Posted inଖେଳ

ଜାନୁୟାରୀ ୯ରୁ ଆରମ୍ଭ ଆଇ- ଲିଗ୍‌: ସୁଡେଭା ଦିଲ୍ଲୀ ଏଫ୍‌ସି- ମହମ୍ମଡାନ ଏସ୍‌ସି ଉଦ୍‌ଘାଟନୀ ମ୍ୟାଚ

ନୂଆଦିଲ୍ଲୀ,୯।୧୨(ପି.ଟି.): ଦେଶର ଅନ୍ୟତମ ମର୍ଯ୍ୟାଦାସମ୍ପନ୍ନ ଫୁଟବଲ ଟୁର୍ନାମେଣ୍ଟ ଆଇ- ଲିଗ୍‌ ଏଥର କୋଲକାତାରେ ଜାନୁୟାରୀ ୯ ତାରିଖରୁ ଆରମ୍ଭ ହେବ। ପଦାର୍ପଣ କରିବାକୁ ଥିବା ନୂଆ ଦଳ ସୁଡେଭା ଦିଲ୍ଲୀ ଏଫ୍‌ସି ଓ ମହମ୍ମଡାନ ସ୍ପୋର୍ଟିଂ କ୍ଲବ ଉଦ୍‌ଘାଟନୀ ମ୍ୟାଚ୍‌ରେ ମୁହଁାମୁହିଁ ହେବେ। ଅଲ୍‌ ଇଣ୍ଡିଆ ଫୁଟବଲ ଫେଡେରେଶନ (ଏଆଇଏଫ୍‌ଏଫ୍‌) ଆଇ- ଲିଗ୍‌ର କାର୍ଯ୍ୟସୂଚୀ ମଙ୍ଗଳବାର ପ୍ରକାଶ କରିଛି। କୋଭିଡ୍‌ କାରଣରୁ ପୂରା ଟୁର୍ନାମେଣ୍ଟ ରୁଦ୍ଧଦ୍ୱାରରେ ଅର୍ଥାତ୍‌ ଫାଙ୍କା ଷ୍ଟାଡିୟମରେ ଖେଳାଯିବ।
କୋଲକାତାର ୩ଟି ଭେନ୍ୟୁରେ ମ୍ୟାଚ୍‌ଗୁଡିକ ଖେଳାଯିବ। ବିବେକାନନ୍ଦ ଯୁବା ଭାରତୀ ଷ୍ଟାଡିୟମ, କଲ୍ୟାଣୀ ମ୍ୟୁନିସିପାଲ ଷ୍ଟାଡିୟମ ଓ କିଶୋର ଭାରତୀ କ୍ରୀଡ଼ାଙ୍ଗନରେ ମ୍ୟାଚ୍‌ ଆୟୋଜନ ହେବ। ବିବେକାନନ୍ଦ ଷ୍ଟାଡିୟମରେ ସୁଡେଭା ଦିଲ୍ଲୀ ଓ ମହମ୍ମଡାନ ଅପରାହ୍ନ ୨ଟାରେ ପ୍ରଥମ ମୁକାବିଲାରେ ଅବତୀର୍ଣ୍ଣ ହେବେ। ଏହାପରେ ପଞ୍ଜାବ ଏଫ୍‌ସି- ଆଇଜଲ, ଗୋକୁଳମ କେରଳ- ଚେନ୍ନାଇ ସିଟି ଏଫ୍‌ସି ମ୍ୟାଚ୍‌ ଯଥାକ୍ରମେ ଅପରାହ୍ନ ୪ ଓ ସନ୍ଧ୍ୟା ୭ଟାରେ ଖେଳାଯିବ। ଏହି ଦୁଇଟି ମ୍ୟାଚ୍‌ କଲ୍ୟାଣୀ ମ୍ୟୁନିସିପାଲ ଷ୍ଟାଡିୟମରେ ଆୟୋଜନ ହେବ। ୧୧ଟି ଦଳକୁ ନେଇ ଆୟୋଜନ ହେବାକୁ ଥିବା ଏହି ଟୁର୍ନାମେଣ୍ଟ ପ୍ରଥମ ହାଫ୍‌ର କାର୍ଯ୍ୟସୂଚୀ ପ୍ରକାଶିତ ହୋଇଛି। ଫେବୃୟାରୀ ୨୪ ସୁଦ୍ଧା ପ୍ରଥମ ୧୦ ରାଉଣ୍ଡର ମ୍ୟାଚ ଖେଳାଯିବ।
ସବୁ ଦଳର ଖେଳାଳି, ଅଫିସିଆଲ, ରେଫରି ଓ ଅନ୍ୟ ଅଫିସିଆଲମାନେ ବାୟୋ ବବଲ୍‌ରେ ରହିବେ ବୋଲି ଏଆଇଏଫ୍‌ଏଫ୍‌ ମୁଖ୍ୟ କାର୍ଯ୍ୟନିର୍ବାହୀ ସୁନନ୍ଦା ଧର କହିଛନ୍ତି। ଏହା ଏକ ଭିନ୍ନ ପ୍ରକାର ଅଭିଜ୍ଞତା ଆଣିବ ବୋଲି ସେ କହିଛନ୍ତି। ତେବେ କରୋନା ଭାଇରସ୍‌ କାରଣରୁ ପରିସ୍ଥିତିକୁ ଦୃଷ୍ଟିରେ ରଖି ଦର୍ଶକମାନଙ୍କୁ ଷ୍ଟାଡିୟମ ଭିତରକୁ ଯିବାର ଅନୁମତି ଦିଆଯାଇ ନାହିଁ। ମହାମାରୀ କାରଣରୁ ଲିଗ୍‌ର ଗତ ସଂସ୍କରଣକୁ ସ୍ଥଗିତ ରଖାଯାଇଥିଲା। ତେବେ ଚଳିତ ବର୍ଷ ଅକ୍ଟୋବରରେ ଆଇ- ଲିଗ୍‌ କ୍ୱାଲିଫାୟର ଆୟୋଜନ କରାଯାଇଥିଲା ଓ ଏଥିସହିତ ଅବଶ୍ୟ ଫୁଟବଲ କାର୍ଯ୍ୟକଳାପ ଆରମ୍ଭ ହୋଇଥିଲା।


Enter your email to get our daily news in your inbox.

All Right Reserved By Dharitri.Com

Posted inଖେଳ View All

ଅଧିନାୟକ ଆୟରଙ୍କ ବଡ଼ ବୟାନ: ବୈଭବ ସୂର୍ଯ୍ୟବଂଶୀଙ୍କୁ ନେଇ କହିଲେ….

ନୂଆଦିଲ୍ଲୀ,୨୩।୭: ଭାରତୀୟ ଦଳ ବର୍ତ୍ତମାନ ଟି-୨୦ ଫର୍ମାଟରେ ଏକ ପରିବର୍ତ୍ତନଶୀଳ ପର୍ଯ୍ୟାୟ ଦେଇ ଗତି କରୁଛି ଏବଂ ନୂତନ ଅଧିନାୟକ ଶ୍ରେୟସ ଆୟରଙ୍କ ନେତୃତ୍ୱରେ ଆରମ୍ଭ ଆଶା…

ICC ODI Rankingରେ ଭାରତୀୟ ବ୍ୟାଟ୍ସମ୍ୟାନ୍‌ଙ୍କ ଦବ୍‌ଦବା: ଟପ୍‌-୪ରେ ୩ ଭାରତୀୟ, ଜାଣନ୍ତୁ କେଉଁ ସ୍ଥାନରେ ରୋହିତ-ବିରାଟ

ନୂଆଦିଲ୍ଲୀ,୨୩।୭: ICC ଦ୍ୱାରା ବୁଧବାର ନୂତନ ରାଙ୍କିଙ୍ଗ ଜାରି କରାଯାଇଛି। ଦିନିକିଆ ବ୍ୟାଟିଂ ରାଙ୍କିଙ୍ଗ୍‌ରେ ଭାରତୀୟ ବ୍ୟାଟ୍ସମ୍ୟାନମାନଙ୍କ ଦବଦବା ଜାରି ରହିଥିବାବେଳେ କ୍ୟାପଟେନ ଶୁବମନ ଗିଲ୍‌ ନମ୍ବର-୧…

ଟିମ୍‌ ଇଣ୍ଡିଆରେ ମିଳିଲାନି ସୁଯୋଗ, ଏବେ ଏହି ଟିମ୍‌ ପାଇଁ ଖେଳିବେ କୁଲଦୀପ ଯାଦବ 

ନୂଆଦିଲ୍ଲୀ,୨୨।୭: ଭାରତୀୟ କ୍ରିକେଟ ଦଳର ତାରକା ସ୍ପିନର କୁଲଦୀପ ଯାଦବଙ୍କୁ ନେଇ ଏକ ବଡ଼ ଖବର ସାମ୍ନାକୁ ଆସିଛି। ଇଂଲଣ୍ଡ ବିପକ୍ଷ ସୀମିତ ଓଭର ସିରିଜରେ ଭାରତୀୟ…

BCCIର ବଡ଼ ଘୋଷଣା: ଏଣିକି ଏମିତି କଲେ ବୋଲରଙ୍କୁ…ନୂଆ ନିୟମ ଜାରି

ନୂଆଦିଲ୍ଲୀ,୨୨।୭: ଭାରତୀୟ କ୍ରିକେଟ କଣ୍ଟ୍ରୋଲ ବୋର୍ଡ (ବିସିସିଆଇ) ୨୦୨୬-୨୭ ଘରୋଇ କ୍ରିକେଟ ସିଜନ ପୂର୍ବରୁ ଖେଳର ନିୟମରେ ଅନେକ ଗୁରୁତ୍ୱପୂର୍ଣ୍ଣ ପରିବର୍ତ୍ତନ କରିଛି। ନୂତନ ନିୟମଗୁଡ଼ିକର ପ୍ରଭାବ…

ବିପଦରେ ବୈଭବ ସୂର୍ଯ୍ୟବଂଶୀଙ୍କ ସ୍ଥାନ! ଜିମ୍ବାୱେ ମ୍ୟାଚରେ ବିଫଳ ହେଲେ…

ନୂଆଦିଲ୍ଲୀ,୨୨।୭: ବୈଭବ ସୂର୍ଯ୍ୟବଂଶୀ ୧୫ ବର୍ଷ ବୟସରେ ନିଜର ଝଡ଼ ବ୍ୟାଟିଂ ବଳରେ ଟିମ ଇଣ୍ଡିଆରେ ସ୍ଥାନ ପାଇଛନ୍ତି। ସେ ଇଂଲଣ୍ଡ ବିପକ୍ଷ ଟି-ଟେଣ୍ଟି ଅନ୍ତର୍ଜାତୀୟ (T20I)…

ଅଧିନାୟଙ୍କ ବଡ଼ ଦାବି , ଜିମ୍ବାଓ୍ବେ ପାଖରେ ସିରିଜ୍‌ ଜିତିବାର ସୁଯୋଗ ରହିଛି

ହରାରେ,୨୧ା୭: ଆସନ୍ତା ଗୁରୁବାର ଭାରତ ଓ ଜିମ୍ବାଓ୍ବେ ମଧ୍ୟରେ ୩ ମ୍ୟାଚ୍‌ ବିଶିଷ୍ଟ ଟି୨୦ ସିରିଜ୍‌ର ପ୍ରଥମ ମ୍ୟାଚ୍‌ ଖେଳାଯିବ। ଜିମ୍ବାଓ୍ବେ ଅଧିନାୟକ ଶିକନ୍ଦର ରାଜାଙ୍କ ମତରେ…

ଚାମ୍ପିୟନ ସ୍ପେନ୍‌ ଦଳକୁ ଭବ୍ୟ ସ୍ବାଗତ

ମାଡ୍ରିଡ୍‌,୨୧ା୭: ସ୍ପେନ୍‌ର ବିଶ୍ୱ ଚାମ୍ପିୟନ ଫୁଟବଲ ଦଳ ମଙ୍ଗଳବାର ସ୍ବଦେଶ ଫେରିଛି। ଦଳକୁ ସ୍ବାଗତ କରିବା ପାଇଁ ପାଖାପାଖି ୨୦ ଲକ୍ଷ ପ୍ରଶଂସକ ମାଡ୍ରିଡ୍‌ ରାସ୍ତାରେ ଏକତ୍ରିତ…

୬୪୭ ଦିନ ପରେ ଟିମ୍‌ ଇଣ୍ଡିଆକୁ ଫେରିବେ ଏହି ଘାତକ ଖେଳାଳି: ବଢୁଛି ଚର୍ଚ୍ଚା

ନୂଆଦିଲ୍ଲୀ,୨୧।୭: ଇଂଲଣ୍ଡ ବିପକ୍ଷ ନିରାଶାକୁ ପଛରେ ପକାଇ, ଭାରତୀୟ କ୍ରିକେଟ ଦଳ ଏବେ ଜିମ୍ବାୱେ ବିପକ୍ଷରେ ତିନି ମ୍ୟାଚ ବିଶିଷ୍ଟ ଟି-୨୦ ସିରିଜ ଖେଳିବାକୁ ପ୍ରସ୍ତୁତ। ଶ୍ରେୟସ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri