ନୂଆଦିଲ୍ଲୀ,୯।୪: ୨୦୨୦ ଅଗଷ୍ଟ ୧୫ରେ ଅନ୍ତର୍ଜାତୀୟ କ୍ରିକେଟରୁ ସନ୍ୟାସ ଘୋଷଣା କରିଥିଲେ ମହେନ୍ଦ୍ର ସିଂହ ଧୋନୀ। ପରେ ସେ ଆଇପିଏଲ୍ ଖେଳିବେ କି ନାହିଁ ନେଇ ଆଶଙ୍କା ସୃଷ୍ଟି ହୋଇଥିଲା। ମାତ୍ର ସେ ‘ଡେଫିନାଇଟଲି ନଟ୍’ କହି ଆଲୋଚନାକୁ ବନ୍ଦ କରିଥିଲେ। ମାତ୍ର ଏବେ ପୁଣି ସେଭଳି ଚର୍ଚ୍ଚା ହେଉଛି। ୨୦୨୧ ଆଇପିଏଲ୍ ଧୋନୀଙ୍କ ଶେଷ ଆଇପିଏଲ୍ ବୋଲି କୁହାଯାଉଛି। ଏହାକୁ ନେଇ ପ୍ରତିକ୍ରିୟା ରଖିଛନ୍ତି ଚେନ୍ନାଇ ସୁପରକିଙ୍ଗ୍ସ(ସିଏସ୍କେ)ର ସିଇଓ କାଶି ବିଶ୍ୱନାଥନ। ସେ କହିଛନ୍ତି ସିଏସ୍କେ ଏବେ ଧୋନୀଙ୍କ ବିକଳ୍ପ ଭାବେ ଅନ୍ୟ କାହାରିକୁ ଦେଖି ନାହିଁ। ଏଣୁ ଧୋନୀଙ୍କ ଏହା ଶେଷ ବର୍ଷ ନୁହେଁ ବୋଲି ସେ କହିଛନ୍ତି। ଏହାଛଡ଼ା ରାଇନାଙ୍କୁ ନେଇ ବିଶ୍ୱନାଥନ କହିଛନ୍ତି, ସେ ଆଇପିଏଲ୍ରେ ଦୁଇବର୍ଷ ପରେ ଫେରୁଛନ୍ତି। ୨୦୧୯ରୁ ସେ ଆଇପିଏଲ୍ ଖେଳି ନାହାନ୍ତି। ପର୍ଯ୍ୟାପ୍ତ ଅଭ୍ୟାସ ନ ଥିଲେ ହେଁ ସେ ନେଟ୍ସରେ ବହୁତ ପରିଶ୍ରମ କରୁଛନ୍ତି। ସେ ଭଲ ପ୍ରଦର୍ଶନ କରିବେ ବୋଲି ଆଶା କରାଯାଉଛି।
Posted inଆଇପିଏଲ୍-୨୦୨୨, ଖେଳ