ସିଓଲ୍‌କୁ ଧ୍ୱଂସ କରିଦେବି, କିମ୍‌ଙ୍କ ଧମକ…

ପୋଙ୍ଗାଙ୍ଗ୍‌, ୩।୪ : ଦକ୍ଷିଣ କୋରିଆ ପ୍ରତିରକ୍ଷା ମନ୍ତ୍ରୀଙ୍କ ମନ୍ତବ୍ୟକୁ ଉତ୍ତର କୋରିଆ ନିନ୍ଦା କରିଛି ଯେଉଁଥିରେ ଦେଶର ସାମରିକ ଦକ୍ଷତା ବିଷୟରେ ସେ କହିଛନ୍ତି। ଏଥି ସହିତ ଉତ୍ତର କୋରିଆର ଏକଛତ୍ରବାଦୀ ଶାସକ କିମ୍‌ ଜୋଙ୍ଗ ଉନ୍‌ ଚେତାବନୀ ଦେଇଛନ୍ତି ଯେ ଯଦି ଦକ୍ଷିଣ କୋରିଆ ସାମରିକ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରେ ତେବେ ସିଓଲର ପ୍ରମୁଖ ବେସଗୁଡ଼ିକୁ ଧ୍ୱଂସ କରି ଦିଆଯିବ। ଉତ୍ତର କୋରିଆ ନେତା କିମ ଜୋଙ୍ଗ ଉନଙ୍କ ଭଉଣୀ କିମ ୟୋଙ୍ଗ ଏକ ବିବୃତ୍ତିରେ କହିଛନ୍ତି ଯେ ଦକ୍ଷିଣ କୋରିଆ ପ୍ରତିରକ୍ଷା ମନ୍ତ୍ରୀଙ୍କ ମନ୍ତବ୍ୟ କୋରିଆ ସମ୍ପର୍କକୁ ଖରାପ କରିଦେଇଛି ଏବଂ ଏହାଦ୍ୱାରା ସାମରିକ ତିକ୍ତତା ମଧ୍ୟ ବୃଦ୍ଧି ପାଇଛି।

ଦକ୍ଷିଣ କୋରିଆର ମନ୍ତ୍ରୀ ସୁ ୱୁକ କହିଥିଲେ ଯେ ତାଙ୍କ ଦେଶର ସୈନ୍ୟବାହିନୀରେ ବିଭିନ୍ନ ପ୍ରକାରର କ୍ଷେପଣାସ୍ତ୍ର। ଏସବୁର ଫାୟାରିଂ ରେଞ୍ଜ୍‌, ସଠିକତା ଏବଂ ଶକ୍ତିରେ ବହୁ ସୁଧାର କରାଯାଇଛି। ଉତ୍ତର କୋରିଆର ଯେକୌଣସି ଅଞ୍ଚଳକୁ ସଠିକ ଏବଂ ଶୀଘ୍ର ଟାର୍ଗେଟ କରିବାର ଏଗୁଡ଼ିକର କ୍ଷମତା ଅଛି। ଉତ୍ତର କୋରିଆର କ୍ଷେପଣାସ୍ତ୍ରର ମୁକାବିଲା କରିବାର କ୍ଷମତା ଦକ୍ଷିଣ କୋରିଆ ରଖିଛି ବୋଲି ସେ କହିଥିଲେ। ତେବେ ଏହାକୁ ନେଇ କିମ୍‌ ଦକ୍ଷିଣ କୋରିଆକୁ ଧମକ ଦେଇଛନ୍ତି। ଫେବୃଆରୀ ୨୬ ଏବଂ ମାର୍ଚ୍ଚ ୪ ରେ ଉତ୍ତର କୋରିଆ ଦୁଇଟି ବାଲିଷ୍ଟିକ କ୍ଷେପଣାସ୍ତ୍ର ପରୀକ୍ଷା କରିବା ପରେ ଦୁଇ ଦେଶ ମଧ୍ୟରେ ଉତ୍ତେଜନା ବୃଦ୍ଧି ପାଇଛି।

ରବିବାର ଦିନ ପୃଥକ ପୃଥକ ବିବୃତ୍ତିରେ ଉତ୍ତର କୋରିଆର ୱାର୍କର୍ସ ପାର୍ଟିର କେନ୍ଦ୍ରୀୟ କମିଟିର ସଚିବ ପାକ ଜୋଙ୍ଗ କହିଛନ୍ତି ଯେ ଯଦି ଦକ୍ଷିଣ କୋରିଆ ସୈନ୍ୟ ବିପଜ୍ଜନକ ସାମରିକ କାର୍ଯ୍ୟରେ ଲିପ୍ତ ରୁହନ୍ତି ତେବେ ଉତ୍ତର ସିଓଲ ଏବଂ ଦକ୍ଷିଣ କୋରିଆ ମିଲିଟାରୀ ବେସକୁ ଧ୍ୱଂସ କରି ଦିଆଯିବ। ଏନେଇ ଅନ୍ତର୍ଜାତୀୟସ୍ତରରେ ଆଶଙ୍କା ବୃଦ୍ଧି ପାଇବାରେ ଲାଗିଛି।


Enter your email to get our daily news in your inbox.

All Right Reserved By Dharitri.Com

ରେଷ୍ଟୁରାଣ୍ଟରେ ଗ୍ୟାସ ବିସ୍ଫୋରଣ: ୩୧ ମୃତ, ୭ ଆହତ…

ବେଜିଂ,୨୨।୬ : ଚାଇନାର ଉତ୍ତର-ପଶ୍ଚିମ ନିଙ୍ଗକ୍ସିଆ ଅଞ୍ଚଳର ବାରବେକ୍ୟୁ ରେଷ୍ଟୁରାଣ୍ଟରେ ବୁଧବାର ରାତିରେ ଗ୍ୟାସ ବିସ୍ଫୋରଣରେ ୩୧ ଜଣଙ୍କର ମୃତ୍ୟୁ ଘଟିଥିବା ବେଳେ ୭ ଜଣ...

ମଝି ଆକାଶରେ ଯୁଦ୍ଧ ବିମାନ ମୁହାଁମୁହିଁ ଧକ୍କା…

କିଭ,୨୭।୮ : ୟୁକ୍ରେନର ରାଜଧାନୀ କଳିଯୁଗର ପଶ୍ଚିମ ଅଞ୍ଚଳରେ ଦୁଇଟି ଏଲ-୩୯ ଯୁଦ୍ଧ ତାଲିମ ବିମାନ ମଧ୍ୟଭାଗରେ ମୁହାଁମୁହିଁ ଧକ୍କା ହେବାପରେ ତିନିଜଣ ୟୁକ୍ରେନ ସାମରିକ...

ବଳାତ୍କାର ଅଭିଯୋଗକୁ ଖଣ୍ଡନ କଲେ ଟ୍ରମ୍ପ, କହିଲେ ଏହା ଶସ୍ତା-ହାସ୍ୟାସ୍ପଦ କାହାଣୀ…

ଓ୍ବାଶିଂଟନ,୪।୫ : ଲେଖିକା ଇ. ଜିନ କାରୋଲଙ୍କ ଦ୍ୱାରା ହୋଇଥିବା ବଳାତ୍କାର ଅଭିଯୋଗରେ ଆମେରିକାର ପୂର୍ବତନ ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ବିଚାରର ସମ୍ମୁଖୀନ ହୋଇଛନ୍ତି। ଟ୍ରମ୍ପ...

ପାକିସ୍ତାନରେ ଆଫଗାନିସ୍ତାନ ଶରଣାର୍ଥୀଙ୍କୁ କରାଯାଉଛି ଦୁର୍ବ୍ୟବହାର

ଇସଲାମାବାଦ,୧୨।୯: ପାକିସ୍ତାନରେ ରହୁଥିବା ଆଫଗାନିସ୍ତାନ ଶରଣାର୍ଥୀଙ୍କ ଅବସ୍ଥା ଖରାପ ହେବାରେ ଲାଗିଛି। ଏକ ରିପୋର୍ଟ ଦାବି କରିଛି ଯେ, ପାକିସ୍ତାନ ପୋଲିସ ଆଫଗାନିସ୍ତାନ ଶରଣାର୍ଥୀଙ୍କୁ ଦୁର୍ବ୍ୟବହାର...

ଥରିଲା ନେପାଳ

କାଠମାଣ୍ଡୁ,୧୯।୧୦: ନେପାଳରେ ବୁଧବାର ଭୂକମ୍ପ ଅନୁଭୂତ ହୋଇଛି। ରିକ୍ଟର ସ୍କେଲରେ ଏହାର ତୀବ୍ରତା ୫.୧ ରହିଛି। ନ୍ୟାଶନାଲ ସେଣ୍ଟର ଫର ସେସମୋଲୋଜି ଅନୁଯାୟୀ, କାଠମାଣ୍ଡୁ ଠାରୁ...

ନଦୀ କୂଳରେ ବଜ୍ରପାତ ନେଲା ୧୭ ଜୀବନ

ଢାକା, ୪ା୮: ବାଂଲାଦେଶର ଚପାଇନଓ୍ବାଗଞ୍ଜ ଜିଲାର ପଦ୍ମ ନଦୀକୂଳରେ ବୁଧବାର ଘଟିଛି ଏକ ଦୁଃଖଦ ଘଟଣା। ଏକ ବିବାହ ଉତ୍ସବରେ ଯୋଗଦେବା ପାଇଁ କନ୍ୟାପକ୍ଷ ଲୋକେ...

ବିଶ୍ୱର ସବୁଠୁ ଖୁସିର ଦେଶ ଫିନଲାଣ୍ଡ: ଭାରତକୁ ପଛରେ ପକାଇଲା ପାକିସ୍ତାନ

ମହାମାରୀ କରୋନା ସମଗ୍ର ବିଶ୍ୱରେ ଆତଙ୍କ ଖେଳାଇ ଚାଲିଛି। ବିଶେଷ କରି ୨୦୨୦ ଚିନ୍ତା, ଉଦାସୀନତା, ଏକାକୀ, ଅସୁସ୍ଥତା ଏବଂ ମୃତ୍ୟୁର ବର୍ଷ ଥିଲା କହିଲେ...

ଗର୍ଭାଶୟରେ ଶିଶୁର ବ୍ରେନ୍‌ ସର୍ଜରି

ଓ୍ବାଶିଂଟନ୍‌, ୬।୫: ଚିକିତ୍ସା ବିଜ୍ଞାନ କ୍ଷେତ୍ରରେ ଇତିହାସ ସୃଷ୍ଟି ହୋଇଛି। ପ୍ରଥମଥର ପାଇଁ ବିଶ୍ୱରେ ଜଣେ ଗର୍ଭସ୍ଥ ଶିଶୁର ମସ୍ତିଷ୍କରେ ସଫଳତାର ସହ ଅସ୍ତ୍ରୋପଚାର କରାଯାଇଛି।...

Advertisement
Archives

Model This Week