Posted inଫୁରସତ

ସ୍କଲାରଶିପ୍‌ ଟଙ୍କା ବାପାଙ୍କୁ ଦେଇଥିଲି: ଗଣେଶ୍ୱର ଜେନା

କେନ୍ଦୁଝର ଜିଲା ହାଟଡିହି ବ୍ଲକ ଅନ୍ତର୍ଗତ ସୁଲଣ ଗାଁରେ ମୋ ଜନ୍ମ। ହାଟଡିହି ଉଚ୍ଚ ବିଦ୍ୟାଳୟରୁ ଏକାଦଶ ପାସ୍‌ କରି ଭଦ୍ରକ କଲେଜରେ ଆଇଏସ୍‌ସି ପଢ଼ିଥିଲି। ତା’ପରେ ରେଭେନ୍ସାରେ ପଲିଟିକାଲ୍‌ ସାଇନ୍ସରେ ବି.ଏ. ଓ ବାଣୀବିହାରରେ ପି.ଜି. କରିଥିଲି। ପି.ଜି. ପଢ଼ା ସହିତ ବ୍ୟାଙ୍କ ପି.ଓ. ଏବଂ ଓଏଏସ୍‌ ପରୀକ୍ଷା ପାଇଁ ବି ପ୍ରସ୍ତୁତ ହେଉଥିଲି। ସୌଭାଗ୍ୟକୁ ପି.ଜି. ପାସ୍‌ କରିବା ସହିତ ସେହି ସମୟରେ ଏକକାଳୀନ ଓଏଏସ୍‌ ଓ ଏସ୍‌ବିଆଇ ବ୍ୟାଙ୍କ ପି.ଓ. ଚାକିରି ପାଇଲି। କିନ୍ତୁ ମୁଁ ଓଏଏସ୍‌ ଚାକିରିରେ ଜଏନ୍‌ କଲି। ପାଖାପାଖି ଦୁଇ ବର୍ଷ ଟ୍ରେନିଂ ଚାଲିଲା। ଟ୍ରେନିଂ ବେଳେ ଯେଉଁ ପ୍ରଥମ ଦରମା ପାଇଲି ସେଥିରେ ଠାକୁରଙ୍କ ପାଖେ ଭୋଗ କରିଥିଲି। ଏଠାରେ କହି ରଖିବାକୁ ଚାହେଁ ଯେ, ସପ୍ତମରେ ମୁଁ ସ୍କଲାରଶିପ୍‌ ପାଇଥିଲି। ସେ ବାବଦେ ଯେଉଁ ଟଙ୍କା ମିଳିଥିଲା ତାକୁ ନେଇ ବାପାଙ୍କ ହାତରେ ଦେଇଥିଲି। ବାପା ଥିଲେ ଜଣେ ଚାଷୀ। ତାଙ୍କର ଆମେ ଥିଲୁ ୪ ପୁଅ ଓ ୨ ଝିଅ। ସମସ୍ତଙ୍କ ଭିତରୁ ମୁଁ ଥିଲି ସାନ। ବାପା ଆମକୁ ପାଠପଢାଇ ମଣିଷ କରିବାକୁ ବହୁ କଷ୍ଟ କରୁଥିଲେ। ନିଜ ପେଟରୁ କାଟି ଆମର ସବୁ ଅଳିଅଝଟକୁ ପୂରଣ କରୁଥିଲେ। ତେଣୁ ତାଙ୍କୁ ଖୁସି କରିବାକୁ ମୁଁ ଖୁବ୍‌ ମନ ଲଗାଇ ପାଠ ପଢୁଥିଲି। ତୃତୀୟରେ ସିନା ବୃତ୍ତି ପାଇ ନଥିଲି ହେଲେ ସପ୍ତମରେ ସ୍କଲାରଶିପ୍‌ କେମିତି ପାଇବି ସେହି ଚେଷ୍ଟାରେ ଥିଲି। ଆଉ ଯେବେ ପାଇଲି ସାଙ୍ଗେସାଙ୍ଗେ ସ୍କଲାରଶିପ୍‌ ଟଙ୍କାକୁ ନେଇ ବାପାଙ୍କ ହାତରେ ଦେଲି ଆଉ କହିଲି ‘ବାପା ଏହି ଟଙ୍କାରେ ମାଛ ଆଣିବ’! କାରଣ ବାପାଙ୍କୁ ମାଛ ଖାଇବାକୁ ବହୁତ ଭଲ ଲାଗେ। ହେଲେ ବାପା ସେ ଟଙ୍କାରେ ମାଛ ନ ଆଣି ମୋ ପାଇଁ ପଢା ବହି କିଣିଆଣିଥିଲେ। ଏମିତି ହିଁ ଥିଲେ ମୋ ବାପା। ତାଙ୍କରି ଆଶୀର୍ବାଦରୁ ଓଏଏସ୍‌ ପାଇଥିଲି। ଟ୍ରେନିଂ ପରେ ମୋର ପ୍ରଥମ ପୋଷ୍ଟିଂ ୧୯୯୩ରେ ଯାଜପୁର ଜିଲାର ଦର୍ପଣ ତହସିଲରେ ଆଡିଶନାଲ୍‌ ତହସିଲଦାର ଭାବେ ହେଲା। ସେଠାରେ ୩ ବର୍ଷ ରହିବା ପରେ ମୋର ବିଡିଓ ଭାବେ ବଦଳି ହେଲା ପୁରୀ ଜିଲା ସତ୍ୟବାଦୀ ବ୍ଲକ୍‌କୁ। ଏଠାରେ ୪ ବର୍ଷ ରହିଲି। ଆଉ ତା’ରି ଭିତରେ ୧୯୯୯ ମହାବାତ୍ୟା ହୋଇଥିଲା। ମହାବାତ୍ୟାରେ ବହୁ ବଡ଼ ବଡ଼ ଗଛସବୁ ଭାଙ୍ଗି ପୁରୀ-ଭୁବନେଶ୍ୱର ରାସ୍ତାରେ ଗାଡ଼ି ଚଳାଚଳ ସମ୍ପୂର୍ଣ୍ଣ ବନ୍ଦ ହୋଇଯାଇଥିଲା। ବାତ୍ୟା ହେବାର ମାତ୍ର ଦୁଇଦିନ ଭିତରେ ଆଦୌ ବିଶ୍ରାମ ନ ନେଇ ସ୍ଥାନୀୟ ଗାଁ ଲୋକଙ୍କ ସହାୟତାରେ ରାସ୍ତା ସଫାକରି ଗାଡ଼ି ଚଳାଚଳର ସୁବିଧା କରାଇବା ଏବଂ ଶୀଘ୍ର ଲୋକଙ୍କ ପାଖରେ ରିଲିଫ୍‌ ପହଞ୍ଚାଇବାରେ ମୁଁ ଯେଉଁ ପଦକ୍ଷେପ ନେଇଥିଲି ସେଥିପାଇଁ ମୋତେ ପୁରୀ ଜିଲାପାଳ ସେତେବେଳେ ଖୁବ୍‌ ପ୍ରଶଂସା କରିଥିଲେ। ଏହିପରି ଚାକିରି କ୍ଷେତ୍ରରେ ଅନେକ ଘଟଣାମାନ ଘଟିଛି ମୋ ଜୀବନରେ ଆଉ ସେସବୁକୁ ସାହସର ସହ ସାମ୍ନା କରିକରି ବର୍ତ୍ତମାନ ରାଜ୍ୟ ପଣ୍ୟାଗାର ନିଗମରେ ପରିଚାଳନା ନିର୍ଦ୍ଦେଶକ ଭାବେ କାମ କରୁଅଛି। ତା’ସହିତ ‘ପବ୍ଲିକ୍‌ ପଲିସି ଷ୍ଟ୍ରାଟେଜି ଫର୍‌ ଚିଲ୍‌ଡ୍ରେନ୍ସ ଡେଭଲପ୍‌ମେଣ୍ଟ’ ଉପରେ ଥେସିସ୍‌ ଲେଖି ୨୦୧୬ରେ ଡକ୍ଟରେଟ ଡିଗ୍ରୀ ମଧ୍ୟ ହାସଲ କରିଛି। ବ୍ୟସ୍ତମୟ ଜୀବନରୁ ସମୟ ବାହାର କରି କିଛି ଗପ, କବିତା ବି ଲେଖିଛି। ତନ୍ମଧ୍ୟରୁ କିଛି ଲେଖା ବିଭିନ୍ନ ଖବରକାଗଜ ଓ ପତ୍ରପତ୍ରିକାରେ ମଧ୍ୟ ପ୍ରକାଶିତ ହୋଇଛି। ତା’ଛଡ଼ା ଖୁବ୍‌ଶୀଘ୍ର ମୋର ଏକ ପୁସ୍ତକ ପ୍ରକାଶିତ ହେବାକୁ ଯାଉଛି; ଯାହାର ନାଁ ରହିଛି ‘ଭିନ୍ନ ଏକ ରେବତୀ ଓ ଅନ୍ୟାନ୍ୟ ଗଳ୍ପ’।


Enter your email to get our daily news in your inbox.

All Right Reserved By Dharitri.Com

ଏହି ଅଫିସରେ ଆପଣାଛାଏଁ ଚାଲୁଛି ଚେୟାର, ଫଟୋ ଭାଇରାଲ

ଲଣ୍ଡନ: ଯଦି କୁହାଯାଏ, ଅଫିସ୍‌ରେ ଚେୟାରଗୁଡ଼ିକ ସ୍ବୟଂଚାଳିତ ଅର୍ଥାତ୍‌ ଆପଣାଛାଏଁ ଚାଲୁଛି ତେବେ ନିଶ୍ଚିତ ଅବିଶ୍ୱସନୀୟ ଲାଗିବ। ମାତ୍ର ଏହା ସତ। ଏହା କୌଣସି ଯାଦୁଗର...

ବିଶ୍ୱର ସବୁଠୁ ସୁନ୍ଦରୀ ରାଣୀ, ତାଙ୍କ ରହସ୍ୟମୟ ଜୀବନ ସମ୍ପର୍କରେ ଜାଣନ୍ତୁ…

ଇତିହାସରେ ଅନେକ ରାଣୀଙ୍କ ବିଷୟରେ ଶୁଣିଥିବେ। ମାତ୍ର ବିଶ୍ୱରେ ଏମିତି ଜଣେ ରାଣୀ ଅଛନ୍ତି, ଯେକି ଖୁବ୍‌ ସୁନ୍ଦର। ତାଙ୍କୁ କେବଳ ସୁନ୍ଦରୀ ଭାବରେ ଗଣନା...

କୁକୁର ୫ ଛୁଆ ଜନ୍ମ ଦେଲା ବୋଲି ଛପା ହେଲା ନିମନ୍ତ୍ରଣ କାର୍ଡ; ଯାହା ଲେଖାଥିଲା ଜାଣିଲେ…

ଚିତ୍ରକୂଟର ଖୋହିରେ ଜଣେ ବ୍ୟକ୍ତିଙ୍କ ଘରେ ଥିବା ଜୁଲି ନାମକ ଏକ କୁକୁର ୫ଟି ଛୁଆ ଜନ୍ମଦେବାରୁ ବେଶ୍‌ ଧୂମଧାମରେ ଉତ୍ସବ ପାଳିଛନ୍ତି ଗ୍ରାମବାସୀ। ଏପରିକି...

୮ ବର୍ଷ ପରେ ପୂରଣ ହେଲା ସ୍ବପ୍ନ

ଦିଶପୁର୍‌: ନିଜ ସ୍ବପ୍ନ ପୂରଣ କରିବାକୁ ଲୋକେ ବହୁତ କିଛି କରିଥାନ୍ତି। ନିକଟରେ ଜଣେ ମଜୁରିଆ ୮ ବର୍ଷ ପରେ ତାଙ୍କ ସ୍ବପ୍ନକୁ ପୂରଣ କରିଛନ୍ତି।...

ବିବାହ କରିବେ ବିଲ୍‌ ଗେଟସ୍‌ଙ୍କ ଝିଅ!

ଓ୍ବାଶିଂଟନ: ମାଇକ୍ରୋସଫ୍ଟର ପ୍ରତିଷ୍ଠାତା ବିଲ୍‌ ଗେଟସ୍‌ଙ୍କ ଝିଅ ଜେନିଫର ଏବେ ବିବାହ କରିବାକୁ ଯାଉଛନ୍ତି। ଏକଥା ନିଜେ ଜେନିଫର ସୋସିଆଲ ମିଡିଆ ମାଧ୍ୟମରେ ଜଣାଇଛନ୍ତି। ସେ...

ଇତିହାସ ପାଲଟିଲା ଲଣ୍ଡନର ଇଣ୍ଡିଆ କ୍ଲବ…

ଲଣ୍ଡନ,୧୭।୯ : ଭାରତୀୟ ସ୍ବାଧୀନତା ସଂଗ୍ରାମର ଇତିହାସ ସହ ଜଡିତ ଏକ ଅଧ୍ୟାୟ ୧୭ ସେପ୍ଟେମ୍ବରରେ ଶେଷ ହୋଇଛି। ଲଣ୍ଡନ ସ୍ଥିତ ‘ଇଣ୍ଡିଆ କ୍ଲବ’ ରବିବାର...

ମାସ୍କରେ ତିଆରି ବିବାହ ଡ୍ରେସ୍‌, ଭାଇରାଲ ହେଉଛି କନ୍ୟାଙ୍କ ଫଟୋ

କରୋନା ମହାମାରୀ ପୂରା ବିଶ୍ୱରେ କାୟା ବିସ୍ତାର କରିଛି। ଏହି ଭାଇରସରୁ ବଞ୍ଚିବା ପାଇଁ ଲୋକେ ନାନା ଉପାୟ ଅବଲମ୍ବନ କରୁଛନ୍ତି। ଏହା ମଧ୍ୟରେ ସମସ୍ତେ...

ପ୍ରଜାପତି ପଛରେ ଗୋଡ଼ାଉଛନ୍ତି ପେଙ୍ଗୁଇନ୍‌ ଦଳ, ଭିଡିଓ ଦେଖିଲେ ହସି ହସି ଗଡ଼ିବେ

କିଛି ପ୍ରାଣୀ ପ୍ରକୃତି ଦ୍ୱାରା ଏତେ ସୁନ୍ଦର ଯେ, ସେମାନଙ୍କୁ ଦେଖିବା ପରେ ଖୁସିରେ ମନ ନାଚି ଉଠିବ। ଏହିପରି ପ୍ରାଣୀମାନଙ୍କ ମଧ୍ୟରୁ ଗୋଟିଏ ହେଉଛି...

Advertisement
Archives

Model This Week