର ଦ୍ୱିତୀୟ ସ୍ଥାନକୁ ଖସି ଯାଇଛନ୍ତି। ଗିଲଙ୍କ ରେଟିଂ ୭୯୬ ଥିବାବେଳେ ବାବରଙ୍କ ରେଟିଂ ୭୭୩। ରୋହିତଙ୍କ ରେଟିଂ ପଏଣ୍ଟ ହେଉଛି ୭୬୧। ଦକ୍ଷିଣ ଆଫ୍ରିକାର ହେନରିଚ କ୍ଲାସେନ ୭୫୬ ରେଟିଂ ପଏଣ୍ଟ ସହିତ ଚତୁର୍ଥ ସ୍ଥାନରେ ଅଛନ୍ତି। ନ୍ୟୁଜିଲାଣ୍ଡର ଡାରିଲ ମିଚେଲ ୭୪୦ ରେଟିଂ ପଏଣ୍ଟ ସହିତ ପଞ୍ଚମ ସ୍ଥାନରେ ଅଛନ୍ତି।
୨୫ ବର୍ଷୀୟ ଗିଲ ସମ୍ପ୍ରତି ବହୁତ ଭଲ ଫର୍ମରେ ଅଛନ୍ତି। ସେ ଇଂଲଣ୍ଡ ବିପକ୍ଷ ତିନି ମ୍ୟାଚ ବିଶିଷ୍ଟ ଦିନିକିଆ ସିରିଜରେ ଗୋଟିଏ ଶତକ ଏବଂ ଦୁଇଟି ଅର୍ଦ୍ଧଶତକ ହାସଲ କରିଥିଲେ। ସେ ତିନୋଟି ମ୍ୟାଚ୍‌ରେ ୮୬.୩୩ ହାରରେ ଏବଂ ୧୦୩.୬୦ ଷ୍ଟ୍ରାଇକ ରେଟ୍‌ରେ ୨୫୯ ରନ କରିଥିଲେ। ଶ୍ରେୟସ ମଧ୍ୟ ବହୁତ ଭଲ ଫର୍ମରେ ଥିଲେ। ସେ ତିନୋଟି ମ୍ୟାଚ୍‌ରେ ୬୦.୩୩ ହାରରେ ଏବଂ ୧୨୩.୧୩ ଷ୍ଟ୍ରାଇକ ରେଟ୍‌ରେ ୧୮୧ ରନ କରିଥିଲେ। ରୋହିତ ମଧ୍ୟ ଶତକ ହାସଲ କରିଥିଲେ ଏବଂ ତେଣୁ ତୃତୀୟ ସ୍ଥାନ ବଜାୟ ରଖିବାରେ ସଫଳ ହୋଇଥିଲେ।
ବୋଲରମାନଙ୍କ ମଧ୍ୟରେ ଜଣେ ନୂତନ ଖେଳାଳି ମଧ୍ୟ ପ୍ରଥମ ସ୍ଥାନରେ ପହଞ୍ଚିଛନ୍ତି। ଶ୍ରୀଲଙ୍କାର ମହେଶ ତିକ୍ସଣା ନୂତନ ନମ୍ବର-୧ ଦିନିକିଆ ବୋଲର ହୋଇଛନ୍ତି। ତାଙ୍କର ୬୮୦ ରେଟିଂ ପଏଣ୍ଟ ଅଛି। ତିକ୍ସଣା ଆଫଗାନିସ୍ତାନର ରସିଦ ଖାନଙ୍କୁ ପଛରେ ପକାଇ ଦେଇଛନ୍ତି। ରସିଦ ୬୬୯ ପଏଣ୍ଟ ସହିତ ଦ୍ୱିତୀୟ ସ୍ଥାନକୁ ଖସି ଯାଇଛନ୍ତି। ନାମ୍ବିଆର ବର୍ଣ୍ଣାର୍ଡ ସ୍କଲଜ ୬୬୨ ପଏଣ୍ଟ ସହିତ ତୃତୀୟ ସ୍ଥାନରେ ଅଛନ୍ତି। ସେହି ସମୟରେ, ଭାରତର କୁଲଦୀପ ଯାଦବ ଗୋଟିଏ ସ୍ଥାନ ଉନ୍ନତି କରି ୬୫୨ ରେଟିଂ ପଏଣ୍ଟ ସହିତ ଚତୁର୍ଥ ସ୍ଥାନରେ ପହଞ୍ଚିଛନ୍ତି। ତାଙ୍କ ବ୍ୟତୀତ ଶ୍ରେଷ୍ଠ ୧୦ରେ ମହମ୍ମଦ ସିରାଜ ଅଛନ୍ତି। ସେ ୧୦ମ ସ୍ଥାନରେ ଅଛନ୍ତି। ପାକିସ୍ତାନର ଶାହିନ ଆଫ୍ରିଦି ଗୋଟିଏ ସ୍ଥାନ ଖସି ପଞ୍ଚମ ସ୍ଥାନରେ ପହଞ୍ଚିଛନ୍ତି।
ଦିନିକିଆ ଅଲରାଉଣ୍ଡରଙ୍କ ମଧ୍ୟରେ ଆଫଗାନିସ୍ତାନର ମହମ୍ମଦ ନବି ପ୍ରଥମ ସ୍ଥାନରେ, ଜିମ୍ବାୱେର ସିକନ୍ଦର ରାଜା ଦ୍ୱିତୀୟରେ, ଆଫଗାନିସ୍ତାନର ଆଜମାତୁଲ୍ଲା ଜାଜାଇ ତୃତୀୟରେ, ବାଂଲାଦେଶର ମେହେଦି ହାସନ ମିରାଜ ଚତୁର୍ଥରେ ଏବଂ ଆଫଗାନିସ୍ତାନର ରସିଦ ଖାନ ପଞ୍ଚମ ସ୍ଥାନରେ ଅଛନ୍ତି। ଶ୍ରେଷ୍ଠ ୧୦ ଜଣଙ୍କ ମଧ୍ୟରେ ଏକମାତ୍ର ଭାରତୀୟ ଖେଳାଳି ହେଉଛନ୍ତି ରବିନ୍ଦ୍ର ଜାଡେଜା। ସେ ଦଶମ ସ୍ଥାନ ଅଧିକାର କରିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଓଡ଼ିଶାର ଶ୍ରେଷ୍ଠ ପାଞ୍ଚ ଜଳ ପ୍ରପାତ

ସାନଘାଗରା ଜଳପ୍ରପାତ କେନ୍ଦୁଝର ସହରଠାରୁ ମାତ୍ର ୬ କି.ମି. ଦୂରରେ ରହିଛି ସାନଘାଘରା ଜଳପ୍ରପାତ। ସାନମାଛ କାନ୍ଦଣା ନଦୀର ଜଳ ଏଠାରେ ତଳକୁ ବିରାଟକାୟ ସ୍ରୋତରେ କଚାଡ଼ି…

ଭୁବନେଶ୍ୱର ଫୁଲ ଦୋକାନ

ଫର୍ନସ ଏନ୍‌ ପେଟାଲ୍‌ସ   ଏହା ରାଜଧାନୀର ଏକ ବଡ଼ ଫୁଲ ଦୋକାନ ଭାବେ ପରିଗଣିତ। ୧୧ବର୍ଷ ତଳେ ପ୍ରଥମ କରି ଶହୀଦନଗରରେ ଆରମ୍ଭ ହୋଇଥିଲା। ବର୍ତ୍ତମାନ…

ଶ୍ରେଷ୍ଠ ପାଞ୍ଚ ଭୁବନେଶ୍ୱର ଜିମ

କଳିଙ୍ଗ ଫିଟନେସ୍‌ ଜୟଦେବ ବିହାର ରୋଡ ବିଜୁ ପଟ୍ଟନାୟକ କଲେଜ ନିକଟରେ ରହିଛି କଳିଙ୍ଗ ଫିଟନେସ ଜିମ୍‌। ୪ବର୍ଷ ତଳେ ଖୋଲାଯାଇଥିବା ଏହି ଜିମ୍‌ରେ ସବୁ ପ୍ରକାର…

ଓଡ଼ିଶାର ଶ୍ରେଷ୍ଠ ପାଞ୍ଚ ପର୍ଯ୍ୟଟନସ୍ଥଳ

ସପ୍ତଶଯ୍ୟା ଢେଙ୍କାନାଳ ଜିଲାରେ ଅବସ୍ଥିତ ସପ୍ତଶଯ୍ୟା ପର୍ଯ୍ୟଟନ ସ୍ଥଳ ସାତ ପାହାଡ଼, ଝରଣା ଏବଂ ଜଙ୍ଗଲରେ ପରିପୂର୍ଣ୍ଣ। ଏଠାରେ ରହିଛି ଶ୍ରୀରାମଙ୍କ ମନ୍ଦିର। ସପ୍ତଶଯ୍ୟାର ଶୀତଳ ପରିବେଶ…

କଟକ ଦହିବରା ଆଳୁଦମ

ବାରବାଟୀ ଷ୍ଟାଡିୟମର ରମେଶ ଗୋଛି ସକାଳ ୭ଟାରୁ ଆରମ୍ଭ କରି ରାତି ୧୦ଟା ଯାଏ ବାରବାଟୀ ଷ୍ଟାଡିୟମ ନିକଟରେ ରମେଶଙ୍କ ଷ୍ଟଲ ଖୋଲିଥାଏ। ପରିବାରର ସବୁ ସଦସ୍ୟ…

ଶ୍ରେଷ୍ଠ ପାଞ୍ଚ ଭୁବନେଶ୍ୱରର ପାର୍କ

ମହାତ୍ମା ଗାନ୍ଧୀ ପାର୍କ ପାର୍କଟି ଜୟଦେବ ବିହାରସ୍ଥିତ ନନ୍ଦନକାନନ ରୋଡ୍‌ର ଜନତା ମଇଦାନ ନିକଟରେ ଅବସ୍ଥିତ। ପାର୍କ ଭିତରେ ମହାତ୍ମା ଗାନ୍ଧୀଙ୍କ ପ୍ରାର୍ଥନା କରୁଥିବା ମୁଦ୍ରାରେ ମୂର୍ତ୍ତି…

ଶ୍ରେଷ୍ଠ ପାଞ୍ଚ ପୁରୀର ମଠ

ହାତୀ ଆଖଡ଼ା ମଠ ପୁରୀ ବଳଗଣ୍ଡି ନିକଟରେ ବଡ଼ଦାଣ୍ଡର ମୁଖ୍ୟ ରାସ୍ତାରେ ହାତୀ ଆଖଡା ମଠ ଅବସ୍ଥିତ। ଶ୍ରୀରାମାନନ୍ଦୀ ସମ୍ପ୍ରଦାୟର ନିର୍ବାଣୀ ଆଖଡା ରୂପେ ଏହା ପରିଚିତ।…

ଶ୍ରେଷ୍ଠ ପାଞ୍ଚ ଓଡ଼ିଶାର ପ୍ରସିଦ୍ଧ ଶୈବପୀଠ

ହରିଶଙ୍କର ବଲାଙ୍ଗୀରଠାରୁ ୮୦ କି.ମି. ଦୂରରେ ଗନ୍ଧମାର୍ଦ୍ଦନ ପର୍ବତ ପାଦଦେଶରେ ଅବସ୍ଥିତ ପ୍ରସିଦ୍ଧ ତୀର୍ଥ ତଥା ଶୈବପୀଠ ହରିଶଙ୍କର। ଏଠାକାର ମନ୍ଦିରର ପରିବେଶ ଏବଂ ଆକର୍ଷଣୀୟ ଝରଣା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?