Posted inଫୁରସତ

ଦରମା ଟଙ୍କାରେ ସାଇବାବାଙ୍କର ମୂର୍ତ୍ତି କିଣିଥିଲି

ଶିକ୍ଷକତା ପ୍ରତି ସବୁବେଳେ ମୋର ଏକ ଭିନ୍ନ ଆକର୍ଷଣ ରହିଥାଏ। ହେଲେ ବି.ଇଡି ଡିଗ୍ରୀ ନଥିବା ଓ ପୁଅର ତତ୍ତ୍ୱାବଧାନରେ କାଳେ ଅବହେଳା ହୋଇଯିବ ଭାବି ଚାକିରି ଖୋଜିବାରେ ଅଯଥା ସମୟ ନଦେଇ, ଛୋଟମୋଟ କୋର୍ସ (ଯାହାର କ୍ଲାସ୍‌ ୨/୩ ଘଣ୍ଟା ଭିତରେ ସରିଯାଏ) କରିବାରେ ନିଜକୁ ବ୍ୟସ୍ତ ରଖିଥାଏ। ତା’ସହିତ ଗପ, କବିତା ଲେଖିବାରେ ରୁଚି ଥିବାରୁ ସେ ଦିଗରେ ମଧ୍ୟ ମୋର କିଛି ସମୟ ଯାଉଥାଏ। ହେଲେ ସାଇବାବାଙ୍କ ନିର୍ଦ୍ଦେଶ ବୋଧେ କିଛି ଭିନ୍ନ ଥିଲା। ଯେହେତୁ ମୁଁ ରାଉରକେଲାରେ ରହୁଥିଲି, ଦିନେ ହଠାତ୍‌ ଆମ ଘର ପାଖରେ ଥିବା ଏକ ଘରୋଇ ଓଡିଆ ମିଡିୟମ୍‌ ସ୍କୁଲ୍‌ର ଶିକ୍ଷୟିତ୍ରୀ ପ୍ରମିଳା ମହନ୍ତ କେଜାଣି କୋଉଠୁ ମୋ ଫୋନ୍‌ ନମ୍ବର ପାଇ ମୋତେ ତାଙ୍କ ସ୍କୁଲ୍‌କୁ ଡକାଇଲେ। ସେତେବେଳେ ମୁଁ ନର୍ସରୀ ଟିଚର୍ସ ଟ୍ରେନିଂ କୋର୍ସ କରୁଥାଏ। ଭାବିଲି ସେଇଠୁ ତ ଡିଟେଲ୍ସ ସବୁ ସ୍କୁଲ୍‌ମାନଙ୍କୁ ପଠାଯାଏ, ବୋଧେ ପ୍ରମିଳା ମାଡାମ୍‌ ମୋ ନମ୍ବରଟି ସେଇଠୁ ପାଇଥିବେ। ଯାହାବି ହେଉ ତାଙ୍କୁ ଦେଖା କଲା ପରେ ସେ ମୋତେ ତାଙ୍କ ସ୍କୁଲରେ ଓଡ଼ିଆ ପଢାଇବା ପାଇଁ ପ୍ରସ୍ତାବ ଦେଲେ। ଏକଥା ଶୁଣି ମୁଁ ଯେତିକି ଆଶ୍ଚର୍ଯ୍ୟ ଆଉ ଖୁସି ହେଲି କେମିତି ସମୟ ଦେବି ସେଥିପାଇଁ ବ୍ୟସ୍ତ ବି ହେଉଥିଲି। କାରଣ ସ୍କୁଲ୍‌ ସମୟ ଥିଲା ୯ଟା ୩୦ ରୁ ୪ଟା ୩୦। ଏତେ ସମୟ ଦେଇପାରିବି ନାହିଁ ବୋଲି ତାଙ୍କୁ କହିବାରୁ ସେ ଅନୁରୋଧ କରି କହିଲେ, ‘ହଠାତ୍‌ ଆମ ଓଡ଼ିଆ ଶିକ୍ଷକ କିଛି ଅସୁବିଧା ବଶତଃ ଚାକିରୀ ଛାଡ଼ି ଦେଇଛନ୍ତି, ତେଣୁ ଅନ୍ତତଃ କିଛି ମାସ ପାଇଁ ଆପଣ ଦୟାକରି ଟିକେ ଆମକୁ ସମୟ ଦିଅନ୍ତୁ।’ ଘରେ ଆସି ସବୁ କଥା କହିବାରୁ ମୋ ପୁଅ ବହୁତ ଖୁସି ହୋଇଗଲା। ସେତେବେଳେ ସିଏ ୬ଷ୍ଠ ଶ୍ରେଣୀରେ ପଢୁଥିଲା। ପୁଅ ଟିକେ ବଡ଼ ହୋଇଯାଇଥିବାରୁ ତା’ର ବେଶି କିଛି ଅବହେଳା ହେବନି ବୋଲି ସ୍ବାମୀ ହୃଦୟଙ୍ଗମ କରିପାରି ମୋତେ ଚାକିରି କରିବାକୁ ଅନୁମତି ଦେଇଦେଲେ। ନିର୍ଦ୍ଧାରିତ ଦିନ ଯାଇ ସ୍କୁଲ୍‌ରେ ଜଏନ୍‌ କଲି। ମାସ ଶେଷକୁ ଯେଉଁଦିନ ପ୍ରଥମ ଦରମା ଧରି ଘରେ ପହଞ୍ଚତ୍ଲି, ଦେହରେ ଡେଣା ଲାଗିଲା ପରି ଖୁସିରେ ଫଡ୍‌ଫଡ୍‌ ହେଉଥିଲି। ପ୍ରଥମେ ମୋ ପୁଅ ହାତରେ ଦରମାତକ ଧରେଇ ଦେଇ କହିଲି ନେ ତୋ ଖୁସିର ପାଉଣା। ଟଙ୍କାର ମୂଲ୍ୟ ସେତେବେଳେ ସିଏ କିଛି ନବୁଝିଲେ ବି ମୋ ଖୁସି ଦେଖି ବେଶ୍‌ ଖୁସିରେ ମୋତେ ଜାବୁଡ଼ି ଧରିଲା। ତା’ପରେ ଭାଗ କରି ବସିଲି ପ୍ରଥମ ଦରମା ଟଙ୍କାକୁ ପ୍ରକୃତ ହକ୍‌ଦାରମାନଙ୍କ ପାଇଁ। ଆଗେ କିଛି ଟଙ୍କାରେ ସାଇବାବାଙ୍କର ଗୋଟେ ମୂର୍ତ୍ତି କିଣିଲି। ବାପାବୋଉ ଓ ଶ୍ୱଶୁରଙ୍କ ପାଖକୁ କିଛି ଟଙ୍କା ପଠାଇଲି। ପୁଅ ଓ ସ୍ବାମୀଙ୍କ ପାଇଁ ଖଣ୍ଡେ ଖଣ୍ଡେ ଟି-ସାର୍ଟ ମଧ୍ୟ ଆଣିଲି। ତା’ପରେ ଶିକ୍ଷୟିତ୍ରୀ ପ୍ରମିଳା ମହନ୍ତଙ୍କ ପାଇଁ ମିଠା କିଣି ତାଙ୍କୁ ଦେଖା କରିବାକୁ ବି ଗଲି। ଏସବୁ ପରେ ବି ଆହୁରି କିଛି ଟଙ୍କା ବଳି ପଡିଥିଲା; ଯେଉଁଥିରୁ ଖଣ୍ଡେ ୫୦୦ ଟଙ୍କାର ନୋଟ୍‌ଟିଏ କାଢି ନିଜ ପାଖରେ ସାଇତି ରଖିଲି, ଏକ ଅପୂର୍ବ ଅନୁଭବକୁ ବାନ୍ଧି ରଖିବାର ପ୍ରୟାସରେ; ଯାହା ଏଯାବତ୍‌ ମୋ ପାଖେ ସେମିତି ସାଇତା ହୋଇ ରହିଅଛି।


Enter your email to get our daily news in your inbox.

All Right Reserved By Dharitri.Com

ବରଗଡ଼ରେ ଚାଞ୍ଚଲ୍ୟ: ଏ-କ୍ଲାସ୍ କଣ୍ଟ୍ରାକ୍ଟରଙ୍କୁ ବନ୍ଧୁକ ମୁନରେ ଧମକ, ଥାନାରେ ଏତଲା ପରେ…

ବରଗଡ଼, ୨୬।୬ (ପ୍ରେମାନନ୍ଦ ଖମାରୀ): ବରଗଡ଼ ଜିଲାରେ ଏକ ସାଙ୍ଘାତିକ ଘଟଣା ସାମ୍ନାକୁ ଆସିଛି। ଜଣେ ଜଣାଶୁଣା ଏ-କ୍ଲାସ କଣ୍ଟ୍ରାକ୍ଟର ସୁଜୟ ଶ୍ରୀମନ୍ତ ବିଶିଙ୍କୁ ବନ୍ଧୁକ ମୁନରେ…

ବାଣପୁରରେ ଦୁର୍ଘଟଣା: ଭାରସାମ୍ୟ ହରାଇ ବିଲ ମଝିକୁ ଓଲଟିଲା ଦ୍ରୁତଗାମୀ କାର୍, ୫ ମଦ୍ୟପ ଯୁବକ…

ବାଣପୁର, ୨୬।୬ (ଦିଲ୍ଲୀପ କୁମାର ସ୍ୱାଇଁ): ନାଚୁଣୀ ଥାନା ଅଧୀନ ଦେଓଗାଁ ଆଗୁଳଛକ ନିକଟ ବ୍ରିଜ୍‌ ପାଖରେ ଏକ ବଡ଼ ଧରଣର ସଡ଼କ ଦୁର୍ଘଟଣା ଘଟିଛି। ଏକ…

ଦୁବାଇରେ ହଠାତ ବାଜିଲା ସାଇରନ୍‌! ମିସାଇଲ୍‌ ଆକ୍ରମଣର ଚେତାବନୀ, ଖେଳିଗଲା ଆତଙ୍କ

ଦୁବାଇ,୨୬।୬: ସଂଯୁକ୍ତ ଆରବ ଏମିରେଟ୍ସ (UAE) କର୍ତ୍ତୃପକ୍ଷଙ୍କ ପକ୍ଷରୁ ଶୁକ୍ରବାର ଦିନ ଦୁବାଇ ପାଇଁ ଏକ ମିସାଇଲ ଆକ୍ରମଣର ସତର୍କ ସୂଚନା (Alert) ଜାରି କରାଯାଇଛି। ଏହାକୁ…

ଭାଜପାରେ ମିଶିଲେ ବିଜେଡି ନେତା କେଦାର ସ୍ୱାଇଁ

ଗଞ୍ଜାମ, ୨୬/୬ (ବିଦ୍ୟାଧର ସାହୁ): କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ୫୭ତମ ଜନ୍ମଦିନ ଅବସରରେ ଛତ୍ରପୁରରେ ଆୟୋଜିତ ମେଗା ରକ୍ତଦାନ ଶିବିରରେ ବିଜେଡି ନେତା ତଥା ପୂର୍ବତନ ସରପଞ୍ଚ…

ଚାଇନାର ୧୦୯ ମହଲା ବିଶିଷ୍ଟ ଅଟ୍ଟାଳିକା ‘CITIC  ଟାଓ୍ବାର’ ସହ ପିଟିହେଲା ବିମାନ, ସାମ୍ନାକୁ ଆସିଲା ଭୟଙ୍କର VIDEO

ବେଜିଂ,୨୬।୬: ଚାଇନାର ରାଜଧାନୀ ବେଜିଂରେ ଶୁକ୍ରବାର ଏକ ବଡ଼ ଧରଣର ଦୁର୍ଘଟଣା ଘଟିଛି। ମିଳିଥିବା ସୂଚନା ଅନୁଯାୟୀ, ବେଜିଂର ସବୁଠାରୁ ଉଚ୍ଚ ସ୍କାଈସ୍କ୍ରେପର (ଗଗନଚୁମ୍ବୀ ଅଟ୍ଟାଳିକା) ଅଟ୍ଟାଳିକା…

ମା ‘ ରତ୍ନେଶ୍ୱରୀ ମନ୍ଦିର ପରିସରରୁ  ଶିଶୁପୁତ୍ର ଉଦ୍ଧାର

​ଦିଗପହଣ୍ଡି,୨୬|୬(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ ଜକର ଗ୍ରାମ ନିକଟରେ ଥିବା ମା’ ରତ୍ନେଶ୍ୱରୀ ମନ୍ଦିର ପରିସରର ପରିତ୍ୟକ୍ତ ଜମିରୁ  ଶୁକ୍ରବାର ସନ୍ଧ୍ୟାରେ ଏକ…

ଯୋଜନା ଅପହଞ୍ଚ, ସମସ୍ୟା ଘେରରେ ଟୁମୋନିଖୋଲ: ସ୍ୱାଧୀନତାର ଦୀର୍ଘ ବର୍ଷ ପରେ ବି ମୌଳିକ ସୁବିଧାରୁ ବଞ୍ଚିତ ଆଦିବାସୀ ଗାଁ

ଥୁଆମୂଳ ରାମପୁର,୨୬/୦୬ (ଦୁର୍ଗା କୀର୍ତ୍ତି): କଳାହାଣ୍ଡି ଜିଲା ଥୁଆମୂଳ ରାମପୁର ବ୍ଲକ ବିରିକୋଟ ଗ୍ରାମପଞ୍ଚାୟତର ଆଦିବାସୀ ବହୁଳ ତୁମୋନିଖୋଲ ଗ୍ରାମରେ ସରକାରୀ ଯୋଜନା ସମ୍ପୂର୍ଣ୍ଣ ପ୍ରହସନ ପାଲଟିଛି।…

ପରିବାରର ବିରୋଧ ସତ୍ତ୍ୱେ ପ୍ରେମୀ ଯୁଗଳଙ୍କ ହେଲା ବିବାହ; ନିରାଶ ହୋଇ ଫେରିଲେ ଝିଅ ଘର ଲୋକ

ହାଟଡିହୀ, ୨୬/୬ (ଶୁଭକାନ୍ତ ନାୟକ): ପରିବାର ଲୋକଙ୍କ ପ୍ରବଳ ବିରୋଧ ସତ୍ତ୍ୱେ ଜଣେ ପ୍ରେମୀ ଯୁଗଳ ନିଜ ଇଚ୍ଛାରେ ବିବାହ କରିଛନ୍ତି। ଝିଅକୁ ଫେରାଇ ନେବାକୁ ଆସିଥିବା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri