Posted inଖେଳ

ସାଲିଭା ବ୍ୟବହାରକୁ ବାରଣ କଲା ଆଇସିସି

ଦୁବାଇ, ୨୧ା୯ (ପି.ଟି.): ଅନ୍ତର୍ଜାତୀୟ କ୍ରିକେଟ ପରିଷଦ (ଆଇସିସି) ଏହାର ଖେଳ ନିୟମରେ କେତେକ ପରିବର୍ତ୍ତନ କରିଛି। ସେଥିରେ ବଲ୍‌କୁ ପଲିସ୍‌ କରିବା ଲାଗି ସାଲିଭା (ଛେପ) ବ୍ୟବହାରକୁ ସମ୍ପୂର୍ଣ୍ଣ ବାରଣ କରାଯାଇଛି। ଏହି ନିୟମଗୁଡ଼ିକ ଅକ୍ଟୋବର ୧ରୁ କାର୍ଯ୍ୟକାରୀ ହେବ। ଏଣିକି ଜଣେ ନନ୍‌ ଷ୍ଟ୍ରାଇକରଙ୍କୁ ବୋଲର ରନ୍‌ଆଉଟ କଲେ ତାହାକୁ ‘ଅନ୍‌ ଫେୟାର ପ୍ଲେ’ ନ ଦର୍ଶାଇ ବିଧିବଦ୍ଧ ରନ ଆଉଟ ବୋଲି ବିବେଚନା କରାଯିବ। ଭାରତର ପୂର୍ବତନ ଅଧିନାୟକ ତଥା ବିସିସିଆଇ ସଭାପତି ସୌରଭ ଗାଙ୍ଗୁଲିଙ୍କ ଅଧ୍ୟକ୍ଷତାରେ ଆଇସିସି କ୍ରିକେଟ କମିଟି ଦେଇଥିବା ସୁପାରିସକୁ ମୁଖ୍ୟ କାର୍ଯ୍ୟନିର୍ବାହୀ କମିଟି ଅନୁମୋଦ କରିବା ପରେ ଏହି ପରିବର୍ତ୍ତନ ଘୋଷଣା କରାଯାଇଛି। ଆଇସିସି ପୂର୍ବରୁ କୋଭିଡ୍‌ ଦୃଷ୍ଟିରୁ ବଲ୍‌ ପଲିସ୍‌ କରିବା ଲାଗି ସାଲିଭା ବ୍ୟବହାରକୁ ସାମୟିକ ବାରଣ କରିଥିଲା। ହେଲେ କ୍ରିକେଟ ଖେଳ ନିୟମର ସଂରକ୍ଷକ ମେରିଲବୋନ୍‌ କ୍ରିକେଟ କ୍ଲବ (ଏମ୍‌ସିସି) ମାର୍ଚ୍ଚରେ ଏହାର ୨୦୨୨ କୋଡ୍‌ରେ ସଂଶୋଧନ ଆଣି ଛେପ ବ୍ୟବହାରକୁ ସମ୍ପୂର୍ଣ୍ଣ ବାରଣ କରିଥିଲା। ଏଣିକି ଜଣେ ବ୍ୟାଟର କ୍ୟାଚ ଆଉଟ ହେବା ପରେ ନୂଆ ବ୍ୟାଟର ଜଣକ ଷ୍ଟ୍ରାଇକର ଯେଉଁ ପାର୍ଶ୍ୱରେ ରହିଥିବେ ସେହିପଟୁ ଖେଳ ଆରମ୍ଭ କରିବେ। ନୂଆ ନିୟମ ଅନୁସାରେ ଏଣିକି ଟେଷ୍ଟ ଓ ଅନ୍ତର୍ଜାତୀୟ ଦିନିକିଆରେ ଇନ୍‌କମିଙ୍ଗ ବ୍ୟାଟରଙ୍କୁ ଷ୍ଟ୍ରାଇକ୍‌ ନେବାଲାଗି ଦୁଇ ମିନିଟ ମଧ୍ୟରେ ପ୍ରସ୍ତୁତ ହେବାକୁ ପଡ଼ିବ। ତେବେ ଏକ୍ଷେତ୍ରରେ ଅନ୍ତର୍ଜାତୀୟ ଟି୨୦ରେ ରହିଥିବା ୯୦ ସେକେଣ୍ଡ ବ୍ୟବସ୍ଥାରେ ପରିବର୍ତ୍ତନ କରାଯାଇ ନାହିଁ। କୌଣସି ବଲ୍‌ ସାମ୍‌ନା କରିବା ବେଳେ ଯଦି ବ୍ୟାଟର ପିଚ୍‌ ଛାଡ଼ିବାକୁ ବାଧ୍ୟହୁଏ ତେବେ ତାହାକୁ ନୋ ବଲ୍‌ ବୋଲି ଧରିନିଆଯିବ। ଯଦି କୌଣସି ବୋଲର ଜାଣିଶୁଣି ଅଯୌକ୍ତିକ ବୋଲିଂ କରେ ଅମ୍ପାୟର ଏହାକୁ ଡେଡ୍‌ ବଲ୍‌ ଘୋଷଣା କରିବା ସହ ୫ ରନ ପେନାଲ୍ଟି କରିପାରନ୍ତି। ଅନ୍ୟ ଏକ ପ୍ରମୁଖ ନିଷ୍ପତ୍ତି ଅନୁସାରେ ଟି୨୦ରେ ଯଦି ଦଳ ନିର୍ଦ୍ଧାରିିତ ସମୟକୁ ପାଳନ କରିବାରେ ବିଫଳ ରୁହେ ଏବଂ ସ୍ଲୋ ଓଭର ରେଟ୍‌ରେ ଦୋଷୀ ସାବ୍ୟସ୍ତ ହୁଏ ତେବେ ଦଣ୍ଡ ସ୍ବରୂପ ୩୦ ଗଜ ସର୍କଲ ବାହାରେ ଜଣେ ଫିଲ୍ଡର ହ୍ରାସ କରିବାକୁ ହେବ।


Enter your email to get our daily news in your inbox.

All Right Reserved By Dharitri.Com

Posted inଖେଳ View All

ବେଲାରୁଷ ଅଲିମ୍ପିଆନଙ୍କୁ ଭିଜା ମଞ୍ଜୁର କଲା ପୋଲାଣ୍ଡ

ଟୋକିଓ, ୩ା୮ (ଏପି):ପୋଲାଣ୍ଡ ସୋମବାର ବେଲାରୁଷର ଜଣେ ଅଲିମ୍ପିକ ସ୍ପ୍ରିଣ୍ଟର କ୍ରିଷ୍ଟିନା ସିମାନୋସକାୟାଙ୍କୁ ଭିଜା ମଞ୍ଜୁର କରିଛି। କ୍ରିଷ୍ଟିନା କହିଛନ୍ତି, ଟିମ୍‌ ଅଫିସିଆଲ ତାଙ୍କୁ ବାଧ୍ୟତାମୂଳକ...

ରିକି ପଣ୍ଟିଂଙ୍କ ରେକର୍ଡ ପଛରେ ପଡ଼ିଛନ୍ତି କୋହଲି

ନୂଆଦିଲ୍ଲୀ, ୫ା୨- ଅଷ୍ଟ୍ରେଲିଆର ମହାନ କ୍ୟାପଟେନ ରିକି ପଣ୍ଟିଂଙ୍କ ଏକ ବିଶ୍ୱ ରେକର୍ଡ ଏବେ ସଙ୍କଟରେ। କାରଣ ତାଙ୍କ ରେକର୍ଡ ପଛରେ ପଡ଼ିଛନ୍ତି ଭାରତୀୟ ଅଧିନାୟକ...

ମହିଳା ହକି ସିରିଜ: ଦ୍ୱିତୀୟ ମ୍ୟାଚ୍‌ରେ ହାରିଲା ଭାରତ

ଅକ୍‌ଲାଣ୍ଡ,୨୭।୧(ପି.ଟି.)- ଭାରତୀୟ ମହିଳା ହକି ଦଳ ୧-୨ ଗୋଲରେ ନ୍ୟୁଜିଲାଣ୍ଡଠାରୁ ଦ୍ୱିତୀୟ ମ୍ୟାଚ୍‌ରେ ପରାସ୍ତ ହୋଇଛି। ଭାରତ ପକ୍ଷରୁ ଓଡ଼ିଆ ଖେଳାଳି ସାଲିମା ଟେଟେ ଏକମାତ୍ର...

ଭାଗବତ ସପ୍ତାହ ପାରାୟଣ: ଶିଶୁଙ୍କ ଦ୍ୱାରା ନୃତ୍ୟ ନାଟିକା ଋକ୍ମିଣୀ ବିବାହ ମଞ୍ଚସ୍ଥ

ହେମଗିର, ୧୯।୪ (ଡି.ଏନ.ଏ)-ଆଧ୍ୟାତ୍ମିକତା ତଥା ଭଗବତ ପ୍ରେମକୁ ପ୍ରତ୍ୟେକ ମାନବ ଜୀବନରେ ପରିସ୍ଫଟ କରିବା ପାଇଁ ହେମଗିର ବ୍ଲକର ଲୁଆବାହାଲଠାରେ ପ୍ରତ୍ୟେକ ବର୍ଷପରି ଏବର୍ଷ ମଧ୍ୟ...

ସୁଶାନ୍ତଙ୍କ ବ୍ୟାଟିଂର ପ୍ରଶଂସକ ଥିଲେ ସଚିନ ତେନ୍ଦୁଲକର

ବଲିଉଡ ଅଭିନେତା ସୁଶାନ୍ତ ସିଂ ରାଜପୁତଙ୍କ ଆତ୍ମହତ୍ୟାକୁ ନେଇ ସମସ୍ତେ ଆଶ୍ଚର୍ଯ୍ୟ ହୋଇଯାଇଛନ୍ତି। କ୍ରିକେଟ ଜଗତ ମଧ୍ୟ ତାଙ୍କ ମୃତ୍ୟୁରେ ସ୍ତବ୍ଧ ହୋଇଯାଇଛି। ଅଭିନେତା ହୋଇଥିଲେ...

ଅମିତାଭ ବଚ୍ଚନଙ୍କ ପାଇଁ ପ୍ରାର୍ଥନା କଲେ ଏହି ପାକିସ୍ତାନ କ୍ରିକେଟର

ବଲିଉଡ୍‌ ମେଗାଷ୍ଟାର ଅମିତାଭ ବଚ୍ଚନ କରୋନା ପଜିଟିଭ୍‌ ଚିହ୍ନଟ ହୋଇଛନ୍ତି। ତାଙ୍କ ଆରୋଗ୍ୟ କାମନା କରି ଦେଶର ବିଭିନ୍ନ ଯାଗାରେ ପୂଜାର୍ଚ୍ଚନା ଚାଲିଥିବା ଦେଖାଯାଇଛି। ଅମିତାଭ...

କ୍ରିକେଟ୍‌ ପଡିଆରେ ବିଶ୍ୱରେକର୍ଡ କରିଥିଲେ ମେକାନିକଙ୍କ ପୁଅ

ଭାରତୀୟ କ୍ରିକେଟର ପୂର୍ବତନ ଖେଳାଳି ବିନୋଦ କାମ୍ବଲି ଆଜି ୪୯ ବର୍ଷରେ ପଦାର୍ପଣ କରିଛନ୍ତି। କାମ୍ବଲି ୧୮ ଜାନୁଆରୀ ୧୯୭୨ ରେ ମୁମ୍ବାଇର କଞ୍ଜୁରମର୍ଗର ଇନ୍ଦିରା...

କେକେଆର ବୋଲରଙ୍କ ଉପରେ ଭାରି ପଡ଼ିଲେ ସିଏସ୍‌କେ ଓପନର

ମୁମ୍ବାଇ,୨୧।୪: କୋଲକାତା ନାଇଟ୍‌ ରାଇଜଡର୍ସ (କେକେଆର)ର ବୋଲରଙ୍କ ଉପରେ ଭାରି ପଡ଼ିଲେ ସିଏସ୍‌କେର ବ୍ୟାଟ୍ସମ୍ୟାନ। ପ୍ରଥମେ ଚେନ୍ନାଇ ସୁପର କିଙ୍ଗ୍ସର ଓପନର ଛକା ଓ ଚୌକାର...

Advertisement
Archives

Model This Week