Posted inଫୁରସତ

‘ପ୍ରଥମ ରୋଜଗାର ଟଙ୍କା ଘରକୁ ପଠାଇଥିଲି’

ଶିକ୍ଷାବିତ୍‌ ତଥା ଗୀତିକାର କୃଷ୍ଣଚନ୍ଦ୍ର ମହଲା ନିଜ ପ୍ରଥମ ରୋଜଗାର ସମ୍ପର୍କରେ
ଯାହା କୁହନ୍ତି…

ଯାଜପୁର ଜିଲାର ଗୋପୀନାଥପୁର ଗାଁରେ ମୋର ଜନ୍ମ। ପୁରୁଷୋତ୍ତମପୁର ଉଚ୍ଚ ବିଦ୍ୟାଳୟରୁ ୧୯୭୬ରେ ଏକାଦଶ ପାସ୍‌ କରିବା ପରେ ଏନ୍‌.ସି. କଲେଜରେ ପଢ଼ିଥିଲି। ସେଠାରୁ ଫିଜିକ୍ସ ଅନର୍ସରେ ବି.ଏସ୍‌ସି. ପାସ୍‌ କରିବା ପରେ ରାଧାନାଥ ଟ୍ରେନିଂ କଲେଜରେ ବି.ଇଡି. କଲି। ତା’ପରେ ମୋତେ ଶିକ୍ଷକ ଚାକିରି ମିଳିଗଲା। ୧୯୮୪ ମସିହା ଫେବୃୟାରୀ ୬ରେ କଳାହାଣ୍ଡି ଜିଲାର ଜୁନାଗଡ଼ ଅନ୍ତର୍ଗତ ସରକାରୀ ଉଚ୍ଚବିଦ୍ୟାଳୟ, କୁରୁଗୁଡ଼ାରେ ମୁଁ ପ୍ରଥମେ ଟିଜିଟି ଟିଚର୍‌ ଭାବେ ଯୋଗଦେଇଥିଲି। ସେତେବେଳେ ୪୧୦ ଥିଲା ବେସିକ୍‌ ଦରମା ଆଉ ଟିଏ, ଡିଏ ମିଶିକି ୮୬୮ ଟଙ୍କା ମୁଁ ପାଇଥିଲି ପ୍ରଥମ ଦରମା ଆକାରରେ। ସେହି ଟଙ୍କାରୁ କିଛି ନିଜ ହାତଖର୍ଚ୍ଚ ପାଇଁ ରଖି ବାକି ଟଙ୍କା ଘରକୁ ପଠାଇ ଦେଇଥିଲି। କାରଣ ଘରେ ବାପା, ବୋଉ ଆଉ ସାନ ଭଉଣୀ ରହୁଥିଲେ। ବାପା ଯେହେତୁ ଶିକ୍ଷା ବିଭାଗରେ ଚାକିରି କରୁଥିଲେ ତେଣୁ ଘରେ ମୋ ଟଙ୍କାର କିଛି ବି ଆବଶ୍ୟକତା ପଡୁ ନ ଥିଲା। ତଥାପି ମୋର କର୍ତ୍ତବ୍ୟ ଦୃଷ୍ଟିରୁ ପ୍ରତିମାସ ଘରକୁ କିଛି କିଛି ଟଙ୍କା ପଠାଇ ଦେଉଥିଲି। ତେବେ ଜୁନାଗଡ଼ରେ ୩ ବର୍ଷ ରହିବା ପରେ ଟାଙ୍ଗୀକୁ ମୋର ବଦଳି ହୋଇଥିଲା। ଟାଙ୍ଗୀରେ ବି ୩ ବର୍ଷ ରହିବା ପରେ ସମ୍ବଲପୁର ବଦଳି ହୋଇ ସେଠାରେ ପ୍ରାୟ ୧୮ ବର୍ଷ ଶିକ୍ଷକତା କରିଥିଲି। ତା’ପରେ ପ୍ରମୋଶନ ପାଇ ହେଡ୍‌ମାଷ୍ଟର ଭାବେ ସରକାରୀ ଉଚ୍ଚବିଦ୍ୟାଳୟ, କୋଣାର୍କରେ ଯୋଗଦେଇଥିଲି। ଏଠି ବି ୩ ବର୍ଷ ବିତିବା ପରେ ସେହି ହେଡ୍‌ମାଷ୍ଟର ପଦବୀରେ ଯାଇ ଘଟଗାଁ ବାଳିକା ଉଚ୍ଚବିଦ୍ୟାଳୟରେ ଯୋଗଦେଇଥିଲ। ପୁଣି ୩ ବର୍ଷ ପରେ ମୋର ପ୍ରମୋଶନ ହେଲା ଆଉ ମୁଁ କ୍ଲାସ୍‌ ଟୁ ଗେଜେଟେଡ୍‌ ପୋଷ୍ଟରେ ମାଲପଡ଼ା ହାୟର୍‌ ସେକେଣ୍ଡାରୀ ସ୍କୁଲ୍‌, ବଲାଙ୍ଗୀରରେ ଯାଇ ପ୍ରିନ୍ସିପାଲ୍‌ ଇନ୍‌ଚାର୍ଜ ଭାବେ ଯୋଗଦେଲି। ସେଠି ୫ ବର୍ଷ କାମ କରିବା ପରେ ପୁଣି ପ୍ରମୋଶନ ପାଇ ସ୍କୁଲ୍‌ ଇନ୍‌ସ୍ପେକ୍ଟର ଭାବେ ରାୟଗଡ଼ା ଗଲି ଆଉ ସେଠାରେ ୨ ବର୍ଷ କାମ କରି ଶେଷରେ ୨୦୨୦ ଏପ୍ରିଲ୍‌ ୩୦ରେ ଚାକିରିରୁ ଅବସର ନେଇଥିଲି। ଏ ତ ଥିଲା ମୋ ଚାକିରି ଜୀବନ କଥା। ଏହାବାଦ୍‌ ମୁଁ କବିତା ଓ ଗୀତ ଇତ୍ୟାଦି ବି ଲେଖିଥାଏ। କଲେଜ ପଢ଼ାବେଳେ କଲେଜ ମାଗାଜିନ୍‌ରେ ପ୍ରଥମେ ମୋର ଏକ କବିତା ପ୍ରକାଶ ପାଇଥିଲା; ଆଉ ତାହା ସମସ୍ତଙ୍କୁ ଏତେ ଭଲ ଲାଗିଥିଲା ଯେ ମୋତେ ସେ ସମୟରେ ଅନେକ ପ୍ରଶଂସା ମିଳିଥିଲା। ବାସ୍‌ ସେବେଠାରୁ ମୁଁ ଆଉ ପଛକୁ ଫେରି ଚାହିଁନି। ଅନେକ କବିତା ଲେଖିଛି ଆଉ ତାହା ବିଭିନ୍ନ ଖବରକାଗଜ ଓ ପତ୍ରପତ୍ରିକାରେ ପ୍ରକାଶ ବି ହୋଇଛି। ଏଥିସହିତ ୟା’ଭିତରେ ମୁଁ ଅନେକ ଭଜନ ଓ ଆଧୁନିକ ଗୀତ ମଧ୍ୟ ଲେଖିଛି; ଯାହାକୁ ଓଡ଼ିଶାର ବହୁ ସୁନାମଧନ୍ୟ କଣ୍ଠଶିଳ୍ପୀ ଗାଇ ଶ୍ରୋତାଙ୍କର ମନ କିଣି ନେଇଛନ୍ତି। ଯେମିତି କି: ‘ଆ ବଉଳ ଆ ମକର…’(ଅସୀମା ପଣ୍ଡା), ‘ଘେନ ମା’ ଅରଜି…’ (କରୁଣାକର ସେଠୀ), ‘ଶ୍ୟାମବନ୍ଧୁ ଭେଟ ନ ହେଲା…’(ତପୁ ମିଶ୍ର), ‘ଜୟ ଜୟ ଦୁର୍ଗା ମା…’(ବନଜା ମିଶ୍ର, ଅର୍ପିତା ଚୌଧୁରୀ), କରୋନାରେ ମା’ ଦୁର୍ଗାଙ୍କୁ ଆବାହନକୁ ନେଇ ଏକ ଭଜନ (ଶ୍ରୀଚରଣ ମହାନ୍ତି) ‘ମିଠା ମିଠା ଜହ୍ନ ରାତି…’(ହ୍ୟୁମାନ ସାଗର), ‘ପ୍ରେମ ସମ୍ପର୍କ…’ (ଜ୍ୟୋତିର୍ମୟୀ, ସ୍ବାଗତ ରଞ୍ଜନ)ଇତ୍ୟାଦି ହେଉଛି ଅନ୍ୟତମ। ଆଉ ଏହି ସବୁ ଗୀତ ଗୁଡ଼ିକ ୟୁଟ୍ୟୁବ୍‌ରେ ପ୍ରସାରିତ ହୋଇ ଶ୍ରୋତାଙ୍କ ଦ୍ୱାରା ବେଶ୍‌ ଆଦୃତ ହୋଇପାରିଛି। ଏସବୁ ବାଦ୍‌ ମୁଁ ଇଂଲିଶ ଭାଷାରେ ଅନେକ ନିବନ୍ଧ ମଧ୍ୟ ଲେଖିଛି, ଆଉ ତାହା ବିଭିନ୍ନ ଇଂଲିଶ ଖବରକାଗଜ ଓ ଜର୍ନାଲ୍‌ରେ ପ୍ରକାଶ ପାଇ ମୋତେ ବହୁ ପାଠକୀୟ ପ୍ରଶଂସା ବି ମିଳିଛି।


Enter your email to get our daily news in your inbox.

All Right Reserved By Dharitri.Com

୪ ବିଧାୟକଙ୍କ କଟିଲା ଟିକେଟ୍‌: ୬ରୁ ୫ ନୂଆମୁହଁ

ଭୁବନେଶ୍ୱର,୨୨।୪: ବିଜେଡିର ସପ୍ତମ ପର୍ଯ୍ୟାୟ ପ୍ରାର୍ଥୀ ତାଲିକା ସୋମବାର ପ୍ରକାଶ କରିଛି। ୬ଟି ବିଧାନସଭା ଆସନ ପାଇଁ ପ୍ରାର୍ଥୀ ଘୋଷଣା କରିଛି ବିଜେଡି। ଘୋଷଣା ହୋଇଥିବା...

ଶିବେଇ ସାମନ୍ତରାଙ୍କ ଚତୁରତା ଲୋକମୁଖରେ ଭିନ୍ନ ରୂପ ନେଲା

ଚୁମ୍ବକଶିଳା ବସାଯିବା ପରେ ତିନିଥର ବିଫଳ ହୋଇଥିବା କାର୍ଯ୍ୟ ସଫଳ ହୋଇଥିଲା। ସହସ୍ର ମଲ୍ଲ ସେଇ ଖୁସିରେ ପୁରସ୍କାର ଘୋଷଣା କରିଥିଲେ। ଧର୍ମପଦ ମନ୍ଦିର ଶିଖରରୁ...

ଜାଣନ୍ତୁ ବିଶ୍ୱ ପୁସ୍ତକ, କପିରାଇଟ୍‌ ଦିବସର ଇତିହାସ…

ପ୍ରତିବର୍ଷ ଏପ୍ରିଲ ୨୩ରେ ବିଶ୍ୱ ପୁସ୍ତକ ଏବଂ କପିରାଇଟ୍‌ ଦିବସ ପାଳନ କରାଯାଇଥାଏ। ସମୟ ବଦଳିବା ସହିତ କମ୍ପ୍ୟୁଟର ଏବଂ ଇଣ୍ଟରନେଟ୍‌ ବର୍ତ୍ତମାନ ପୁସ୍ତକ ବି...

୨୪ ଘଣ୍ଟାରେ ୨୬୦୦୦ ବସ୍‌ ଉଠ୍‌ ହୋଇ ଗିନିଜ ଓ୍ବାର୍ଲଡ ରେକର୍ଡ

ପିଲାଦିନେ ସ୍କୁଲରେ ପାଠ ପଢି ନ ଥିଲେ ଦଣ୍ଡ ଆକାରରେ ସାର୍‌ କହୁଥିଲେ ବସ୍‌ ଉଠ୍‌ ହେବା ପାଇଁ। ୩୦ ଥର ବସ୍‌ ଉଠ୍‌ ହେଲା...

ଉଛୁଳା ଭକ୍ତିର ଅନ୍ତରାଳେ….

ମା’ଛେଉଣ୍ଡ ମାଧବ ବାବୁ ଭଦ୍ରଲୋକରେ ଗଣାହେଲେ, ଯେବେଠୁଁ କଷ୍ଟକରି ଉଚ୍ଚଶିକ୍ଷା ଲାଭ କଲା ପରେ ଉଚ୍ଚ ପଦବୀଯୁକ୍ତ ଚାକିରି ପାଇଲେ। ତାଙ୍କର ସବୁଗୁଣ ଭଲ l...

ନିମାପଡ଼ାର ‘ମାଇପି ମେଳା’

ଗୁହାରିଆ ପଡ଼ିଲେ ମାନସିକ ପୂରଣ ହୋଇଥାଏ l ଅନ୍ଧବିଶ୍ୱାସ ହେଉ କି ବିଶ୍ୱାସ, ଏଭଳି ଏକ ପ୍ରଥା କିନ୍ତୁ ପ୍ରଚଳିତ ହୋଇଆସୁଅଛି କାହିଁ କେବେଠୁ। ପୁରାଣ...

ପ୍ରଥମ ରୋଜଗାର ବୋଉକୁ ଦେଇଥିଲି: ଲଳିତ କୁମାର

ମୋର ଜନ୍ମ ପୁରୀ ଜିଲା କୃଷ୍ଣପ୍ରସାଦ ବ୍ଲକ ଅନ୍ତର୍ଗତ ନନ୍ଦଳା ଗ୍ରାମରେ। ମାତା ପାର୍ବତୀ ସ୍ବାଇଁ ଓ ପିତା ଭିକାରୀ ସ୍ବାଇଁଙ୍କର ତିନିପୁଅଙ୍କ ଭିତରେ ମୁଁ...

‘ଆଉ ଥରେ ଜନ୍ମ ହେଲେ କବିଟିଏ ହୋଇ ଜନ୍ମ ହେବି’

ଏକାଧାରରେ ସେ ଜଣେ କବି, ଗାଳ୍ପିକ ଓ ନାଟ୍ୟକାର। ଦୀର୍ଘ ୪ଦଶନ୍ଧି ଧରି ତାଙ୍କ ଲେଖନୀ ମୁନରେ ଫୁଟେଇଛନ୍ତି ଏକାଧିକ ଗଳ୍ପ, କବିତା ଓ ନାଟକ।...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri