Posted inଖେଳ

ସାଲିଭା ବ୍ୟବହାରକୁ ବାରଣ କଲା ଆଇସିସି

ଦୁବାଇ, ୨୧ା୯ (ପି.ଟି.): ଅନ୍ତର୍ଜାତୀୟ କ୍ରିକେଟ ପରିଷଦ (ଆଇସିସି) ଏହାର ଖେଳ ନିୟମରେ କେତେକ ପରିବର୍ତ୍ତନ କରିଛି। ସେଥିରେ ବଲ୍‌କୁ ପଲିସ୍‌ କରିବା ଲାଗି ସାଲିଭା (ଛେପ) ବ୍ୟବହାରକୁ ସମ୍ପୂର୍ଣ୍ଣ ବାରଣ କରାଯାଇଛି। ଏହି ନିୟମଗୁଡ଼ିକ ଅକ୍ଟୋବର ୧ରୁ କାର୍ଯ୍ୟକାରୀ ହେବ। ଏଣିକି ଜଣେ ନନ୍‌ ଷ୍ଟ୍ରାଇକରଙ୍କୁ ବୋଲର ରନ୍‌ଆଉଟ କଲେ ତାହାକୁ ‘ଅନ୍‌ ଫେୟାର ପ୍ଲେ’ ନ ଦର୍ଶାଇ ବିଧିବଦ୍ଧ ରନ ଆଉଟ ବୋଲି ବିବେଚନା କରାଯିବ। ଭାରତର ପୂର୍ବତନ ଅଧିନାୟକ ତଥା ବିସିସିଆଇ ସଭାପତି ସୌରଭ ଗାଙ୍ଗୁଲିଙ୍କ ଅଧ୍ୟକ୍ଷତାରେ ଆଇସିସି କ୍ରିକେଟ କମିଟି ଦେଇଥିବା ସୁପାରିସକୁ ମୁଖ୍ୟ କାର୍ଯ୍ୟନିର୍ବାହୀ କମିଟି ଅନୁମୋଦ କରିବା ପରେ ଏହି ପରିବର୍ତ୍ତନ ଘୋଷଣା କରାଯାଇଛି। ଆଇସିସି ପୂର୍ବରୁ କୋଭିଡ୍‌ ଦୃଷ୍ଟିରୁ ବଲ୍‌ ପଲିସ୍‌ କରିବା ଲାଗି ସାଲିଭା ବ୍ୟବହାରକୁ ସାମୟିକ ବାରଣ କରିଥିଲା। ହେଲେ କ୍ରିକେଟ ଖେଳ ନିୟମର ସଂରକ୍ଷକ ମେରିଲବୋନ୍‌ କ୍ରିକେଟ କ୍ଲବ (ଏମ୍‌ସିସି) ମାର୍ଚ୍ଚରେ ଏହାର ୨୦୨୨ କୋଡ୍‌ରେ ସଂଶୋଧନ ଆଣି ଛେପ ବ୍ୟବହାରକୁ ସମ୍ପୂର୍ଣ୍ଣ ବାରଣ କରିଥିଲା। ଏଣିକି ଜଣେ ବ୍ୟାଟର କ୍ୟାଚ ଆଉଟ ହେବା ପରେ ନୂଆ ବ୍ୟାଟର ଜଣକ ଷ୍ଟ୍ରାଇକର ଯେଉଁ ପାର୍ଶ୍ୱରେ ରହିଥିବେ ସେହିପଟୁ ଖେଳ ଆରମ୍ଭ କରିବେ। ନୂଆ ନିୟମ ଅନୁସାରେ ଏଣିକି ଟେଷ୍ଟ ଓ ଅନ୍ତର୍ଜାତୀୟ ଦିନିକିଆରେ ଇନ୍‌କମିଙ୍ଗ ବ୍ୟାଟରଙ୍କୁ ଷ୍ଟ୍ରାଇକ୍‌ ନେବାଲାଗି ଦୁଇ ମିନିଟ ମଧ୍ୟରେ ପ୍ରସ୍ତୁତ ହେବାକୁ ପଡ଼ିବ। ତେବେ ଏକ୍ଷେତ୍ରରେ ଅନ୍ତର୍ଜାତୀୟ ଟି୨୦ରେ ରହିଥିବା ୯୦ ସେକେଣ୍ଡ ବ୍ୟବସ୍ଥାରେ ପରିବର୍ତ୍ତନ କରାଯାଇ ନାହିଁ। କୌଣସି ବଲ୍‌ ସାମ୍‌ନା କରିବା ବେଳେ ଯଦି ବ୍ୟାଟର ପିଚ୍‌ ଛାଡ଼ିବାକୁ ବାଧ୍ୟହୁଏ ତେବେ ତାହାକୁ ନୋ ବଲ୍‌ ବୋଲି ଧରିନିଆଯିବ। ଯଦି କୌଣସି ବୋଲର ଜାଣିଶୁଣି ଅଯୌକ୍ତିକ ବୋଲିଂ କରେ ଅମ୍ପାୟର ଏହାକୁ ଡେଡ୍‌ ବଲ୍‌ ଘୋଷଣା କରିବା ସହ ୫ ରନ ପେନାଲ୍ଟି କରିପାରନ୍ତି। ଅନ୍ୟ ଏକ ପ୍ରମୁଖ ନିଷ୍ପତ୍ତି ଅନୁସାରେ ଟି୨୦ରେ ଯଦି ଦଳ ନିର୍ଦ୍ଧାରିିତ ସମୟକୁ ପାଳନ କରିବାରେ ବିଫଳ ରୁହେ ଏବଂ ସ୍ଲୋ ଓଭର ରେଟ୍‌ରେ ଦୋଷୀ ସାବ୍ୟସ୍ତ ହୁଏ ତେବେ ଦଣ୍ଡ ସ୍ବରୂପ ୩୦ ଗଜ ସର୍କଲ ବାହାରେ ଜଣେ ଫିଲ୍ଡର ହ୍ରାସ କରିବାକୁ ହେବ।


Enter your email to get our daily news in your inbox.

All Right Reserved By Dharitri.Com

ତାରାତାରିଣୀ-ଦକ୍ଷିଣକାଳୀଙ୍କ ପୀଠରେ ଷୋଡ଼ଶ ଉପଚାର ପର୍ବ: ୧୦୮ ମାଠିଆ ଜଳରେ ମା’ଙ୍କ ସ୍ନାନ, ଘଣ୍ଟଘଣ୍ଟାରେ କମ୍ପୁଛି ରତ୍ନଗିରି

ପୁରୁଷୋତ୍ତମପୁର,୩ା୧୦ (ସବିତା ମିଶ୍ର): ପବିତ୍ର ପାର୍ବଣ ଋତୁ ଅବସରରେ ଗଞ୍ଜାମ ଜିଲାର ପ୍ରସିଦ୍ଧ ଶକ୍ତିପୀଠ ମା’ ତାରାତାରିଣୀ ଓ ଦକ୍ଷିଣକାଳୀଙ୍କ ପୀଠରେ ଶନିବାର ରାତିରୁ ଆରମ୍ଭ ହୋଇଛି…

ନ୍ୟୁ ଚଣ୍ଡୀଗଡ଼ରେ ‘ରାହୁଲ ଝଡ଼’: ୮୦ ବଲ୍‌ରେ ଶତକ ମାରି ଧୋନିଙ୍କ ସମକକ୍ଷ, ଭାରତ ପାଇଁ ସାଜିଲେ ସଙ୍କଟମୋଚକ

ନ୍ୟୁ ଚଣ୍ଡୀଗଡ଼,୩।୧୦: ଭାରତୀୟ କ୍ରିକେଟ୍ ଦଳର ଭରସାଯୋଗ୍ୟ ଖେଳାଳି କେ ଏଲ୍ ରାହୁଲ ପୁଣି ଥରେ ନିଜର ଦମଦାର ପ୍ରଦର୍ଶନ ବଳରେ ଦଳର ସଙ୍କଟମୋଚକ ସାଜିଛନ୍ତି। ପ୍ରଥମ…

ଶତକରୁ ବଞ୍ଚିତ ହୋଇ ବି ଇତିହାସ ରଚିଲେ ରୋହିତ ଶର୍ମା, ଭାଙ୍ଗିଲେ ସଚିନଙ୍କ ୨୨ ବର୍ଷ ପୁରୁଣା ମହାରେକର୍ଡ

ନ୍ୟୁ ଚଣ୍ଡୀଗଡ଼,୩।୧୦: ନ୍ୟୁ ଚଣ୍ଡୀଗଡ଼ସ୍ଥିତ ପିସିଏ ଅନ୍ତର୍ଜାତୀୟ କ୍ରିକେଟ୍ ଷ୍ଟାଡିୟମରେ ୱେଷ୍ଟଇଣ୍ଡିଜ୍ ବିପକ୍ଷ ତୃତୀୟ ତଥା ଅନ୍ତିମ ଦିନିକିଆ ମ୍ୟାଚରେ ଭାରତୀୟ ଅଧିନାୟକ ରୋହିତ ଶର୍ମା ମାତ୍ର…

ହସ୍ପିଟାଲରେ ଭାରତୀୟ ପାଇଲଟଙ୍କୁ ଭେଟିଲେ ଦୁବାଇ କ୍ରାଉନ ପ୍ରିନ୍ସ, ପାଇଲଟଙ୍କୁ କଲେ ସଲାମ୍‌

ଦୁବାଇ,୩।୧୦: ଫ୍ଲାଏଦୁବାଇ ବିମାନରେ ସହ-ପାଇଲଟଙ୍କ ଆକ୍ରମଣ ସତ୍ତ୍ୱେ ସାହସ ଦେଖାଇଥିବା ଭାରତୀୟ ପାଇଲଟ ସ୍ମିତ ମଚ୍ଛାରଙ୍କୁ ଦୁବାଇ କ୍ରାଉନ ପ୍ରିନ୍ସ ଶେଖ ହାମଦାନ ବିନ ମହମ୍ମଦ ବିନ…

ରୁଷିଆ ସେନାରେ ଏବେବି ୫୫ ଭାରତୀୟ, ତଥ୍ୟ ଦେବାକୁ ମସ୍କୋକୁ ଅନୁରୋଧ କଲା ନୂଆଦିଲ୍ଲୀ

ନୂଆଦିଲ୍ଲୀ,୩ା୧୦: ରୁଷିଆ ସେନାରେ ନିଯୁକ୍ତି ପାଇଥିବା ଭାରତୀୟଙ୍କ ମଧ୍ୟରୁ ଇତିମଧ୍ୟରେ ୧୪୦ ଜଣଙ୍କୁ ମୁକ୍ତ କରାଗଲାଣି। ଏବେ ବି ରୁଷିଆର ସଶସ୍ତ୍ର ସେନାରେ ୫୫ ଭାରତୀୟ କାର୍ଯ୍ୟରତ…

ବନ୍ୟଜନ୍ତୁଙ୍କ ସୁରକ୍ଷା ସମସ୍ତଙ୍କ ଦାୟିତ୍ଵ

ଦିଗପହଣ୍ଡି,୩|୧୦(ଅଶେଷ ନାଥ ମିଶ୍ର) ଗଞ୍ଜାମ ଜିଲା ଦିଗପହଣ୍ଡି ବନାଞ୍ଚଳ କାର୍ଯ୍ୟାଳୟ ଅଧିନ ଖମାରିଗାଁ ପଞ୍ଚାୟତ ଅନ୍ତର୍ଗତ ବୁରୁବନ୍ଧ ଗ୍ରାମ ବନସୁରକ୍ଷା ସମିତି ପକ୍ଷରୁ ରାଜ୍ୟ ଜଙ୍ଗଲ ପରିବେଶ…

ଦୁର୍ଗାପୂଜା ପାଇଁ କଡ଼ା ସୁରକ୍ଷା ବ୍ୟାଙ୍କ ଓ ସୁନା ଋଣ ପ୍ରତିଷ୍ଠାନ: ପରିଦର୍ଶନ କଲା ପୋଲିସ

ବଞ୍ଚୋ, ୩।୧୦ (ପ୍ରଦୋଷ ବିଶ୍ୱାଳ): ଆଗାମୀ ଦୁର୍ଗାପୂଜାକୁ ଦୃଷ୍ଟିରେ ରଖି ଘଷିପୁରା ପୋଲିସ ପକ୍ଷରୁ ସୁରକ୍ଷା ବ୍ୟବସ୍ଥାକୁ ଅଧିକ କଡ଼ାକଡ଼ି କରାଯାଇଛି। ଏହି ପରିପ୍ରେକ୍ଷୀରେ ଶୁକ୍ରବାର ଘଷିପୁରା…

୪୮ ଘଣ୍ଟା ମଧ୍ୟରେ ଘଣ୍ଟା ପ୍ରତି ୨୪୧ କିଲୋମିଟର ବେଗରେ ଫେରିବ ବାତ୍ୟା ‘ନୋଲୋ’ (Nolo), ଉଡ଼ିବ ଘରଦ୍ୱାର! ଚିନ୍ତାରେ ପାଣିପାଗ ବିଶେଷଜ୍ଞ

ନୂଆଦିଲ୍ଲୀ,୩।୧୦: ପାଣିପାଗ ସମ୍ବନ୍ଧୀୟ ଏକ ଖବର ସାମ୍ନାକୁ ଆସିଛି ଯାହା ସମଗ୍ର ବିଶ୍ୱର ପାଣିପାଗ ବିଶେଷଜ୍ଞମାନଙ୍କୁ ଗଭୀର ଚିନ୍ତାରେ ପକାଇଛି। ଗତ କିଛି ଦିନ ଧରି ସମୁଦ୍ର…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?