Posted inଜାତୀୟ

ମୋର ସବୁକିଛି ଚାଲିଗଲା

ଅହମ୍ମଦାବାଦ,୨ା୧୧: ରବିବାର ଛୁଟି ଥିବାରୁ ସ୍ବାମୀଙ୍କ ସହ ୯ ବର୍ଷୀୟା ଝିଅ ଓ ୭ ବର୍ଷର ପୁଅ ସହ ଝୁଲାପୋଲକୁ ବୁଲି ଯାଇଥିଲୁ। ସେମାନେ ବ୍ରିଜ୍‌ ଉପରକୁ ଯାଇଥିଲେ। ଗର୍ଭବତୀ ଥିବାରୁ ମୁଁ ପୋଲକୁ ନ ଚଢ଼ି ମାଛୁ ନଦୀ କୂଳରେ ରହିଥିଲି। କିଛି ସମୟ ପରେ ହଠାତ୍‌ ଝୁଲାପୋଲ ଦୋହଲି ଯାଇଥିଲା। ଚାହୁଁ ଚାହୁଁ ତାହା ଖସିପଡ଼ିଥିଲା। ସେମାନେ ପାଣିରେ ପଡ଼ିଗଲେ, ଆଉ ଫେରିଲେ ନାହିଁ ବୋଲି କୋହଭରା କଣ୍ଠରେ ପରିବାରକୁ ହରାଇଥିବା ଜଣେ ମହିଳା କହିଛନ୍ତି। ଗଣମାଧ୍ୟମ ଆଗରେ ସେଦିନର ଅନୁଭୂତି ବଖାଣି ମହିଳା ଜଣକ କାନ୍ଦି କାନ୍ଦି କହିଛନ୍ତି, ମୋର ସବୁକିଛି ଚାଲିଗଲା। ଏବେ ଆଉ କିଏ ଅଛି? ଆଗକୁ ଏକୁଟିଆ ଜୀବନ ବିତାଇବାକୁ ପଡ଼ିବ। କିଛି ସହାୟତା ମିଳିନାହିଁ। ସରକାର ମୋତେ ସାହାଯ୍ୟ କରନ୍ତୁ।
ଏହା ହେଉଛି ଜଣେ ହତଭାଗା ମହିଳାଙ୍କ ଦୁଃଖଦ କାହାଣୀ। ଆମତ୍ୀୟସ୍ବଜନଙ୍କୁ ହରାଇଥିବା ଲୋକଙ୍କ ଏପରି ଅନେକ କାହାଣୀ ରହିଛି। କିଏ ନିଜ ପରିବାରକୁ ହରାଇ ଅସହାୟ ହୋଇପଡ଼ିଛନ୍ତି ତ ଆଉ କାହାର ସ୍ବପ୍ନଭଙ୍ଗ ହୋଇଯାଇଛି। ମାଛୁ ନଦୀର ସସ୍ପେନ୍‌ଶନ ବ୍ରିଜ୍‌ ଦୁର୍ଘଟଣା ବହୁ ଲୋକଙ୍କ ଭବିଷ୍ୟତ ଛଡ଼ାଇନେଇଛି। ଜଣେ ବୃଦ୍ଧ କହିଛନ୍ତି, ତାଙ୍କ ଜ୍ୱାଇଁ ଝୁଲାପୋଲରେ କାମ କରୁଥିବା ଜଣେ ଶ୍ରମିକ। ଛୁଟି ଥିବାରୁ ସେ ନିଜ ୨ ପିଲାଙ୍କୁ ବ୍ରିଜ୍‌ ଦେଖାଇବାକୁ ନେଇଥିଲେ। ସେମାନେ ଆଉ ଫେରିଲେ ନାହିଁ। ପ୍ରଶାସନିକ ଅବହେଳା ଯୋଗୁ ଏହି ଅଘଟଣ ଘଟିଥିଲେ ମଧ୍ୟ କୌଣସି ସରକାରୀ ସହାୟତା ପାଇ ନ ଥିବା ବୃଦ୍ଧ ଜଣକ କହିଛନ୍ତି। ସେହିପରି ଅହମ୍ମଦାବାଦର ଝିଅ ହର୍ଷିନୀ ନିଜ ମା’ବାପାଙ୍କ ସହ ମୋର୍‌ବି ଯାଇଥିଲେ। ବ୍ରିଜ୍‌ ଭାଙ୍ଗିବା ପରେ ୭ ବର୍ଷୀୟା ହର୍ଷିନୀଙ୍କୁ ଉଦ୍ଧାର କରାଯାଇଛି କିନ୍ତୁ ସେ ଅନାଥ ହୋଇଯାଇଛନ୍ତି। ପଶ୍ଚିମବଙ୍ଗର ପୂର୍ବ ବର୍ଦ୍ଧମାନ ଜିଲା ବାସିନ୍ଦା ୧୭ ବର୍ଷୀୟ ହବିବୁଲ ଶେଖ୍‌ ଚାକିରି ଅନ୍ବେଷଣରେ ଗୁଜରାଟର ମୋର୍‌ବିକୁ ଯାଇଥିଲେ। ସେ ତାଙ୍କ ଦାଦାଙ୍କ ସୁନା ଦୋକାନରେ କାମ କରୁଥିଲେ। ରବିବାର ସାଙ୍ଗମାନଙ୍କ ସହ ଝୁଲାପୋଲକୁ ଯାଇ ଆଉ ଫେରି ନ ଥିଲେ। ବିଳମ୍ବିତ ରାତିରେ ତାଙ୍କ ମୃତଦେହ ଉଦ୍ଧାର ହୋଇଥିଲା। ସେ ମା’ବାପାଙ୍କ ଏକମାତ୍ର ସନ୍ତାନ ଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ଫିଫା ବିଶ୍ୱକପ୍‌: ଆଜିଠୁ କ୍ୱାର୍ଟର ଫାଇନାଲ

ନ୍ୟୁୟର୍କ, ୯ା୭(ଏପି):ଚଳିତ ଫିଫା ବିଶ୍ୱକପ୍‌ର ପ୍ରି-କ୍ୱାର୍ଟର ଫାଇନାଲ ପର୍ଯ୍ୟାୟ ଶେଷ ହୋଇଛି। ଏଥର ପ୍ରଥମଥର ପାଇଁ ପ୍ରତିଯୋଗିତାରେ ୪୮ଟି ଦଳ ଅଂଶଗ୍ରହଣ କରିଥିବାବେଳେ ସେଥିରୁ ୮ଟି ଦଳ…

ଓଡ଼ିଶା ମାଟିରେ ଇତିହାସ ରଚିଲା DRDO: LRGRର ସଫଳ ପରୀକ୍ଷଣ, ୬୦ କିମି ଦୂର ଲକ୍ଷ୍ୟକୁ…

ନୂଆଦିଲ୍ଲୀ/ବାଲେଶ୍ୱର, ୮।୭: ଭାରତ ସ୍ୱଦେଶୀ ପ୍ରତିରକ୍ଷା ଜ୍ଞାନକୌଶଳ କ୍ଷେତ୍ରରେ ଆଉ ଏକ ବଡ଼ ସଫଳତା ହାସଲ କରିଛି। ପ୍ରତିରକ୍ଷା ଅନୁସନ୍ଧାନ ଏବଂ ବିକାଶ ସଂଗଠନ (DRDO) ବୁଧବାର…

ସିଙ୍ଗଡ଼ା କିଣିବା ପାଇଁ ଟ୍ରେନ୍‌ ଅଟକାଇଲେ ଲୋକୋ ପାଇଲଟ୍‌, ଭାଇରାଲ ହେଉଛି ଭିଡିଓ

ଇନ୍ଦୋର,୮ା୭: ମଧ୍ୟପ୍ରଦେଶର ଇନ୍ଦୋରରୁ ଏକ ଆଶ୍ଚର୍ଯ୍ୟଜନକ ଘଟଣା ସାମ୍ନାକୁ ଆସିଛି । ଜଣେ ଲୋକୋ ପାଇଲଟ୍‌ ଟ୍ରେନ୍‌ ଅଟକାଇ ରାସ୍ତାପାର୍ଶ୍ୱ ଦୋକାନରୁ ସିଙ୍ଗଡ଼ା କିଣୁଥିବାର ଭିଡିଓ ସୋସିଆଲ…

ଅନ୍ୟମାନଙ୍କ ପାଇଁ ଦୃଷ୍ଟାନ୍ତ: ମାଁ ଶ୍ୟାମାକାଳୀ ମନ୍ଦିରରେ ବିବାହ ବନ୍ଧନରେ ବାନ୍ଧିହେଲେ ୨ ଦିବ୍ୟାଙ୍ଗ ଯୋଡ଼ି

ବରଗଡ଼,୮।୭(ପ୍ରେମାନନ୍ଦ ଖମାରୀ)- ବରଗଡ଼ ସହରରେ ଅବସ୍ଥିତ ମାଁ ଶ୍ୟାମାକାଳୀ ମନ୍ଦିର ସର୍ବେଶ୍ୱର କଲ୍ୟାଣ ମଣ୍ଡପରେ ବୁଧବାର ଆଦର୍ଶ ବିବାହ ହୋଇଥିଲା। ପାୱାର ଅଫ୍‌ ଦିବ୍ୟାଙ୍ଗ ଅନୁଷ୍ଠାନ ତତ୍ତ୍ୱାବଧାନରେ…

ସୋସିଆଲ ମିଡିଆରେ ଭାଇରାଲ କରିଦେବି… ଯୁବତୀଙ୍କୁ ବଳାତ୍କାର ଅଭିଯୋଗ, ଜେଲ୍ ଗଲେ ଅଭିଯୁକ୍ତ ରାଜମିସ୍ତ୍ରୀ

ଦିଗପହଣ୍ଡି,୮।୭(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ ଅଧିନ ଏକ ଗାଁର ଜଣେ ୨୬ ବର୍ଷୀୟା ଯୁବତୀଙ୍କୁ ବଳାତ୍କାର କରିଥିବା ଅଭିଯୋଗରେ ଦିଗପହଣ୍ଡି ପୋଲିସ ବୁଧବାର…

ବୋରପଦର ଗ୍ରାମ ପଞ୍ଚାୟତରେ ମନରେଗା ଦୁର୍ନୀତି ଅଭିଯୋଗ, ଜିଲାପାଳଙ୍କୁ ଫେରାଦ ହେଲେ ଗ୍ରାମବାସୀ

କର୍ଲାମୁଣ୍ଡା,୮।୭(ପ୍ରଦୀପ କୁମାର ସାହୁ): କଳାହାଣ୍ଡି ଜିଲା କର୍ଲାମୁଣ୍ଡା ବ୍ଲକରେ ମନରେଗା ଦୁର୍ନୀତି ନେଇ ବିଭିନ୍ନ ସମୟରେ ଲୋକେ ଅଭିଯୋଗ କରି ଆସୁଥିଲେ ମଧ୍ୟ ପ୍ରଶାସନ ପକ୍ଷରୁ କୌଣସି…

ଛାତି ପର୍ଯ୍ୟନ୍ତ ପାଣି, ତଥାପି ବନ୍ୟାର ପ୍ରଖର ସ୍ରୋତରେ ନିଜ କାର୍‌କୁ ଛାଡ଼ିଲେନି ମାଲିକ..Viral Video ଦେଖିଲେ…

ଥରେ ଭାବନ୍ତୁ ଆପଣ କାର୍‌ରେ ଥିବେ, ବନ୍ୟାଜଳ ମାଡ଼ି ଆସିବ। କାର୍‌ଟି ବନ୍ୟାଜଳରେ ବୁଡ଼ିଯିବ, ଆପଣ କରିବେ କ’ଣ? କାରକୁ ଛାଡ଼ି ନିଜ ଜୀବନ ବଞ୍ଚାଇବେ ନା…

‘ମୋ ମୁଣ୍ଡ କାଟିଦେଲେ ବି ଭାଜପାକୁ ଯିବିନି…’, ଟିଏମସି କନ୍ଦଳ ଭିତରେ ଗର୍ଜିଲେ ମହୁଆ, କରିଦେଲେ ବଡ଼ ଖୁଲାସା

କୋଲକାତା,୮।୭: ପଶ୍ଚିମବଙ୍ଗରେ ଗତ ୧୫ ବର୍ଷ ଧରି କ୍ଷମତାରେ ଥିବା ମମତା ବାନାର୍ଜୀଙ୍କ ନେତୃତ୍ୱରେ ତୃଣମୂଳ କଂଗ୍ରେସ (TMC) ବର୍ତ୍ତମାନ ଏକ କଷ୍ଟକର ପରିସ୍ଥିତିର ସମ୍ମୁଖୀନ ହେଉଛି।…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri