Posted inଜାତୀୟ

ଜବତ ହେଲା ଆଇଏଏସ୍‌ ଅଧିକାରୀଙ୍କ ଅଡି କାର

ମୁମ଼୍ବାଇ, ୧୪।୭: ଗତ କିଛିଦିନ ଧରି ବିବାଦରେ ରହିଥିବା ଟ୍ରେନିଂ ଆଇଏଏସ୍‌ ଅଧିକାରୀ ପୂଜା ଖେଡକାରଙ୍କ ପୁଣି ଅଡ଼ୁଆ ବଢ଼ିଛି । ପୁନେ ଟ୍ରାଫିକ୍‌ ପୋଲିସ ବାରମ଼୍ବାର ଟ୍ରାଫିକ୍‌ ନିୟମ ଭାଙ୍ଗିଥିବା ଅଭିଯୋଗରେ ପୂଜାଙ୍କର ବିଳାଶପୂର୍ଣ୍ଣ ଅଡି କାରକୁ ଜବତ କରିଛି । ପୋଲିସ୍‌ ଏହି ଗାଡ଼ିକୁ ଥାନାକୁ ନେଇଯାଇଛି ।

ସୂଚନା ଥାଉକି, ମହାରାଷ୍ଟ୍ର କ୍ୟାଡର ଆଇଏଏସ୍‌ ଅଧିକାରୀ ପୂଜା ଖେଡକର ଜାଲ ପ୍ରମାଣପତ୍ର ଦେଇ ଆଇଏଏସ୍‌ ଚାକିରି ପାଇଥିବା ଅଭିଯୋଗ ହୋଇଛି। ୨୦୨୨ ବ୍ୟାଚ୍‌ର ଆଇଏଏସ୍‌ ଅଫିସରଜଣଙ୍କ ପ୍ରଶାସନିକ ପରୀକ୍ଷା ପାସ୍‌ କରିବା ଲାଗି କଥିତ ଭାବେ ଜାଲ ଦିବ୍ୟାଙ୍ଗ ଏବଂ ପଛୁଆ ବର୍ଗ(ଓବିସି) ପ୍ରମାଣପତ୍ର ଜମା କରିଥିବା ଜଣାପଡ଼ିଛି।
 କିଛି ଦିନ ପୂର୍ବେ ପୂଜାଙ୍କ ଉପରେ ପଦର ଦୂରୁପଯୋଗ କରୁଥିବା ଅଭିଯୋଗ ହୋଇଥିଲା। ସେ ନିଜର ବ୍ୟକ୍ତିଗତ ଅଡି କାର୍‌ରେ ଲାଲ-ନୀଳ ବତି ଏବଂ ଭିଆଇପି ନମ୍ବର ପ୍ଲେଟ୍‌ ବ୍ୟବହାର କରୁଥିଲେ।  ଅଭିଯୋଗ ଆସିବା ପରେ ତାଙ୍କୁ ପୁଣେ ଜିଲାର ଓ୍ବାସିମଙ୍କୁ ଟ୍ରାନ୍ସଫର କରିଦିଆଯାଇଥିଲା। ପୂଜା ଓବିସି ଏବଂ ଦୃଷ୍ଟିବାଧିତ ଶ୍ରେଣୀରେ ସିଭିଲ ସେବା ପରୀକ୍ଷା ଦେଇଥିଲେ। ମାନସିକ ରୋଗର ପ୍ରମାଣପତ୍ର ଜମା କରିଥିଲେ। ପୂଜା ଏକ ପ୍ରଶାସନିକ ପରିବାରରୁ ଆସିଛନ୍ତି। ସେ ୟୁପିଏସ୍‌ସିରେ ୮୪୧ ର଼୍ୟାଙ୍କ ହାସଲ କରିଥିଲେ। ତାଙ୍କ ବାପା ଏମ୍‌ପିସିବି ଅଧିକାରୀ ଥିଲେ। ତାଙ୍କ ଜେଜେବାପା ମଧ୍ୟ ପ୍ରଶାସନିକ ଅଧିକାରୀ ଥିଲେ। ମା’ ଅହମ୍ମଦନଗର ଜିଲାର ଭାଲଗାଁର ନିର୍ବାଚିତ ସରପଞ୍ଚ ଅଛନ୍ତି।

Enter your email to get our daily news in your inbox.

All Right Reserved By Dharitri.Com

‘ଯୋଗ ଦ୍ୱାରା ମାନସିକ-ଶାରୀରିକ ବିକାଶ ହୋଇଥାଏ’

କେସିଙ୍ଗା,୨୧ା୬(ତୁମେଶ୍ୱର ସାହୁ): କଳାହାଣ୍ଡି ଜିଲା କେସିଙ୍ଗା ବିଜ୍ଞାପିତ ଅଞ୍ଚଳ ପରିଷଦ ଦ୍ୱାରା ଅଧ୍ୟକ୍ଷ ନୃପରାଜ ଯାଦବଙ୍କ ନେତୃତ୍ୱରେ ସ୍ଥାନୀୟ ବିଜୁ ପଟ୍ଟନାୟକ ଖେଳ ଭବନଠାରେ ଅନ୍ତର୍ଜାତୀୟ...

ଘରୁ ରାତିରେ ସୁନା ଅଳଙ୍କାର ଚୋରି କରି ଖସି ଯାଇଥିଲେ ୨ ନାବାଳକ, ସକାଳୁ ପୋଲିସ ଜିମା ଦେଲେ ଗ୍ରାମବାସୀ

ଧର୍ମଶାଳା,୨୧ା୬(ଶିବ ପ୍ରସାଦ ମହାନ୍ତି): ଯାଜପୁର ଜିଲା ଧର୍ମଶାଳା ଥାନା ଅନ୍ତର୍ଗତ ନରସିଂହପୁର ଗ୍ରାମରୁ ଶୁକ୍ରବାର ବିଳମ୍ବିତ ରାତିରେ କେହି ଦୁର୍ବୃତ୍ତ ଘରେ ପଶି ଚୋରି କରି...

ରାଗିଗଲେ ସୋନିଆ: ଇରାନ-ଇସ୍ରାଏଲ ଯୁଦ୍ଧକୁ ନେଇ ମୋଦି ସରକାର ଉପରେ ଉଠାଇଲେ ପ୍ରଶ୍ନ

ନୂଆଦିଲ୍ଲୀ,୨୧।୬: ପୂର୍ବତନ କଂଗ୍ରେସ ଅଧ୍ୟକ୍ଷା ସୋନିଆ ଗାନ୍ଧୀ ଇସ୍ରାଏଲ ଏବଂ ଇରାନ ମଧ୍ୟରେ ଚାଲିଥିବା ଯୁଦ୍ଧ ବିଷୟରେ ଏକ ଇଂରାଜୀ ଖବରକାଗଜରେ ଏକ ସ୍ତମ୍ଭ ଲେଖିଛନ୍ତି।...

ଯାତ୍ରାପାର୍ଟି ମାଲିକଙ୍କ ନାଁରେ ସାଂଘାତିକ ଅଭିଯୋଗ ଆଣିଲେ ଅଭିନେତା କାହ୍ନା, କହିଲେ ମାଲିକ ଏବେ କଳାକାରଙ୍କୁ…

ଭୁବନେଶ୍ୱର,୨୧ା୬: ଥମୁନି ଯାତ୍ରାପାର୍ଟି ମାଲିକଙ୍କ ନାଁରେ ବିବାଦ। ଏବେ ସିଂହବାହିନୀ ମାଲିକଙ୍କ ନାଁରେ ସାଂଘାତିକ ଅଭିଯୋଗ ଆଣିଛନ୍ତି ଯାତ୍ରା କଳାକାର ତଥା ଭିଲିଆନ୍‌ କାହ୍ନା। ସେ...

ଲକ୍ଷେ ଟଙ୍କିଆ ସ୍କୁଟି ପାଇଁ ୧୪ ଲକ୍ଷ ଟଙ୍କା ଖର୍ଚ୍ଚ କଲେ ଏହି ବ୍ୟକ୍ତି: ଜାଣନ୍ତୁ କାହିଁକି

ଲୋକମାନେ ନିଜର ସଉକ ପୂରଣ କରିବା ପାଇଁ ଲକ୍ଷ ଲକ୍ଷ ଟଙ୍କା ଖର୍ଚ୍ଚ କରିବାକୁ ପ୍ରସ୍ତୁତ। ହିମାଚଳ ପ୍ରଦେଶର ଜଣେ ବ୍ୟକ୍ତି ତାଙ୍କର ୧ ଲକ୍ଷ...

ଫାଟିଲା ଲକ୍ଷ୍ମୀବରାହ ଜୀଉ ମନ୍ଦିର ଦଧିନଉତି: ଶ୍ରଦ୍ଧାଳୁ କହିଲେ…

ଆଳି,୨୧ା୬(ବନମାଳୀ ସେନାପତି): କେନ୍ଦ୍ରାପଡ଼ା ଜିଲା ଆଳି ଅଞ୍ଚଳର ଆରାଧ୍ୟ ଠାକୁର ଶ୍ରୀ ଶ୍ରୀଲକ୍ଷ୍ମୀବରାହ ଜୀଉ ମନ୍ଦିରରେ ବିଭିନ୍ନ ସମସ୍ୟା ଲାଗି ରହିଛି। ସମାଧାନ ଦିଗରେ ମନ୍ଦିର...

ଶତକ ସତ୍ତ୍ୱେ ବଡ଼ ଭୁଲ୍‌ କରିଦେଲେ ଗିଲ୍‌: ଏବେ ଦେବାକୁ ପଡ଼ିବ ଜରିମାନା

ଲିଡ୍ସ,୨୧।୬: ଇଂଲଣ୍ଡ ବିପକ୍ଷ ପାଞ୍ଚଟିକିଆ ଟେଷ୍ଟ ସିରିଜର ପ୍ରଥମ ମ୍ୟାଚରେ ଭାରତୀୟ ଦଳ ଭଲ ଆରମ୍ଭ କରିଛି। ମ୍ୟାଚର ପ୍ରଥମ ଦିନରେ ଅଧିନାୟକ ଶୁବମନ ଗିଲ...

ଯୋଗ ହେଉଛି ଆମ କର୍ମ, ଆମ ଜୀବନର ପ୍ରମୁଖ ଅଙ୍ଗ

ଗୋପାଳପୁର,୨୧ା୬(ନବୀନ ରାଜ ଆଚାରୀ): ଶନିବାର ଗୋପାଳପୁର ନିର୍ବାଚନୀ ମଣ୍ଡଳୀ ଅଧିନସ୍ଥ କନିସି ହାଟ ବାଲାଜୀ ବିଦ୍ୟାପୀଠ ଖେଳପଡ଼ିଆଠାରେ ଅନ୍ତର୍ଜାତୀୟ ଯୋଗ ଦିବସ ପାଳିତ ହୋଇଯାଇଛି। ଆୟୋଜିତ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri