Posted inଖେଳ

‘ଭାରତରେ ଗୋଟିଏ ହେଲେ ଟେଷ୍ଟ ମ୍ୟାଚ୍‌ ଜିତିପାରିବ ନାହିଁ ଇଂଲଣ୍ଡ’

ଚେନ୍ନାଇ,୧।୨: ଭାରତ ଓ ଇଂଲଣ୍ଡ ମଧ୍ୟରେ ୪ ମ୍ୟାଚ୍‌ ବିଶିଷ୍ଟ ଟେଷ୍ଟ ସିରିଜ୍‌ ଆସନ୍ତା ୫ ତାରିଖଠାରୁ ସ୍ଥାନୀୟ ଚେପକ ଷ୍ଟାଡିୟମରେ ଆରମ୍ଭ ହେବାକୁ ଯାଉଛି। ଏହି  ସିରିଜ୍‌ରେ ଇଂଲଣ୍ଡ ଗୋଟିଏ ହେଲେ ଟେଷ୍ଟ ମ୍ୟାଚ୍‌  ଜିତିପାରିବ ନାହିଁ। ଏଭଳି ମତ ଦେଇଛନ୍ତି ପୂର୍ବତନ ଭାରତୀୟ ଓପନର ତଥା ଏମ୍‌ପି ଗୌତମ ଗମ୍ଭୀର। ତାଙ୍କ ମତରେ ଭ୍ରମଣକାରୀ ଦଳ ପାଖରେ ଥିବା ସ୍ପିନ ଆକ୍ରମଣ ଭାରତରେ ଭଲ ପ୍ରଦର୍ଶନ କଲା ଭଳି ଅଭିଜ୍ଞତା ନାହିଁ। ଇଂଲଣ୍ଡ ଦଳରେ ସ୍ପିନର ଭାବେ ମୋଇନ ଅଲି, ଡମ ବେସ ଓ ଜ୍ୟାକ ଲିଚ୍‌ ସ୍ଥାନ ପାଇଛନ୍ତି। ଏମାନଙ୍କ ମଧ୍ୟରେ ୬୦ ମ୍ୟାଚ୍‌ ଖେଳିଥିବା ମୋଇନ (୧୮୧ ଉଇକେଟ) ସବୁଠୁ ଅଭିଜ୍ଞ ଖେଳାଳି ଥିବାବେଳେ ୧୨ ଲେଖାଏ ମ୍ୟାଚ୍‌ ଖେଳିଥିବା ବେସ ଓ ଲିଚ୍‌ଙ୍କ ନାମରେ ରହିଛି ଯଥାକ୍ରମେ ୩୧ ଓ ୪୪ ଉଇକେଟ।

ସ୍ପିନ ବିଭାଗ ଦେଖିଲେ, ଇଂଲଣ୍ଡ କୌଣସି ମ୍ୟାଚ୍‌ ଜିତିବ ମୋତେ ଲାଗୁନାହିଁ। ଭାରତ ୩-୦ କିମ୍ବା ୩-୧ ବ୍ୟବଧାନରେ ସିରିଜ ଜିତିବ। କେବଳ ପିଙ୍କ ବଲ ଟେଷ୍ଟରେ ଇଂଲଣ୍ଡ ଜିତିବାର ୫୦ ପ୍ରତିଶତ ସମ୍ଭାବନା ରହିଛି ବୋଲି ୩୯ ବର୍ଷୀୟ ଗମ୍ଭୀର ଷ୍ଟାର ସ୍ପୋଟର୍‌ସର କାର୍ଯ୍ୟକ୍ରମ ‘ଗେମ ପ୍ଲାନ’ରେ କହିଛନ୍ତି।

ଫୁଲ ଫର୍ମରେ ଥିବା ଇଂଲଣ୍ଡ ଅଧିନାୟକ ଜୋ ରୁଟଙ୍କ ସମ୍ପର୍କରେ ଗମ୍ଭୀର କହିଛନ୍ତି, ଶ୍ରୀଲଙ୍କାରେ ରୁଟ ଭଲ ପ୍ରଦର୍ଶନ କରିଛନ୍ତି। ହେଲେ ଭାରତରେ ତାଙ୍କୁ ସମ୍ପୂର୍ଣ୍ଣ ଭିନ୍ନ ଚ୍ୟାଲେଞ୍ଜର ସମ୍ମୁଖୀନ ହେବାକୁ ପଡ଼ିବ। ଯଶପ୍ରୀତ ବୁମରାଙ୍କୁ ଯେ କୌଣସି ଉଇକେଟରେ ଖେଳିବା କଷ୍ଟକର। ଅଷ୍ଟ୍ରେଲିଆରେ ଚମତ୍କାର ପ୍ରଦର୍ଶନ ପରେ ଆତ୍ମ ବିଶ୍ୱାସରେ ପୂର୍ଣ୍ଣ ଥିବା ରବିଚନ୍ଦ୍ରନ ଅଶ୍ୱିନଙ୍କ ସମ୍ମୁଖୀନ ହେବା କୌଣସି ଇଂଲିଶ ବ୍ୟାଟ୍ସମ୍ୟାନଙ୍କ ପାଇଁ ସହଜ ହେବ ନାହିଁ।


Enter your email to get our daily news in your inbox.

All Right Reserved By Dharitri.Com

Posted inଖେଳ View All

ରୋମାଞ୍ଚକ ମ୍ୟାଚରେ ଦିଲ୍ଲୀ କ୍ୟାପିଟାଲ୍ସର ସଂଘର୍ଷପୂର୍ଣ୍ଣ ବିଜୟ

ନୂଆଦିଲ୍ଲୀ, ୨୪।୪: ଇଣ୍ଡିଆନ ପ୍ରିମିୟର ଲିଗ୍‌ର ବୁଧବାର ଏଠାରେ ଅନୁଷ୍ଠିତ ଏକ ରୋମାଞ୍ଚକ ମ୍ୟାଚରେ ଦିଲ୍ଲୀ କ୍ୟାପିଟାଲ୍ସ ୪ ରନରେ ସଂଘର୍ଷପୂର୍ଣ୍ଣ ବିଜୟ ହାସଲ କରିଛି।...

ରକ୍ତ ବଦଳରେ ରକ୍ତ…ପାକିସ୍ତାନ କ୍ରିକେଟ ବୋର୍ଡକୁ ଏହି ଧମକପୂର୍ଣ୍ଣ ଚିଠି ମିଳିବା ପରେ ବୋହିଗଲା ଝାଳ

ଇସଲାମାବାଦ,୨୪।୪: ଲାହୋରରେ ପାକିସ୍ତାନ ଏବଂ ନ୍ୟୁଜିଲ୍ୟାଣ୍ଡ ମଧ୍ୟରେ ହୋଇଥିବା ମ୍ୟାଚକୁ ନେଇ ଆତଙ୍କର ଛାୟା ଆସୁଛି। ଆତଙ୍କବାଦୀ ସଂଗଠନ ଇସଲାମିକ ଷ୍ଟେଟ ଆଗାମୀ କ୍ରିକେଟ ମ୍ୟାଚ...

କ୍ୟାମେରାମ୍ୟାନଙ୍କ ନଖରାମିକୁ ବରଦାସ୍ତ କରିପାରିଲେନି ଧୋନି

ନୂଆଦିଲ୍ଲୀ,୨୪।୪: ଆଇପିଏଲ ୨୦୨୪ ର ୩୯ତମ ମ୍ୟାଚରେ ଲକ୍ଷ୍ନୌ ଏକ ଚମତ୍କାର ଖେଳ ପ୍ରଦର୍ଶନ କରି ଗୁରୁତ୍ୱପୂର୍ଣ୍ଣ ମ୍ୟାଚ (ସିଏସକେ ବନାମ ଏଳଏସଜି ଆଇପିଏଲ ୨୦୨୪)...

ଚାମ୍ପିଅନ୍ସ ଟ୍ରଫି ଖେଳିବାକୁ ପାକିସ୍ତାନ ଯିବ ନାହିଁ ଭାରତ!

ନୂଆଦିଲ୍ଲୀ,୨୪।୪:ଭାରତ ଏବଂ ପାକିସ୍ତାନ ମଧ୍ୟରେ ଶେଷ ମୁକାବିଲା ୨୦୨୩ରେ ଖେଳାଯାଇଥିବା ଦିନିକିଆ ବିଶ୍ୱକପରେ ହୋଇଥିଲା, ଯାହା ଭାରତ ଦ୍ୱାରା ଆୟୋଜିତ ହୋଇଥିଲା। ବର୍ତ୍ତମାନ ଉଭୟଙ୍କ ପରବର୍ତ୍ତୀ...

ସଚିନ ତେନ୍ଦୁଲକରଙ୍କ ଏହି ୫ ମହାରେକର୍ଡ ଭାଙ୍ଗିବା ପ୍ରାୟ ଅସମ୍ଭବ

ସଚିନ ତେନ୍ଦୁଲକର ଆଜି ୫୧ତମ ଜନ୍ମଦିନ ପାଳନ କରୁଛନ୍ତି। ଭାରତୀୟ କ୍ରିକେଟ ଦଳର ପୂର୍ବତନ କିମ୍ବଦନ୍ତୀ ବ୍ୟାଟ୍ସମ୍ୟାନ ସଚିନ କ୍ୟାରିୟରରେ ଅନେକ ରେକର୍ଡ ସୃଷ୍ଟି କରିଥିଲେ।...

୫୧ ବର୍ଷରେ ପଦାର୍ପଣ କଲେ କ୍ରିକେଟର ଭଗବାନ

ନୂଆଦିଲ୍ଲୀ,୨୪।୪: ଭାରତୀୟ କ୍ରିକେଟର ଭଗବାନ କୁହାଯାଉଥିବା ସଚିନ ତେନ୍ଦୁଲକର ଆଜି ୫୧ ବର୍ଷରେ ପଦାର୍ପଣ କରିଛନ୍ତି। କ୍ରୀଡା ଏବଂ ସିନେମାର ଅନେକ ସେଲିବ୍ରିଟି ତାଙ୍କୁ ସୋସିଆଲ...

ପଏଣ୍ଟ ଟେବୁଲରେ ବଡ଼ ପରିବର୍ତ୍ତନ: ଚଳିତ ଆଇପିଏଲରେ ପ୍ରଥମ ଥର ଟପ୍‌-୪ରୁ ବାଦ୍‌ ପଡ଼ିଲା ସିଏସକେ

ନୂଆଦିଲ୍ଲୀ,୨୪।୪: ଆଇପିଏଲ ୨୦୨୪ର ୩୯ତମ ମ୍ୟାଚ ଚେନ୍ନାଇ ସୁପର କିଙ୍ଗ୍‌ସ ଏବଂ ଲକ୍ଷ୍ନୌ ସୁପର ଜିଆଣ୍ଟସ ମଧ୍ୟରେ ଖେଳାଯାଇଛି। ଏହି ମ୍ୟାଚରେ ଲକ୍ଷ୍ନୌ ଚେନ୍ନାଇକୁ ପରାସ୍ତ...

ଭାରତୀୟ ଦଳରେ ୫ ଓଡ଼ିଆ

ଭୁବନେଶ୍ୱର, ୨୪ା୪ (ବିଜୟ ରଣା): ବୁଧବାରଠାରୁ ଏପ୍ରିଲ ୨୮ ପର୍ଯ୍ୟନ୍ତ ଥାଇଲାଣ୍ଡ ରେ ହେବାକୁ ଥିବା ଏସିଆନ୍‌ ହୁଇଲ ଚେୟାର ଫେନ୍‌ସିଂ ଚାମ୍ପିୟନଶିପ୍‌ ଲାଗି ମନୋନୀତ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri