Posted inଖେଳ

‘ମୁଁ ଚ୍ୟାଲେଞ୍ଜ୍‌ ନେବାକୁ ପସନ୍ଦ କରେ’

ନୂଆଦିଲ୍ଲୀ,୨୯।୮: ଭାରତର କିମ୍ବଦନ୍ତୀ ବ୍ୟାଟ୍ସମ୍ୟାନ ବିରାଟ କୋହଲି ଆଗାମୀ ଏସିଆ କପ ଏବଂ ଦିନିକିଆ ବିଶ୍ୱକପ ଚ୍ୟାଲେଞ୍ଜ ପାଇଁ ପ୍ରସ୍ତୁତ ଅଛନ୍ତି। ଗତ ୧୫ବର୍ଷ ଧରି ଭାରତୀୟ କ୍ରିକେଟ ଦଳରେ ସେବା କରୁଥିବା କୋହଲି ଚ୍ୟାଲେଞ୍ଜକୁ ପସନ୍ଦ କରନ୍ତି ବୋଲି କହିଛନ୍ତି।
ବିରାଟ କୋହଲି କହିଛନ୍ତି, ମୋ ସାମ୍ନାରେ ଚ୍ୟାଲେଞ୍ଜ ଯାହା ବି ହେଉ ମୁଁ ଧୈର୍ଯ୍ୟର ସହ ଏହାକୁ ସାମ୍ନା କରେ। ୧୫ ବର୍ଷ ପରେ ମଧ୍ୟ ମୁଁ ପ୍ରତିଯୋଗିତାକୁ ଭଲ ପାଏ ଏବଂ ବିଶ୍ୱକପ ୨୦୨୩ ହେଉଛି ଏକ ଚ୍ୟାଲେଞ୍ଜ ଯାହାକୁ ପୂରଣ କରିବାକୁ ମୁଁ ପ୍ରସ୍ତୁତ। ମୁଁ ନୂଆ ଚ୍ୟାଲେଞ୍ଜକୁ ଭଲ ପାଏ ଯାହା ମୋତେ ଅନ୍ୟ ସ୍ତରକୁ ନେଇଯାଏ।
ସେ ଆହୁରି ମଧ୍ୟ କହିଛନ୍ତି, ଚାପ ସବୁବେଳେ ଥାଏ। ପ୍ରଶଂସକମାନେ ସର୍ବଦା କୁହନ୍ତି ଯେ ଆମ ଟିମ୍‌ ଏକ ଆଇସିସି କପ ଜିତୁ। ମୁଁ ମଧ୍ୟ ଏହା ଚାହେଁ। ମୁଁ ଜାଣେ ଦଳଠାରୁ ଅନେକ ଆଶା ଅଛି। କିନ୍ତୁ ମୁଁ ଆପଣଙ୍କୁ କହିବାକୁ ଚାହେଁ ଯେ ଖେଳାଳିଙ୍କ ଅପେକ୍ଷା ଟ୍ରଫି ଜିତିବାକୁ ଅଧିକ କେହି ଚାହାଁନ୍ତି ନାହିଁ।
ମୋ କ୍ୟାରିୟରର ମୁଖ୍ୟ ଆକର୍ଷଣ ହେଉଛି ୨୦୧୧ ବିଶ୍ୱକପ ଜିତିବା। ମୁଁ ସେତେବେଳେ ମୋ ବୟସ ୨୩ ଥିଲା ଏବଂ ବୋଧହୁଏ ମୁଁ ସେତେବେଳେ ଏହାର ମହାନତା ବୁଝି ନ ଥିଲି। କିନ୍ତୁ ବର୍ତ୍ତମାନ ୩୪ ବର୍ଷ ବୟସରେ ଏହଳ ବୁଝିପାରୁଛି। ସଚିନ ତେନ୍ଦୁଲକରଙ୍କ ପାଇଁ ଏହା ଆହୁରି ଅଧିକ ଥିଲା କାରଣ ଏହା ତାଙ୍କର ଶେଷ ବିଶ୍ୱକପ ଥିଲା। ଏହା ଏକ ସ୍ବପ୍ନ ପରି ଥିଲା। ମୋର ମନେ ଅଛି ଯେତେବେଳେ ଆମେ ଯାତ୍ରା କରୁଥିଲୁ ସମସ୍ତ ଖେଳାଳିଙ୍କ ଉପରେ କେତେ ଚାପ ଥିଲା। ଖୁସିର କଥା ସେତେବେଳେ କୌଣସି ସୋସିଆଲ ମିଡିଆ ନ ଥିଲା ବୋଲି କୋହଲି କହିଛନ୍ତି।
ସୂଚନାଯୋଗ୍ୟ, ଅଗଷ୍ଟ ୩୦ରୁ ଏସିଆ କପ ଖେଳାଯିବାକୁ ଥିବାବେଳେ ଦିନିକିଆ ବିଶ୍ୱକପ ଭାରତ ଆୟୋଜନ କରିବ। ଏହା ଅକ୍ଟୋବର ୫ରେ ଆରମ୍ଭ ହେବ ଏବଂ ଫାଇନାଲ ମ୍ୟାଚ ନଭେମ୍ବର ୧୯ରେ ହେବ।


Enter your email to get our daily news in your inbox.

All Right Reserved By Dharitri.Com

ଭାରତୀୟ କ୍ରିକେଟର ନୂଆ ଅଧ୍ୟାୟ: ଦିଲ୍ଲୀ U-19 ଦଳର ଅଧିନାୟକ ହେଲେ ବୀରେନ୍ଦ୍ର ସେହୱାଗଙ୍କ ପୁଅ ଆର୍ଯ୍ୟବୀର

ନୂଆଦିଲ୍ଲୀ,୪।୧୦: ଭାରତୀୟ କ୍ରିକେଟ୍ ଦଳର ପୂର୍ବତନ ସ୍ଫୋରକ ଓପନର ବୀରେନ୍ଦ୍ର ସେହୱାଗଙ୍କ ୧୮ ବର୍ଷୀୟ ପୁଅ ଆର୍ଯ୍ୟବୀର ସେହୱାଗଙ୍କୁ ଘରୋଇ କ୍ରିକେଟ୍‌ରେ ଏକ ବଡ଼ ଦାୟିତ୍ୱ ମିଳିଛି।…

ପ୍ରଣବ ବଳବନ୍ତରାୟଙ୍କ ଗାଡ଼ିକୁ ଟେକାମାଡ଼, ବୈଠକ ସାରି ବାହାରିଲା ବେଳେ …

ଭୁବନେଶ୍ବର,୪।୧୦: ପୂର୍ବତନ ବିଧାୟକ ପ୍ରଣବ ବଳବନ୍ତରାୟଙ୍କ ଗାଡ଼ିକୁ ଟେକାମାଡ଼ ହୋଇଛି । ବୈଠକ ସାରି ଫେରୁଥିବା ବେଳେ କିଛି ବ୍ୟକ୍ତି ତାଙ୍କ ଗାଡି ଉପରକୁ ଟେକା ଫିଙ୍ଗିଥିବା…

ବୀରେନ୍ଦ୍ର ସେହୱାଗଙ୍କ ପୁଅଙ୍କୁ ମିଳିଲା ବଡ଼ ଦାୟିତ୍ବ, ଏହି ଦଳର ହେବେ ଅଧିନାୟକ

ନୂଆଦିଲ୍ଲୀ,୪।୧୦: ଭାରତୀୟ କ୍ରିକେଟ୍‌ ଟିମ୍‌ର ପୂର୍ବତନ ଓପନର୍‌ ବୀରେନ୍ଦ୍ର ସେହୱାଗଙ୍କ ୧୮ ବର୍ଷୀୟ ପୁଅ ଆର୍ଯ୍ୟବୀର ସେହୱାଗଙ୍କୁ ଘରୋଇ କ୍ରିକେଟ୍‌ରେ ବଡ଼ ଦାୟିତ୍ୱ ମିଳିଛି । ଆଗାମୀ…

FSSAI ର ବଡ଼ କାର୍ଯ୍ୟାନୁଷ୍ଠାନ: ‘କ୍ରିଏଟିଭ୍ ବେକର୍ସ’ର ଲାଇସେନ୍ସ ନିଲମ୍ବିତ, ‘ଏଭରେଷ୍ଟ ଜିରା ପାଉଡର’ ବଜାରରୁ ପ୍ରତ୍ୟାହାର ନିର୍ଦ୍ଦେଶ

ନୂଆଦିଲ୍ଲୀ,୪।୧୦: ଖାଦ୍ୟ ସୁରକ୍ଷା ନିୟମର କଡ଼ା ଉଲ୍ଲଂଘନ ଅଭିଯୋଗରେ ଫୁଡ୍ ସେଫ୍ଟି ଆଣ୍ଡ ଷ୍ଟାଣ୍ଡାର୍ଡସ ଅଥରିଟି ଅଫ୍ ଇଣ୍ଡିଆ (FSSAI) ଦୁଇଟି ପ୍ରମୁଖ ଖାଦ୍ୟ ପ୍ରସ୍ତୁତକାରୀ କମ୍ପାନୀ…

ମିଳିଲାନି ଷ୍ଟ୍ରେଚର, ଦିବ୍ୟାଙ୍ଗ ଭାଇଙ୍କୁ ପିଠିରେ ବୋହି ୱାର୍ଡକୁ ନେଲେ ଭଉଣୀ, ଭିଡିଓ ଦେଖିଲେ ଥରିଉଠିବ….

ଭୋପାଳ,୪ା୧୦: ସରକାରୀ ହସ୍ପିଟାଲରେ ରୋଗୀଙ୍କୁ ମିଳୁଥିବା ସୁବିଧାକୁ ନେଇ ପୁଣି ପ୍ରଶ୍ନ ଉଠିଛି । ମଧ୍ୟପ୍ରଦେଶର ଗୁନା ଜିଲାରୁ ଏଭଳି ଏକ ଭିଡିଓ ସାମ୍ନାକୁ ଆସିଛି, ଯାହା…

ନୟାପଲ୍ଲୀ ବଳାତ୍କାର ମାମଲା: ମୁଖ୍ୟ ଅଭିଯୁକ୍ତଙ୍କ ୨ ସହଯୋଗୀଙ୍କୁ ଗିରଫ କଲା ପୋଲିସ

ଭୁବନେଶ୍ୱର,୪ା୧୦: ରାଜଧାନୀରେ ଚର୍ଚ୍ଚାର ବିଷୟ ପାଲଟିଥିବା ନୟାପଲ୍ଲୀ ବଳାତ୍କାର ମାମଲାରେ ପୋଲିସକୁ ମିଳିଛି ଆଉ ଏକ ବଡ଼ ସଫଳତା। ବଳାତ୍କାର ମାମଲାର ମୁଖ୍ୟ ଅଭିଯୁକ୍ତ ଶ୍ରୀଧର ପଣ୍ଡାର…

ଦିବ୍ୟାଙ୍ଗ ନାବାଳକଙ୍କୁ ମୁଖ୍ୟମନ୍ତ୍ରୀଙ୍କ ପାଣ୍ଠିରୁ ମିଳିଲା ସହାୟତା

ଗଞ୍ଜାମ,୪ା୧୦(ବିଦ୍ୟାଧର ସାହୁ): ମାନ୍ୟବର ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ନିଜସ୍ବ ପାଣ୍ଠିରୁ ଗଞ୍ଜାମ ବ୍ଲକ ଅନ୍ତର୍ଗତ ପାଳିବନ୍ଧ ପଞ୍ଚାୟତର ଲକ୍ଷ୍ମୀପୁର ଗ୍ରାମର ଦିବ୍ୟାଙ୍ଗ ନାବାଳକ ଏନ ନୀଳାଞ୍ଚଳ…

ଆଦିତ୍ୟଙ୍କ ସହ ମୁମ୍ବାଇ ଛାଡ଼ିଲେ ୟାମି ଗୌତମ? କାହିଁକି ଏତେ ବଡ଼ ନିଷ୍ପତ୍ତି ନେଲେ ଏହି ଦମ୍ପତ୍ତି? ଜାଣନ୍ତୁ…

ମୁମ୍ବାଇ: ଆଦିତ୍ୟ ଧର ହେଉଛନ୍ତି ବଲିଉଡର ଜଣେ ପ୍ରତିଷ୍ଠିତ ନିର୍ଦ୍ଦେଶକ, ଯିଏ ‘ଉରି: ଦ ସର୍ଜିକାଲ ଷ୍ଟ୍ରାଇକ’ (Uri: The Surgical Strike) ଭଳି ଲୋକପ୍ରିୟ ଚଳଚ୍ଚିତ୍ର…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?