Posted inଫୁରସତ

ପ୍ରଥମ ରୋଜଗାର ବାପାଙ୍କୁ ଦେଇଥିଲି: ନିର୍ମଳ ଚନ୍ଦ୍ର ଶୂରଦେଓ

ନୟାଗଡ଼ରେ ମୋର ଜନ୍ମ ଆଉ ପାଠପଢା। ସ୍ଥାନୀୟ ବ୍ରଜେନ୍ଦ୍ର ଉଚ୍ଚ ବିଦ୍ୟାଳୟରୁ ମାଟ୍ରିକ୍‌ ପାସ୍‌ କରିବା ପରେ ନୟାଗଡ଼ କଲେଜରେ ଯୁକ୍ତ ଦୁଇ ଓ ଯୁକ୍ତ ତିନି ପଢିଲି। ତା’ପରେ ବାଣୀବିହାରରେ ଓଡ଼ିଆରେ ପି.ଜି କଲି। ପି.ଜି ଶେଷ ହେବାର କିଛିଦିନ ପରେ ଅର୍ଥାତ୍‌ ୧୯୮୮ରେ ନୟାଗଡ଼ ଚିନି କଳରେ ଜୁନିୟର୍‌ ଆସିଷ୍ଟାଣ୍ଟ ଭାବେ ମୋତେ ଚାକିରି ମିଳିଲା। ବେତନ ମାସକୁ ୯୦୦ ଟଙ୍କା। ପ୍ରଥମ ମାସ ଯେବେ ଦରମା ପାଇଲି ଖୁସିରେ ବାପାଙ୍କୁ ଆଣି ଦେଲି। ବାପାବୋଉ ବହୁତ ଖୁସି ହେଲେ। କିନ୍ତୁ ସେମାନେ ଟଙ୍କା ରଖିଲେନି। ମୋତେ ଫେରାଇ ଦେଇ କହିଲେ, ଆମର ଟଙ୍କା କ’ଣ ହେବ ତୁ ରଖ ଖର୍ଚ୍ଚ କରିବୁ। ବାପାବୋଉଙ୍କର ମୁଁ ଗୋଟିଏ ବୋଲି ପୁଅ ଥିଲି। ବାପା ବି ପେନ୍‌ସନ୍‌ ପାଉଥିଲେ। ମୋ ଉପରେ ଘରର ଦାୟିତ୍ୱ ସେମିତି କିଛି ନଥିଲା। ତେଣୁ ଦରମା ଟଙ୍କାକୁ ମୁଁ ମୋ ହିସାବରେ ଖର୍ଚ୍ଚ କଲି। ୨୦୦୦ ମସିହା ପର୍ଯ୍ୟନ୍ତ ଏମିତି ଚାଲିଲା। ତା’ପରେ ଉକ୍ତ ଚିନି କଳଟିକୁ ବନ୍ଦ କରିଦେବାକୁ ସରକାର ନିଷ୍ପତି ନେବାରୁ ଚାକିରିରୁ ଭିଆର୍‌ଏସ୍‌ ନେଇଗଲି। ଆଉ ୨୦୦୧ରେ ‘ସମ୍ବାଦ ପରମ୍ପରା’ ନାମରେ ଏକ ସାପ୍ତାହିକ ଖବରକାଗଜ ନୟାଗଡ଼ରୁ ପ୍ରକାଶ କଲି, ଯାହା ଏବେ ବି ଚାଲିଛି। ତା’ସହିତ ପରମ୍ପରା ପ୍ରକାଶନ ନାମରେ ଏକ ପ୍ରକାଶନ ସଂସ୍ଥା ମଧ୍ୟ ମୋର ଅଛି। ଏଥିସହିତ କବିତା, ନାଟକ, ପ୍ରବନ୍ଧ, ସମାଲୋଚନ ମୂଳକ ଲେଖା ଲେଖିବାରେ ବି ଖୁବ୍‌ ରୁଚି ରହିଛି। ୟା’ ଭିତରେ ତିନୋଟି କବିତା ସଂକଳନ ମୋର ପ୍ରକାଶ ପାଇସାରିଲାଣି; ଯଥା: ‘ରାଧିକା’, ‘ଓଢଣା ତଳର ଶୀତ’, ‘ବିବିଧ ବର୍ଣ୍ଣା’। ସେହିପରି ନୟାଗଡ଼ର କେତେଜଣ ବିଶିଷ୍ଟ ବ୍ୟକ୍ତିତ୍ୱଙ୍କ ସମ୍ପର୍କରେ ଜାଣିବା ପାଇଁ ମୁଁ ‘ନୟାଗଡ଼ର ଗର୍ବ ଓ ଗୌରବ’ ନାମକ ଏକ ପୁସ୍ତକ ସଂକଳନ ମଧ୍ୟ କରିଛି। ‘ସ୍ମରଣିକା ନାଟ୍ୟରଥି ଗୋବିନ୍ଦ ଚନ୍ଦ୍ର ଶୂରଦେଓ’ ନାମରେ ମୋର ଆଉ ଏକ ସଂକଳନ ମଧ୍ୟ ରହିଛି। କେବଳ ଏତିକି ନୁହେଁ ‘ଭକ୍ତର ଭଗବାନ’ ଏବଂ ‘ଶ୍ରୀ ନୀଳମାଧବ’ ନାମରେ ଦୁଇଟି ନାଟକ ପୁସ୍ତକ ବି ମୋର ପ୍ରକାଶ ପାଇସାରିଛି। ଏଥିସହିତ ‘ପରମ୍ପରା’ ନାମକ ସାହିତ୍ୟ ଓ ସଂସ୍କୃତି ପରିଷଦର ମୁଁ ହେଉଛି ପ୍ରତିଷ୍ଠାତା। ତା’ଛଡ଼ା ଗତ ଛଅ ବର୍ଷ ହେବ ‘ନୟାଗଡ଼ ଲାଇଟ୍‌’ ନାମରେ ଏକ ଇଂରାଜୀ ପାକ୍ଷିକ ଏବଂ ଗତ ବର୍ଷେ ହେବ ‘କୁସୁମାଂଜଳି’ ନାମକ ଏକ ମାସିକ ସମ୍ବାଦ ଓ ସାହିତ୍ୟ ପତ୍ରିକା ମଧ୍ୟ ମୁଁ ପ୍ରକାଶିତ କରିଆସୁଛି। ଏସବୁବାଦ୍‌ ନୟାଗଡ଼ ବିକାଶ ପରିଷଦର ମୁଁ ହେଉଛି ଆଜୀବନ ସଦସ୍ୟ। ତା’ସହିତ ନୟାଗଡ଼ ସାର୍ବଜନୀନ ଦୁର୍ଗାପୂଜା ସମିତିର ଆଜକୁ ୧୧ ବର୍ଷ ହେବ ସଭାପତି ଦାୟିତ୍ୱ ମୁଁ ତୁଳାଇଆସୁଛି। ଏହାଛଡ଼ା ଅଧ୍ୟାପକ ହେବାର ଇଚ୍ଛା ଥିବାରୁ ମଝିରେ କିଛିଦିନ ଚୁକ୍ତି ଭିତ୍ତିକ ଅଧ୍ୟାପକ ଭାବେ ନୟାଗଡ଼ ସ୍ବୟଂ ଶାସିତ ମହାବିଦ୍ୟାଳୟ ଏବଂ ରଘୁନାଥ ସମବାୟ ମହାବିଦ୍ୟାଳୟରେ କାମ କରିଥିଲି। କିନ୍ତୁ ଆଖି ଦୃର୍ଶିଆ ଦରମା ନ ମିଳିବାରୁ ସେ ଚାକିରି ବି ଛାଡିଦେଇ ଲେଖାଲେଖିକୁ ଅଧିକ ଗୁରୁତ୍ୱ ଦେଲି। ତେଣୁ ମୁଁ ଆଜି ଯେଉଁ ସ୍ଥାନରେ ପହଁଞ୍ଚିତ୍ଛି ତା’ପଛରେ ଭଗବାନ ଏବଂ ମୋ ବାପା ଓ ଜେଜେବାପାଙ୍କ ଆର୍ଶୀବାଦକୁ ମୁଁ ଶ୍ରେୟ ଦେବି।


Enter your email to get our daily news in your inbox.

All Right Reserved By Dharitri.Com

ରୋଜ୍‌ ଡେ’: ଗୋଲାପ ପ୍ରେମ ବଢ଼ାଇବା ସହ ଆଣିଥାଏ ସୁନିଦ୍ରା

ଭାଲେଣ୍ଟାଇନ୍‌ ସପ୍ତାହ ରୋଜ୍‌ ଡେ’ରୁ ହିଁ ଆରମ୍ଭ ହୋଇଥାଏ। ଅର୍ଥାତ୍‌ ଫେବୃୟାରୀ ୭ରୁ ୧୪ ପର୍ଯ୍ୟନ୍ତ ଯୁବବର୍ଗ ଏହାକୁ ପାଳନ କରିଥା’ନ୍ତି। ଗୋଲାପ ମାଧ୍ୟମରେ ଆଜିର...

ମହିଳା ଅନ୍‌ଲାଇନ୍‌ରେ ଅର୍ଡର କରିଥିଲେ ଚିକେନ ନଗେଟ୍‌ : ପ୍ୟାକେଟରେ ଥିଲା ଏମିତି କିଛି…

ଯଦି ଅନ୍‌ଲାଇନ୍ରେ‌ କିଛି ଖାଇବା ଅର୍ଡର କରୁଛନ୍ତି ତେବେ ସାବଧାନ ହୋଇଯାଆନ୍ତୁ। କାରଣ ଲିଡ୍‌ସ୍‌, ଇଂଲଣ୍ଡର ଲିଲି ଡେଣ୍ଟନ ନାମକ ମହିଳା ଅନ୍‌ଲାଇରେ ଏକ ସାଇଡ୍‌ରୁ...

କମ୍ପ୍ୟୁଟର ଗର୍ଲ

ହିସାର: କମ୍ପ୍ୟୁଟର ଠାରୁ ବି ଶୀଘ୍ର ଉତ୍ତର ଦେଇପାରୁଛନ୍ତି ଦୁଇ ବର୍ଷର ବାଳିକା । ସେଥିପାଇଁ ଏବେ ଏହି ବାଳିକାଙ୍କୁ କମ୍ପ୍ୟୁଟର ଗର୍ଲ କୁହାଯାଉଛି। ଏଭଳି...

ଅଜବ ନିଶା : କାର କିଣିବାକୁ ୧୧ ଲକ୍ଷ ନକଲି ନୋଟ୍‌ ଛାପିଲେ ଯୁବତୀ

ଜଣେ ଯୁବତୀଙ୍କ ଅଜବ ନିଶା ସମ୍ପର୍କରେ ଜାଣିଲେ ଆଶ୍ଚର୍ଯ୍ୟ ହୋଇଯିବେ। ଯୁବତୀଙ୍କ ପାଖରେ କାର୍‌ କିଣିବା ପାଇଁ ଟଙ୍କା ନ ଥିଲା। କିନ୍ତୁ କାର କିଣିବାର...

ଏହି ଦେଶରେ ଅପରାଧୀଙ୍କୁ ମିଳେ ଅଜବ ଦଣ୍ଡ, ଯାହା ଆଗରୁ କେବେ ଶୁଣି ନ ଥିବେ

ଓ୍ବାଶିଂଟନ୍‌: ସାଧାରଣତଃ ଯେ କୌଣସି ଅପରାଧୀଙ୍କୁ ନ୍ୟାୟାଳୟ ଦଣ୍ଡ ତ ନିଶ୍ଚିତ ପ୍ରଦାନ କରିଥାନ୍ତି। ସେ ଛୋଟ ଅପରାଧ ହେଉ କି ବଡ଼। କିନ୍ତୁ କିଛି...

ଏଠି ବର୍ଷସାରା ପର୍ଯ୍ୟଟନ ଋତୁ

ଭାରତରେ ପର୍ଯ୍ୟଟନସ୍ଥଳୀର ଅଭାବ ନାହିଁ। କିନ୍ତୁ ତନ୍ମଧ୍ୟରୁ ବି ଏମିତି କିଛି ସ୍ଥାନ ରହିଛି; ଯେଉଁଠାରେ ବର୍ଷକ ବାରମାସ ପର୍ଯ୍ୟଟକଙ୍କର ବେଶ୍‌ ଭିଡ଼ ଲାଗି ରହୁଥିବା...

ବିନା ଦ୍ୱିଧାରେ ମୂଷା ଦେଉଛି ବିଲେଇକୁ ଚୁମ୍ବନ, ନ ଦେଖିଲେ ହେବ ନାହିଁ ବିଶ୍ୱାସ

ସୋସିଆଲ ମିଡିଆରେ କିଛିନା କିଛି ଭିଡିଓ ଏବଂ ଫଟୋ ଭାଇରାଲ ହୋଇଥାଏ। ବର୍ତ୍ତମାନ ସେଭଳି ଏକ ଭିଡିଓ ଭାଇରାଲ ହେଉଛି ଯାହାକୁ ଦେଖିଲେ ଆପଣ ମଧ୍ୟ...

ଭାରତୀୟ ଅଲମ୍ପିକ୍‌ ପଦକ ବିଜେତା କେଡି ଯାଦବଙ୍କୁ ମନେ ପକାଇଲା ଗୁଗଲ୍‌

ଭାରତୀୟ ଭେଟେରାନ ରେସଲର ଖାଶାବା ଦାଦାସାହେବ ଯାଦବଙ୍କ ୯୭ତମ ଜନ୍ମ ବାର୍ଷିକୀ॥ ଏହି ଅବସରରେ, ସର୍ଚ୍ଚ ଇଞ୍ଜିନ ଗୁଗଲ ଏକ ବିଶେଷ ଡୁଡଲ ତିଆରି କରି...

Advertisement
Archives

Model This Week