‘ଜଣେ ବୋକା ମିଳିଗଲେ ଇସ୍ତଫା ଦେବି’

ଓ୍ବାଶିଂଟନ୍‌, ୨୨।୧୨ : ଜଣେ ବୋକା ମିଳିଲା ପରେ ସିଇଓ ପଦରୁ ଇସ୍ତଫା ଦେବେ ବୋଲି ମାଇକ୍ରୋବ୍ଲଗିଙ୍ଗ୍‌ ଆପ୍‌ ଟୁଇଟର ମାଲିକ ଏଲନ ମସ୍କ କହିଛନ୍ତି। ମସ୍କଙ୍କ ଏପରି ପ୍ରତିକ୍ରିୟା ଆସିବାର କାରଣ ହେଉଛି, ଗତ ରବିବାର ସେ ଟୁଇଟରର ସିଇଓ ପଦରୁ ଓହରିଯିବା ଉଚିତ୍‌ ବୋଲି କି? ପ୍ରଶ୍ନ କରି ଏକ ଅନ୍‌ଲାଇନ୍‌ ପୋଲ୍‌ ଭୋଟିଂ କରିଥିଲେ। ପୋଲ୍‌ର ରେଜଲ୍ଟ ଅନୁସାରେ ମସ୍କ ନିଜ ଆଗାମୀ ନିଷ୍ପତ୍ତି ନେବେ ବୋଲି ଏକ ପୋଷ୍ଟ ଜରିଆରେ କହିଥିଲେ। ଏହାର ଗୋଟିଏ ଦିନ ପରେ ପୋଲ୍‌ ରେଜଲ୍ଟ ପ୍ରକାଶ ପାଇଥିଲା, ଯେଉଁଥିରେ ମସ୍କ ସିଇଓ ପଦରୁ ଓହରିଯିବା ଦରକାର ବୋଲି ୫୭.୫% ୟୁଜର୍ସ ି ମତ ଦେଇଥିବାବେଳେ ମାତ୍ର ୪୨% ଟୁଇଟର ୟୁଜର୍ସ ଏହାକୁ ବିରୋଧ କରିଥିଲେ। ୟୁଜର୍ସଙ୍କ ବହୁମତ ଅନୁସାରେ ମସ୍କ ସିଇଓ ପଦରୁ ଓହରିଯିବା କଥା। କିନ୍ତୁ ପୋଲ ରେଜଲ୍ଟ ପ୍ରକାଶ ପାଇବାପରେ ସେ ତୁରନ୍ତ କୌଣସି ପ୍ରତିକ୍ରିୟା ଦେଇ ନ ଥିବାବେଳେ ଏହାର ଦୁଇଦିନ ପରେ ସେ ଏ କଥା କହିଛନ୍ତି। ପାଖାପାଖି ୧୭ ନିୟୁତ ୟୁଜର୍ସ ଏହି ପୋଲ୍‌ରେ ଅଂଶଗ୍ରହଣ କରିଥିଲେ।

ଆମେରିକାର ପୂର୍ବତନ ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ଟୁଇଟର ଆକାଉଣ୍ଟରୁ ବ୍ୟାନ୍‌ ହଟାଇବା ଲାଗି ମସ୍କ ୟୁଜର୍ସଙ୍କ ମତ ଲୋଡ଼ିଥିଲେ, ଯାହାପାଇଁ ସେ ଏହି ପ୍ରକାରେ ଏକ ପୋଲ ବ୍ୟବସ୍ଥା କରିଥିଲେ। ଏବେ ନିଜ କ୍ଷେତ୍ରରେ ଉକ୍ତ ପନ୍ଥା ଆପଣାଇଛନ୍ତି। ଟୁଇଟରର ମାଲିକାନା ଏଲନ ମସ୍କଙ୍କ ହାତକୁ ଯିବାପରେ ରୀତିମତ ସେ ଚର୍ଚ୍ଚାରେ ରହିଆସୁଛନ୍ତି। ପ୍ରଥମେ କାର୍ଯ୍ୟାଳୟରୁ ଶତାଧିକ କର୍ମଚାରୀଙ୍କୁ ଛଟେଇ କରି ସେ ବିବାଦ ଭିତରକୁ ଠେଲି ହୋଇଯାଇଥିଲେ। ଆଉ ଏବେ କମ୍ପାନୀ ନିୟମରେ ଗୋଟିଏ ପରେ ଗୋଟିଏ ପରିବର୍ତ୍ତନ କରି ଚର୍ଚ୍ଚା ପରିସରରେ ରହିଛନ୍ତି। ୟୁଜର୍ସଙ୍କ ଉପରେ ଟୁଇଟର ପକ୍ଷରୁ କଟକଣା ଲଗାଯିବା ଯୋଗୁ ବହୁ ଲୋକ ଏବେ ମାଷ୍ଟୋଡୋମ୍‌ ଭଳି ଅନ୍ୟ ନେଟଓ୍ବର୍କିଂ ସାଇଟ୍‌ ଆଡକୁ ମୁହଁାଇଛନ୍ତି। ନିକଟରେ ୟୁରୋପର କେତେଜଣ ପ୍ରତିଷ୍ଠିତ ଖବରଦାତା ମସ୍କଙ୍କ ବିରୋଧରେ ମିଥ୍ୟା ଖବର ପ୍ରସାର କରୁଥିବା ଅଭିଯୋଗ ଆଣି ସେମାନଙ୍କ ଆକାଉଣ୍ଟକୁ ଟୁଇଟରରୁ ହଟାଇ ଦିଆଯାଇଥିଲା। ଟେସ୍‌ଲା ବୈଦ୍ୟୁତିକ କାର୍‌ ମାଲିକଙ୍କ ଏହି ନିଷ୍ପତ୍ତିକୁ ୟୁରୋପୀୟ ସଂଘ (ଇୟୁ) ନିନ୍ଦା କରିବା ସହ ତାଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ନେବା ଲାଗି ଚେତାବନୀ ଦେଇଥିଲେ। ଏହାପରେ ମସ୍କ ପୁଣିଥରେ ସମ୍ପୃକ୍ତ ଖବରଦାତାଙ୍କ ଆକାଉଣ୍ଟଗୁଡ଼ିକୁ ଆକ୍‌ଟିଭ୍‌ କରିଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ପରିବାର ନିୟୋଜନ ଅସ୍ତ୍ରୋପଚାର ବାଟବଣା: ଅସ୍ତ୍ରୋପଚାର ତ୍ରୁଟିରୁ ମହିଳାଙ୍କ ମୃତ୍ୟୁ ଅଭିଯୋଗ

ବରଗଡ଼,୨୮।୭(ପ୍ରେମାନନ୍ଦ ଖମାରୀ):ଛୋଟ ପରିବାର, ସୁଖୀ ପରିବାର। ଏହି ଶ୍ଲୋଗାନ ଦେଇ ପରିବାର ନିୟୋଜନ ଅସ୍ତ୍ରୋପଚାର ପାଇଁ ପ୍ରୋତ୍ସାହିତ କରାଯାଉଛି। ଏହି ଅସ୍ତ୍ରୋପଚାର କେବଳ ଜନସଂଖ୍ୟା ନିୟନ୍ତ୍ରଣ ପାଇଁ…

ଥରହର… ୭.୧ ତୀବ୍ରତାର ଭୂକମ୍ପ ଝଟକା, ସୁନାମି ଆଲର୍ଟ ଜାରି

ଟୋକିଓ,୨୮।୭: ଜାପାନର କ୍ୟୁଶୁ ଅଞ୍ଚଳରେ ବଡ଼ ଧରଣର ଭୂକମ୍ପ ଝଟକା ଅନୁଭୂତ ହୋଇଛି । ଭୂକମ୍ପର ତୀବ୍ରତା ୭.୧ ରହିଥିବା ବେଳେ ୩.୨୮ ଫୁଟ ଉଚ୍ଚତା ପର୍ଯ୍ୟନ୍ତ…

ଇସ୍ତଫା ଦେଲେ ସ୍ବିଗି ଇନଷ୍ଟାମାର୍ଟର ସିଇଓ ଅମିତେଶ ଝା; ଦାୟିତ୍ୱ ନେବେ ନନ୍ଦିତା ସିହ୍ନା

ନୂଆଦିଲ୍ଲୀ,୨୮।୭: ସ୍ବିଗି ଇନଷ୍ଟାମାର୍ଟରେ ଏକ ବଡ଼ ପରିବର୍ତ୍ତନ ଆସିଛି। କମ୍ପାନୀର ସିଇଓ ଅମିତେଶ କୁମାର ଝା ତାଙ୍କ ପଦବୀରୁ ଇସ୍ତଫା ଦେଇଛନ୍ତି। ତାଙ୍କ ଇସ୍ତଫା ପରେ, ନନ୍ଦିତା…

ବିଷ ଦେଇ ଟ୍ରମ୍ପଙ୍କ ପରିବାରକୁ ହତ୍ୟା କରିବାକୁ ରଚାଯାଉଛି ଷଡ଼ଯନ୍ତ୍ର! ହେଲେ ଏହା ପଛରେ କାହାର ରହିଛି ହାତ? ଜାଣନ୍ତୁ…

ଓ୍ବାଶିଂଟନ,୨୮।୭: ଆମେରିକା ଏବଂ ଇରାନ ମଧ୍ୟରେ ଚାଲିଥିବା ଉତ୍ତେଜନା ମଧ୍ୟରେ, ଇରାନର ଏକ ଅତ୍ୟନ୍ତ ଚିନ୍ତାଜନକ ଏବଂ ଚାଞ୍ଚଲ୍ୟକର ପ୍ରଚାର ଭିଡିଓ ସାମ୍ନାକୁ ଆସିଛି। ଏହି ଭିଡିଓଟି…

ସାନଖେମୁଣ୍ଡି ଅଞ୍ଚଳରେ ଉପ ଜିଲାପାଳଙ୍କ ନେତୃତ୍ୱରେ ସଫେଇ ଅଭିଯାନ, ଅଞ୍ଚଳବାସୀଙ୍କ ପ୍ରଶଂସା

ଦିଗପହଣ୍ଡି,୨୮।୭(ଅଶେଷ ନାଥ ମିଶ୍ର): ଆମ ଗାଁ ସ୍ବଚ୍ଛ ଓ ପରିବେଶକୁ ସୁରକ୍ଷିତ ରଖି ଗଞ୍ଜାମ ଜିଲାକୁ ଏକ ସୁନ୍ଦର, ସ୍ବଚ୍ଛ ଓ ଆଦର୍ଶ ଜିଲାରେ ପରିଣତ କରିବା…

ଫସିଯିବେ କି ଗଡ଼କରୀ? କହିଲେ ‘E20 ପେଟ୍ରୋଲରେ ମୋର କୌଣସି ଭୂମିକା ନାହିଁ’

ନୂଆଦିଲ୍ଲୀ,୨୮।୭: କେନ୍ଦ୍ର ସଡ଼କ ପରିବହନ ଏବଂ ରାଜପଥ ମନ୍ତ୍ରୀ ନୀତିନ ଗଡ଼କରୀ ବମ୍ବେ ହାଇକୋର୍ଟରେ ଏକ ପ୍ରସ୍ତାବିତ ଦେୱାନୀ ମାମଲା ରୁଜୁ କରି ଦାବି କରିଛନ୍ତି ଯେ…

ଲଗାଣ ବର୍ଷା ପ୍ରଭାବରେ ବେହାଲ ବଣାଇଁ ଅଞ୍ଚଳ; ବାଗୁନ ନାଳରେ ଭାସିଗଲା ବାଇକ, ଅଫିସରେ ଆଣ୍ଠୁଏ ପାଣି

ବଣାଇଁ,୨୮।୭( ପ୍ରଦୀପ ତ୍ରିପାଠୀ ): ସୁନ୍ଦରଗଡ଼ ଜିଲା ବଣାଇଁ ଉପଖଣ୍ଡରେ ଦୁଇଦିନ ଧରି ଲଗାଣ ବର୍ଷା ଜାରି ରହିଛି । ଫଳରେ ଏକ ପ୍ରକାର ଜନଜୀବନ ପ୍ରଭାବିତ…

ଧର୍ମେନ୍ଦ୍ର ପ୍ରଧାନଙ୍କ ଇସ୍ତଫାକୁ ବଡ଼ ଆଡମ୍ବରରେ ଉତ୍ସବ ପାଳନ କଲା CJP; ହେଲେ ବଡ଼ କଥା କହିଦେଲେ ସୋନମ ୱାଙ୍ଗଚୁକ

ନୂଆଦିଲ୍ଲୀ,୨୮।୭: କେନ୍ଦ୍ର ଶିକ୍ଷା ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ଇସ୍ତଫା ପରେ କୋକ୍ରୋଚ ଜନତା ପାର୍ଟି (CJP)ର ସଦସ୍ୟମାନେ ହୋଟେଲରେ ମହା ଆଡମ୍ବରରେ ଉତ୍ସବ ପାଳନ କରୁଥିବା ଏକ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri