Posted inଫୁରସତ

ପ୍ରଥମ ରୋଜଗାର ଟଙ୍କା ବାପାଙ୍କ ହାତରେ ଦେଇଥିଲି: ହାସ୍ୟାଭିନେତା ଭକ୍ତ ପ୍ରହ୍ଲାଦ ଚରଣ

ଖୋର୍ଦ୍ଧା ଜିଲା ଅନ୍ତର୍ଗତ ଓଳସିଂହ ହେଉଛି ଆମ ଗାଁ। କିନ୍ତୁ ଆମେ ଛଅ ଭାଇଭଉଣୀ (୨ ଭାଇ ଓ ୪ ଭଉଣୀ) ସମସ୍ତେ ଜନ୍ମ ହୋଇଥିଲୁ ଭୁବନେଶ୍ୱରରେ। କାରଣ ବାପା ସେତେବେଳେ ଭୁବନେଶ୍ୱରରେ ଚାକିରି କରୁଥିଲେ। ବଡ଼ ଭାଇ, ତା’ ତଳକୁ ମୁଁ ଆଉ ମୋ ତଳକୁ ଚାରି ଭଉଣୀ। ମାଟ୍ରିକ୍‌ ସରିବା ପରେ ଘରର ପରିସ୍ଥିତିକୁ ଦେଖି ମୁଁ ଆଉ ଆଗକୁ ପାଠ ନ ପଢି କିଛି ରୋଜଗାର କରିବାକୁ ଚିନ୍ତା କଲି। ସେଥିପାଇଁ ବାପାଙ୍କଠୁ କିଛି ଟଙ୍କା ନେଇ ଗୋଟିଏ ଛୋଟ ଟେଣ୍ଟ ହାଉସ୍‌ଟେ ଗଢିଲି। ସୌଭାଗ୍ୟକୁ ସେଇଟା ଭଲ ଚାଲିଲା। ଆଉ ସେଥିରୁ ଯାହା ରୋଜଗାର ହେଲା ସବୁ ନେଇ ଘରଖର୍ଚ୍ଚ ପାଇଁ ବାପାଙ୍କୁ ଦେଲି। ଅବଶ୍ୟ ସେତେବେଳେକୁ ମୁଁ ଡ୍ରାମାରେ ହାସ୍ୟାଭିନୟ କରିବା ଆରମ୍ଭ କରି ଦେଇଥାଏ। ଅଭିନୟର କଳା ମୁଁ ବାପାଙ୍କଠାରୁ ଶିଖିଥିଲି। କାରଣ ବାପା ଚାକିରି କରିବା ସହ ଅଭିନୟ ମଧ୍ୟ କରୁଥିଲେ। ଏପରିକି ଡ୍ରାମାରେ ନିର୍ଦ୍ଦେଶନା ବି ଦେଉଥିଲେ। ବାପାଙ୍କୁ ଦେଖି ମୋ ମନରେ ଅଭିନୟ ପ୍ରତି ଆଗ୍ରହ ଆସିବାରୁ ଡ୍ରାମାରେ ଅଭିନୟ କରିବାକୁ ଲାଗିଲି। ମୋର ହାସ୍ୟାଭିନୟ ଲୋକଙ୍କୁ ଖୁବ୍‌ ପସନ୍ଦ ଆସୁଥିଲା; ଆଉ ତାହା ହିଁ ମୋତେ ବାଟ କଢାଇନେଲା ଟେଲିଭିଜନ ଜଗତକୁ। ୧୯୯୫ରେ ‘ଛାନିଆ’ ଧାରାବାହିକ ପାଇଁ ମୁଁ ପ୍ରଥମେ ଅଫର୍‌ ପାଇଲି। ଡ୍ରାମାରେ ସିନା ପୃଷ୍ଠା ପୃଷ୍ଠା ସଂଳାପ ମନେ ରଖି ଅନର୍ଗଳ ଷ୍ଟେଜ୍‌ରେ କହି ପକାଉଥିଲି ହେଲେ ଯେବେ ପ୍ରଥମ କରି କ୍ୟାମେରାକୁ ସାମ୍ନା କଲି ମୋତେ ବହୁତ ଡର ଲାଗୁଥିଲା। କେତେବେଳେ ଡାଇଲଗ୍‌ ଭୁଲି ଯାଉଥିଲି ତ କେତେବେଳେ କ’ଣ ଆକ୍ସନ କରିବାକୁ ହେବ ତାହା ମନେ ପଡୁ ନଥିଲା। ବାରମ୍ବାର ମୋ ପାଇଁ ଟେକ୍‌ ନେବାକୁ ପଡୁଥିଲା। ନିଜକୁ ବହୁତ ଖରାପ ଲାଗୁଥିଲା। କିନ୍ତୁ ନିର୍ଦ୍ଦେଶକ ମୋତେ ସାହାସ ଦେଲେ ଆଉ ମୋର ଆତ୍ମବିଶ୍ୱାସ ବଢାଇଲେ। ତା’ପରଠୁ ମୁଁ ଆଉ ପଛକୁ ଫେରି ଚାହିଁନି। ଗୋଟିଏ ପରେ ଗୋଟିଏ ଧାରାବାହିକ, ତା’ପରେ ଅନେକ ଚଳଚ୍ଚିତ୍ରରେ ବି ହାସ୍ୟାଭିନୟ କରି ଲୋକଙ୍କ ହୃଦୟରେ ନିଜ ପାଇଁ ଏକ ସ୍ବତନ୍ତ୍ର ସ୍ଥାନ ଅଧିକାର କରିବାରେ ସକ୍ଷମ ହେଲି। ଏଥିସହିତ ୧୯୯୬ରୁ ମୁଁ ଡାଇରେକ୍ଟୋରେଟ୍‌ ଅଫ୍‌ କୋଅପରେଟିଭ୍‌ ଅଡିଟ୍‌ କାର୍ଯ୍ୟାଳୟରେ ଚାକିରି କରିଆସୁଛି। ତେବେ ଏଠାରେ ମୁଁ ଗୋଟେ କଥା କହି ରଖିବାକୁ ଚାହେଁ ଯେ, ଜୀବନର ପ୍ରତିଟି ପାହାଚରେ ମୁଁ ଯେତେବେଳେ ଯାହା ବି ରୋଜଗାର କରିଛି ସବୁକିଛି ମୋ ପରିବାର ପାଇଁ ଉତ୍ସର୍ଗୀକୃତ କରି ଦେଇଛି। କାରଣ ସେମାନଙ୍କ ଖୁସିରେ ମୋ ଖୁସି। ଭଗବାନଙ୍କ କୃପା ମୋ ଉପରେ ରହିଛି, ତେଣୁ ସବୁକିଛି ଆଜିଯାଏଁ ଠିକ୍‌ଠାକ୍‌ ଚାଲିଆସିଛି ଆଉ ଆଗକୁ ବି ଏମିତି ଚାଲୁଥାଉ ଏତିକି ହିଁ ମୁଁ ତାଙ୍କ ପାଖେ ମିନତୀ କରୁଛି।
-ଅମ୍ବ୍ରିତା


Enter your email to get our daily news in your inbox.

All Right Reserved By Dharitri.Com

ଓଡ଼ିଶାର ଶ୍ରେଷ୍ଠ ପାଞ୍ଚ ଜଳ ପ୍ରପାତ

ସାନଘାଗରା ଜଳପ୍ରପାତ କେନ୍ଦୁଝର ସହରଠାରୁ ମାତ୍ର ୬ କି.ମି. ଦୂରରେ ରହିଛି ସାନଘାଘରା ଜଳପ୍ରପାତ। ସାନମାଛ କାନ୍ଦଣା ନଦୀର ଜଳ ଏଠାରେ ତଳକୁ ବିରାଟକାୟ ସ୍ରୋତରେ କଚାଡ଼ି…

ଭୁବନେଶ୍ୱର ଫୁଲ ଦୋକାନ

ଫର୍ନସ ଏନ୍‌ ପେଟାଲ୍‌ସ   ଏହା ରାଜଧାନୀର ଏକ ବଡ଼ ଫୁଲ ଦୋକାନ ଭାବେ ପରିଗଣିତ। ୧୧ବର୍ଷ ତଳେ ପ୍ରଥମ କରି ଶହୀଦନଗରରେ ଆରମ୍ଭ ହୋଇଥିଲା। ବର୍ତ୍ତମାନ…

ଶ୍ରେଷ୍ଠ ପାଞ୍ଚ ଭୁବନେଶ୍ୱର ଜିମ

କଳିଙ୍ଗ ଫିଟନେସ୍‌ ଜୟଦେବ ବିହାର ରୋଡ ବିଜୁ ପଟ୍ଟନାୟକ କଲେଜ ନିକଟରେ ରହିଛି କଳିଙ୍ଗ ଫିଟନେସ ଜିମ୍‌। ୪ବର୍ଷ ତଳେ ଖୋଲାଯାଇଥିବା ଏହି ଜିମ୍‌ରେ ସବୁ ପ୍ରକାର…

ଓଡ଼ିଶାର ଶ୍ରେଷ୍ଠ ପାଞ୍ଚ ପର୍ଯ୍ୟଟନସ୍ଥଳ

ସପ୍ତଶଯ୍ୟା ଢେଙ୍କାନାଳ ଜିଲାରେ ଅବସ୍ଥିତ ସପ୍ତଶଯ୍ୟା ପର୍ଯ୍ୟଟନ ସ୍ଥଳ ସାତ ପାହାଡ଼, ଝରଣା ଏବଂ ଜଙ୍ଗଲରେ ପରିପୂର୍ଣ୍ଣ। ଏଠାରେ ରହିଛି ଶ୍ରୀରାମଙ୍କ ମନ୍ଦିର। ସପ୍ତଶଯ୍ୟାର ଶୀତଳ ପରିବେଶ…

କଟକ ଦହିବରା ଆଳୁଦମ

ବାରବାଟୀ ଷ୍ଟାଡିୟମର ରମେଶ ଗୋଛି ସକାଳ ୭ଟାରୁ ଆରମ୍ଭ କରି ରାତି ୧୦ଟା ଯାଏ ବାରବାଟୀ ଷ୍ଟାଡିୟମ ନିକଟରେ ରମେଶଙ୍କ ଷ୍ଟଲ ଖୋଲିଥାଏ। ପରିବାରର ସବୁ ସଦସ୍ୟ…

ଶ୍ରେଷ୍ଠ ପାଞ୍ଚ ଭୁବନେଶ୍ୱରର ପାର୍କ

ମହାତ୍ମା ଗାନ୍ଧୀ ପାର୍କ ପାର୍କଟି ଜୟଦେବ ବିହାରସ୍ଥିତ ନନ୍ଦନକାନନ ରୋଡ୍‌ର ଜନତା ମଇଦାନ ନିକଟରେ ଅବସ୍ଥିତ। ପାର୍କ ଭିତରେ ମହାତ୍ମା ଗାନ୍ଧୀଙ୍କ ପ୍ରାର୍ଥନା କରୁଥିବା ମୁଦ୍ରାରେ ମୂର୍ତ୍ତି…

ଶ୍ରେଷ୍ଠ ପାଞ୍ଚ ପୁରୀର ମଠ

ହାତୀ ଆଖଡ଼ା ମଠ ପୁରୀ ବଳଗଣ୍ଡି ନିକଟରେ ବଡ଼ଦାଣ୍ଡର ମୁଖ୍ୟ ରାସ୍ତାରେ ହାତୀ ଆଖଡା ମଠ ଅବସ୍ଥିତ। ଶ୍ରୀରାମାନନ୍ଦୀ ସମ୍ପ୍ରଦାୟର ନିର୍ବାଣୀ ଆଖଡା ରୂପେ ଏହା ପରିଚିତ।…

ଶ୍ରେଷ୍ଠ ପାଞ୍ଚ ଓଡ଼ିଶାର ପ୍ରସିଦ୍ଧ ଶୈବପୀଠ

ହରିଶଙ୍କର ବଲାଙ୍ଗୀରଠାରୁ ୮୦ କି.ମି. ଦୂରରେ ଗନ୍ଧମାର୍ଦ୍ଦନ ପର୍ବତ ପାଦଦେଶରେ ଅବସ୍ଥିତ ପ୍ରସିଦ୍ଧ ତୀର୍ଥ ତଥା ଶୈବପୀଠ ହରିଶଙ୍କର। ଏଠାକାର ମନ୍ଦିରର ପରିବେଶ ଏବଂ ଆକର୍ଷଣୀୟ ଝରଣା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?