Posted inଫୁରସତ

ପ୍ରଥମ ଦରମାରେ ସାଙ୍ଗକୁ ସାହାଯ୍ୟ କରିଥିଲି: କବି ସୁଶାନ୍ତ ଦାସ

ମୋର ଜନ୍ମ କେନ୍ଦ୍ରାପଡ଼ା ଜିଲାର ଧାନମଣ୍ଡଳ ଗ୍ରାମରେ ୧୯୭୫ ମସିହାରେ। ପିତା ପ୍ରଫୁଲ୍ଲ କୁମାର ଦାସ, ମାତା ମେନକା ଦାସ ଓ ଆମ ଚାରି ଭାଇଭଉଣୀକୁ ନେଇ ହସଖୁସିର ପରିବାର। ଆଧୁନିକ ଚାକଚକ୍ୟଠୁ ଖୁବ୍‌ ଦୂରରେ, ଏକ ସରଳ ଗ୍ରାମ୍ୟ ଜୀବନ ଓ ଜୀବନରେଖା ଚିତ୍ରୋତ୍ପଳାର ଗଭୀର ପ୍ରଭାବ ପଡ଼ିଥିଲା ମୋ ଉପରେ। ପିଲାଟି ଦିନରୁ ବୋଉର ସାହିତ୍ୟ ପ୍ରତି ଅଗାଢ଼ ମମତା ମୋତେ ପ୍ରଭାବିତ କରିଥିଲା। ବାପାଙ୍କ ଆକଟ ଓ ଅବାରିତ ସ୍ନେହ ଭିତରେ ଭବିଷ୍ୟତ ଗଢ଼ିବାର ପ୍ରତିଶ୍ରୁତିଟିଏ ଦିକ୍‌ ଦିକ୍‌ ହୋଇ ଜଳୁଥିଲା। ବଡ଼ପୁଅ ହିସାବରେ ବାପା ଚାହୁଁଥିଲେ ମୁଁ ଭଲ ପାଠପଢ଼ି ଚାକିରିଟିଏ କରେ। ସେଥିପାଇଁ କୋରୁଆ ସରକାରୀ ବିଦ୍ୟାଳୟ ଓ ଏଲ୍‌.ଏନ୍‌. ମହାବିଦ୍ୟାଳୟ, କୋରୁଆରୁ ଶିକ୍ଷା ସମାପ୍ତି ପରେ ଉତ୍କଳ ବିଶ୍ବବିଦ୍ୟାଳୟ, ଭୁବନେଶ୍ବରରୁ ଇତିହାସରେ ସ୍ନାତକୋତ୍ତର ଶେଷ କରିଥିଲି ୧୯୯୭ ମସିହାରେ। ପରବର୍ତ୍ତୀ ସମୟରେ ନେଟ୍‌ ପରୀକ୍ଷାରେ କୃତିତ୍ୱର ସହ ଉତ୍ତୀର୍ଣ୍ଣ ହୋଇ ପ୍ରଥମେ ଏନ୍‌.ସି.ଏଲ୍‌, ୟୁପିରେ ଥିବା ଡିଏଭି ସ୍କୁଲ୍‌ରେ କମ୍‌ ସମୟ ପାଇଁ ଶିକ୍ଷକତା କରିଥିଲି। ପରେ ସରକାରୀ ମହାବିଦ୍ୟାଳୟରେ ଶିକ୍ଷକତା କରିବା ସହ ଏବେ ଉଚ୍ଚମାଧ୍ୟମିକ ଶିକ୍ଷା ବିଭାଗୀୟ ଆଞ୍ଚଳିକ କାର୍ଯ୍ୟାଳୟ, ବ୍ରହ୍ମପୁରଠାରେ ଉପ-ନିର୍ଦ୍ଦେଶକ ରୂପେ କାର୍ଯ୍ୟରତ। ଏ ଯାତ୍ରାରେ ମା’ ଶାରଳାଙ୍କର ଅପାର କରୁଣା ସହିତ ମୋର ପତ୍ନୀ ଓ ଦୁଇ କନ୍ୟାରତ୍ନ ତଥା ସାଙ୍ଗସାଥୀଙ୍କର ପୂର୍ଣ୍ଣ ସହଯୋଗ ବି ରହିଛି। ତେବେ ଜୀବନର ପ୍ରଥମ ରୋଜଗାରର ସ୍ବାଦ ଟିକେ ଭିନ୍ନ ଥିଲା ମୋ ପାଇଁ। ବାଣୀବିହାରରେ ପି.ଜି .କଲା ବେଳେ ମୋତେ ପାର୍ଟ ଟାଇମ୍‌ କାମ କରିବାର ସୁଯୋଗ ମିଳିଥିଲା ‘ସମ୍ବନ୍ଧ’ ନାମରେ ଏକ ସ୍ବେଚ୍ଛାସେବୀ ଅନୁଷ୍ଠାନ ସହ। ଏହାର ଅନ୍ବେଷଣ କାର୍ଯ୍ୟକ୍ରମ ଜରିଆରେ ଶିଶୁ ଶ୍ରମିକ ଥଇଥାନ ଯୋଜନାରେ ଯୋଡ଼ି ହୋଇଥିଲି ମୋର କେତେଜଣ ସହପାଠୀଙ୍କ ସହ। ତା’ସହିତ ବେଳେବେଳେ ଜନଜାତି ଉନ୍ନୟନ ଯୋଜନା, ଦେଶୀୟ ଔଷଧି ଓ ଚିକିତ୍ସା ପଦ୍ଧତିର ପୁନରୁଦ୍ଧାର ଏବଂ ସଂରକ୍ଷଣ କାମରେ ମଧ୍ୟ ଯୋଗଦାନ ଦେଉଥିଲି। ଏଠାରୁ ମୋତେ ପ୍ରଥମ ଦରମା ମିଳିଥିଲା ୧୦୦୦ ଟଙ୍କା। ଟଙ୍କାଟି ପାଇଲା ପରେ ଖୁସିରେ ଘରକୁ ଯିବା ପାଇଁ ପ୍ରସ୍ତୁତ ହେଲାବେଳେ ହଠାତ୍‌ ପହଞ୍ଚତ୍ ଥିଲା ଜଣେ ସାଙ୍ଗ। ତା’ର ମା’ଙ୍କର ଦେହ ଖରାପ ଥିଲା। ଘରକୁ ଯିବାପାଇଁ ତା’ ପାଖରେ ପଇସା ନ ଥିଲା। ତେଣୁ ମୋରି ଦରମା ଟଙ୍କାରୁ ୪୦୦ ଟଙ୍କା ତାକୁ ଔଷଧ କିଣା ଓ ବସ୍‌ ଖର୍ଚ୍ଚ ପାଇଁ ଦେଇ ବାକି ୬୦୦ ଟଙ୍କା ଧରି ସିଧା ଘର ମୁହଁା ହୋଇଥିଲି। ତେବେ ସମ୍ବନ୍ଧ ମୋତେ ଗୋଟିଏ କଥା ଶିଖାଇ ଥିଲା, ଜଣେ ବ୍ୟକ୍ତିଙ୍କ ଜୀବନରେ ପରିବାରର ଯୋଗଦାନ ଯେତିକି ମହତ୍ତ୍ୱପୂର୍ଣ୍ଣ, ସମାଜର ଯୋଗଦାନ ମଧ୍ୟ ସେତିକି ଗୁରୁତ୍ୱପୂର୍ଣ୍ଣ। ପରିବାର ପ୍ରତି ଜଣଙ୍କର ଯେତିକି ଉତ୍ତର ଦାୟିତ୍ୱ ରହିବା କଥା ସମାଜ ପ୍ରତି ମଧ୍ୟ ସମପରିମାଣର କର୍ତ୍ତବ୍ୟ ରହିବା ଦରକାର। ଜଣକୁ ଜାମା, ଯୋଡ଼ ପିନ୍ଧି ସମାଜସେବୀ ହେବାର ଆବଶ୍ୟକତା ନାହିଁ। ଯଦି ଜଣଙ୍କର ଲୋକାଭିମୁଖୀ ଦୃଷ୍ଟିଭଙ୍ଗୀ ରହିଥାଏ, ତେବେ ସେ ଯେଉଁଠି ଥାଉନା କାହିଁକି ସମାଜର ହିତସାଧନ କଥା ଚିନ୍ତା କରିପାରିବ। ମୁଁ ମୋର ଛାତ୍ରମାନଙ୍କୁ ବି ଏଇଆ କହିଛି। ଆଉ ମୋର ଚାକିରି ଜୀବନରେ ଏହାକୁ ପ୍ରତିଫଳିତ କରିବାକୁ ଯତ୍‌ପରୋନାସ୍ତି ଉଦ୍ୟମ ମଧ୍ୟ କରୁଛି। ତେବେ ବିଭିନ୍ନ ଅନୁଷ୍ଠାନ ସହ ଜଡ଼ିତ ହୋଇ ବୃକ୍ଷରୋପଣ କରିବା ସହ ଅନେକ ଦାତବ୍ୟ ଅନୁଷ୍ଠାନ ସହ ବି ଜଡ଼ିତ ରହିଛି। ଏପରି କି କରୋନା ସମୟରେ ମାସ୍କ ଏବଂ ସାନିଟାଇଜର୍‌ ବଣ୍ଟନ ସହ କିଛି ଲୋକଙ୍କୁ ଖାଦ୍ୟ ଯୋଗାଇବାର ଖୁସି ବି ମୁଁ ସାଉଁଟିଛି। ଏସବୁ ବ୍ୟତୀତ ପିଲାଟି ବେଳୁ ମୋର ସାହିତ୍ୟରେ ରୁଚି ରହିଛି। ୟା’ଭିତରେ ବିଭିନ୍ନ ପତ୍ରପତ୍ରିକାରେ ମୋର ଅନେକ କବିତା, ନିବନ୍ଧ ପ୍ରକାଶିତ ମଧ୍ୟ ହୋଇସାରିଛି। ପାଠକୀୟ ସ୍ବୀକୃତି ହିଁ ମୋର ସର୍ବଶ୍ରେଷ୍ଠ ପୁରସ୍କାର। ଖାସ୍‌ କରି ମୋର କବିତା ସଂକଳନ ‘ନଈ ନିର୍ବାଣ’ ପାଠକାଦୃତି ହେବା ମୋ ପାଇଁ ବଡ଼ ସୌଭାଗ୍ୟର କଥା।


Enter your email to get our daily news in your inbox.

All Right Reserved By Dharitri.Com

ଓଡ଼ିଶାର ଶ୍ରେଷ୍ଠ ପାଞ୍ଚ ଜଳ ପ୍ରପାତ

ସାନଘାଗରା ଜଳପ୍ରପାତ କେନ୍ଦୁଝର ସହରଠାରୁ ମାତ୍ର ୬ କି.ମି. ଦୂରରେ ରହିଛି ସାନଘାଘରା ଜଳପ୍ରପାତ। ସାନମାଛ କାନ୍ଦଣା ନଦୀର ଜଳ ଏଠାରେ ତଳକୁ ବିରାଟକାୟ ସ୍ରୋତରେ କଚାଡ଼ି…

ଭୁବନେଶ୍ୱର ଫୁଲ ଦୋକାନ

ଫର୍ନସ ଏନ୍‌ ପେଟାଲ୍‌ସ   ଏହା ରାଜଧାନୀର ଏକ ବଡ଼ ଫୁଲ ଦୋକାନ ଭାବେ ପରିଗଣିତ। ୧୧ବର୍ଷ ତଳେ ପ୍ରଥମ କରି ଶହୀଦନଗରରେ ଆରମ୍ଭ ହୋଇଥିଲା। ବର୍ତ୍ତମାନ…

ଶ୍ରେଷ୍ଠ ପାଞ୍ଚ ଭୁବନେଶ୍ୱର ଜିମ

କଳିଙ୍ଗ ଫିଟନେସ୍‌ ଜୟଦେବ ବିହାର ରୋଡ ବିଜୁ ପଟ୍ଟନାୟକ କଲେଜ ନିକଟରେ ରହିଛି କଳିଙ୍ଗ ଫିଟନେସ ଜିମ୍‌। ୪ବର୍ଷ ତଳେ ଖୋଲାଯାଇଥିବା ଏହି ଜିମ୍‌ରେ ସବୁ ପ୍ରକାର…

ଓଡ଼ିଶାର ଶ୍ରେଷ୍ଠ ପାଞ୍ଚ ପର୍ଯ୍ୟଟନସ୍ଥଳ

ସପ୍ତଶଯ୍ୟା ଢେଙ୍କାନାଳ ଜିଲାରେ ଅବସ୍ଥିତ ସପ୍ତଶଯ୍ୟା ପର୍ଯ୍ୟଟନ ସ୍ଥଳ ସାତ ପାହାଡ଼, ଝରଣା ଏବଂ ଜଙ୍ଗଲରେ ପରିପୂର୍ଣ୍ଣ। ଏଠାରେ ରହିଛି ଶ୍ରୀରାମଙ୍କ ମନ୍ଦିର। ସପ୍ତଶଯ୍ୟାର ଶୀତଳ ପରିବେଶ…

କଟକ ଦହିବରା ଆଳୁଦମ

ବାରବାଟୀ ଷ୍ଟାଡିୟମର ରମେଶ ଗୋଛି ସକାଳ ୭ଟାରୁ ଆରମ୍ଭ କରି ରାତି ୧୦ଟା ଯାଏ ବାରବାଟୀ ଷ୍ଟାଡିୟମ ନିକଟରେ ରମେଶଙ୍କ ଷ୍ଟଲ ଖୋଲିଥାଏ। ପରିବାରର ସବୁ ସଦସ୍ୟ…

ଶ୍ରେଷ୍ଠ ପାଞ୍ଚ ଭୁବନେଶ୍ୱରର ପାର୍କ

ମହାତ୍ମା ଗାନ୍ଧୀ ପାର୍କ ପାର୍କଟି ଜୟଦେବ ବିହାରସ୍ଥିତ ନନ୍ଦନକାନନ ରୋଡ୍‌ର ଜନତା ମଇଦାନ ନିକଟରେ ଅବସ୍ଥିତ। ପାର୍କ ଭିତରେ ମହାତ୍ମା ଗାନ୍ଧୀଙ୍କ ପ୍ରାର୍ଥନା କରୁଥିବା ମୁଦ୍ରାରେ ମୂର୍ତ୍ତି…

ଶ୍ରେଷ୍ଠ ପାଞ୍ଚ ପୁରୀର ମଠ

ହାତୀ ଆଖଡ଼ା ମଠ ପୁରୀ ବଳଗଣ୍ଡି ନିକଟରେ ବଡ଼ଦାଣ୍ଡର ମୁଖ୍ୟ ରାସ୍ତାରେ ହାତୀ ଆଖଡା ମଠ ଅବସ୍ଥିତ। ଶ୍ରୀରାମାନନ୍ଦୀ ସମ୍ପ୍ରଦାୟର ନିର୍ବାଣୀ ଆଖଡା ରୂପେ ଏହା ପରିଚିତ।…

ଶ୍ରେଷ୍ଠ ପାଞ୍ଚ ଓଡ଼ିଶାର ପ୍ରସିଦ୍ଧ ଶୈବପୀଠ

ହରିଶଙ୍କର ବଲାଙ୍ଗୀରଠାରୁ ୮୦ କି.ମି. ଦୂରରେ ଗନ୍ଧମାର୍ଦ୍ଦନ ପର୍ବତ ପାଦଦେଶରେ ଅବସ୍ଥିତ ପ୍ରସିଦ୍ଧ ତୀର୍ଥ ତଥା ଶୈବପୀଠ ହରିଶଙ୍କର। ଏଠାକାର ମନ୍ଦିରର ପରିବେଶ ଏବଂ ଆକର୍ଷଣୀୟ ଝରଣା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?