Posted inଜାତୀୟ

ଚାଇନାକୁ ଦେବୁ କଡା ଜବାବ: ସୀମାରେ ଭାରତୀୟ ବାୟୁସେନାର ଶକ୍ତି ପ୍ରଦର୍ଶନ

ନୂଆଦିଲ୍ଲୀ,୭।୭: ଭାରତ-ଚାଇନା ସୀମା ବିବାଦ ବେଳକୁ ବେଳ ଖରାପ ହେବାରେ ଲାଗିଥିବା ବେଳେ ଆଗାମୀ ଦିନରେ ଏହା ଯୁଦ୍ଧର ରୂପ ନେଇପାରେ ବୋଲି ଅନୁମାନ କରାଯାଉଛି। ଏଥିପାଇଁ ଭାରତୀୟ ସେନା ମଧ୍ୟ ସବୁ ଦୃଷ୍ଟିରୁ ନିଜକୁ ପ୍ରସ୍ତୁତ କରି ରଖିଲାଣି। ସୋମବାର ଚାଇନା ତା’ର ତମ୍ବୁକୁ ପଛକୁ ଘୁଞ୍ଚାଇ ନେଇଥିବା ବେଳେ ରାତିରେ କିନ୍ତୁ ଭାରତ-ଚାଇନା ସୀମାରେ ଭାରତୀୟ ବାୟୁସେନାର ହେଲିକପ୍ଟର ଆପାଚେ ଘୁରି ବୁଲିଥିବା ଦେଖାଯାଇଥିଲା। ବିଳମ୍ବିତ ରାତିରେ ସୀମାରେ ବାୟୁସେନାର ଯୁଦ୍ଧ ବିମାନ ଚିନୁକ ମଧ୍ୟ ଚାଇନା ଉପରେ କଡା ନଜର ରଖିଥିବା ଦେଖାଯାଇଥିଲା। ସୀମାର ଫରଓ୍ବାର୍ଡ ପୋଷ୍ଟରେ ଆପାଚେ ହେଲିକପ୍ଟର ନଜର ରଖିଥିବା ବେଳେ ଭାରତୀୟ ବାୟୁସେନା ପକ୍ଷରୁ ଲଗାତାର ଅଭାସ ଜାରି ରହିଥିବା ସୂଚନା ମିଳିଛି। କେବଳ ଆପୋଚେ ନୁହେଁ ଏହା ବ୍ୟତୀତ ମିଗ୍‌-୨୯ ସମେତ ଆଉ କିଛି ଯୁଦ୍ଧ ବିମାନ ମଧ୍ୟ ଏହା ପୂର୍ବରୁ ଏଠାରେ ଉଡୁଥିବା ଦେଖାଯାଇଥିଲା।


Enter your email to get our daily news in your inbox.

All Right Reserved By Dharitri.Com

ଗୋଟିଏ ଦିନରେ ୨୦ ହଜାର ଛୁଇଁବାକୁ ଯାଉଛି କରୋନା

ନୂଆଦିଲ୍ଲୀ,୨୮।୬: ଗତ ୨୪ ଘଣ୍ଟା ମଧ୍ୟରେ ଅର୍ଥାତ୍‌ ଗୋଟିଏ ଦିନରେ ଦେଶରେ ସର୍ବାଧିକ ୧୯,୯୦୬ ଜଣ ନୂଆ କରୋନା ସଂକ୍ରମିତ ଚିହ୍ନଟ ହେବା ଏବେ ଚିନ୍ତା...

ସରକାରୀ ବୈଠକରେ ଚା’ ସହିତ ଆଉ ମିଳିବନି ବିସ୍କୁଟ: ଚଣା ଖାଇବେ ଅଧିକାରୀ

ନୂଆଦିଲ୍ଲୀ,୨୯।୬: ସରକାରୀ ଅଧିକାରୀଙ୍କ ବୈଠକରେ ଏଣିକି ଚା’ ସହିତ ବିସ୍କୁଟ ଦିଆଯିବ ନାହିଁ। ସ୍ବାସ୍ଥ୍ୟ ବିଭାଗର ନିର୍ଦ୍ଦେଶ ଅନୁଯାୟୀ ଏଥର ଅଧିକାରୀମାନେ ଚା’ ସହିତ ଭଜା...

ମାସ୍କ୍‌ ନ ପିନ୍ଧିଲେ ୫୦୦, ଦୂରେଇ ନ ରହିଲେ ୩୦୦୦ ଦେବାକୁ ପଡ଼ିବ ଜରିମାନା

ଶ୍ରୀନଗର, ୨୧।୭: କରୋନା ସଂକ୍ରମଣରୁ ଦୂରେଇ ରହିବା ପାଇଁ ଜମ୍ମୁ-କଶ୍ମୀର ପୋଲିସ ପକ୍ଷରୁ ନୂଆ ଯୋଜନା ପ୍ରସ୍ତୁତ କରାଯାଇଛି। ଲୋକେ କରୋନା ସଂକ୍ରମଣ ଲାଗି ଜାରି...

ଶ୍ରମ ମନ୍ତ୍ରଣାଳୟ, ନିର୍ବାଚନ କମିଶନଙ୍କ କାର୍ଯ୍ୟାଳୟରେ କରୋନା

ନୂଆଦିଲ୍ଲୀ,୮।୬: ଦେଶରେ କରୋନା ସଂକ୍ରମଣ କାୟା ବିସ୍ତାର କରି ଚାଲିଛି। ସ୍ବାସ୍ଥ ଓ ପ୍ରତିରକ୍ଷା ମନ୍ତ୍ରଣାଳୟ ପରେ ଏବେ ଶ୍ରମ ମନ୍ତ୍ରଣାଳୟ ଓ ନିର୍ବାଚନ କମିଶନଙ୍କ...

ବିହାର ବିଧାନସଭା: ବାଚସ୍ପତି ପଦକୁ ନେଇ ଏନ୍‌ଡିଏରେ ଉଠିପାରେ ଝଡ଼

ପାଟନା,୧୩ ।୧୧: ବିହାର ବିଧାନସଭା ନିର୍ବାଚନର ଫଳାଫଳ ପରେ ମୁଖ୍ୟମନ୍ତ୍ରୀ ଆସନରେ ନୀତୀଶ କୁମାର ବସିବା ନେଇ ଏକ ପ୍ରକାର ସ୍ଥିର ହୋଇ ଯାଇଛି କହିଲେ...

ଫାରୁକଙ୍କୁ ପୋଷ୍ୟ ଭାବେ ଗ୍ରହଣ କରୁ ଚାଇନା: ଦୂତାବାସ ବାହାରେ ଲାଗିଲା ପୋଷ୍ଟର

ନୂଆଦିଲ୍ଲୀ,୧୩ ।୧୦: କଶ୍ମୀରରୁ ଅନୁଚ୍ଛେଦ ୩୭୦ ହଟିବାକୁ ନେଇ ସାଂସଦ ତଥା ଜମ୍ମୁ-କଶ୍ମୀରର ପୂର୍ବତନ ମୁଖ୍ୟମନ୍ତୀ ଫାରୁକ ଅବଦୁଲା ଯେଉଁ ବୟାନ ଦେଇଥିଲେ ଏବେ ତାହା...

ଘୁଞ୍ଚି ଘୁଞ୍ଚି ଯାଉଛି ଫାଶୀ ଦଉଡ଼ି: ସୁପ୍ରିମ୍‌କୋର୍ଟ ପରେ ଏବେ ନିର୍ବାଚନ କମିଶନଙ୍କୁ ଆବେଦନ

ନୂଆଦିଲ୍ଲୀ,୨୦।୨: ନିର୍ଭୟା ମାମଲାରେ ୪ ଦୋଷୀଙ୍କ ଫାଶୀ ତାରିଖ ଘୁଞ୍ଚି ଘୁଞ୍ଚି ଚାଲିଛି। ଇତିମଧ୍ୟରେ ୩ ଥର ଡେଥ୍‌ ଓ୍ବାରେଣ୍ଟ ଜାରି ହୋଇଛି। ତେବେ ଦୋଷୀ...

ମୋଦି-ମେଡିକାଲ ସଂଘ ମୁହାଁମୁହିଁ

ନୂଆଦିଲ୍ଲୀ,୧୬।୧: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏବଂ ଭାରତୀୟ ମେଡିକାଲ ସଂଘ ମୁହାଁମୁହିଁ ହୋଇଛନ୍ତି। ମୋଦିଙ୍କ ଏକ ମନ୍ତବ୍ୟ ନେଇ ମେଡିକାଲ ସଂଘ କ୍ଷୋଭ ପ୍ରକାଶ କରିଛି।...

Play 250+ Trending Games
Archives

Model This Week

Why Dharitri