ସ୍ତ୍ରୀଙ୍କୁ ଯିଏ ଆଣିବ ଫେରାଇ, ତାଙ୍କୁ ଦେବି ଭୋଟ…

ଲକ୍ଷ୍ନୌ,୫।୪: ଉତ୍ତରପ୍ରଦେଶରେ ଆଗକୁ ପଞ୍ଚାୟତ ନିର୍ବାଚନ ହେବ। ତେବେ ନିର୍ବାଚନରେ ପ୍ରାର୍ଥୀଙ୍କୁ ଭୋଟ ଦେବାନେଇ ଜଣେ ଭୋଟର ଅଜବ ସର୍ତ୍ତ ରଖିଛନ୍ତି। ସ୍ଥାନୀୟ ରହିମାବାଦ ଅଞ୍ଚଳର ରାମନଗରରେ ବାସ କରୁଥିବା ରାଧେ ଭୋଟ ଦେବାକୁ ଅନୁରୋଧ କରିବା ଲାଗି ତାଙ୍କ ଘରକୁ ଆସୁଥିବା ପ୍ରାର୍ଥୀଙ୍କୁ କହୁଚନ୍ତି ଯେ, ମୋ ସ୍ତ୍ରୀଙ୍କୁ ଯିଏ ଫେରାଇ ଆଣିବ ମୁଁ ତାଙ୍କୁ ହିଁ ଭୋଟ ଦେବି। ରାଧେଙ୍କ ସ୍ତ୍ରୀ ଗତ ୬ମାସ ହେଲା ଘରୋଇ କଳିରୁ ରୁଷି ବାପଘରକୁ ଚାଲି ଯାଇଛନ୍ତି। ରାଧେ ଇତିମଧ୍ୟରେ ତାଙ୍କୁ ଫେରାଇ ଆଣିବାକୁ ବହୁଥର ଉଦ୍ୟମ କରିଥିଲେ ମଧ୍ୟ ସେ ଅବୁଝା ହେଉଛନ୍ତି। ତେଣୁ ରାଧେ ଏଭଳି ସର୍ତ୍ତ ରଖିଛନ୍ତି। ରାଧେଙ୍କ ସର୍ତ୍ତ ଏବେ ସୋସିଆଲ୍‌ ମିଡ଼ିଆରେ ଭାଇରାଲ ହେବାରେ ଲାଗିଛି।


Enter your email to get our daily news in your inbox.

All Right Reserved By Dharitri.Com

ସୁରକ୍ଷାକର୍ମୀଙ୍କୁ ସଫଳତା, ଏନ୍‌କାଉଣ୍ଟରରେ ୨ ଜୈଶ୍‌ ଆତଙ୍କବାଦୀ ନିହତ…

ନୂଆଦିଲ୍ଲୀ, ୧।୯ : ଜମ୍ମୁ- କଶ୍ମୀରର ବାରମୁଳା ଜିଲାର ସୋପୋର ଅଞ୍ଚଳରେ ସୁରକ୍ଷା ବାହିନୀ ସହ ରାତାରାତି ଏନକାଉଣ୍ଟରରେ ଦୁଇଜଣ ଜୈଶ-ଇ-ମହମ୍ମଦ ଆତଙ୍କବାଦୀ ନିହତ ହୋଇଛନ୍ତି।...

ଅଗଷ୍ଟ ୬ରେ ମୋଦିଙ୍କୁ ସାକ୍ଷାତ୍‌ କରିବେ ୟେଦୁରପ୍ପା

ନୂଆଦିଲ୍ଲୀ,୩।୮: କର୍ନାଟକ ମୁଖ୍ୟମନ୍ତ୍ରୀ ଭାବେ ଶପଥ ଗ୍ରହଣ କରିବା ପରେ ବିଏସ୍‌ ୟେଦୁରପ୍ପା ଆସନ୍ତା ୬ ତାରିଖରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ସାକ୍ଷାତ୍‌ କରିବାର କାର୍ଯ୍ୟକ୍ରମ...

ଲଦାଖରେ ସବୁକିଛି ଠିକ ନାହିଁ: ଫିଲ୍ମ ଥ୍ରୀ ଇଡିୟଟସକୁ ପ୍ରେରଣା ଦେଇଥିବା ବ୍ୟକ୍ତି ପ୍ରଧାନମନ୍ତ୍ରୀଙ୍କୁ କଲେ ଅପିଲ, ମାଇନସ୍‌ ୪୦ ଡିଗ୍ରୀରେ ଦେବେ ଧାରଣା… …

ଲେହ,୨୩।୧ : ଲଦାଖର ସାମାଜିକ ସଂସ୍କାରକ ସୋନମ ୱାଙ୍ଗଚୁକ ବର୍ତ୍ତମାନ ଦେଶରେ ଏକ ଜଣାଶୁଣା ନାମ। ତାଙ୍କ ଜୀବନରୁ ଅନୁପ୍ରାଣିତ ହୋଇ ବଲିଉଡ ଫିଲ୍ମ ଇଡିୟଟସ...

୩ ଆତଙ୍କବାଦୀ ଜମ୍ମୁ-କଶ୍ମୀର ମୁହାଁ, ଆତଙ୍କ ରଚିବା ଷଡ଼ଯନ୍ତ୍ର…

ଶ୍ରୀନଗର/କାବୁଲ,୪।୯: ଆଫଗାନିସ୍ତାନରୁ ୩ ଆତଙ୍କବାଦୀ ଜମ୍ମୁ-କଶ୍ମୀର ମୁହାଁ ହୋଇଛନ୍ତି। ସେମାନେ ବଡ଼ ଧରଣର ଆକ୍ରମଣ କରି ଆତଙ୍କ ରଚିବା ଷଡ଼ଯନ୍ତ୍ର କରିଥିବା ଗୋଇନ୍ଦା ବିଭାଗ ପକ୍ଷରୁ...

କୋମାରୁ ବାହାରିବା ପରେ ଯୁବକ କହିଲେ ଅଲଗା ଦେଶର ଭାଷା

ଅଷ୍ଟ୍ରେଲିଆର ଜଣେ ୨୭ ବର୍ଷୀୟ ଯୁବକ ଏକ ସଡ଼କ ଦୁର୍ଘଟଣାରେ କୋମାକୁ ଚାଲିଯାଇଥିଲେ। ଯେତେବେଳେ କୋମାରୁ ବାହାରିଲେ ସେତେବେଳେ ନିଜର ମୂଳଭାଷା ପରିବର୍ତ୍ତେ ଅଲଗା ଦେଶର...

ମୋଦିଙ୍କୁ ଶହୀଦ ପତ୍ନୀଙ୍କ ଅନୁରୋଧ: ଆମକୁ ବିଜୟୀ ହେବାକୁ ପଡିବ

ନୂଆଦିଲ୍ଲୀ,୩।୭: ଲଦ୍ଦାଖ ସୀମାରେ କର୍ନଲ ସନ୍ତୋଷ ବାବୁଙ୍କ ବଳିଦାନ ସମଗ୍ର ଦେଶବାସୀଙ୍କ ଆକ୍ରୋଶକୁ ଦ୍ୱିଗୁଣା କରିଥିଲା। ଏବେ ପ୍ରତିଟି ଭାରତୀୟ ଚାଇନାକୁ ବୁଦ୍ଧି ଶିଖାଇବାକୁ ଚାହୁଁଛନ୍ତି।...

ହିଜବୁଲ ମୁଜାହିଦ୍ଦିନରୁ ବେତନ ପାଉଥିଲେ ଦାବିନ୍ଦର

ଶ୍ରୀନଗର,୩୧।୧: ଜମ୍ମୁ-କଶ୍ମୀରରୁ ଗିରଫ ହୋଇଥିବା ପୂର୍ବତନ ଡିଏସପି ଦାବିନ୍ଦର ସିଂହଙ୍କୁ ଆତଙ୍କବାଦୀ ସଂଗଠନ ହିଜବୁଲ ମୁଜାହିଦ୍ଦନଠାରୁ ପୁରା ବର୍ଷକର ଦରମା ମିଳୁଥିଲା ବୋଲି ଜଣାପଡ଼ିଛି। ଦାବିନ୍ଦର...

ଥାନା ବାହାରେ ୪ଘଣ୍ଟା ଧାରଣାରେ ବସିଲେ ମୋଦିଙ୍କ ଭାଇ

ଜୟପୁର, ୧୫।୫: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଭାଇ ପ୍ରହ୍ଲାଦ ମୋଦି ଥାନା ଆଗରେ ପାଖାପାଖି ୪ଘଣ୍ଟା ଧାରଣାରେ ବସିଛନ୍ତି। ପୋଲିସ ସୁରକ୍ଷା ଯୋଗାଇ ନ ଦିଆଯିବାରୁ...

Advertisement
Archives

Model This Week