Posted inଫୁରସତ

ପ୍ରଥମ ଦରମାରେ ସାଙ୍ଗକୁ ସାହାଯ୍ୟ କରିଥିଲି: କବି ସୁଶାନ୍ତ ଦାସ

ମୋର ଜନ୍ମ କେନ୍ଦ୍ରାପଡ଼ା ଜିଲାର ଧାନମଣ୍ଡଳ ଗ୍ରାମରେ ୧୯୭୫ ମସିହାରେ। ପିତା ପ୍ରଫୁଲ୍ଲ କୁମାର ଦାସ, ମାତା ମେନକା ଦାସ ଓ ଆମ ଚାରି ଭାଇଭଉଣୀକୁ ନେଇ ହସଖୁସିର ପରିବାର। ଆଧୁନିକ ଚାକଚକ୍ୟଠୁ ଖୁବ୍‌ ଦୂରରେ, ଏକ ସରଳ ଗ୍ରାମ୍ୟ ଜୀବନ ଓ ଜୀବନରେଖା ଚିତ୍ରୋତ୍ପଳାର ଗଭୀର ପ୍ରଭାବ ପଡ଼ିଥିଲା ମୋ ଉପରେ। ପିଲାଟି ଦିନରୁ ବୋଉର ସାହିତ୍ୟ ପ୍ରତି ଅଗାଢ଼ ମମତା ମୋତେ ପ୍ରଭାବିତ କରିଥିଲା। ବାପାଙ୍କ ଆକଟ ଓ ଅବାରିତ ସ୍ନେହ ଭିତରେ ଭବିଷ୍ୟତ ଗଢ଼ିବାର ପ୍ରତିଶ୍ରୁତିଟିଏ ଦିକ୍‌ ଦିକ୍‌ ହୋଇ ଜଳୁଥିଲା। ବଡ଼ପୁଅ ହିସାବରେ ବାପା ଚାହୁଁଥିଲେ ମୁଁ ଭଲ ପାଠପଢ଼ି ଚାକିରିଟିଏ କରେ। ସେଥିପାଇଁ କୋରୁଆ ସରକାରୀ ବିଦ୍ୟାଳୟ ଓ ଏଲ୍‌.ଏନ୍‌. ମହାବିଦ୍ୟାଳୟ, କୋରୁଆରୁ ଶିକ୍ଷା ସମାପ୍ତି ପରେ ଉତ୍କଳ ବିଶ୍ବବିଦ୍ୟାଳୟ, ଭୁବନେଶ୍ବରରୁ ଇତିହାସରେ ସ୍ନାତକୋତ୍ତର ଶେଷ କରିଥିଲି ୧୯୯୭ ମସିହାରେ। ପରବର୍ତ୍ତୀ ସମୟରେ ନେଟ୍‌ ପରୀକ୍ଷାରେ କୃତିତ୍ୱର ସହ ଉତ୍ତୀର୍ଣ୍ଣ ହୋଇ ପ୍ରଥମେ ଏନ୍‌.ସି.ଏଲ୍‌, ୟୁପିରେ ଥିବା ଡିଏଭି ସ୍କୁଲ୍‌ରେ କମ୍‌ ସମୟ ପାଇଁ ଶିକ୍ଷକତା କରିଥିଲି। ପରେ ସରକାରୀ ମହାବିଦ୍ୟାଳୟରେ ଶିକ୍ଷକତା କରିବା ସହ ଏବେ ଉଚ୍ଚମାଧ୍ୟମିକ ଶିକ୍ଷା ବିଭାଗୀୟ ଆଞ୍ଚଳିକ କାର୍ଯ୍ୟାଳୟ, ବ୍ରହ୍ମପୁରଠାରେ ଉପ-ନିର୍ଦ୍ଦେଶକ ରୂପେ କାର୍ଯ୍ୟରତ। ଏ ଯାତ୍ରାରେ ମା’ ଶାରଳାଙ୍କର ଅପାର କରୁଣା ସହିତ ମୋର ପତ୍ନୀ ଓ ଦୁଇ କନ୍ୟାରତ୍ନ ତଥା ସାଙ୍ଗସାଥୀଙ୍କର ପୂର୍ଣ୍ଣ ସହଯୋଗ ବି ରହିଛି। ତେବେ ଜୀବନର ପ୍ରଥମ ରୋଜଗାରର ସ୍ବାଦ ଟିକେ ଭିନ୍ନ ଥିଲା ମୋ ପାଇଁ। ବାଣୀବିହାରରେ ପି.ଜି .କଲା ବେଳେ ମୋତେ ପାର୍ଟ ଟାଇମ୍‌ କାମ କରିବାର ସୁଯୋଗ ମିଳିଥିଲା ‘ସମ୍ବନ୍ଧ’ ନାମରେ ଏକ ସ୍ବେଚ୍ଛାସେବୀ ଅନୁଷ୍ଠାନ ସହ। ଏହାର ଅନ୍ବେଷଣ କାର୍ଯ୍ୟକ୍ରମ ଜରିଆରେ ଶିଶୁ ଶ୍ରମିକ ଥଇଥାନ ଯୋଜନାରେ ଯୋଡ଼ି ହୋଇଥିଲି ମୋର କେତେଜଣ ସହପାଠୀଙ୍କ ସହ। ତା’ସହିତ ବେଳେବେଳେ ଜନଜାତି ଉନ୍ନୟନ ଯୋଜନା, ଦେଶୀୟ ଔଷଧି ଓ ଚିକିତ୍ସା ପଦ୍ଧତିର ପୁନରୁଦ୍ଧାର ଏବଂ ସଂରକ୍ଷଣ କାମରେ ମଧ୍ୟ ଯୋଗଦାନ ଦେଉଥିଲି। ଏଠାରୁ ମୋତେ ପ୍ରଥମ ଦରମା ମିଳିଥିଲା ୧୦୦୦ ଟଙ୍କା। ଟଙ୍କାଟି ପାଇଲା ପରେ ଖୁସିରେ ଘରକୁ ଯିବା ପାଇଁ ପ୍ରସ୍ତୁତ ହେଲାବେଳେ ହଠାତ୍‌ ପହଞ୍ଚତ୍ ଥିଲା ଜଣେ ସାଙ୍ଗ। ତା’ର ମା’ଙ୍କର ଦେହ ଖରାପ ଥିଲା। ଘରକୁ ଯିବାପାଇଁ ତା’ ପାଖରେ ପଇସା ନ ଥିଲା। ତେଣୁ ମୋରି ଦରମା ଟଙ୍କାରୁ ୪୦୦ ଟଙ୍କା ତାକୁ ଔଷଧ କିଣା ଓ ବସ୍‌ ଖର୍ଚ୍ଚ ପାଇଁ ଦେଇ ବାକି ୬୦୦ ଟଙ୍କା ଧରି ସିଧା ଘର ମୁହଁା ହୋଇଥିଲି। ତେବେ ସମ୍ବନ୍ଧ ମୋତେ ଗୋଟିଏ କଥା ଶିଖାଇ ଥିଲା, ଜଣେ ବ୍ୟକ୍ତିଙ୍କ ଜୀବନରେ ପରିବାରର ଯୋଗଦାନ ଯେତିକି ମହତ୍ତ୍ୱପୂର୍ଣ୍ଣ, ସମାଜର ଯୋଗଦାନ ମଧ୍ୟ ସେତିକି ଗୁରୁତ୍ୱପୂର୍ଣ୍ଣ। ପରିବାର ପ୍ରତି ଜଣଙ୍କର ଯେତିକି ଉତ୍ତର ଦାୟିତ୍ୱ ରହିବା କଥା ସମାଜ ପ୍ରତି ମଧ୍ୟ ସମପରିମାଣର କର୍ତ୍ତବ୍ୟ ରହିବା ଦରକାର। ଜଣକୁ ଜାମା, ଯୋଡ଼ ପିନ୍ଧି ସମାଜସେବୀ ହେବାର ଆବଶ୍ୟକତା ନାହିଁ। ଯଦି ଜଣଙ୍କର ଲୋକାଭିମୁଖୀ ଦୃଷ୍ଟିଭଙ୍ଗୀ ରହିଥାଏ, ତେବେ ସେ ଯେଉଁଠି ଥାଉନା କାହିଁକି ସମାଜର ହିତସାଧନ କଥା ଚିନ୍ତା କରିପାରିବ। ମୁଁ ମୋର ଛାତ୍ରମାନଙ୍କୁ ବି ଏଇଆ କହିଛି। ଆଉ ମୋର ଚାକିରି ଜୀବନରେ ଏହାକୁ ପ୍ରତିଫଳିତ କରିବାକୁ ଯତ୍‌ପରୋନାସ୍ତି ଉଦ୍ୟମ ମଧ୍ୟ କରୁଛି। ତେବେ ବିଭିନ୍ନ ଅନୁଷ୍ଠାନ ସହ ଜଡ଼ିତ ହୋଇ ବୃକ୍ଷରୋପଣ କରିବା ସହ ଅନେକ ଦାତବ୍ୟ ଅନୁଷ୍ଠାନ ସହ ବି ଜଡ଼ିତ ରହିଛି। ଏପରି କି କରୋନା ସମୟରେ ମାସ୍କ ଏବଂ ସାନିଟାଇଜର୍‌ ବଣ୍ଟନ ସହ କିଛି ଲୋକଙ୍କୁ ଖାଦ୍ୟ ଯୋଗାଇବାର ଖୁସି ବି ମୁଁ ସାଉଁଟିଛି। ଏସବୁ ବ୍ୟତୀତ ପିଲାଟି ବେଳୁ ମୋର ସାହିତ୍ୟରେ ରୁଚି ରହିଛି। ୟା’ଭିତରେ ବିଭିନ୍ନ ପତ୍ରପତ୍ରିକାରେ ମୋର ଅନେକ କବିତା, ନିବନ୍ଧ ପ୍ରକାଶିତ ମଧ୍ୟ ହୋଇସାରିଛି। ପାଠକୀୟ ସ୍ବୀକୃତି ହିଁ ମୋର ସର୍ବଶ୍ରେଷ୍ଠ ପୁରସ୍କାର। ଖାସ୍‌ କରି ମୋର କବିତା ସଂକଳନ ‘ନଈ ନିର୍ବାଣ’ ପାଠକାଦୃତି ହେବା ମୋ ପାଇଁ ବଡ଼ ସୌଭାଗ୍ୟର କଥା।


Enter your email to get our daily news in your inbox.

All Right Reserved By Dharitri.Com

ସର୍ବପ୍ରଥମେ କେବେ ପିନ୍ଧାଯାଇଥିଲା ମଙ୍ଗଳସୁତ୍ର: ଭାରତ ଛାଡ଼ା ଏସବୁ ଦେଶରେ ଏହାକୁ ପିନ୍ଧାଯାଏ

ହିନ୍ଦୁ ଧର୍ମରେ ବିବାହ ପରେ ମହିଳାମାନେ ବେକରେ ମଙ୍ଗଳସୁତ୍ର ପିନ୍ଧିବା ପ୍ରଥା ରହିଛି। କିନ୍ତୁ ଆପଣ ଜାଣନ୍ତି କି ବିବାହ ପରେ ମହିଳାମାନେ ମଙ୍ଗଳସୁତ୍ର କାହିଁକି...

କୋର୍ଟରେ ସ୍ବାମୀଙ୍କୁ ଜୋତାରେ ପିଟିଲେ ସ୍ତ୍ରୀ: ଭାଇରାଲ ହେଉଛି ଭିଡିଓ

ପ୍ରାୟତଃ ସ୍ବାମୀ ଏବଂ ସ୍ତ୍ରୀଙ୍କ ମଧ୍ୟରେ ସମସ୍ୟା ଉପୁଜିବାର ଅନେକ କାରଣ ଥାଏ। ଏଥିରେ ତୃତୀୟ ପକ୍ଷର ହସ୍ତକ୍ଷେପ ଅତି ସାଧାରଣ ଅଟେ। ଏପରି ପରିସ୍ଥିତିରେ...

ଆଜି ବିଶ୍ୱ ମ୍ୟାଲେରିଆ ଦିବସ

ସଂକ୍ରାମକ, ଅଣସଂକ୍ରାମକ, ନୂଆ ଭାବେ ପରିପ୍ରକାଶ ପାଉଥିବା ଓ ଆଗଠୁ ଅତ୍ୟଧିକ ଥିବା ସହ କମିଯାଇ ପୁଣି ଅଧିକ ସଂଖ୍ୟାରେ ପରିଲକ୍ଷିତ ହେଉଥିବା ରୋଗ ମଧ୍ୟରୁ...

କିଏ ତିଆରି କରିଛି EVM ଆଉ VVPAT, ନିର୍ମାତାଙ୍କ ନାଁ ପ୍ରକାଶ କରିବାକୁ ମନା କଲା ଇସିଆଇଏଲ୍‌

ନୂଆଦିଲ୍ଲୀ,୨୪ା୪: ଇଲେକ୍ଟ୍ରୋନିକ୍ସ କର୍ପୋରେଶନ ଅଫ୍‌ ଇଣ୍ଡିଆ ଲିମିଟେଡ୍‌ (ECIL) ଏବଂ ଭାରତ ଇଲେକ୍ଟ୍ରୋନିକ୍ସ ଲିମିଟେଡ (BEL) ଇଭିଏମ୍‌ ଏବଂ ଭିଭିପାଟ୍‌ର ନିର୍ମାତାଙ୍କ ନାମ ପ୍ରକାଶ କରିବାକୁ...

ଗାଁ ଦେଶର ମେରୁଦଣ୍ଡ

ଭାରତ ହେଉଛି ବିବିଧତାର ଦେଶ। ଯେତେବେଳେ ଦେଶର ସମଗ୍ର ବିକାଶ ବିଷୟରେ କଥା ଉଠେ, ସେତେବେଳେ ତୃଣମୂଳସ୍ତରରୁ ତାହା ଆରମ୍ଭ ହୋଇଥାଏ। କେବଳ କେନ୍ଦ୍ର ସରକାର...

୪ ବିଧାୟକଙ୍କ କଟିଲା ଟିକେଟ୍‌: ୬ରୁ ୫ ନୂଆମୁହଁ

ଭୁବନେଶ୍ୱର,୨୨।୪: ବିଜେଡିର ସପ୍ତମ ପର୍ଯ୍ୟାୟ ପ୍ରାର୍ଥୀ ତାଲିକା ସୋମବାର ପ୍ରକାଶ କରିଛି। ୬ଟି ବିଧାନସଭା ଆସନ ପାଇଁ ପ୍ରାର୍ଥୀ ଘୋଷଣା କରିଛି ବିଜେଡି। ଘୋଷଣା ହୋଇଥିବା...

ଶିବେଇ ସାମନ୍ତରାଙ୍କ ଚତୁରତା ଲୋକମୁଖରେ ଭିନ୍ନ ରୂପ ନେଲା

ଚୁମ୍ବକଶିଳା ବସାଯିବା ପରେ ତିନିଥର ବିଫଳ ହୋଇଥିବା କାର୍ଯ୍ୟ ସଫଳ ହୋଇଥିଲା। ସହସ୍ର ମଲ୍ଲ ସେଇ ଖୁସିରେ ପୁରସ୍କାର ଘୋଷଣା କରିଥିଲେ। ଧର୍ମପଦ ମନ୍ଦିର ଶିଖରରୁ...

ଜାଣନ୍ତୁ ବିଶ୍ୱ ପୁସ୍ତକ, କପିରାଇଟ୍‌ ଦିବସର ଇତିହାସ…

ପ୍ରତିବର୍ଷ ଏପ୍ରିଲ ୨୩ରେ ବିଶ୍ୱ ପୁସ୍ତକ ଏବଂ କପିରାଇଟ୍‌ ଦିବସ ପାଳନ କରାଯାଇଥାଏ। ସମୟ ବଦଳିବା ସହିତ କମ୍ପ୍ୟୁଟର ଏବଂ ଇଣ୍ଟରନେଟ୍‌ ବର୍ତ୍ତମାନ ପୁସ୍ତକ ବି...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri