Posted inଜାତୀୟ

ଇଚ୍ଛା ହେଉଛି ନରେନ୍ଦ୍ର ମୋଦି ହୁଅନ୍ତୁ ଦେଶର ମୁଖ୍ୟମନ୍ତ୍ରୀ, କହୁ କହୁ ଏମିତି କହିଲେ ନୀତୀଶ

ପାଟନା,୨୬।୫: ବିହାର ମୁଖ୍ୟମନ୍ତ୍ରୀ ନୀତୀଶ କୁମାର କ୍ରମାଗତ ଭାବେ ନିର୍ବାଚନ ରାଲି କରୁଥିବା ଦେଖାଯାଉଛି। ପ୍ରଧାନମନ୍ତ୍ରୀ ମୋଦୀ ମଧ୍ୟ କ୍ରମାଗତ ଭାବରେ ବିହାର ଗସ୍ତ କରୁଛନ୍ତି ଏବଂ ସାଧାରଣ ସଭାକୁ ସମ୍ବୋଧିତ କରୁଛନ୍ତି। ଏସବୁ ମଧ୍ୟରେ ମୁଖ୍ୟମନ୍ତ୍ରୀ ନୀତୀଶ ପୁଣିଥରେ ଭାଷଣ ଦେବାବେଳେ ଭୁଲଭାଲ କଥା କହିଛନ୍ତି। ମେ ୨୬ରେ ଏକ ସମାବେଶକୁ ସମ୍ବୋଧିତ କରିବାବେଳେ ମୁଖ୍ୟମନ୍ତ୍ରୀ ପ୍ରଧାନମନ୍ତ୍ରୀ ମୋଦିଙ୍କୁ ମୁଖ୍ୟମନ୍ତ୍ରୀ ହେବାକୁ ଚାହୁଁଥିବା କହିଛନ୍ତି। ଜନତାଙ୍କୁ ନିବେଦନ କରି ମୁଖ୍ୟମନ୍ତ୍ରୀ କହିଛନ୍ତି ଯେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ମୁଖ୍ୟମନ୍ତ୍ରୀ କରାଯିବା ଉଚିତ। ରବିବାର ନୀତୀଶ କୁମାର ଏନଡିଏ ପ୍ରାର୍ଥୀ ରବି ଶଙ୍କର ପ୍ରସାଦଙ୍କ ନିର୍ବାଚନ ସମାବେଶକୁ ସମ୍ବୋଧିତ କରିବା ପାଇଁ ପାଟନା ସାହିବରେ ପହଞ୍ଚିଥିଲେ। କଥାବାର୍ତ୍ତା ବେଳେ ନୀତୀଶ ରାଗିଯାଇ କହିଥିଲେ ଯେ ନରେନ୍ଦ୍ର ମୋଦି ପୁଣିଥରେ ମୁଖ୍ୟମନ୍ତ୍ରୀ ହେବା ଉଚିତ ଏବଂ ଦେଶ ସହିତ ବିକାଶ ହେବା ଉଚିତ।


Enter your email to get our daily news in your inbox.

All Right Reserved By Dharitri.Com

ହୋଇଗଲା ଫାଇନାଲ! ଓଡ଼ିଶାର ଏହି ନେତାଙ୍କୁ ମିଳିପାରେ ଲୋକ ସଭାର ବାଚସ୍ପତି ପଦ

ନୂଆଦିଲ୍ଲୀ,୧୭।୬: ଲୋକ ସଭାରେ ବାଚସ୍ପତି କିଏ ହେବେ, ତା’କୁ ନେଇ ସସପେନ୍ସ ଜାରି ରହିଥିବା ବେଳେ ଏବେ ଆଉ ଏକ ଖବର ସାମ୍ନାକୁ ଆସିଛି। ସୂଚନାନୁଯାୟୀ,...

ପାଠ୍ୟପୁସ୍ତକରେ ଉଭୟ ଭାରତ ଓ ଇଣ୍ଡିଆ ଶବ୍ଦ ବ୍ୟବହାର କରାଯିବ: ଏନ୍‌ସିଇଆର୍‌ଟି

ନୂଆଦିଲ୍ଲୀ,୧୭।୬: ଜାତୀୟ ଶିକ୍ଷା ଗବେଷଣା ଏବଂ ପ୍ରଶିକ୍ଷଣ ପରିଷଦ(ଏନ୍‌ସିଇଆର୍‌ଟି) ପାଠ୍ୟପୁସ୍ତକଗୁଡ଼ିକରେ ଦେଶର ନାଁ ଉଭୟ ଭାରତ ଏବଂ ଇଣ୍ଡିଆ ବ୍ୟବହାର କରାଯିବ। ଏନ୍‌ସିଇଆର୍‌ଟି ଅଧ୍ୟକ୍ଷ ଦୀନେଶ...

ଖାର୍ଗେଙ୍କ ବଡ଼ ଘୋଷଣା: ରାହୁଲ ଗାନ୍ଧୀ ଦେବେ ଇସ୍ତଫା, ୱାୟନାଡରୁ ନିର୍ବାଚନ ଲଢିବେ ପ୍ରିୟଙ୍କା

ନୂଆଦିଲ୍ଲୀ,୧୭।୬: କଂଗ୍ରେସ ଅଧ୍ୟକ୍ଷ ମଲ୍ଲିକାର୍ଜୁନ ଖାର୍ଗେ ସୋମବାର ଘୋଷଣା କରିଛନ୍ତି ଯେ ରାହୁଲ ଗାନ୍ଧୀ କେରଳର ୱାୟନାଡ ଲୋକ ସଭା ଆସନ ଛାଡିବେ ଏବଂ ରାଏବରେଲିରୁ...

୬ ଜଣଙ୍କ ଉପରେ ଚଢ଼ିଗଲା ଡମ୍ଫର, ୫ ଜଣଙ୍କ ମୃତ୍ୟୁ

ଉଦୟପୁର, ୧୭।୬: ରାଜସ୍ଥାନର ମାଲୱା ଅନ୍ତର୍ଗତ ଚୋରାଗ୍ରାମ ନିକଟରେ ସୋମବାର ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘିଟିଛି । ପିଣ୍ଡୱାଡ଼ା ରୋଡ଼ର ଡିଭାଇଡର ଉପରେ ଚାଲି...

ଏୟାରପୋର୍ଟରୁ କଟିଗଲା ବିଜୁଳି, ଗରମରେ ଯାତ୍ରୀ ହନ୍ତସନ୍ତ

ନୂଆଦିଲ୍ଲୀ, ୧୭।୬: ଦେଶର ରାଜଧାନୀ ଦିଲ୍ଲୀରେ ବିଜୁଳି ସମସ୍ୟା ଲାଗି ରହିଛି । ଏହାର ପ୍ରଭାବ ବିମାନ ବନ୍ଦରରେ ମଧ୍ୟ ଦେଖିବାକୁ ମିଳିଛି । ଦେଶର...

ପରମାଣୁ ବୋମା ରେସ୍‌ରେ ପାକିସ୍ତାନକୁ ପଛରେ ପକାଇଲା ଭାରତ: ଜାଣନ୍ତୁ କେଉଁ ଦେଶ ପାଖରେ କେତେ ପରମାଣୁ ବୋମା…

ନୂଆଦିଲ୍ଲୀ,୧୭।୬: ପରମାଣୁ ବୋମା ତିଆରି କରିବା ପାଇଁ ସାରା ବିଶ୍ୱରେ ଏକ ରେସ୍‌ ଚାଲିଛି। ଏହି ରେସ୍‌ରେ ଭାରତ ପାକିସ୍ତାନକୁ ପଛରେ ପକାଇ ଦେଇଛି। ସମଗ୍ର...

କାଞ୍ଚନଜଙ୍ଗା ଏକ୍ସପ୍ରେସ ଦୁର୍ଘଟଣା ଘଟଣା: ୧୯ ଟ୍ରେନ୍‌ ବାତିଲ୍‌

କୋଲକାତା, ୧୭।୬: କାଞ୍ଚନଜଙ୍ଗା ଏକ୍ସପ୍ରେସ ଦୁର୍ଘଟଣା ପରେ ୧୯ ଟ୍ରେନକୁ ବାତିଲ କରାଯାଇଛି । ଦୁଇଟି ଟ୍ରେନ୍‌ର ୪ ବଗି ଏବଂ ୫ ୱାଗନ ଲାଇନ୍‌ଚ୍ୟୁତ...

ଏୟାର ଇଣ୍ଡିଆ ବିମାନ ଖାଦ୍ୟରୁ ମିଳିଲା ବ୍ଲେଡ୍‌

ନୂଆଦିଲ୍ଲୀ,୧୭।୬: ଏୟାର ଇଣ୍ଡିଆର ବେଙ୍ଗାଲୁରୁ ସାନ ଫ୍ରାନ୍ସିସ୍କୋ ବିମାନରେ ବଡ ତ୍ରୁଟି ସାମ୍ନାକୁ ଆସିଛି। ଏହି ବିମାନର ଯାତ୍ରୀଙ୍କ ଖାଦ୍ୟରେ ଏକ ବଡ ବ୍ଲେଡ ମିଳିଥିଲା।...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri