Posted inଖେଳ

ମୋର କୌଣସି ପଶ୍ଚାତାପ ନାହିଁ, ବ୍ୟାନ ପରେ ହରମାନପ୍ରୀତ କୌରଙ୍କ ମନ୍ତବ୍ୟ…

ନୂଆଦିଲ୍ଲୀ,୨୧।୮ : ଭାରତୀୟ ମହିଳା ଦଳର ଅଧିନାୟକ ହରମାନପ୍ରୀତ କୌର ବାଂଲାଦେଶ ଗସ୍ତର ଶେଷ ମ୍ୟାଚରେ ଅନେକ ବିବାଦ ସୃଷ୍ଟି କରିଥିଲେ। ଏହା ପରେ ଆଇସିସି କଠୋର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରି ଭାରତୀୟ ଅଧିନାୟିକାଙ୍କ ଉପରେ ବ୍ୟାନ ଲଗାିଥିଲେ। ବାରଣ କିନ୍ତୁ, ଏହା ପରେ ମଧ୍ୟ ହରମାନପ୍ରୀତ କୌରଙ୍କ ମନୋଭାବରେ କୌଣସି ପରିବର୍ତ୍ତନ ହୋଇନାହିଁ। ରବିବାର ଦ ହଣ୍ଡ୍ରେଡ ସମୟରେ ସେ ସ୍ପଷ୍ଟ କରିଛନ୍ତି ବାଂଲାଦେଶରେ ସେ ଯାହା କରିଛନ୍ତି ସେଥିପାଇଁ ତାଙ୍କର କୌଣସି ପଶ୍ଚାତାପ ନାହିଁ।

ହରମାନପ୍ରୀତ କୌର ବର୍ତ୍ତମାନ ଦ ହଣ୍ଡ୍ରେଡ ଟ୍ରେଣ୍ଟ ରୋକେଟସ ପାଇଁ ଖେଳୁଛନ୍ତି। ରବିବାର ଟୁର୍ନାମେଣ୍ଟ ସମୟରେ ସେ ବାଂଲାଦେଶ ଗସ୍ତରେ ଖେଳାଯାଇଥିବା ତୃତୀୟ ଟି-୨୦ ମ୍ୟାଚରେ ତାଙ୍କ ଆଚରଣ ବିଷୟରେ କହିଥିଲେ। ସେ କହିଛନ୍ତି, ମୁଁ କହିବି ନାହିଁ ମୁଁ କିଛି ଅନୁତାପ କରୁଛି କାରଣ ଜଣେ ଖେଳାଳି ଭାବରେ ସମସ୍ତେ ଦେଖିବାକୁ ଚାହାଁନ୍ତି ସଠିକ ଘଟଣା ଘଟୁଛି କି ନାହିଁ। ଜଣେ ଖେଳାଳୀ ଭାବରେ, ଜଣଙ୍କର ସର୍ବଦା ନିଜକୁ ପ୍ରକାଶ କରିବାର ଏବଂ ଯାହା ଅନୁଭବ କରୁଛନ୍ତି ତାହା କହିବାର ଅଧିକାର ଅଛି ।

ମୁଁ ଭାବୁନାହିଁ କୌଣସି ଖେଳାଳି କିମ୍ବା ବ୍ୟକ୍ତିଙ୍କୁ କିଛି ଭୁଲ କହିଛି। ପଡ଼ିଆରେ ଯାହା ଘଟିଲା ମୁଁ କେବଳ କହିଲି। ମୁଁ କିଛି ଅନୁତାପ କରେ ନାହିଁ ।
ବାଂଲାଦେଶ ବିପକ୍ଷ ତୃତୀୟ ଦିନିକିଆରେ ଅମ୍ପାୟାରଙ୍କ ଦ୍ୱାରା ଆଉଟ ଦିଆଯିବା ପରେ ହରମାନପ୍ରୀତ କୌର କ୍ରୋଧରେ ନିଜ ବ୍ୟାଟକୁ ୱିକେଟରେ ପିଟିଥିଲେ। ଏଥିସହ ମ୍ୟାଚ ଶେଷ ହେବା ପରେ ସେ ଅମ୍ପାୟାର ସ୍ତର ଉପରେ ମଧ୍ୟ ପ୍ରଶ୍ନ କରିଥିଲେ। ଏହା ପରେ ଟ୍ରଫି ନେବାବେଳେ ସେ ବାଂଲାଦେଶର ଅଧିନାୟକଙ୍କ ସହ ଖରାପ ବ୍ୟବହାର କରୁଥିବା ମଧ୍ୟ ଦେଖିବାକୁ ମିଳିଥିଲା।

ଏହି ପର୍ଯ୍ୟାୟ ପରେ, ହରମାନପ୍ରୀତ ଆଇସିସି ଆଚରଣ ସଂହିତାର ଧାରା ୨.୮ ଅନ୍ତର୍ଗତ ଦୋଷୀ ସାବ୍ୟସ୍ତ ହୋଇଥିଲେ। ତାଙ୍କୁ ୩ ଟି ଡିମେରିଟ ପଏଣ୍ଟ ଦିଆଯାଇଥିଲା ଏବଂ ଗୋଟିଏ ମ୍ୟାଚ ପାଇଁ ମଧ୍ୟ ବାରଣ କରାଯାଇଥିଲା। ଫଳସ୍ବରୂପ, ସେ ପ୍ରଥମ ମ୍ୟାଚ ଅର୍ଥାତ ଏସିଆନ ଗେମ୍ସ ୨୦୨୩ରେ କ୍ୱାର୍ଟର ଫାଇନାଲ ମ୍ୟାଚରେ ଟିମ ଇଣ୍ଡିଆକୁ ଅଧିନାୟକ କରି ପାରିବେ ନାହିଁ ।


Enter your email to get our daily news in your inbox.

All Right Reserved By Dharitri.Com

ଇଂଲଣ୍ଡ ପହଞ୍ଚୁ ପହଞ୍ଚୁ ଟିମ୍‌ ଇଣ୍ଡିଆକୁ ବଡ଼ ଝଟ୍‌କା: ଦିନିକିଆ ସିରିଜରୁ ବାଦ୍‌ ପଡ଼ିବେ ଏହି ଷ୍ଟାର ଖେଳାଳି!

ନୂଆଦିଲ୍ଲୀ,୩୦।୬: ଆୟରଲ୍ୟାଣ୍ଡ ବିପକ୍ଷ ଟି-୨୦ ସିରିଜ୍ ହରାଇବା ପରେ ଭାରତୀୟ ଦଳ ଏବେ ଇଂଲଣ୍ଡରେ ପହଞ୍ଚି ସାରିଛି। ଜୁଲାଇ ୧ ତାରିଖରୁ ଭାରତ ଏବଂ ଇଂଲଣ୍ଡ ମଧ୍ୟରେ…

ବୈଭବ ସୂର୍ଯ୍ୟବଂଶୀଙ୍କୁ ପୁଣି ମିଳିବନି ସୁଯୋଗ? ଡେବ୍ୟୁକୁ ନେଇ ଏ କ’ଣ କହିଦେଲେ ଅଧିନାୟକ

ନୂଆଦିଲ୍ଲୀ,୩୦।୬: ଆୟରଲ୍ୟାଣ୍ଡ ବିପକ୍ଷ ଟି-୨୦ ସିରିଜ୍‌ରେ ଆଶ୍ଚର୍ଯ୍ୟଜନକ ପରାଜୟ ପରେ ଭାରତୀୟ ଦଳର ବ୍ୟାଟିଂ ଲାଇନ୍-ଅପ୍‌କୁ ନେଇ ଅନେକ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି। ବିଶେଷ କରି ଚମତ୍କାର…

ବରଗଡ଼ ଆସିବେ ଅମିତ୍ ଶାହା: ୨ଜି ଇଥାନଲ ପ୍ଲାଣ୍ଟର କରିବେ ଉଦଘାଟନ, ଗସ୍ତ ପୂର୍ବରୁ ପ୍ରଶାସନ ତତ୍ପର

ବରଗଡ଼,୩୦।୬(ପ୍ରେମାନନ୍ଦ ଖମାରୀ)- ସ୍ଵରାଷ୍ଟ୍ର ମନ୍ତ୍ରୀ ଅମିତ୍ ଶାହା ଆସନ୍ତା ଜୁଲାଇ ମାସ ୪ତାରିଖ ବରଗଡ଼ ଗସ୍ତରେ ଆସିବାର କାର୍ଯ୍ୟକ୍ରମ ରହିଛି। ଏହି ଗସ୍ତରେ ଆସି ସେ ଭଟଲି…

ଥୁଆମୂଳ ରାମପୁରରେ ଦୁର୍ଘଟଣା: ଗୁରୁତରଙ୍କୁ ମିଳିଲାନି ଆମ୍ବୁଲାନ୍ସ, ବେସରକାରୀ ଗାଡ଼ିରେ ମେଡିକାଲ ସ୍ଥାନାନ୍ତର, ବଢ଼ିଲା ଅସନ୍ତୋଷ

ଥୁଆମୂଳ ରାମପୁର, ୩୦।୬ (ଦୁର୍ଗା କୀର୍ତ୍ତି): ଥୁଆମୂଳ ରାମପୁର ଥାନା ସଦର ସ୍ଥିତ ତାଳବନ୍ଧ ପଡ଼ା ଓ କାଲି ମନ୍ଦିର ପଡ଼ା ମଝିରେ ଥିବା ଦୁଇଟି ବନ୍ଧ…

ବିଶ୍ୱକପ୍‌ରୁ ବିଦାୟ ନେବା ପରେ ମୁହିଁ ଖୋଲିଲେ ଅଧିନାୟକ, କହିଲେ…

ଫକ୍ସବରୋ,୩୦ା୬: କ୍ରମାଗତ ତୃତୀୟଥର ପାଇଁ ଜର୍ମାନୀ ବିଶ୍ୱକପ୍‌ର ପ୍ରାରମ୍ଭିକ ପର୍ଯ୍ୟାୟରୁ ବିଦାୟ ନେଇଛି। ଏଥର ଦଳ ପେନାଲ୍ଟି ଶୁଟ୍‌ଆଉଟ୍‌ରେ ପାରାଗୁଏଠାରୁ ଲଜ୍ଜାଜନକ ପରାଜୟ ବରଣ କରିଛନ୍ତି। ଦକ୍ଷିଣ…

ଟ୍ରମ୍ପଙ୍କୁ ବଡ଼ ଝଟ୍‌କା: ଜନ୍ମଗତ ନାଗରିକତା ଉପରେ ରୋକ ଲଗାଇବା ଆବେଦନକୁ ଖାରଜ କଲେ US ସୁପ୍ରିମକୋର୍ଟ

ନୂଆଦିଲ୍ଲୀ,୩୦।୬: ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କୁ ଏକ ବଡ଼ ଝଟ୍‌କା ଦେଇ ଆମେରିକା (US) ସୁପ୍ରିମକୋର୍ଟ ମଙ୍ଗଳବାର ଦିନ ୟୁନାଇଟେଡ୍ ଷ୍ଟେଟ୍ସରେ ‘ଜନ୍ମଗତ ନାଗରିକତା’ (ବର୍ଥରାଇଟ୍ ସିଟିଜନସିପ୍) ଉପରେ…

ଦେଶରେ ଛୁଟି ଘୋଷଣା କଲେ ରାଷ୍ଟ୍ରପତି, କାହିଁକି ଜାଣନ୍ତୁ…

ଆସୁନସିଅନ,୩୦ା୬: ଫିଫା ବିଶ୍ୱକପ୍‌ର ରାଉଣ୍ଡ ଅଫ୍‌-୩୨ ମ୍ୟାଚ୍‌ରେ ଜର୍ମାନୀକୁ ପରାସ୍ତ କରି ପାରାଗୁଏ ବିପର୍ଯ୍ୟୟ ଘଟାଇବା ପରେ ଦେଶରେ ଛୁଟି ଘୋଷଣା କରାଯାଇଛି। ଆଧୁନିକ ବିଶ୍ୱକପ୍‌ ଇତିହାସରେ…

ଫରେଷ୍ଟ ଗାଡ଼ି-ବୋଲେରୋ ମଧ୍ୟରେ ମୁହାଁମୁହିଁ ଧକ୍କା, ଦୁର୍ଘଟଣାରୁ ଅଳ୍ପକେ ବର୍ତ୍ତିଲେ ଧାମନଗର ରେଞ୍ଜର

ଧାମନଗର, ୩୦।୬ (ସନ୍ତୋଷ କୁମାର ମହାପାତ୍ର): ଭଦ୍ରକ ଜିଲା ଧାମନଗର ଅଞ୍ଚଳରେ ଏକ ବଡ଼ ସଡ଼କ ଦୁର୍ଘଟଣା ଘଟିଯାଇଛି। ଧାମନଗର ଥାନା ଅଧୀନ ୧୬ ନମ୍ବର ଜାତୀୟ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri