Posted inଜାତୀୟ

ସରପଞ୍ଚ ହେବା ପାଇଁ ଡାକ୍ତରୀ ପାଠ ଛାଡ଼ିଲେ

ପୁଣେ, ୨୨।୧୨ : ଜର୍ଜିଆରେ ଡାକ୍ତରୀ ପାଠ ପଢ଼ୁଥିବା ଯଶୋଧରା ଶିନ୍ଦେ (୨୧) ଗାଁରେ ସରପଞ୍ଚ ନିର୍ବାଚନ ଲଢ଼ିବା ପାଇଁ ଅଧାରୁ ପାଠପଢ଼ା ଛାଡ଼ି ଚାଲିଆସିଛନ୍ତି। ମହାରାଷ୍ଟ୍ର ସାଙ୍ଗଲି ଜିଲା ମିରାଜ ତହସିଲ ଅନ୍ତର୍ଗତ ଭାଡ୍ଡି ଗ୍ରାମରେ ଯଶୋଧରାଙ୍କ ଘର। ଚଳିତ ମାସ ୧୮ ତାରିଖରେ ଏଠାରେ ସରପଞ୍ଚ ନିର୍ବାଚନ ହୋଇଥିଲା। ଗ୍ରାମବାସୀ ଜଣେ ଏମିତି ପ୍ରାର୍ଥୀଙ୍କୁ ଇଲେକ୍ସନରେ ଛିଡ଼ା କରିବାକୁ ଚାହୁଁଥିଲେଯେ, ଏହି ଦାୟିତ୍ୱକୁ ଭଲଭାବେ ତୁଲାଇ ପାରୁଥିବ। ଗାଁ ଲୋକେ ଏହି ଗୁରୁତ୍ୱପୂର୍ଣ୍ଣ ପଦ ଲାଗି ଯଶୋଧରାଙ୍କୁ ବାଛିଲେ। ନିଷ୍ପତ୍ତି ପରେ ତାଙ୍କ ଘରଲୋକ ଯଶୋଧରାଙ୍କୁ ସବୁକଥା ଜଣାଇଥିଲେ। ସରପଞ୍ଚ ନିର୍ବାଚନ ଲଢ଼ିବା ଲାଗି ରାଜି ହୋଇ ସେ ଅଧାରୁ ପଢ଼ା ଛାଡ଼ି ଜର୍ଜିଆରୁ ମହାରାଷ୍ଟ୍ର ଚାଲିଆସିଥିଲେ।

ଯଶୋଧରାଙ୍କ ସପକ୍ଷରେ ଯିବାପରେ ଭିଡ୍ଡାର ବିକାଶ ଦିଗରେ ସେ କାମ କରିବେ ବୋଲି କହିଛନ୍ତି। ମହିଳା ସଶକ୍ତୀକରଣ, ଶିଶୁ ବିକାଶ ଓ ପିଲାମାନଙ୍କୁ ମଡର୍ନ ଶିକ୍ଷା ପଦ୍ଧତି ଯୋଗାଇ ଦେବା ଦିଗରେ ସେ କାର୍ଯ୍ୟ କରିବେ ବୋଲ ପ୍ରତିକ୍ରିୟାରେ ପ୍ରକାଶ କରିଛନ୍ତି। ଅନ୍ୟପକ୍ଷେ ଗାଁର ୭୦ରୁ ୮୦% ଲୋକ କୃଷି ଉପରେ ନିର୍ଭର କରୁଥିବାବେଳେ ଏହାର ବିକାଶ ଦିଗରେ କାର୍ଯ୍ୟ କରିବେ। ମେଡିକାଲ ପାଠ୍ୟକ୍ରମ ଅଧାରୁ ଛାଡ଼ି ଆସିଥିବା ଯଶୋଧରା ଅନ୍‌ଲାଇନ୍‌ରେ କ୍ଲାସ କରୁଛନ୍ତି। ପଢ଼ା ଶେଷ ହେବା ଲାଗି ଆଉ ଦେଢ଼ବର୍ଷ ବାକି ରହିଛି। ଏ ନେଇ ତାଙ୍କ ବନ୍ଧୁମାନେ ସହଯୋଗ କରୁଛନ୍ତି।

 


Enter your email to get our daily news in your inbox.

All Right Reserved By Dharitri.Com

ସକାଳୁ କାମରେ ଆସୁଥିଲେ ସୁଶାନ୍ତ: ପଛପଟୁ ଧକ୍କା ଦେଇ ଚମ୍ପଟ ମାରିଲା କାର୍‌, ଅବସ୍ଥା ଗୁରୁତର ହେବାରୁ…

ଦିଗପହଣ୍ଡି,୨୮।୭(ଅଶେଷ ନାଥ ମିଶ୍ର) ଦିଗପହଣ୍ଡି – ରାୟଗଡ଼ା ୩୨୬ନଂ ଜାତୀୟ ରାଜପଥର ପୁଞ୍ଜିକଂୟା ଛକ ନିକଟ ବିଏସଏନଏଲ ଅଫିସ ସମ୍ମୁଖରେ ମଙ୍ଗଳବାର ସକାଳେ ଏକ ଦ୍ରୁତଗାମୀ କାର୍‌…

ଗଞ୍ଜେଇ ଚାଲାଣରେ ରାଜସ୍ଥାନ ସିଣ୍ଡିକେଟ୍‌ର ପର୍ଦ୍ଦାଫାଶ କଲା STF

ଭୁବନେଶ୍ୱର,୨୮।୭: ଗଞ୍ଜେଇ ଚାଲାଣରେ ରାଜସ୍ଥାନ ସିଣ୍ଡିକେଟର ପର୍ଦ୍ଦାଫାଶ କରିଛି STF ଟିମ୍‌। ଟାର୍ଗେଟରେ ଥିବା ଗଞ୍ଜାମ ଜିଲାର ୩ଜଣ ଗଞ୍ଜେଇ ମାଫିଆ ଗିରଫ ହୋଇଛନ୍ତି। STF ଗିରଫ…

ଅନ୍ତରଙ୍ଗ ଦୃଶ୍ୟକୁ ନା… ନିହାରିକାଙ୍କ ମନର କଥା

କଣ୍ଟେଣ୍ଟ କ୍ରିଏଟର ଭାବରେ ନିଜର ଏକ ସ୍ବତନ୍ତ୍ର ପରିଚୟ ସୃଷ୍ଟି କରିଥିବା ନିହାରିକା ଏନଏମ ଅଭିନେତା ରାଘବ ଜୁୟାଲଙ୍କ ସହ ‘ଭାଇ ତେରା ଷ୍ଟାର ହୈ’ ଜରିଆରେ…

ବଡ଼ ଘୋଷଣା କରିଦେଲେ ଶରଦ ପାୱାର: ରାଜନୀତିରେ ପଡିଗଲା ଚହଳ

ମୁମ୍ବାଇ,୨୮।୭: ମହାରାଷ୍ଟ୍ରରେ ଏନ୍‌ସିପିର ଉଭୟ ଗୋଷ୍ଠୀର ମିଶ୍ରଣ ନେଇ ଚର୍ଚ୍ଚା ଜାରି ରହିଥିବାବେଳେ ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା ଏନ୍‌ସିପିି-ଏସପି (NCP-SP) ର ମୁଖ୍ୟ ଶରଦ ପାୱାରଙ୍କ ଏକ…

ଭାରୋତ୍ତଳନ ପ୍ରତିଯୋଗିତାରେ ଚମକିଲେ ଭଞ୍ଜନଗରର ଶିବା: ଜିତିଲେ ସ୍ବର୍ଣ୍ଣ

ଭଞ୍ଜନଗର, ୨୮।୭ (ବାବୁଲା ପ୍ରଧାନ): ଭୁବନେଶ୍ୱରସ୍ଥିତ କଳିଙ୍ଗ ଷ୍ଟାଡିୟମରେ ଗତ ୨୪ ତାରିଖରୁ ୨୭ ତାରିଖ ପର୍ଯ୍ୟନ୍ତ ଆୟୋଜିତ ୨ୟ ଓଡ଼ିଶା ଭାରୋତ୍ତଳନ ପ୍ରତିଯୋଗିତାରେ ଭଞ୍ଜନଗରର ଉଦୀୟମାନ…

ଲୋୟର ସୁକତେଲ ଜଳସେଚନ ପ୍ରକଳ୍ପ, କୁମିଆ ପାଲିରେ ଆରମ୍ଭ ହେଲା ସର୍ଭେ

ବଲାଙ୍ଗୀର,୨୮।୭ ( ସୁନିଲ କୁମାର ମହାନ୍ତି) : ଲଗାଣ ବର୍ଷା ଯୋଗୁ ଲୋୟର ସୁକତେଲ ଜଳଭଣ୍ଡାର ଭିତରେ ଥିବା ବଲାଙ୍ଗୀର ଜିଲା କୁମିଆପାଲି ଗାଁରେ ରବିବାର ସାଂଘାତିକ…

ବିଚ୍‌ ରାସ୍ତାରେ ଯୁବତୀଙ୍କୁ ଅସଦାଚରଣ ଘଟଣା: ଅଭିଯୁକ୍ତ ରୋଡ଼ ରୋମିଓଙ୍କୁ ବାନ୍ଧିଲା ପୋଲିସ

ବରଗଡ଼,୨୮।୭(ପ୍ରେମାନନ୍ଦ ଖମାରୀ): ବରଗଡ଼ କଲେଜ ରୋଡ଼ ନାକାଛକ ନିକଟରେ ବିଚ ରାସ୍ତା ଉପରେ ଜଣେ ଯୁବତୀ(ଛାତ୍ରୀ)ଙ୍କୁ ଅସଦାଚରଣ ପ୍ରଦର୍ଶନ ଘଟଣାର ଅଭିଯୁକ୍ତ ପୋଲିସ ହାତରେ ଧରାପଡ଼ିଛନ୍ତି। ସେ…

ସନ୍ଧ୍ୟା ସୁଦ୍ଧା ସାଳନ୍ଦୀ, ଜଳକା , ବୈତରଣୀରେ ବଡ଼ ବନ୍ୟା: ପ୍ରଭାବିତ ହେବ ଏ ସବୁ ଅଞ୍ଚଳ, ସୂଚନା ଦେଲେ…

ଭୁବନେଶ୍ୱର, ୨୮।୭: ଉତ୍ତର ଓଡ଼ିଶାରେ ଗତ ୨୪ ଘଣ୍ଟାରେ ବାଦଲ ଫଟା ବର୍ଷା ହୋଇଛି। କେତେକ ସ୍ଥାନରେ ଅତି ପ୍ରବଳ ବର୍ଷା ରେକର୍ଡ ହୋଇଥିବା ବେଳେ ଜନଜୀବନ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri