Posted inଫୁରସତ

ନୃତ୍ୟରୁ ମିଳିଥିବା ଟଙ୍କା ଘରେ ଦେଇଥିଲି: ଚିରସ୍ରୋତା ଖୁଣ୍ଟିଆ

ପୁରୀ ଜିଲା ସାକ୍ଷୀଗୋପାଳଠାରେ ମୋ ଜନ୍ମ। ସତ୍ୟବାଦୀ ବାଳିକା ଉଚ୍ଚ ବିଦ୍ୟାଳୟରୁ ମାଟ୍ରିକ୍‌ ପାସ୍‌ କରି ପୁରୀ ଏସ୍‌.ସି.ଏସ୍‌ କଲେଜରେ ଗ୍ରାଜୁଏଶନ୍‌ ଯାଏଁ ପଢ଼ିଲି। ପାଠରେ ଭଲ ଥିଲେ ବି ଯେହେତୁ ଓଡ଼ିଶୀ ନୃତ୍ୟ ପ୍ରତି ଦୁର୍ବଳତା ଥିଲା, ତେଣୁ ସେତିକିରେ ପାଠପଢ଼ା ବନ୍ଦ କରି ଓଡ଼ିଶୀ ନୃତ୍ୟରେ କ୍ୟାରିୟର୍‌ କରିବା ପାଇଁ ମନୋନିବେଶ କଲି। ଅବଶ୍ୟ ଓଡ଼ିଶୀ ନୃତ୍ୟଶିକ୍ଷା ମୋର ୩ ବର୍ଷରୁ ଆରମ୍ଭ ହୋଇଯାଇଥିଲା। କେବଳ ଓଡ଼ିଶୀ ନୁହେଁ, ଗୀତ ଶିଖିବା ପାଇଁ ବି ବାପା ମୋ ନାଁ ସାକ୍ଷୀଗୋପାଳସ୍ଥିତ ସତ୍ୟବାଦୀ ସଙ୍ଗୀତ ମହାବିଦ୍ୟାଳୟରେ ଲେଖାଇ ଦେଇଥିଲେ। କିନ୍ତୁ ସମୟକ୍ରମେ ପାଠପଢ଼ାର ଚାପ ବଢ଼ିବାରୁ ଏକକାଳୀନ ନାଚ ଓ ଗୀତ ଶିଖିବାକୁ ମୋତେ କଷ୍ଟ ହେଲା। ତେଣୁ ବାଧ୍ୟ ହେଲି ଗୀତ ଛାଡ଼ି କେବଳ ଓଡ଼ିଶୀ ନୃତ୍ୟ ଶିଖିବାକୁ। ବିଭିନ୍ନ ସମୟରେ ସତ୍ୟବାଦୀ ସଙ୍ଗୀତ ମହାବିଦ୍ୟାଳୟକୁ ବହୁ ବିଶିଷ୍ଟ ଓଡ଼ିଶୀ ନୃତ୍ୟଗୁରୁମାନେ ଆସି ପିଲାମାନଙ୍କୁ ଓଡ଼ିଶୀ ଶିକ୍ଷା ଦେଉଥିଲେ। ମୁଁ ମଧ୍ୟ ସେହି ଗୁରୁମାନଙ୍କଠାରୁ ନୃତ୍ୟ ଶିକ୍ଷା ନେଉଥିଲି। ଗୁରୁ ଗୋବିନ୍ଦ ଚନ୍ଦ୍ର ପାଲ୍‌ ଥିଲେ ମୋର ପ୍ରଥମ ଓଡ଼ିଶୀ ନୃତ୍ୟଗୁରୁ। କାଳକ୍ରମେ ଗୁରୁ ରସାନନ୍ଦ ସେଠୀ, ଗୁରୁ ଅଶୋକ କୁମାର ଦାସ, ଗୁରୁ ନାରାୟଣ ପାଣ୍ଡେ, ଗୁରୁ ଶ୍ରୀମତୀ ମିନତି ପ୍ରଧାନ, ଗୁରୁ କସ୍ତୁରୀ ପଟ୍ଟନାୟକ, ଗୁରୁ ମନୋରଞ୍ଜନ ପ୍ରଧାନ, ଗୁରୁ ଲିଙ୍ଗରାଜ ବେହେରା ପ୍ରମୁଖ ବିଶିଷ୍ଟ ନୃତ୍ୟ ଗୁରୁଙ୍କଠାରୁ ନୃତ୍ୟ ଶିକ୍ଷା ଗ୍ରହଣ କରିବା ସହ ଚଣ୍ଡୀଗଡ଼ସ୍ଥିତ ପ୍ରାଚୀନ କଳାକେନ୍ଦ୍ରରୁ ଓଡ଼ିଶୀ ନୃତ୍ୟରେ ବିଶାରଦ ବି କଲି। ତେବେ ଅଧୁନା ମୁଁ ଗୁରୁ ଲିଙ୍ଗରାଜ ସ୍ବାଇଁଙ୍କଠାରୁ ନୃତ୍ୟ ଶିକ୍ଷା ଗ୍ରହଣ କରୁଛି। ତା’ ସହିତ ୟା’ ଭିତରେ ମୁଁ ରାଜ୍ୟ ତଥା ଦେଶର ବିଭିନ୍ନ ସ୍ଥାନରେ ଓଡ଼ିଶୀ ନୃତ୍ୟ ପରିବେଷଣ କରି ବହୁ ସମ୍ମାନ ଓ ପୁରସ୍କାର ମଧ୍ୟ ପାଇସାରିଛି। ଯେମିତିକି ଶ୍ରୀକ୍ଷତ୍ର ଉତ୍ସବ, ପୁରୀ କୁମାର ଉତ୍ସବ, ଗୁଣ୍ଡିଚା ଉତ୍ସବ, ବସନ୍ତ ଉତ୍ସବ ରଘୁରାଜପୁର, ସତ୍ୟବାଦୀ ସଙ୍ଗୀତ ଓ ନୃତ୍ୟ ଉତ୍ସବ, ୨୦୧୭ ଓ ୨୦୧୮ରେ ଭୁବନେଶ୍ୱର ଓଡ଼ିଶୀ ରିସର୍ଚ୍ଚ ସେଣ୍ଟରରେ ଅନୁଷ୍ଠିତ ହୋଇଥିବା ଅନ୍ତର୍ଜାତୀୟ ଓଡ଼ିଶୀ ନୃତ୍ୟ ଉତ୍ସବ, ଭୁବନେଶ୍ୱର ମାହାରୀ ଉତ୍ସବ, ଆଣ୍ଡାମାନ ଦ୍ୱୀପ ମହୋତ୍ସବ, କାଞ୍ଚନଜଙ୍ଗା ମହୋତ୍ସବ, ସିକିମ୍‌ ଓ ଇଣ୍ଡୋରୁସିଆ ଉତ୍ସବ, କୋଲକାତାରେ ଅନୁଷ୍ଠିତ ନୃତ୍ୟ ରୂପା ଉତ୍ସବ ଇତ୍ୟାଦି ଅନ୍ୟତମ। ସେହିପରି ମିଳିଥିବା ସମ୍ମାନ ମଧ୍ୟରେ ଇନ୍ଦ୍ରଧନୁ ସମ୍ମାନ, ନୃତ୍ୟଶ୍ରୀ ସମ୍ମାନ, ନୃତ୍ୟ ଚାରୁଶିଳା ରାଷ୍ଟ୍ରୀୟ ପୁରସ୍କାର ତଥା ସିଂହାରୀ ଶ୍ୟାମସୁନ୍ଦର କର ସମ୍ମାନ ଇତ୍ୟାଦି। ଏହାଛଡ଼ା ଦୂରଦର୍ଶନ ତରଫରୁ ମୋତେ ବି-ଗ୍ରେଡ ଆର୍ଟିଷ୍ଟର ମାନ୍ୟତା ମିଳିଛି। ଏପରିକି ୨୦୧୪-୧୫ ମସିହାରେ ସଂସ୍କୃତି ମନ୍ତ୍ରଣାଳୟ ତରଫରୁ ମୁଁ ନ୍ୟାଶନାଲ୍‌ ସ୍କଲାର୍‌ଶିପ୍‌ ବି ପାଇଛି। ତେବେ ଓଡ଼ିଶୀ ନୃତ୍ୟକୁ ମୁଁ କେବେ ବି ପେସା କରିବାକୁ ଚେଷ୍ଟା କରିନାହିଁ। ବରଂ ଏହା ମୋ ଜୀବନର ଏକ ଅଭିନ୍ନ ଅଙ୍ଗ ପାଲଟି ଯାଇଛି। ଆଜିଯାଏଁ ବି ମୋର ଶିକ୍ଷା ସମାପ୍ତ ହୋଇନି। ଓଡ଼ିଶୀ ନୃତ୍ୟ ନିଜେ ଯେମିତି ଶିଖୁଛି ସେମିତି ଅନ୍ୟମାନଙ୍କୁ ଶିଖାଇବାକୁ ମଧ୍ୟ ମୋର ଚେଷ୍ଟା ଜାରି ରହିଛି। ବର୍ତ୍ତମାନ ମୁଁ ସତ୍ୟବାଦୀ ସଙ୍ଗୀତ ମହାବିଦ୍ୟାଳୟରେ କୁନି କୁନି କଳାକାରମାନଙ୍କୁ ନୃତ୍ୟ ଶିକ୍ଷା ପ୍ରଦାନ କରି ସେମାନଙ୍କୁ କଳା ସଂସ୍କୃତି ଜଗତରେ ପରିଚିତ କରାଇବାକୁ ଜୀବନର ଲକ୍ଷ୍ୟ ଭାବି ନେଇଛି। ତା’ସହିତ ସତ୍ୟବାଦୀରେ ଶାସ୍ତ୍ରୀୟ ନୃତ୍ୟ ଓ ଶାସ୍ତ୍ରୀୟ ସଙ୍ଗୀତ କିପରି ବଞ୍ଚତ୍ ରହିବ ସେଥିପାଇଁ ଆଜକୁ ପ୍ରାୟ ୧୦ ବର୍ଷ ହେବ ଏକ ଶାସ୍ତ୍ରୀୟ ନୃତ୍ୟ ସଙ୍ଗୀତ ଉତ୍ସବ ସାକ୍ଷୀଗୋପାଳରେ ଆୟୋଜନ କରିବାରେ ସହଯୋଗ କରିଆସୁଅଛି। ତେବେ ମୋର ଯେତିକି ମନେଅଛି, ଛୋଟ ଥିବାବେଳେ ଥରେ ଗାଁ ଡ୍ରାମାରେ ମୁଁ ନୃତ୍ୟ ପରିବେଷଣ କରିଥିଲି, ଯେଉଁଥିରେ ଖୁସି ହୋଇ ଗାଁ ଲୋକେ ମୋତେ ଦୁଇ ଶହ କି ତିନି ଶହ ଟଙ୍କା ଦେଇଥିଲେ। ଆଉ ମୁଁ ସେହି ଟଙ୍କାକୁ ନେଇ ଘରେ ଦେଇ ଦେଇଥିଲି। ତା’ ପରଠୁ ମୁଁ କେବେ ବି ପଇସାକୁ ଗୁରୁତ୍ୱ ଦେଇନାହିଁ ବରଂ ନିଜ ଭିତରେ ଥିବା କଳାକୁ କେମିତି ମାର୍ଜିତ କରିବି ସେ ଚେଷ୍ଟା କରିଛି। ସତ କହିବାକୁ ଗଲେ ବାହାଘର ପୂର୍ବରୁ ମୁଁ କେବଳ ଶିଖିବା ପାଇଁ ଓଡ଼ିଶୀ ନାଚୁଥିଲି, ହେଲେ ଓଡ଼ିଶୀ କ୍ଷେତ୍ରରେ ନାଁ କମାଇବା ମୋର ବାହାଘର ପରେ ହିଁ ଆରମ୍ଭ ହୋଇଥିଲା। ଏ କ୍ଷେତ୍ରରେ ମୋ ସ୍ବାମୀ ବଦ୍ରି ନାରାୟଣ ଖୁଣ୍ଟିଆ ମୋତେ ଖୁବ୍‌ ସାହାଯ୍ୟ ଓ ସହଯୋଗ କରିଥିଲେ। ଆଉ ତାଙ୍କରି ପାଇଁ ମୁଁ ବିଭିନ୍ନ ସ୍ଥାନରେ ନୃତ୍ୟ ପରିବେଷଣ କରି ନିଜର ଏକ ସ୍ବତନ୍ତ୍ର ପରିଚୟ ସୃଷ୍ଟି କରିପାରିଲି।

– ଅମ୍ବ୍ରିତା


Enter your email to get our daily news in your inbox.

All Right Reserved By Dharitri.Com

ସର୍ବପ୍ରଥମେ କେବେ ପିନ୍ଧାଯାଇଥିଲା ମଙ୍ଗଳସୁତ୍ର: ଭାରତ ଛାଡ଼ା ଏସବୁ ଦେଶରେ ଏହାକୁ ପିନ୍ଧାଯାଏ

ହିନ୍ଦୁ ଧର୍ମରେ ବିବାହ ପରେ ମହିଳାମାନେ ବେକରେ ମଙ୍ଗଳସୁତ୍ର ପିନ୍ଧିବା ପ୍ରଥା ରହିଛି। କିନ୍ତୁ ଆପଣ ଜାଣନ୍ତି କି ବିବାହ ପରେ ମହିଳାମାନେ ମଙ୍ଗଳସୁତ୍ର କାହିଁକି...

କୋର୍ଟରେ ସ୍ବାମୀଙ୍କୁ ଜୋତାରେ ପିଟିଲେ ସ୍ତ୍ରୀ: ଭାଇରାଲ ହେଉଛି ଭିଡିଓ

ପ୍ରାୟତଃ ସ୍ବାମୀ ଏବଂ ସ୍ତ୍ରୀଙ୍କ ମଧ୍ୟରେ ସମସ୍ୟା ଉପୁଜିବାର ଅନେକ କାରଣ ଥାଏ। ଏଥିରେ ତୃତୀୟ ପକ୍ଷର ହସ୍ତକ୍ଷେପ ଅତି ସାଧାରଣ ଅଟେ। ଏପରି ପରିସ୍ଥିତିରେ...

ଆଜି ବିଶ୍ୱ ମ୍ୟାଲେରିଆ ଦିବସ

ସଂକ୍ରାମକ, ଅଣସଂକ୍ରାମକ, ନୂଆ ଭାବେ ପରିପ୍ରକାଶ ପାଉଥିବା ଓ ଆଗଠୁ ଅତ୍ୟଧିକ ଥିବା ସହ କମିଯାଇ ପୁଣି ଅଧିକ ସଂଖ୍ୟାରେ ପରିଲକ୍ଷିତ ହେଉଥିବା ରୋଗ ମଧ୍ୟରୁ...

କିଏ ତିଆରି କରିଛି EVM ଆଉ VVPAT, ନିର୍ମାତାଙ୍କ ନାଁ ପ୍ରକାଶ କରିବାକୁ ମନା କଲା ଇସିଆଇଏଲ୍‌

ନୂଆଦିଲ୍ଲୀ,୨୪ା୪: ଇଲେକ୍ଟ୍ରୋନିକ୍ସ କର୍ପୋରେଶନ ଅଫ୍‌ ଇଣ୍ଡିଆ ଲିମିଟେଡ୍‌ (ECIL) ଏବଂ ଭାରତ ଇଲେକ୍ଟ୍ରୋନିକ୍ସ ଲିମିଟେଡ (BEL) ଇଭିଏମ୍‌ ଏବଂ ଭିଭିପାଟ୍‌ର ନିର୍ମାତାଙ୍କ ନାମ ପ୍ରକାଶ କରିବାକୁ...

ଗାଁ ଦେଶର ମେରୁଦଣ୍ଡ

ଭାରତ ହେଉଛି ବିବିଧତାର ଦେଶ। ଯେତେବେଳେ ଦେଶର ସମଗ୍ର ବିକାଶ ବିଷୟରେ କଥା ଉଠେ, ସେତେବେଳେ ତୃଣମୂଳସ୍ତରରୁ ତାହା ଆରମ୍ଭ ହୋଇଥାଏ। କେବଳ କେନ୍ଦ୍ର ସରକାର...

୪ ବିଧାୟକଙ୍କ କଟିଲା ଟିକେଟ୍‌: ୬ରୁ ୫ ନୂଆମୁହଁ

ଭୁବନେଶ୍ୱର,୨୨।୪: ବିଜେଡିର ସପ୍ତମ ପର୍ଯ୍ୟାୟ ପ୍ରାର୍ଥୀ ତାଲିକା ସୋମବାର ପ୍ରକାଶ କରିଛି। ୬ଟି ବିଧାନସଭା ଆସନ ପାଇଁ ପ୍ରାର୍ଥୀ ଘୋଷଣା କରିଛି ବିଜେଡି। ଘୋଷଣା ହୋଇଥିବା...

ଶିବେଇ ସାମନ୍ତରାଙ୍କ ଚତୁରତା ଲୋକମୁଖରେ ଭିନ୍ନ ରୂପ ନେଲା

ଚୁମ୍ବକଶିଳା ବସାଯିବା ପରେ ତିନିଥର ବିଫଳ ହୋଇଥିବା କାର୍ଯ୍ୟ ସଫଳ ହୋଇଥିଲା। ସହସ୍ର ମଲ୍ଲ ସେଇ ଖୁସିରେ ପୁରସ୍କାର ଘୋଷଣା କରିଥିଲେ। ଧର୍ମପଦ ମନ୍ଦିର ଶିଖରରୁ...

ଜାଣନ୍ତୁ ବିଶ୍ୱ ପୁସ୍ତକ, କପିରାଇଟ୍‌ ଦିବସର ଇତିହାସ…

ପ୍ରତିବର୍ଷ ଏପ୍ରିଲ ୨୩ରେ ବିଶ୍ୱ ପୁସ୍ତକ ଏବଂ କପିରାଇଟ୍‌ ଦିବସ ପାଳନ କରାଯାଇଥାଏ। ସମୟ ବଦଳିବା ସହିତ କମ୍ପ୍ୟୁଟର ଏବଂ ଇଣ୍ଟରନେଟ୍‌ ବର୍ତ୍ତମାନ ପୁସ୍ତକ ବି...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri