Posted inଫୁରସତ

ନୃତ୍ୟରୁ ମିଳିଥିବା ଟଙ୍କା ଘରେ ଦେଇଥିଲି: ଚିରସ୍ରୋତା ଖୁଣ୍ଟିଆ

ପୁରୀ ଜିଲା ସାକ୍ଷୀଗୋପାଳଠାରେ ମୋ ଜନ୍ମ। ସତ୍ୟବାଦୀ ବାଳିକା ଉଚ୍ଚ ବିଦ୍ୟାଳୟରୁ ମାଟ୍ରିକ୍‌ ପାସ୍‌ କରି ପୁରୀ ଏସ୍‌.ସି.ଏସ୍‌ କଲେଜରେ ଗ୍ରାଜୁଏଶନ୍‌ ଯାଏଁ ପଢ଼ିଲି। ପାଠରେ ଭଲ ଥିଲେ ବି ଯେହେତୁ ଓଡ଼ିଶୀ ନୃତ୍ୟ ପ୍ରତି ଦୁର୍ବଳତା ଥିଲା, ତେଣୁ ସେତିକିରେ ପାଠପଢ଼ା ବନ୍ଦ କରି ଓଡ଼ିଶୀ ନୃତ୍ୟରେ କ୍ୟାରିୟର୍‌ କରିବା ପାଇଁ ମନୋନିବେଶ କଲି। ଅବଶ୍ୟ ଓଡ଼ିଶୀ ନୃତ୍ୟଶିକ୍ଷା ମୋର ୩ ବର୍ଷରୁ ଆରମ୍ଭ ହୋଇଯାଇଥିଲା। କେବଳ ଓଡ଼ିଶୀ ନୁହେଁ, ଗୀତ ଶିଖିବା ପାଇଁ ବି ବାପା ମୋ ନାଁ ସାକ୍ଷୀଗୋପାଳସ୍ଥିତ ସତ୍ୟବାଦୀ ସଙ୍ଗୀତ ମହାବିଦ୍ୟାଳୟରେ ଲେଖାଇ ଦେଇଥିଲେ। କିନ୍ତୁ ସମୟକ୍ରମେ ପାଠପଢ଼ାର ଚାପ ବଢ଼ିବାରୁ ଏକକାଳୀନ ନାଚ ଓ ଗୀତ ଶିଖିବାକୁ ମୋତେ କଷ୍ଟ ହେଲା। ତେଣୁ ବାଧ୍ୟ ହେଲି ଗୀତ ଛାଡ଼ି କେବଳ ଓଡ଼ିଶୀ ନୃତ୍ୟ ଶିଖିବାକୁ। ବିଭିନ୍ନ ସମୟରେ ସତ୍ୟବାଦୀ ସଙ୍ଗୀତ ମହାବିଦ୍ୟାଳୟକୁ ବହୁ ବିଶିଷ୍ଟ ଓଡ଼ିଶୀ ନୃତ୍ୟଗୁରୁମାନେ ଆସି ପିଲାମାନଙ୍କୁ ଓଡ଼ିଶୀ ଶିକ୍ଷା ଦେଉଥିଲେ। ମୁଁ ମଧ୍ୟ ସେହି ଗୁରୁମାନଙ୍କଠାରୁ ନୃତ୍ୟ ଶିକ୍ଷା ନେଉଥିଲି। ଗୁରୁ ଗୋବିନ୍ଦ ଚନ୍ଦ୍ର ପାଲ୍‌ ଥିଲେ ମୋର ପ୍ରଥମ ଓଡ଼ିଶୀ ନୃତ୍ୟଗୁରୁ। କାଳକ୍ରମେ ଗୁରୁ ରସାନନ୍ଦ ସେଠୀ, ଗୁରୁ ଅଶୋକ କୁମାର ଦାସ, ଗୁରୁ ନାରାୟଣ ପାଣ୍ଡେ, ଗୁରୁ ଶ୍ରୀମତୀ ମିନତି ପ୍ରଧାନ, ଗୁରୁ କସ୍ତୁରୀ ପଟ୍ଟନାୟକ, ଗୁରୁ ମନୋରଞ୍ଜନ ପ୍ରଧାନ, ଗୁରୁ ଲିଙ୍ଗରାଜ ବେହେରା ପ୍ରମୁଖ ବିଶିଷ୍ଟ ନୃତ୍ୟ ଗୁରୁଙ୍କଠାରୁ ନୃତ୍ୟ ଶିକ୍ଷା ଗ୍ରହଣ କରିବା ସହ ଚଣ୍ଡୀଗଡ଼ସ୍ଥିତ ପ୍ରାଚୀନ କଳାକେନ୍ଦ୍ରରୁ ଓଡ଼ିଶୀ ନୃତ୍ୟରେ ବିଶାରଦ ବି କଲି। ତେବେ ଅଧୁନା ମୁଁ ଗୁରୁ ଲିଙ୍ଗରାଜ ସ୍ବାଇଁଙ୍କଠାରୁ ନୃତ୍ୟ ଶିକ୍ଷା ଗ୍ରହଣ କରୁଛି। ତା’ ସହିତ ୟା’ ଭିତରେ ମୁଁ ରାଜ୍ୟ ତଥା ଦେଶର ବିଭିନ୍ନ ସ୍ଥାନରେ ଓଡ଼ିଶୀ ନୃତ୍ୟ ପରିବେଷଣ କରି ବହୁ ସମ୍ମାନ ଓ ପୁରସ୍କାର ମଧ୍ୟ ପାଇସାରିଛି। ଯେମିତିକି ଶ୍ରୀକ୍ଷତ୍ର ଉତ୍ସବ, ପୁରୀ କୁମାର ଉତ୍ସବ, ଗୁଣ୍ଡିଚା ଉତ୍ସବ, ବସନ୍ତ ଉତ୍ସବ ରଘୁରାଜପୁର, ସତ୍ୟବାଦୀ ସଙ୍ଗୀତ ଓ ନୃତ୍ୟ ଉତ୍ସବ, ୨୦୧୭ ଓ ୨୦୧୮ରେ ଭୁବନେଶ୍ୱର ଓଡ଼ିଶୀ ରିସର୍ଚ୍ଚ ସେଣ୍ଟରରେ ଅନୁଷ୍ଠିତ ହୋଇଥିବା ଅନ୍ତର୍ଜାତୀୟ ଓଡ଼ିଶୀ ନୃତ୍ୟ ଉତ୍ସବ, ଭୁବନେଶ୍ୱର ମାହାରୀ ଉତ୍ସବ, ଆଣ୍ଡାମାନ ଦ୍ୱୀପ ମହୋତ୍ସବ, କାଞ୍ଚନଜଙ୍ଗା ମହୋତ୍ସବ, ସିକିମ୍‌ ଓ ଇଣ୍ଡୋରୁସିଆ ଉତ୍ସବ, କୋଲକାତାରେ ଅନୁଷ୍ଠିତ ନୃତ୍ୟ ରୂପା ଉତ୍ସବ ଇତ୍ୟାଦି ଅନ୍ୟତମ। ସେହିପରି ମିଳିଥିବା ସମ୍ମାନ ମଧ୍ୟରେ ଇନ୍ଦ୍ରଧନୁ ସମ୍ମାନ, ନୃତ୍ୟଶ୍ରୀ ସମ୍ମାନ, ନୃତ୍ୟ ଚାରୁଶିଳା ରାଷ୍ଟ୍ରୀୟ ପୁରସ୍କାର ତଥା ସିଂହାରୀ ଶ୍ୟାମସୁନ୍ଦର କର ସମ୍ମାନ ଇତ୍ୟାଦି। ଏହାଛଡ଼ା ଦୂରଦର୍ଶନ ତରଫରୁ ମୋତେ ବି-ଗ୍ରେଡ ଆର୍ଟିଷ୍ଟର ମାନ୍ୟତା ମିଳିଛି। ଏପରିକି ୨୦୧୪-୧୫ ମସିହାରେ ସଂସ୍କୃତି ମନ୍ତ୍ରଣାଳୟ ତରଫରୁ ମୁଁ ନ୍ୟାଶନାଲ୍‌ ସ୍କଲାର୍‌ଶିପ୍‌ ବି ପାଇଛି। ତେବେ ଓଡ଼ିଶୀ ନୃତ୍ୟକୁ ମୁଁ କେବେ ବି ପେସା କରିବାକୁ ଚେଷ୍ଟା କରିନାହିଁ। ବରଂ ଏହା ମୋ ଜୀବନର ଏକ ଅଭିନ୍ନ ଅଙ୍ଗ ପାଲଟି ଯାଇଛି। ଆଜିଯାଏଁ ବି ମୋର ଶିକ୍ଷା ସମାପ୍ତ ହୋଇନି। ଓଡ଼ିଶୀ ନୃତ୍ୟ ନିଜେ ଯେମିତି ଶିଖୁଛି ସେମିତି ଅନ୍ୟମାନଙ୍କୁ ଶିଖାଇବାକୁ ମଧ୍ୟ ମୋର ଚେଷ୍ଟା ଜାରି ରହିଛି। ବର୍ତ୍ତମାନ ମୁଁ ସତ୍ୟବାଦୀ ସଙ୍ଗୀତ ମହାବିଦ୍ୟାଳୟରେ କୁନି କୁନି କଳାକାରମାନଙ୍କୁ ନୃତ୍ୟ ଶିକ୍ଷା ପ୍ରଦାନ କରି ସେମାନଙ୍କୁ କଳା ସଂସ୍କୃତି ଜଗତରେ ପରିଚିତ କରାଇବାକୁ ଜୀବନର ଲକ୍ଷ୍ୟ ଭାବି ନେଇଛି। ତା’ସହିତ ସତ୍ୟବାଦୀରେ ଶାସ୍ତ୍ରୀୟ ନୃତ୍ୟ ଓ ଶାସ୍ତ୍ରୀୟ ସଙ୍ଗୀତ କିପରି ବଞ୍ଚତ୍ ରହିବ ସେଥିପାଇଁ ଆଜକୁ ପ୍ରାୟ ୧୦ ବର୍ଷ ହେବ ଏକ ଶାସ୍ତ୍ରୀୟ ନୃତ୍ୟ ସଙ୍ଗୀତ ଉତ୍ସବ ସାକ୍ଷୀଗୋପାଳରେ ଆୟୋଜନ କରିବାରେ ସହଯୋଗ କରିଆସୁଅଛି। ତେବେ ମୋର ଯେତିକି ମନେଅଛି, ଛୋଟ ଥିବାବେଳେ ଥରେ ଗାଁ ଡ୍ରାମାରେ ମୁଁ ନୃତ୍ୟ ପରିବେଷଣ କରିଥିଲି, ଯେଉଁଥିରେ ଖୁସି ହୋଇ ଗାଁ ଲୋକେ ମୋତେ ଦୁଇ ଶହ କି ତିନି ଶହ ଟଙ୍କା ଦେଇଥିଲେ। ଆଉ ମୁଁ ସେହି ଟଙ୍କାକୁ ନେଇ ଘରେ ଦେଇ ଦେଇଥିଲି। ତା’ ପରଠୁ ମୁଁ କେବେ ବି ପଇସାକୁ ଗୁରୁତ୍ୱ ଦେଇନାହିଁ ବରଂ ନିଜ ଭିତରେ ଥିବା କଳାକୁ କେମିତି ମାର୍ଜିତ କରିବି ସେ ଚେଷ୍ଟା କରିଛି। ସତ କହିବାକୁ ଗଲେ ବାହାଘର ପୂର୍ବରୁ ମୁଁ କେବଳ ଶିଖିବା ପାଇଁ ଓଡ଼ିଶୀ ନାଚୁଥିଲି, ହେଲେ ଓଡ଼ିଶୀ କ୍ଷେତ୍ରରେ ନାଁ କମାଇବା ମୋର ବାହାଘର ପରେ ହିଁ ଆରମ୍ଭ ହୋଇଥିଲା। ଏ କ୍ଷେତ୍ରରେ ମୋ ସ୍ବାମୀ ବଦ୍ରି ନାରାୟଣ ଖୁଣ୍ଟିଆ ମୋତେ ଖୁବ୍‌ ସାହାଯ୍ୟ ଓ ସହଯୋଗ କରିଥିଲେ। ଆଉ ତାଙ୍କରି ପାଇଁ ମୁଁ ବିଭିନ୍ନ ସ୍ଥାନରେ ନୃତ୍ୟ ପରିବେଷଣ କରି ନିଜର ଏକ ସ୍ବତନ୍ତ୍ର ପରିଚୟ ସୃଷ୍ଟି କରିପାରିଲି।

– ଅମ୍ବ୍ରିତା


Enter your email to get our daily news in your inbox.

All Right Reserved By Dharitri.Com

ଓଡ଼ିଶାର ଶ୍ରେଷ୍ଠ ପାଞ୍ଚ ଜଳ ପ୍ରପାତ

ସାନଘାଗରା ଜଳପ୍ରପାତ କେନ୍ଦୁଝର ସହରଠାରୁ ମାତ୍ର ୬ କି.ମି. ଦୂରରେ ରହିଛି ସାନଘାଘରା ଜଳପ୍ରପାତ। ସାନମାଛ କାନ୍ଦଣା ନଦୀର ଜଳ ଏଠାରେ ତଳକୁ ବିରାଟକାୟ ସ୍ରୋତରେ କଚାଡ଼ି…

ଭୁବନେଶ୍ୱର ଫୁଲ ଦୋକାନ

ଫର୍ନସ ଏନ୍‌ ପେଟାଲ୍‌ସ   ଏହା ରାଜଧାନୀର ଏକ ବଡ଼ ଫୁଲ ଦୋକାନ ଭାବେ ପରିଗଣିତ। ୧୧ବର୍ଷ ତଳେ ପ୍ରଥମ କରି ଶହୀଦନଗରରେ ଆରମ୍ଭ ହୋଇଥିଲା। ବର୍ତ୍ତମାନ…

ଶ୍ରେଷ୍ଠ ପାଞ୍ଚ ଭୁବନେଶ୍ୱର ଜିମ

କଳିଙ୍ଗ ଫିଟନେସ୍‌ ଜୟଦେବ ବିହାର ରୋଡ ବିଜୁ ପଟ୍ଟନାୟକ କଲେଜ ନିକଟରେ ରହିଛି କଳିଙ୍ଗ ଫିଟନେସ ଜିମ୍‌। ୪ବର୍ଷ ତଳେ ଖୋଲାଯାଇଥିବା ଏହି ଜିମ୍‌ରେ ସବୁ ପ୍ରକାର…

ଓଡ଼ିଶାର ଶ୍ରେଷ୍ଠ ପାଞ୍ଚ ପର୍ଯ୍ୟଟନସ୍ଥଳ

ସପ୍ତଶଯ୍ୟା ଢେଙ୍କାନାଳ ଜିଲାରେ ଅବସ୍ଥିତ ସପ୍ତଶଯ୍ୟା ପର୍ଯ୍ୟଟନ ସ୍ଥଳ ସାତ ପାହାଡ଼, ଝରଣା ଏବଂ ଜଙ୍ଗଲରେ ପରିପୂର୍ଣ୍ଣ। ଏଠାରେ ରହିଛି ଶ୍ରୀରାମଙ୍କ ମନ୍ଦିର। ସପ୍ତଶଯ୍ୟାର ଶୀତଳ ପରିବେଶ…

କଟକ ଦହିବରା ଆଳୁଦମ

ବାରବାଟୀ ଷ୍ଟାଡିୟମର ରମେଶ ଗୋଛି ସକାଳ ୭ଟାରୁ ଆରମ୍ଭ କରି ରାତି ୧୦ଟା ଯାଏ ବାରବାଟୀ ଷ୍ଟାଡିୟମ ନିକଟରେ ରମେଶଙ୍କ ଷ୍ଟଲ ଖୋଲିଥାଏ। ପରିବାରର ସବୁ ସଦସ୍ୟ…

ଶ୍ରେଷ୍ଠ ପାଞ୍ଚ ଭୁବନେଶ୍ୱରର ପାର୍କ

ମହାତ୍ମା ଗାନ୍ଧୀ ପାର୍କ ପାର୍କଟି ଜୟଦେବ ବିହାରସ୍ଥିତ ନନ୍ଦନକାନନ ରୋଡ୍‌ର ଜନତା ମଇଦାନ ନିକଟରେ ଅବସ୍ଥିତ। ପାର୍କ ଭିତରେ ମହାତ୍ମା ଗାନ୍ଧୀଙ୍କ ପ୍ରାର୍ଥନା କରୁଥିବା ମୁଦ୍ରାରେ ମୂର୍ତ୍ତି…

ଶ୍ରେଷ୍ଠ ପାଞ୍ଚ ପୁରୀର ମଠ

ହାତୀ ଆଖଡ଼ା ମଠ ପୁରୀ ବଳଗଣ୍ଡି ନିକଟରେ ବଡ଼ଦାଣ୍ଡର ମୁଖ୍ୟ ରାସ୍ତାରେ ହାତୀ ଆଖଡା ମଠ ଅବସ୍ଥିତ। ଶ୍ରୀରାମାନନ୍ଦୀ ସମ୍ପ୍ରଦାୟର ନିର୍ବାଣୀ ଆଖଡା ରୂପେ ଏହା ପରିଚିତ।…

ଶ୍ରେଷ୍ଠ ପାଞ୍ଚ ଓଡ଼ିଶାର ପ୍ରସିଦ୍ଧ ଶୈବପୀଠ

ହରିଶଙ୍କର ବଲାଙ୍ଗୀରଠାରୁ ୮୦ କି.ମି. ଦୂରରେ ଗନ୍ଧମାର୍ଦ୍ଦନ ପର୍ବତ ପାଦଦେଶରେ ଅବସ୍ଥିତ ପ୍ରସିଦ୍ଧ ତୀର୍ଥ ତଥା ଶୈବପୀଠ ହରିଶଙ୍କର। ଏଠାକାର ମନ୍ଦିରର ପରିବେଶ ଏବଂ ଆକର୍ଷଣୀୟ ଝରଣା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?