Posted inଫୁରସତ

‘ପ୍ରଥମ ରୋଜଗାର ଟଙ୍କା ଘରକୁ ପଠାଇଥିଲି’

ଶିକ୍ଷାବିତ୍‌ ତଥା ଗୀତିକାର କୃଷ୍ଣଚନ୍ଦ୍ର ମହଲା ନିଜ ପ୍ରଥମ ରୋଜଗାର ସମ୍ପର୍କରେ
ଯାହା କୁହନ୍ତି…

ଯାଜପୁର ଜିଲାର ଗୋପୀନାଥପୁର ଗାଁରେ ମୋର ଜନ୍ମ। ପୁରୁଷୋତ୍ତମପୁର ଉଚ୍ଚ ବିଦ୍ୟାଳୟରୁ ୧୯୭୬ରେ ଏକାଦଶ ପାସ୍‌ କରିବା ପରେ ଏନ୍‌.ସି. କଲେଜରେ ପଢ଼ିଥିଲି। ସେଠାରୁ ଫିଜିକ୍ସ ଅନର୍ସରେ ବି.ଏସ୍‌ସି. ପାସ୍‌ କରିବା ପରେ ରାଧାନାଥ ଟ୍ରେନିଂ କଲେଜରେ ବି.ଇଡି. କଲି। ତା’ପରେ ମୋତେ ଶିକ୍ଷକ ଚାକିରି ମିଳିଗଲା। ୧୯୮୪ ମସିହା ଫେବୃୟାରୀ ୬ରେ କଳାହାଣ୍ଡି ଜିଲାର ଜୁନାଗଡ଼ ଅନ୍ତର୍ଗତ ସରକାରୀ ଉଚ୍ଚବିଦ୍ୟାଳୟ, କୁରୁଗୁଡ଼ାରେ ମୁଁ ପ୍ରଥମେ ଟିଜିଟି ଟିଚର୍‌ ଭାବେ ଯୋଗଦେଇଥିଲି। ସେତେବେଳେ ୪୧୦ ଥିଲା ବେସିକ୍‌ ଦରମା ଆଉ ଟିଏ, ଡିଏ ମିଶିକି ୮୬୮ ଟଙ୍କା ମୁଁ ପାଇଥିଲି ପ୍ରଥମ ଦରମା ଆକାରରେ। ସେହି ଟଙ୍କାରୁ କିଛି ନିଜ ହାତଖର୍ଚ୍ଚ ପାଇଁ ରଖି ବାକି ଟଙ୍କା ଘରକୁ ପଠାଇ ଦେଇଥିଲି। କାରଣ ଘରେ ବାପା, ବୋଉ ଆଉ ସାନ ଭଉଣୀ ରହୁଥିଲେ। ବାପା ଯେହେତୁ ଶିକ୍ଷା ବିଭାଗରେ ଚାକିରି କରୁଥିଲେ ତେଣୁ ଘରେ ମୋ ଟଙ୍କାର କିଛି ବି ଆବଶ୍ୟକତା ପଡୁ ନ ଥିଲା। ତଥାପି ମୋର କର୍ତ୍ତବ୍ୟ ଦୃଷ୍ଟିରୁ ପ୍ରତିମାସ ଘରକୁ କିଛି କିଛି ଟଙ୍କା ପଠାଇ ଦେଉଥିଲି। ତେବେ ଜୁନାଗଡ଼ରେ ୩ ବର୍ଷ ରହିବା ପରେ ଟାଙ୍ଗୀକୁ ମୋର ବଦଳି ହୋଇଥିଲା। ଟାଙ୍ଗୀରେ ବି ୩ ବର୍ଷ ରହିବା ପରେ ସମ୍ବଲପୁର ବଦଳି ହୋଇ ସେଠାରେ ପ୍ରାୟ ୧୮ ବର୍ଷ ଶିକ୍ଷକତା କରିଥିଲି। ତା’ପରେ ପ୍ରମୋଶନ ପାଇ ହେଡ୍‌ମାଷ୍ଟର ଭାବେ ସରକାରୀ ଉଚ୍ଚବିଦ୍ୟାଳୟ, କୋଣାର୍କରେ ଯୋଗଦେଇଥିଲି। ଏଠି ବି ୩ ବର୍ଷ ବିତିବା ପରେ ସେହି ହେଡ୍‌ମାଷ୍ଟର ପଦବୀରେ ଯାଇ ଘଟଗାଁ ବାଳିକା ଉଚ୍ଚବିଦ୍ୟାଳୟରେ ଯୋଗଦେଇଥିଲ। ପୁଣି ୩ ବର୍ଷ ପରେ ମୋର ପ୍ରମୋଶନ ହେଲା ଆଉ ମୁଁ କ୍ଲାସ୍‌ ଟୁ ଗେଜେଟେଡ୍‌ ପୋଷ୍ଟରେ ମାଲପଡ଼ା ହାୟର୍‌ ସେକେଣ୍ଡାରୀ ସ୍କୁଲ୍‌, ବଲାଙ୍ଗୀରରେ ଯାଇ ପ୍ରିନ୍ସିପାଲ୍‌ ଇନ୍‌ଚାର୍ଜ ଭାବେ ଯୋଗଦେଲି। ସେଠି ୫ ବର୍ଷ କାମ କରିବା ପରେ ପୁଣି ପ୍ରମୋଶନ ପାଇ ସ୍କୁଲ୍‌ ଇନ୍‌ସ୍ପେକ୍ଟର ଭାବେ ରାୟଗଡ଼ା ଗଲି ଆଉ ସେଠାରେ ୨ ବର୍ଷ କାମ କରି ଶେଷରେ ୨୦୨୦ ଏପ୍ରିଲ୍‌ ୩୦ରେ ଚାକିରିରୁ ଅବସର ନେଇଥିଲି। ଏ ତ ଥିଲା ମୋ ଚାକିରି ଜୀବନ କଥା। ଏହାବାଦ୍‌ ମୁଁ କବିତା ଓ ଗୀତ ଇତ୍ୟାଦି ବି ଲେଖିଥାଏ। କଲେଜ ପଢ଼ାବେଳେ କଲେଜ ମାଗାଜିନ୍‌ରେ ପ୍ରଥମେ ମୋର ଏକ କବିତା ପ୍ରକାଶ ପାଇଥିଲା; ଆଉ ତାହା ସମସ୍ତଙ୍କୁ ଏତେ ଭଲ ଲାଗିଥିଲା ଯେ ମୋତେ ସେ ସମୟରେ ଅନେକ ପ୍ରଶଂସା ମିଳିଥିଲା। ବାସ୍‌ ସେବେଠାରୁ ମୁଁ ଆଉ ପଛକୁ ଫେରି ଚାହିଁନି। ଅନେକ କବିତା ଲେଖିଛି ଆଉ ତାହା ବିଭିନ୍ନ ଖବରକାଗଜ ଓ ପତ୍ରପତ୍ରିକାରେ ପ୍ରକାଶ ବି ହୋଇଛି। ଏଥିସହିତ ୟା’ଭିତରେ ମୁଁ ଅନେକ ଭଜନ ଓ ଆଧୁନିକ ଗୀତ ମଧ୍ୟ ଲେଖିଛି; ଯାହାକୁ ଓଡ଼ିଶାର ବହୁ ସୁନାମଧନ୍ୟ କଣ୍ଠଶିଳ୍ପୀ ଗାଇ ଶ୍ରୋତାଙ୍କର ମନ କିଣି ନେଇଛନ୍ତି। ଯେମିତି କି: ‘ଆ ବଉଳ ଆ ମକର…’(ଅସୀମା ପଣ୍ଡା), ‘ଘେନ ମା’ ଅରଜି…’ (କରୁଣାକର ସେଠୀ), ‘ଶ୍ୟାମବନ୍ଧୁ ଭେଟ ନ ହେଲା…’(ତପୁ ମିଶ୍ର), ‘ଜୟ ଜୟ ଦୁର୍ଗା ମା…’(ବନଜା ମିଶ୍ର, ଅର୍ପିତା ଚୌଧୁରୀ), କରୋନାରେ ମା’ ଦୁର୍ଗାଙ୍କୁ ଆବାହନକୁ ନେଇ ଏକ ଭଜନ (ଶ୍ରୀଚରଣ ମହାନ୍ତି) ‘ମିଠା ମିଠା ଜହ୍ନ ରାତି…’(ହ୍ୟୁମାନ ସାଗର), ‘ପ୍ରେମ ସମ୍ପର୍କ…’ (ଜ୍ୟୋତିର୍ମୟୀ, ସ୍ବାଗତ ରଞ୍ଜନ)ଇତ୍ୟାଦି ହେଉଛି ଅନ୍ୟତମ। ଆଉ ଏହି ସବୁ ଗୀତ ଗୁଡ଼ିକ ୟୁଟ୍ୟୁବ୍‌ରେ ପ୍ରସାରିତ ହୋଇ ଶ୍ରୋତାଙ୍କ ଦ୍ୱାରା ବେଶ୍‌ ଆଦୃତ ହୋଇପାରିଛି। ଏସବୁ ବାଦ୍‌ ମୁଁ ଇଂଲିଶ ଭାଷାରେ ଅନେକ ନିବନ୍ଧ ମଧ୍ୟ ଲେଖିଛି, ଆଉ ତାହା ବିଭିନ୍ନ ଇଂଲିଶ ଖବରକାଗଜ ଓ ଜର୍ନାଲ୍‌ରେ ପ୍ରକାଶ ପାଇ ମୋତେ ବହୁ ପାଠକୀୟ ପ୍ରଶଂସା ବି ମିଳିଛି।


Enter your email to get our daily news in your inbox.

All Right Reserved By Dharitri.Com

ଓଡ଼ିଶାର ଶ୍ରେଷ୍ଠ ପାଞ୍ଚ ଜଳ ପ୍ରପାତ

ସାନଘାଗରା ଜଳପ୍ରପାତ କେନ୍ଦୁଝର ସହରଠାରୁ ମାତ୍ର ୬ କି.ମି. ଦୂରରେ ରହିଛି ସାନଘାଘରା ଜଳପ୍ରପାତ। ସାନମାଛ କାନ୍ଦଣା ନଦୀର ଜଳ ଏଠାରେ ତଳକୁ ବିରାଟକାୟ ସ୍ରୋତରେ କଚାଡ଼ି…

ଭୁବନେଶ୍ୱର ଫୁଲ ଦୋକାନ

ଫର୍ନସ ଏନ୍‌ ପେଟାଲ୍‌ସ   ଏହା ରାଜଧାନୀର ଏକ ବଡ଼ ଫୁଲ ଦୋକାନ ଭାବେ ପରିଗଣିତ। ୧୧ବର୍ଷ ତଳେ ପ୍ରଥମ କରି ଶହୀଦନଗରରେ ଆରମ୍ଭ ହୋଇଥିଲା। ବର୍ତ୍ତମାନ…

ଶ୍ରେଷ୍ଠ ପାଞ୍ଚ ଭୁବନେଶ୍ୱର ଜିମ

କଳିଙ୍ଗ ଫିଟନେସ୍‌ ଜୟଦେବ ବିହାର ରୋଡ ବିଜୁ ପଟ୍ଟନାୟକ କଲେଜ ନିକଟରେ ରହିଛି କଳିଙ୍ଗ ଫିଟନେସ ଜିମ୍‌। ୪ବର୍ଷ ତଳେ ଖୋଲାଯାଇଥିବା ଏହି ଜିମ୍‌ରେ ସବୁ ପ୍ରକାର…

ଓଡ଼ିଶାର ଶ୍ରେଷ୍ଠ ପାଞ୍ଚ ପର୍ଯ୍ୟଟନସ୍ଥଳ

ସପ୍ତଶଯ୍ୟା ଢେଙ୍କାନାଳ ଜିଲାରେ ଅବସ୍ଥିତ ସପ୍ତଶଯ୍ୟା ପର୍ଯ୍ୟଟନ ସ୍ଥଳ ସାତ ପାହାଡ଼, ଝରଣା ଏବଂ ଜଙ୍ଗଲରେ ପରିପୂର୍ଣ୍ଣ। ଏଠାରେ ରହିଛି ଶ୍ରୀରାମଙ୍କ ମନ୍ଦିର। ସପ୍ତଶଯ୍ୟାର ଶୀତଳ ପରିବେଶ…

କଟକ ଦହିବରା ଆଳୁଦମ

ବାରବାଟୀ ଷ୍ଟାଡିୟମର ରମେଶ ଗୋଛି ସକାଳ ୭ଟାରୁ ଆରମ୍ଭ କରି ରାତି ୧୦ଟା ଯାଏ ବାରବାଟୀ ଷ୍ଟାଡିୟମ ନିକଟରେ ରମେଶଙ୍କ ଷ୍ଟଲ ଖୋଲିଥାଏ। ପରିବାରର ସବୁ ସଦସ୍ୟ…

ଶ୍ରେଷ୍ଠ ପାଞ୍ଚ ଭୁବନେଶ୍ୱରର ପାର୍କ

ମହାତ୍ମା ଗାନ୍ଧୀ ପାର୍କ ପାର୍କଟି ଜୟଦେବ ବିହାରସ୍ଥିତ ନନ୍ଦନକାନନ ରୋଡ୍‌ର ଜନତା ମଇଦାନ ନିକଟରେ ଅବସ୍ଥିତ। ପାର୍କ ଭିତରେ ମହାତ୍ମା ଗାନ୍ଧୀଙ୍କ ପ୍ରାର୍ଥନା କରୁଥିବା ମୁଦ୍ରାରେ ମୂର୍ତ୍ତି…

ଶ୍ରେଷ୍ଠ ପାଞ୍ଚ ପୁରୀର ମଠ

ହାତୀ ଆଖଡ଼ା ମଠ ପୁରୀ ବଳଗଣ୍ଡି ନିକଟରେ ବଡ଼ଦାଣ୍ଡର ମୁଖ୍ୟ ରାସ୍ତାରେ ହାତୀ ଆଖଡା ମଠ ଅବସ୍ଥିତ। ଶ୍ରୀରାମାନନ୍ଦୀ ସମ୍ପ୍ରଦାୟର ନିର୍ବାଣୀ ଆଖଡା ରୂପେ ଏହା ପରିଚିତ।…

ଶ୍ରେଷ୍ଠ ପାଞ୍ଚ ଓଡ଼ିଶାର ପ୍ରସିଦ୍ଧ ଶୈବପୀଠ

ହରିଶଙ୍କର ବଲାଙ୍ଗୀରଠାରୁ ୮୦ କି.ମି. ଦୂରରେ ଗନ୍ଧମାର୍ଦ୍ଦନ ପର୍ବତ ପାଦଦେଶରେ ଅବସ୍ଥିତ ପ୍ରସିଦ୍ଧ ତୀର୍ଥ ତଥା ଶୈବପୀଠ ହରିଶଙ୍କର। ଏଠାକାର ମନ୍ଦିରର ପରିବେଶ ଏବଂ ଆକର୍ଷଣୀୟ ଝରଣା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?