Posted inଫୁରସତ

ଉଚ୍ଚତା ସାଢେ ୩ ଫୁଟ, ହେଲେ ଆକାଶ ଛୁଇଁବାର ନିଶା; ବେଶ ପ୍ରେରଣାଦାୟୀ ଆଇଏଏସ୍‌ ଅଫିସର ଆରତୀଙ୍କ ଜୀବନକାହାଣୀ…

ଉଚ୍ଚତା ସାଢ଼େ ୩ ଫୁଟ। ହେଲେ ଆକାଶକୁ ଛୁଇଁବା ନିଶା। ଆଜି ଆମେ ଏଭଳି ଜଣେ ଆଇଏଏସ୍‌ ଅଫିସରଙ୍କ କାହାଣୀ ବିଷୟରେ କହିବୁ ଯିଏ ସମସ୍ତଙ୍କଠାରୁ ଭିନ୍ନ, ଯାହାଙ୍କ ଉଚ୍ଚତା ନୁହେଁ ବରଂ କାମ କଥା କହିଥାଏ। ସେ ହେଉଛନ୍ତି ଆଇଏଏସ୍‌ ଅଫିସର ଆରତୀ ଡୋଗ୍ରା। ସ୍କୁଲ-କଲେଜରେ ତାଙ୍କର ଉଚ୍ଚତାକୁ ନେଇ ମଜା ଉଡାଉଥିଲେ ସହପାଠୀ। ହେଲେ ସେ ପ୍ରଥମ ଥରରେ ୟୁପିଏସ୍‌ସିରେ ୫୬ ର଼୍ୟାଙ୍କ ଆଣି ସମସ୍ତଙ୍କ ମୁହଁ ବନ୍ଦ କରିଦେଇଛନ୍ତି।

ଆରତୀ ନିଜର ଉଚ୍ଚତାକୁ ନେଇ ଅପମାନିତ ହେଉଥିଲେ। ହେଳେ ସେତେବେଳେ ସେ କୌଣସି ଜବାବ ଦେଉ ନ ଥିଲେ। ପାଠପଢ଼ାରେ ଭଲ ଥିବାରୁ ସେ ୟୁପିଏସ୍‌ସି ଲାଗି ପ୍ରସ୍ତୁତ ହେଉଥିଲେ। ୨୦୦୬ରେ ସେ ପ୍ରଥମ ପ୍ରଚେଷ୍ଟାରେ ୫୬ ର଼୍ୟାଙ୍କ ରଖି ସମସ୍ତଙ୍କୁ ଚମକାଇଥିଲେ।

ଉତ୍ତରାଖଣ୍ଡର ଡେରାଡୁନ ଜିଲାରେ ଆରତୀଙ୍କ ଜନ୍ମ। ସେ ମାବାପାଙ୍କ ଏକମାତ୍ର ସନ୍ତାନ। ତାଙ୍କ ବାପା ରାଜେନ୍ଦ୍ର ଡୋଗ୍ରା ପେସାରେ ଜଣେ କର୍ନେଲ ଏବଂ ମା’ କୁମ୍‌କୁମ୍‌ ସ୍କୁଲର ପ୍ରଧାନଶିକ୍ଷକ ଅଛନ୍ତି। ଆରତୀ ଡେରାଡୁନର ଓ୍ବେଲହମ୍‌ ଗଲ୍ସ ସ୍କୁଲରୁ ସ୍କୁଲପଢ଼ା ଆରମ୍ଭ କରିଥିଲେ। ପରେ ସେ ଦିଲ୍ଲୀ ବିଶ୍ୱବିଦ୍ୟାଳୟର ଲେଡି ଶ୍ରୀରାମ କଲେଜରୁ ଇକୋନୋମିକ୍ସରେ ଗ୍ରାଜୁଏଶନ କରିଥିଲେ। ପୋଷ୍ଟ ଗ୍ରାଜୁଏଶନ ଲାଗି ଡେରାଡୁନ ଯାଇଥିବା ବେଳେ ସେ ଡିଏମ୍‌ ମନିଷାଙ୍କୁ ଭେଟିଥିଲେ। ଏଠାରୁ ହିଁ ତାଙ୍କୁ ଆଇଏଏସ୍‌ ହେବାର ପ୍ରେରଣା ମିଳିଥିଲା।

ଆରତୀ ୟୁପିଏସ୍‌ସିର ପ୍ରସ୍ତୁତି ଆରମ୍ଭ କରିଥଲେ। ୨୦୦୬ରେ ରାଜସ୍ଥାନ କ୍ୟାଡରର ଆଇଏଏସ୍‌ ଅଫିସର ହୋଇଥିଲେ। ସେ ବିକାନେର, ଆଜମେରର ଜିଲାପାଳ ହୋଇଛନ୍ତି। ନିଜେ ପ୍ରଧାନମନ୍ତ୍ରୀ ମଧ୍ୟ ତାଙ୍କ କାମର ପ୍ରଶଂସା କରିଛନ୍ତି, ଯେଉଁଥିପାଇଁ ତାଙ୍କୁ ରାଜ୍ୟରୁ ଆରମ୍ଭ କରି ଜାତୀୟସ୍ତର ଯାଏ ଅନେକ ପୁରସ୍କାର ମିଳିଛି।


Enter your email to get our daily news in your inbox.

All Right Reserved By Dharitri.Com

ଓଡ଼ିଶାର ଶ୍ରେଷ୍ଠ ପାଞ୍ଚ ଜଳ ପ୍ରପାତ

ସାନଘାଗରା ଜଳପ୍ରପାତ କେନ୍ଦୁଝର ସହରଠାରୁ ମାତ୍ର ୬ କି.ମି. ଦୂରରେ ରହିଛି ସାନଘାଘରା ଜଳପ୍ରପାତ। ସାନମାଛ କାନ୍ଦଣା ନଦୀର ଜଳ ଏଠାରେ ତଳକୁ ବିରାଟକାୟ ସ୍ରୋତରେ କଚାଡ଼ି…

ଭୁବନେଶ୍ୱର ଫୁଲ ଦୋକାନ

ଫର୍ନସ ଏନ୍‌ ପେଟାଲ୍‌ସ   ଏହା ରାଜଧାନୀର ଏକ ବଡ଼ ଫୁଲ ଦୋକାନ ଭାବେ ପରିଗଣିତ। ୧୧ବର୍ଷ ତଳେ ପ୍ରଥମ କରି ଶହୀଦନଗରରେ ଆରମ୍ଭ ହୋଇଥିଲା। ବର୍ତ୍ତମାନ…

ଶ୍ରେଷ୍ଠ ପାଞ୍ଚ ଭୁବନେଶ୍ୱର ଜିମ

କଳିଙ୍ଗ ଫିଟନେସ୍‌ ଜୟଦେବ ବିହାର ରୋଡ ବିଜୁ ପଟ୍ଟନାୟକ କଲେଜ ନିକଟରେ ରହିଛି କଳିଙ୍ଗ ଫିଟନେସ ଜିମ୍‌। ୪ବର୍ଷ ତଳେ ଖୋଲାଯାଇଥିବା ଏହି ଜିମ୍‌ରେ ସବୁ ପ୍ରକାର…

ଓଡ଼ିଶାର ଶ୍ରେଷ୍ଠ ପାଞ୍ଚ ପର୍ଯ୍ୟଟନସ୍ଥଳ

ସପ୍ତଶଯ୍ୟା ଢେଙ୍କାନାଳ ଜିଲାରେ ଅବସ୍ଥିତ ସପ୍ତଶଯ୍ୟା ପର୍ଯ୍ୟଟନ ସ୍ଥଳ ସାତ ପାହାଡ଼, ଝରଣା ଏବଂ ଜଙ୍ଗଲରେ ପରିପୂର୍ଣ୍ଣ। ଏଠାରେ ରହିଛି ଶ୍ରୀରାମଙ୍କ ମନ୍ଦିର। ସପ୍ତଶଯ୍ୟାର ଶୀତଳ ପରିବେଶ…

କଟକ ଦହିବରା ଆଳୁଦମ

ବାରବାଟୀ ଷ୍ଟାଡିୟମର ରମେଶ ଗୋଛି ସକାଳ ୭ଟାରୁ ଆରମ୍ଭ କରି ରାତି ୧୦ଟା ଯାଏ ବାରବାଟୀ ଷ୍ଟାଡିୟମ ନିକଟରେ ରମେଶଙ୍କ ଷ୍ଟଲ ଖୋଲିଥାଏ। ପରିବାରର ସବୁ ସଦସ୍ୟ…

ଶ୍ରେଷ୍ଠ ପାଞ୍ଚ ଭୁବନେଶ୍ୱରର ପାର୍କ

ମହାତ୍ମା ଗାନ୍ଧୀ ପାର୍କ ପାର୍କଟି ଜୟଦେବ ବିହାରସ୍ଥିତ ନନ୍ଦନକାନନ ରୋଡ୍‌ର ଜନତା ମଇଦାନ ନିକଟରେ ଅବସ୍ଥିତ। ପାର୍କ ଭିତରେ ମହାତ୍ମା ଗାନ୍ଧୀଙ୍କ ପ୍ରାର୍ଥନା କରୁଥିବା ମୁଦ୍ରାରେ ମୂର୍ତ୍ତି…

ଶ୍ରେଷ୍ଠ ପାଞ୍ଚ ପୁରୀର ମଠ

ହାତୀ ଆଖଡ଼ା ମଠ ପୁରୀ ବଳଗଣ୍ଡି ନିକଟରେ ବଡ଼ଦାଣ୍ଡର ମୁଖ୍ୟ ରାସ୍ତାରେ ହାତୀ ଆଖଡା ମଠ ଅବସ୍ଥିତ। ଶ୍ରୀରାମାନନ୍ଦୀ ସମ୍ପ୍ରଦାୟର ନିର୍ବାଣୀ ଆଖଡା ରୂପେ ଏହା ପରିଚିତ।…

ଶ୍ରେଷ୍ଠ ପାଞ୍ଚ ଓଡ଼ିଶାର ପ୍ରସିଦ୍ଧ ଶୈବପୀଠ

ହରିଶଙ୍କର ବଲାଙ୍ଗୀରଠାରୁ ୮୦ କି.ମି. ଦୂରରେ ଗନ୍ଧମାର୍ଦ୍ଦନ ପର୍ବତ ପାଦଦେଶରେ ଅବସ୍ଥିତ ପ୍ରସିଦ୍ଧ ତୀର୍ଥ ତଥା ଶୈବପୀଠ ହରିଶଙ୍କର। ଏଠାକାର ମନ୍ଦିରର ପରିବେଶ ଏବଂ ଆକର୍ଷଣୀୟ ଝରଣା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?