Posted inଖେଳ

ଆଇସିସି ଚେୟାରମ୍ୟାନ ନିର୍ବାଚନ: ସର୍ବସମ୍ମତ ପ୍ରାର୍ଥୀ ସପକ୍ଷରେ ବୋର୍ଡ

ନୂଆଦିଲ୍ଲୀ, ୧୧ା୮ (ପି.ଟି.)-
ଅନ୍ତର୍ଜାତୀୟ କ୍ରିକେଟ ପରିଷଦ (ଆଇସିସି) ବୋର୍ଡ ଅଫ୍‌ ଡାଇରେକ୍ଟର ବୈଠକ ସୋମବାର ଅନୁଷ୍ଠିତ ହୋଇଯାଇଛି। ଏହାର ସଦସ୍ୟମାନେ ଶଶାଙ୍କ ମନୋହରଙ୍କ ସ୍ଥାନରେ ବିଶ୍ୱ କ୍ରିକେଟ ପରିଚାଳନା ସଂସ୍ଥାର ପରବର୍ତ୍ତୀ ଚେୟାରମ୍ୟାନ ବାଛିବା ନେଇ କୌଣସି ସିଦ୍ଧାନ୍ତରେ ଉପନୀତ ହୋଇପାରି ନାହାନ୍ତି। ସୋମବାର ବୈଠକର ଏକମାତ୍ର ଏଜେଣ୍ଡା ଥିଲା ନିର୍ବାଚନ ପାଇଁ ପ୍ରାର୍ଥିପତ୍ର ପ୍ରକ୍ରିୟା ଚୂଡ଼ାନ୍ତ କରିବା। ମାତ୍ର ସଦସ୍ୟମାନେ କୌଣସି ସିଦ୍ଧାନ୍ତରେ ଉପନୀତ ହୋଇପାରିଲେ ନାହିଁ। ସର୍ବସମ୍ମତ ପ୍ରାର୍ଥୀ ବାଛିବା ହିଁ ଏକମାତ୍ର ପନ୍ଥା ବୋଲି ମତ ପ୍ରକାଶ ପାଇଥିଲା। ନିର୍ବାଚନ ହେଲେ ସଂଖ୍ୟାଧିକ ସଦସ୍ୟଙ୍କ ସମର୍ଥନ ଅବା ଦୁଇ ତୃତୀୟାଂଶ ସଂଖ୍ୟାଗରିଷ୍ଠତା ଭିତ୍ତିରେ ପ୍ରାର୍ଥୀ ବାଛିବା ଠିକ୍‌ ହେବ। ମାତ୍ର ଏହାକୁ ନେଇ ବୈଠକରେ ସଦସ୍ୟମାନେ ଦୁଇଭାଗ ହୋଇଥିବା ଦେଖିବାକୁ ମିଳିଥିଲା ବୋଲି ଆଇସିସି ବୋର୍ଡର ଜଣେ ସଦସ୍ୟ କହିଛନ୍ତି। ସବୁଠାରୁ ବଡ଼ କଥା ହେଲା ବିସିସିଆଇ ସଭାପତି ସୌରଭ ଗାଙ୍ଗୁଲି ନିର୍ବାଚନରେ ଅବତୀର୍ଣ୍ଣ ହେବେ କି ନା ତାହା ଏପର୍ଯ୍ୟନ୍ତ ସ୍ପଷ୍ଟ ହୋଇ ପାରିନାହିଁ। ପାକିସ୍ତାନ କ୍ରିକେଟ ବୋର୍ଡ ମୁଖ୍ୟ ଏହେସାନ ମନି ପୂର୍ବରୁ ସ୍ପଷ୍ଟ କରି ସାରିଛନ୍ତି ଯେ, ପ୍ରଧାନମନ୍ତ୍ରୀ ଇମ୍ରାନ ଖାଁଙ୍କ ପରାମର୍ଶ କ୍ରମେ ସେ ଦେଶର କ୍ରିକେଟ ବୋର୍ଡ ଛାଡ଼ି ଯାଇ ପାରିବେ ନାହିଁ। ତେଣୁ ତାଙ୍କର ପ୍ରାର୍ଥୀ ହେବାର ସମ୍ଭାବନା ନାହିଁଁ। କଲିନ ଗ୍ରେଭ୍ସ (ଇଂଲଣ୍ଡ) ଜଣେ ଟାଣୁଆ ପ୍ରାର୍ଥୀ। କିନ୍ତୁ ତାଙ୍କୁ କେତେକ ଦେଶ ସମର୍ଥନ କରିବେ ନାହିଁ। ସେହିପରି ଡେଭ୍‌ କାମେରନ (କ୍ରିକେଟ ଓ୍ବେଷ୍ଟଇଣ୍ଡିଜର ପୂର୍ବତନ ସଭାପତି) ଦୌଡ଼ରେ ସାମିଲ ହୋଇ ପାରନ୍ତି। ତାଙ୍କ ପ୍ରତି ଦୁଇଜଣ ସ୍ବାଧୀନ ନିର୍ଦ୍ଦେଶକଙ୍କ ସମର୍ଥନ ରହିଛି। କିନ୍ତୁ ସେ ଯଥେଷ୍ଟ ସଦସ୍ୟଙ୍କ ସମର୍ଥନ ହାସଲ କରିବା ସମ୍ଭାବନା କମ୍‌। ପୂର୍ବତନ ଆଇସିସି ନିର୍ଦ୍ଦେଶକ ଖ୍ରୀସ୍‌ ନେନ୍‌ଜାନୀ (ଦକ୍ଷିଣ ଆଫ୍ରିକା)ଙ୍କ କ୍ଷେତ୍ରରେ ମଧ୍ୟ ପରିସ୍ଥିତି ସମାନ। ଭେଟେରାନ ପ୍ରଶାସକ ଜଣକ କହିଛନ୍ତି ଯେ, କୌଣସି ସମ୍ଭାବ୍ୟ ପ୍ରାର୍ଥୀ ନିର୍ବାଚନ ଜିତିବା ଲାଗି ଆବଶ୍ୟକ ସଂଖ୍ୟା ହାସଲ କରିପାରିବେ ନାହିଁ ବୋଲି ହୃଦ୍‌ବୋଧ ହେବା ଦ୍ୱାରା ସର୍ବସମ୍ମତି କ୍ରମେ ନିର୍ବାଚନ ପ୍ରକ୍ରିୟା ଚୂଡ଼ାନ୍ତ ହୋଇପାରିଲା ନାହିଁ। ସର୍ବସମ୍ମତି କ୍ରମେ ଜଣେ ଯୋଗ୍ୟପ୍ରାର୍ଥୀ ବାଛିବା ସମାଧାନର ଶ୍ରେଷ୍ଠ ପନ୍ଥା। ଏହାଦ୍ୱାରା ସଦସ୍ୟ ଦେଶଗୁଡ଼ିକ ମଧ୍ୟରେ ବିଦ୍ୱେଷ ଭାବକୁ ଏଡାଇ ଦିଆଯାଇପାରିବ।


Enter your email to get our daily news in your inbox.

All Right Reserved By Dharitri.Com

Posted inଖେଳ View All

ମାତ୍ର ଗୋଟିଏ ବିଜୟ..ଇତିହାସ ରଚିଦେବ ଭାରତୀୟ ଦଳ

ଲଣ୍ଡନ,୧୮।୬: ୧୯୮୩ରେ ଭାରତୀୟ ଦଳ ପ୍ରଥମଥର ପାଇଁ ବିଶ୍ୱକପ୍‌ ଜିତି ଇତିହାସ ରଚିଥିଲା। ଏହାପରେ ୨୦୦୭ରେ ଟି-୨୦ ବିଶ୍ୱକପ୍‌, ୨୦୧୧ରେ ଦ୍ୱିତୀୟଥର ଦିନିକିଆ ବିଶ୍ୱକପ୍‌ ବିଜେତା...

ମେଣ୍ଡିସଙ୍କ ଶତକ: ଦ୍ୱିତୀୟ ଟେଷ୍ଟ ଡ୍ର

ହରାରେ, ୧ା୨ (ଏଏଫ୍‌ପି)-ଶ୍ରୀଲଙ୍କା ବ୍ୟାଟ୍ସମ୍ୟାନ କୁସାଲ ମେଣ୍ଡିସ (୧୧୬*)ଙ୍କ ଅପରାଜିତ ଶତକ ଯୋଗୁ ଶ୍ରୀଲଙ୍କା ସ୍ଥାନୀୟ ହରାରେ ସ୍ପୋଟର୍‌ସ କ୍ଲବଠାରେ ଚାଲିଥିବା ଦ୍ୱିତୀୟ କ୍ରିକେଟ ଟେଷ୍ଟ...

ଧୋନୀଙ୍କ ନୂଆ ପଦକ୍ଷେପ

ବେଙ୍ଗାଲୁରୁ,୧୭।୫: କର୍ନାଟକର ରାଜଧାନୀ ବେଙ୍ଗାଲୁରୁରେ ପିଲାମାନଙ୍କ ପାଇଁ ଏକ ଗ୍ଲୋବାଲ ସ୍କୁଲ ଆରମ୍ଭ କରିଚନ୍ତି କ୍ରିକେଟ ତାରକା ମହେନ୍ଦ୍ର ସିଂହ ଧୋନୀ। ଏହି ବିଶ୍ୱସ୍ତରୀୟ ବିଦ୍ୟାଳୟର...

ରଙ୍ଗାରଙ୍ଗ କାର୍ଯ୍ୟକ୍ରମ ସହ ଫିଫା ବିଶ୍ୱକପ୍‌ ଉଦ୍‌ଘାଟିତ

ଦୋହା,୨୦।୧୧: ଫିଫା ବିଶ୍ୱକପ୍‌ର ୨୨ତମ ସଂସ୍କରଣ ରବିବାର ଉଦ୍‌ଘାଟିତ ହୋଇଛି। ମ୍ୟାଚ ପୂର୍ବରୁ ଟୁର୍ନାମେଣ୍ଟର ଉଦଘାଟନୀ ସମାରୋହ କତାରର ଅଲ ବାଇଡ ଷ୍ଟାଡିୟମରେ ଅନୁଷ୍ଠିତ ହୋଇଛି।...

ଏକଦା ସ୍କୁଟରରେ ବସି ବୁଲୁଥିଲେ ଏହି ଦୁଇ କ୍ରିକେଟର; ଏବେ ଗ୍ୟାରେଜରେ ରହିଛି…

ନୂଆଦିଲ୍ଲୀ,୬।୫: ଭାରତୀୟ କ୍ରିକେଟ ଟିମ୍‌ର ପୂର୍ବତନ ବିସ୍ଫୋରକ ବ୍ୟାଟ୍ସମ୍ୟାନ୍‌ ବିରେନ୍ଦ୍ର ସେହ୍ବାଗ ଏବଂ ପୂର୍ବତନ ଦ୍ରୁତ ବୋଲର୍‌ ଆଶିଷ ନେହେରାଙ୍କ ବନ୍ଧୁତା ବିଷୟରେ କାହାକୁ ଅଛପା...

ଗୋପୀଚାନ୍ଦଙ୍କୁ ଡକ୍ଟୋରେଟ୍‌ ଉପାଧି

ନୂଆଦିଲ୍ଲୀ, ୨୮ା୬ (ପି.ଟି.)-ଭାରତର ମୁଖ୍ୟ ବ୍ୟାଡ୍‌ମିଣ୍ଟନ କୋଚ୍‌ ପୁଲେଲା ଗୋପୀଚାନ୍ଦଙ୍କୁ ଡକ୍ଟୋରେଟ୍‌ ଉପାଧିରେ ସମ୍ମାନିତ କରାଯାଇଛି। ଆଇଆଇଟି କାନପୁରର ୫୨ତମ ସମାବର୍ତ୍ତନ ଉତ୍ସବ ଅବସରରେ ଶୁକ୍ରବାର...

କ୍ୟାରିୟରର ସର୍ବଶ୍ରେଷ୍ଠ ର଼୍ୟାଙ୍କିଂ ହାସଲ କଲେ ଶୁଭମନ ଗିଲ

ନୂଆଦିଲ୍ଲୀ,୧୩।୯: ଅନ୍ତର୍ଜାତୀୟ କ୍ରିକେଟ ପରିଷଦ (ଆଇସିସି) ଦିନିକିଆ କ୍ରିକେଟ ରେ ବ୍ୟାଟ୍ସମ୍ୟାନଙ୍କ ର଼୍ୟାଙ୍କିଂ ପ୍ରକାଶ କରିଛି। ବୁଧବାର ପ୍ରକାଶିତ ବ୍ୟାଟ୍ସମ୍ୟାନ ତାଲିକାରେ ପାଇଁ ଭାରତୀୟ ଓପନର୍‌...

ଭେନିଜୁଏଲା- ଇକ୍ୱେଡର ମ୍ୟାଚ୍‌ ଡ୍ର

ରିଓ ଡି ଜେନିରୋ,୨୨।୬: କୋପା ଆମେରିକାରେ ସୋମବାର ଗୁପ୍‌ ବି’ରେ ଖେଳାଯାଇଥିବା ଅନ୍ୟଏକ ମ୍ୟାଚରେ ଭେନିଜୁଏଲା ଓ ଇକ୍ୱେଡର ପରସ୍ପରକୁ ଭେଟିଥିଲେ। କଡ଼ା ସଂଘର୍ଷପୂର୍ଣ୍ଣ ଏହି...

Advertisement
Archives

Model This Week