ବାଇକ୍‌ରେ ଯାଉଥିଲେ, ହଠାତ୍‌ ପଶିଆସିଲା ମାଙ୍କଡ଼: ଆଉ ତା’ପରେ ଘଟିଲା…

ଦାରିଙ୍ଗବାଡି, ୩।୬(ଅରୁଣ ସାହୁ ): ୫୯ନଂ ଜାତୀୟ ରାଜପଥ ଉପରେ ମାଙ୍କଡ଼ ଏବଂ ଗୋରୁଗାଇଙ୍କ ଉପଦ୍ରବ ବୃଦ୍ଧି ପାଇଛି। ଫଳରେ ବାଇକ ଦୁର୍ଘଟଣା ଦିନକୁ ଦିନ ବଢୁଛି।

ପ୍ରକାଶ ଯେ, ସୋମବାର ଏକ ବୈଠକରେ ଯୋଗଦେବା ପାଇଁ ଦାରିଙ୍ଗବାଡି ଅନ୍ତରଙ୍ଗ ଯୁବ ମହାସଂଘର ସଂଯୋଜକ ଧନେଶ୍ୱର ସାହୁ ବାଇକରେ ବାଇକରେ ବାଲିଗୁଡା ଅଭିମୁଖେ ଯାଉଥିଲେ। ୫୯ନଂ ଜାତୀୟ ରାଜପଥର ମୁଣ୍ଡନାଜୁଠାରୁ ଡେବାକ୍ଲାଉ ମଝିରେ ଏକ ମାଙ୍କଡ଼ ଦୌଡ଼ି ଆସି ଧନେଶ୍ୱରଙ୍କ ଆଗ ଚକାରେ ପଶିଯାଇଥିଲା। ଫଳରେ ଧନେଶ୍ୱର ବାଇକରୁ ଛିଟିକି ପଡିଯାଇଥିଲେ। ଫଳରେ ତାଙ୍କ ହାତ ଓ ଗୋଡ଼ରେ ପ୍ରବଳ ଆଘାତ ଲାଗିଥିଲା। ସ୍ଥାନୀୟ ଲୋକ ଧନେଶ୍ୱରଙ୍କୁ ଉଦ୍ଧାର କରି ପ୍ରଥମେ ଦାରିଙ୍ଗବାଡି ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରରେ ଭର୍ତ୍ତି କରିଥିଲେ। ସେଠାରେ ତାଙ୍କ ସ୍ବାସ୍ଥ୍ୟବସ୍ଥା ଗୁରୁତର ହେବାରୁ ତାଙ୍କୁ ଫୁଲବାଣୀ ଜିଲା ମୁଖ୍ୟ ଚିକିତ୍ସାଳୟକୁ ଅଧିକ ଚିକିତ୍ସା ପାଇଁ ନିଆଯାଇଛି।
ଧନେଶ୍ୱରଙ୍କ ପତ୍ନୀ କହିଛନ୍ତି,ଧନେଶ୍ୱର ଅଞ୍ଚଳରେ ଜାଗୃତି ଅନୁଷ୍ଠାନରେ କାର୍ଯ୍ୟ କରୁଥିବା ବେଳେ ସେ ଅନ୍ତରଙ୍ଗ ଯୁବମହାସଙ୍ଘର ସଂଯୋଜକ ଭାବେ ଅଞ୍ଚଳରେ ଶାନ୍ତି ପ୍ରତିଷ୍ଠା, ପର୍ଯ୍ୟଟନ ସମେତ ବିଭିନ୍ନ ସ୍ଥାନ କୁ ସଛତା ରଖିବା ପରିବେଶ କୁ ସଛତା ରଖିବା ସହ ଜଙ୍ଗଲଜମି ଅଧିକାର ସମେତ ବିଭିନ୍ନ ଜନହିତରେ କାର୍ଯ୍ୟକରୀ ଲୋକଙ୍କ ପ୍ରିୟଭାଜନ ହୋଇଛନ୍ତି। ତାଙ୍କର ଏହି ଦୁର୍ଘଟଣା ଖବର ପାଇ ତାଙ୍କ ସମ୍ପର୍କୀୟ, ସହକର୍ମୀ ସମସ୍ତେ ତାଙ୍କୁ ଦେଖିବା ପାଇଁ ପହଞ୍ଚିଛନ୍ତି। ଅଞ୍ଚଳବାସୀ ଆଶୁ ଆରୋଗ୍ୟ କାମନା କରିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଭଞ୍ଜନଗରରେ ‘ହର୍‌ଘର୍‌ ତ୍ରିରଙ୍ଗା’ ଅଭିଯାନ, ଦେଶପ୍ରେମର ବାର୍ତ୍ତା ନେଇ ଶୋଭାଯାତ୍ରା

ଭଞ୍ଜନଗର,୧୨ା୮(ବାବୁଲା ପ୍ରଧାନ): ସ୍ବାଧୀନତା ଦିବସ ପାଳନ ଅବସରରେ ଭଞ୍ଜନଗର ବ୍ଲକ ଓ ମ୍ୟୁନିସିପାଲିଟି ପକ୍ଷରୁ ‘ହର ଘର ତ୍ରିରଙ୍ଗା’ କାର୍ଯ୍ୟକ୍ରମ ଉତ୍ସାହ ଓ ଦେଶପ୍ରେମର ପରିବେଶ ମଧ୍ୟରେ…

ସ୍କୁଟି-ବାଇକ୍ ମୁହାଁମୁହିଁ ଧକ୍କା; ଦୁର୍ଘଟଣାରେ ସ୍ତ୍ରୀ ଆଗରେ ସ୍ବାମୀଙ୍କ ମୃତ୍ୟୁ, ଡାଏଲେସିସ ପାଇଁ ଯାଉଥିଲେ

ବଲାଙ୍ଗୀର,୧୨ା୮(ସୁନିଲ କୁମାର ମହାନ୍ତି): ବଲାଙ୍ଗୀର ସଦର ଥାନା ଅନ୍ତର୍ଗତ ଫଟା ବାହାଲରୁ ଯାମୁଟିଆ ଯାଇଥିବା ମୁଖ୍ୟ ରାସ୍ତାରେ ମର୍ମନ୍ତୁଦ ଦୁର୍ଘଟଣା ଘଟିଛି । ସ୍କୁଟି ଓ ବାଇକ୍…

କୋର୍ଟରେ ମାମଲା ଲଢୁଥିବାବେଳେ ଅସୁସ୍ଥ ହୋଇପଡ଼ିଲେ ଓକିଲ, ସାଥୀ ଓକିଲଙ୍କୁ ମାମଲା ଆଗକୁ ନେବାକୁ କହି…

ଦାରିଙ୍ଗବାଡ଼ି,୧୨ା୮(ଅରୁଣ ସାହୁ): କନ୍ଧମାଳ ଜିଲା ଦାରିଙ୍ଗବାଡ଼ି ଥାନା ଅଞ୍ଚଳରେ ଘଟିଛି ଏକ ଅଭାବନୀୟ ଘଟଣା। ଜଣେ କର୍ତ୍ତବ୍ୟରତ ବରିଷ୍ଠ ଓକିଲ କୋର୍ଟରେ ମାମଲା ଲଢ଼ୁଥିବାବେଳେ ହଠାତ୍‌ ଅସୁସ୍ଥ…

ଅଭିଜିତ୍ ଦୀପକେଙ୍କ ବଡ଼ ଘୋଷଣା, ଏହି ଦିନ ଆରମ୍ଭ ହେବ ‘ଯନ୍ତର ମନ୍ତର ସିଜନ୍-୨’

ନୂଆଦିଲ୍ଲୀ,୧୨ା୮: କକ୍ରୋଚ୍ ଜନତା ପାର୍ଟି (CJP)ର ପ୍ରତିଷ୍ଠାତା ଅଭିଜିତ୍ ଦୀପକେ ଏକ ବଡ଼ ଘୋଷଣା କରିଛନ୍ତି। ସେ କହିଛନ୍ତି ଯେ ଇନଷ୍ଟାଗ୍ରାମରେ ଅନେକ ଲୋକ କମେଣ୍ଟ କରି…

ପାଟ୍ରୋଲିଂ ସମୟରେ ବିପୁଳ ପରିମାଣର ପାନ ମସଲା ଜବତ, ଟ୍ରକ୍‌ ଯାଞ୍ଚ କରିବାରୁ…

ପାରଳଖେମୁଣ୍ଡି/ମୋହନା,୧୨ା୮(ଗିରିଧାରୀ ପରିଚ୍ଛା/ମନ୍ମଥ ମିଶ୍ର): ଗଜପତି ଜିଲା ଆଡ଼ବା ଥାନା ପୋଲିସ ଏମ୍ଭି ଯାଞ୍ଚ ଓ ପାଟ୍ରୋଲିଂ ବେଳେ ବିପୁଳ ପରିମାଣର ସନ୍ଦିଗ୍ଧ ପାନ ମସଲା ଓ ତମାଖୁଜାତ…

ବାଘ ସଫାରୀରେ ହରିଣ ଶିକାର କଲା ମହାବଳ ବାଘ, ଲାଇଭ ଭିଡିଓ କଲେ ପର୍ଯ୍ୟଟକ

ବାରଙ୍ଗ,୧୨ା୮(ଲିଙ୍ଗରାଜ ରାଉତ): ଓଡ଼ିଶାର ଗର୍ବ କୁହାଯାଉଥିବା ନନ୍ଦନକାନନ ପ୍ରାଣୀ ଉଦ୍ୟାନ ଏବେ ପଶୁ ଯନ୍ତ୍ରଣା କେନ୍ଦ୍ର ପାଲଟିଛି। ବାଘ ସଫାରୀ ଭିତରୁ ଆସିଥିବା ଏହି ହୃଦୟ ବିଦାରକ…

୨ ମିନିଟ୍‌ର ସୂର୍ଯ୍ୟପରାଗ ଦେଖିବାକୁ ଲକ୍ଷେଟଙ୍କା ଟିକେଟ, ଉଡ଼ିବ ସ୍ୱତନ୍ତ୍ର ବିମାନ

ନୂଆଦିଲ୍ଲୀ,୧୨ା୮: ମାତ୍ର ୨ ମିନିଟ୍ ୧୮ ସେକେଣ୍ଡର ଅନ୍ଧାର ଦେଖିବା ପାଇଁ ଲୋକମାନେ ୧ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ଖର୍ଚ୍ଚ କରୁଛନ୍ତି । ଆଜି ଅର୍ଥାତ୍ ଅଗଷ୍ଟ…

ସୂର୍ଯ୍ୟଙ୍କ ନକ୍ଷତ୍ରରେ ରାଜକୁମାର ବୁଧଙ୍କ ଏଣ୍ଟ୍ରି, ୫ ରାଶିଙ୍କ ଚମକିବ ଭାଗ୍ୟ; ଆଖି ପିଛୁଳାକେ ମିଳିବ ଧନ…

ବୁଧ ଗ୍ରହଙ୍କର କେବଳ ରାଶି ପରିବର୍ତ୍ତନ ନୁହେଁ, ବରଂ ନକ୍ଷତ୍ର ପରିବର୍ତ୍ତନ ମଧ୍ୟ ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ, କାରଣ ସେ ବୈଦିକ ଜ୍ୟୋତିଷ ଶାସ୍ତ୍ରର ସବୁଠାରୁ ଶୁଭ ଗ୍ରହମାନଙ୍କ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri