Advertisement
Posted inଜାତୀୟ

ତୋ ମୁଣ୍ଡରେ କେମିକାଲ ଢାଳିବି

ନୂଆଦିଲ୍ଲୀ,୨୯ା୧୦: ଛଟ୍‌ ପୂଜା ପୂର୍ବରୁ ଶୁକ୍ରବାର ଯମୁନା ନଦୀଘାଟ ଅନୁଧ୍ୟାନ କରିବାକୁ ଯାଇଥିବା ପଶ୍ଚିମ ଦିଲ୍ଲୀର ଭାଜପା ଏମ୍‌ପି ପର୍ଭେଶ ବର୍ମା ଜଣେ ଅଫିସରଙ୍କ ଉପରେ ଗର୍ଜୁଥିବାର ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହୋଇଛି। ଦେଢ଼ ମିନିଟ୍‌ର ଏହି ଭିଡିଓରେ ବର୍ମା ଦିଲ୍ଲୀ ଜଳ ବୋର୍ଡ (ଡିଜେବି)ର ଜଣେ ଅଫିସରଙ୍କ ମୁଣ୍ଡରେ ରାସାୟନିକ ପଦାର୍ଥ ଢାଳିଦେବାର ଧମକ ଦେଉଥିବା ଦେଖିବାକୁ ମିଳିଛି। ଏହାକୁ ନେଇ ଭାଜପା ଏମ୍‌ପି ପୁଣିଥରେ ବିବାଦ ଘେରକୁ ଆସିଛନ୍ତି।
ନଦୀରେ ଆମୋନିଆ ଫସ୍‌ଫରସ୍‌ ଫେଣକୁ ନିୟନ୍ତ୍ରଣ କରିବା ପାଇଁ ଉକ୍ତ ରାସାୟନିକ ସାମଗ୍ରୀ ବ୍ୟବହାର ଉପରେ ଅଫିସର ଜଣକ ଯୁକ୍ତି ବାଢ଼ୁଥିଲେ। ଆମେରିକାର ଖାଦ୍ୟ ଓ ଔଷଧ ପ୍ରଶାସନ ଏବଂ ଭାରତ ସରକାରଙ୍କ ଜାତୀୟ ଗଙ୍ଗା ପରିଷ୍କରଣ ମିଶନ ଉକ୍ତ କେମିକାଲ୍‌କୁ ଅନୁମୋଦନ କରିଥିବା ସେ କହିଥିଲେ। ତେବେ ଏମ୍‌ପି ବର୍ମା ଏହାକୁ ବିରୋଧ କରି ତୁମେ ଏଠାରେ ଲୋକଙ୍କୁ ମାରିଦେଉଛ ବୋଲି କହିଥିଲେ। ୮ ବର୍ଷରେ ତୁମେ ଯମୁନାକୁ ପରିଷ୍କାର କରିବାରେ ବିଫଳ ହୋଇଛ। ଏବେ ନଦୀରେ ରାସାୟନିକ ପଦାର୍ଥ ପକାଉଛ। ଯାଇ ସେହି ପାଣିରେ ବୁଡ଼ ବୋଲି ବର୍ମା ଉକ୍ତ ଅଫିସରଙ୍କୁ କହିଥିଲେ। ଛଟ୍‌ପର୍ବରେ ଶ୍ରଦ୍ଧାଳୁ ବୁଡ଼ ପକାଇବାକୁ ଏଠାକୁ ଆସିଥାନ୍ତି। ଅଥଚ ତୁମେ ସେଠାରେ ରାସାୟନିକ ପକାଇବାକୁ କହୁଛି। ଏହି ରାସାୟନିକକୁ ତୁମ ମୁଣ୍ଡରେ ଢାଳିଦେବି କି ବୋଲି ଭାଜପା ଏମ୍‌ପି ଡିଜେବି ଅଧିକାରୀଙ୍କୁ ପ୍ରଶ୍ନ କରିଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ସାଧ୍ୱୀ ପ୍ରଜ୍ଞାଙ୍କୁ ନୂଆ ଦାୟିତ୍ୱ

ନୂଆଦିଲ୍ଲୀ,୨୧।୧୧: ମାଲୋଗାଁଓ ବୋମା ବିସ୍ଫୋରଣର ଅଭିଯୁକ୍ତ ତଥା ମଧ୍ୟପ୍ରଦେଶ ଭୋପାଳରୁ ଭାରତୀୟ ଜନତା ପାର୍ଟି(ଭାଜପା)ର ଏମ୍‌ପି ସାଧ୍ୱୀ ପ୍ରଜ୍ଞା ଠାକୁରଙ୍କୁ ପ୍ରତିରକ୍ଷା ମନ୍ତ୍ରଣାଳୟର ସଂସଦୀୟ ପରାମର୍ଶଦାତା...

ସାଢ଼େ ୮ ଲକ୍ଷ ଟଙ୍କାର ପିଆଜ ଚୋରି

ପାଟନା,୨୪।୯: ଦିନକୁ ଦିନ ପିଆଜ ଦାମ ଆକାଶ ଛୁଆଁ ହେବାରେ ଲାଗିଛି। ଏବେ ଏହା ବଜାରରେ କିଲୋ ପିଛା ୮୦ ଟଙ୍କାରେ ପହଞ୍ଚିଛି। ପିଆଜ କାରବାରରେ...

ପିଏଫ୍‌ଆଇର କେରଳ ସମ୍ପାଦକ ଗିରଫ

ନୂଆଦିଲ୍ଲୀ,୨୯।୧୦: ବେଆଇନ ଘୋଷିତ ସଂଗଠନ ପପୁଲାର ଫ୍ରଣ୍ଟ ଅଫ୍‌ ଇଣ୍ଡିଆ (ପିଏଫ୍‌ଆଇ)ର କେରଳ ସାଧାରଣ ସମ୍ପାଦକ ସି.ଏ. ରୌଫ୍‌ଙ୍କୁ ପଲକ୍କଡର ପଟ୍ଟାମ୍ବିରୁ ଜାତୀୟ ତଦନ୍ତକାରୀ ସଂସ୍ଥା...

ମୃତ୍ୟୁ ପୂର୍ବରୁ ଭାଇରାଲ ହେଲା କରୋନା ରୋଗୀଙ୍କ ଶେଷ ଭିଡିଓ

ହାଇଦ୍ରାବାଦ,୨୯।୬: ମୁଁ ନିଃଶ୍ୱାସ ନେଇପାରୁନି…ଭେଣ୍ଟିଲେଟର ବି ହଟାଇ ନିଆଯାଇଛି…ବାୟ ଡାଡି ବାୟ…। ହାଇଦ୍ରାବାଦରୁ ବିଚଳିତ କରିଦେବା ଭଳି ଏକ ଭିଡିଓ ସାମ୍ନାକୁ ଆସିଛି। ଯେଉଁଥିରେ ବାପାଙ୍କଠାରୁ...

ଦେଶରେ ହାଇ ଆଲର୍ଟ ଜାରି

ନୂଆଦିଲ୍ଲୀ, ୨୩।୯: ଆଗକୁ ପାର୍ବଣ ଋତୁ ଥିବାରୁ ଜନଗହଳି ସ୍ଥାନରେ ଟିଫିନ୍‌ ବକ୍ସରେ ଆଇଇଡି ରଖି ବିସ୍ଫୋରଣ କରାଇବାକୁ ଆଇଏସ୍‌ଆଇ ଯୋଜନା କରିଛି। ଏଥି ଲାଗି...

ଉତ୍ତରାଖଣ୍ଡରେ ହିମସ୍ଖଳନ: ୨୦ ପର୍ବତାରୋହୀ ଫସି ରହିଥିବା ଆଶଙ୍କା

ଡେରାଡୁନ,୪।୧୦: ଉତ୍ତରାଖଣ୍ଡରେ ମଙ୍ଗଳବାର ଏକ ବଡ଼ ହିମସ୍ଖଳନ ହୋଇଛି। ଏହି ହିମସ୍ଫଳନରେ ଏକ ପ୍ରତିଷ୍ଠାନର ୨୦ ଟ୍ରେନି ପର୍ବତାରୋହୀ ଫସି ରହିଛନ୍ତି। ସୂଚନାନୁସାରେ, ହିମସ୍ଫଳନ ଯୋଗୁ...

ଅମରନାଥ ଶ୍ରଦ୍ଧାଳୁଙ୍କ ପାଇଁ ରକ୍ଷା କବଚ ହେଲେ ଯବାନ

ଶ୍ରୀନଗର,୯।୭: ଭାରତ-ତିବ୍ବତ ସୀମା ପୋଲିସର ଆଇଟିବିପି ଯବାନ ଜମ୍ମୁ କଶ୍ମୀରର ବାଲଟାଲ ମାର୍ଗରେ ତୀର୍ଥଯାତ୍ରୀଙ୍କ ପାଇଁ ସୁରକ୍ଷା କବଚ ପାଲଟିଛନ୍ତି। ଜୁଲାଇ ୧ରୁ ଆରମ୍ଭ ହୋଇଥିବା...

ପୁଣି ଫେରିଲା କଟକଣା, ମାସ୍କ ନ ପିନ୍ଧିଲେ ୫୦୦ ଟଙ୍କା ଜରିମାନା…

ନୂଆଦିଲ୍ଲୀ, ୨୦।୪ : ଦେଶରେ କରୋନା ମହାମାରୀ ସଂକ୍ରମଣ ବଢ଼ିବାରେ ଲାଗିଛି। ଦିଲ୍ଲୀରେ ସଂକ୍ରମଣ ହାର ପ୍ରତି ଦିନ ବୃଦ୍ଧି ପାଉଛି। ଏହାକୁ ଦୃଷ୍ଟିରେ ଦିଲ୍ଲୀ...

Advertisement
Archives

Model This Week