Posted inଫୁରସତ

ପ୍ରଥମ ରୋଜଗାର ଟଙ୍କାରେ ବାପାବୋଉଙ୍କ ପାଇଁ ନୂଆ ଲୁଗା କିଣିଥିଲି: ଶିକ୍ଷକ ପଞ୍ଚାନନ ଜେନା

ବାଲେଶ୍ୱର ଜିଲା ବାଲିଆପାଳ ନିକଟସ୍ଥ ବଗଦା ଗାଁରେ ମୋ ଜନ୍ମ। ପୁରୁଷୋତ୍ତମ ଉଚ୍ଚବିଦ୍ୟାଳୟରୁ ଦଶମ, ସୁବର୍ଣ୍ଣରେଖା ମହାବିଦ୍ୟାଳୟରୁ ଯୁକ୍ତ ଦୁଇ ଏବଂ ଏଫ୍‌.ଏମ୍‌ କଲେଜରୁ ଯୁକ୍ତ ତିନି ପାସ୍‌ କରିବା ପରେ ବାଣୀବିହାରରେ ଇତିହାସରେ ସ୍ନାତକୋତ୍ତର ପଢିଲି। ତା’ପରେ ବି.ଇଡି କଲି। ବି.ଇଡିର ଥିଓରି ପରୀକ୍ଷା ସରିବା ପରେ ପରେ ଇଣ୍ଟରଭ୍ୟୁ ଦେଇ ବିହାରର ବରକାକାନାସ୍ଥିତ ଡି.ଏ.ଭି ପବ୍ଲିକ୍‌ ସ୍କୁଲ୍‌ରେ ପ୍ରଥମେ ଶିକ୍ଷକତା କରିବାକୁ ଲାଗିଲି। ଏହା ଥିଲା ୧୯୯୫ ମସିହାର କଥା; ସେତେବେଳେ ବରକାକାନା ବିହାର ରାଜ୍ୟ ଅନ୍ତର୍ଭୂକ୍ତ ଥିଲା। କିନ୍ତୁ ଏବେ ଏହା ଝାଡ଼ଖଣ୍ଡ ରାଜ୍ୟରେ ଆସୁଛି। ତେବେ ପ୍ରଥମ ଚାକିରିର ପ୍ରଥମ ଦରମା ଆକାରରେ ୩୦୦୦ ଟଙ୍କା ଯେବେ ହାତରେ ଧରିଲି, ସ୍ବର୍ଗସୁଖ ପାଇଲା ଭଳି ଲାଗିଲା। ପ୍ରଥମେ ସେଠାରେ ଥିବା ଏକ ହନୁମାନ ମନ୍ଦିରକୁ ଯାଇ ଭୋଗ କଲି। ତା’ପରେ ବାପା, ବୋଉଙ୍କ ପାଇଁ ନୂଆ ଲୁଗା ଓ ସାନ ଭାଇଭଉଣୀଙ୍କ ପଢା ଖର୍ଚ୍ଚ ପାଇଁ କିଛି ଟଙ୍କା ଘରକୁ ମନିଅର୍ଡର ଓ ପାର୍ସଲରେ ପଠାଇଲି। ଆଉ କିଛି ଟଙ୍କାକୁ ବି.ଇଡିର ପ୍ରାକ୍ଟିକାଲ୍‌ ପାଇଁ ରେକର୍ଡ ଆଦି ପ୍ରସ୍ତୁତ କରିବାରେ ଖର୍ଚ୍ଚ କରିଥିଲି। ଏହିପରି ଭାବେ ପ୍ରଥମ ଦରମା ମୋର ଖର୍ଚ୍ଚ ହୋଇଥିଲା। ୨୦୦୨ ଯାଏଁ ବରକାକାନାରେ ରହିଲି। ତା’ପରେ ଜବାହର ନବୋଦୟ ବିଦ୍ୟାଳୟରେ ମୋର ଚାକିରି ହୋଇଗଲା। ପ୍ରଥମ ପୋଷ୍ଟିଂ ଆସାମର ଶିବସାଗର ଜିଲାସ୍ଥିତ ନବୋଦୟ ବିଦ୍ୟାଳୟରେ ହେଲା। ୩ବର୍ଷ ପରେ ବଦଳି ହୋଇ ପୁଡୁଚେରୀର ୟାନମସ୍ଥିତ ଜବାହର ନବୋଦୟ ବିଦ୍ୟାଳୟକୁ ଗଲି। ସେଠି ୧୧ ବର୍ଷ ଶିକ୍ଷକତା କରିବା ପରେ ଢେଙ୍କାନାଳର ସରାଙ୍ଗସ୍ଥିତ ନବୋଦୟ ବିଦ୍ୟାଳୟକୁ ମୋର ବଦଳି ହେଲା; ଯେଉଁଠାରେ ମୁଁ ଏବେ ବି କାର୍ଯ୍ୟରତ। ଶିକ୍ଷକତା ବ୍ୟତିତ କ୍ଷୁଦ୍ର ଗଳ୍ପ ଓ କବିତା ଲେଖିବାରେ ମଧ୍ୟ ମୋର ବିଶେଷ ରୁଚି ରହିଛି। ପି.ଜି ପଢିଲାବେଳେ କିଛିଟା ଲେଖାଲେଖି କରୁଥିଲି। ତା’ପରେ ବେଶ୍‌ କିଛିଦିନ ନୀରବି ଯାଇଥିଲି। ଆଉ ଓଡ଼ିଶା ଫେରିବା ପରେ ପୁଣି ଲେଖାଲେଖିର ଧାରା ମୋର ଆରମ୍ଭ ହୋଇଗଲା। ସେବେଠାରୁ ୟା’ ଭିତରେ ପ୍ରାୟ ୫୦୦ରୁ ଊର୍ଦ୍ଧ୍ୱ ଗପ ଓ କବିତା ଲେଖିସାରିଛି। ଯାହାକୁ ଆଧାର କରି ଖୁବ୍‌ ଶୀଘ୍ର ମୋର ତିନୋଟି ପୁସ୍ତକ ପ୍ରକାଶ ପାଇବାକୁ ଯାଉଛି। ବିଶେଷକରି ନାରୀ ସଶକ୍ତି କରଣ, ବସ୍ତୁବାଦୀ ଦୁନିଆ, ସ୍ବାର୍ଥବାଦୀ ମଣିଷ ସମାଜ, ଦେଶପ୍ରେମର ଅଭାବବୋଧ ଓ ସାମାଜିକ ଚଳଣୀକୁ ଆଧାର କରି ମୁଁ କବିତା ଲେଖିଥାଏ। ସେହିପରି ବୃଦ୍ଧ ଗୁରୁଜନମାନଙ୍କ ସହିତ ଆଜିକାଲିର ପିଲାଙ୍କ ଚାଲିଚଳଣ, ଦିବ୍ୟାଙ୍ଗ ପିଲାର ମା’ର ଦୁଃଖଦୁର୍ଦ୍ଦଶା ତଥା ଗରିବ ପିଲାର ସଂଘର୍ଷପୂର୍ଣ୍ଣ ଜୀବନଶୈଳୀକୁ ମୁଁ ଗପ ମାଧ୍ୟମରେ ପରିପ୍ରକାଶ କରିବାକୁ ସବୁବେଳେ ଚେଷ୍ଟା କରିଥାଏ। ଏଥିସହିତ ଶିକ୍ଷା ହେଉ ଅବା ଲେଖାଲେଖି ମାଧ୍ୟମରେ ପିଲାମାନଙ୍କୁ କିଛି ଭଲ କଥା ଶିଖାଇବାର ପ୍ରୟାସ ମୋର ସର୍ବଦା ରହିଥାଏ।


Enter your email to get our daily news in your inbox.

All Right Reserved By Dharitri.Com

ଓଡ଼ିଶାର ଶ୍ରେଷ୍ଠ ପାଞ୍ଚ ଜଳ ପ୍ରପାତ

ସାନଘାଗରା ଜଳପ୍ରପାତ କେନ୍ଦୁଝର ସହରଠାରୁ ମାତ୍ର ୬ କି.ମି. ଦୂରରେ ରହିଛି ସାନଘାଘରା ଜଳପ୍ରପାତ। ସାନମାଛ କାନ୍ଦଣା ନଦୀର ଜଳ ଏଠାରେ ତଳକୁ ବିରାଟକାୟ ସ୍ରୋତରେ କଚାଡ଼ି…

ଭୁବନେଶ୍ୱର ଫୁଲ ଦୋକାନ

ଫର୍ନସ ଏନ୍‌ ପେଟାଲ୍‌ସ   ଏହା ରାଜଧାନୀର ଏକ ବଡ଼ ଫୁଲ ଦୋକାନ ଭାବେ ପରିଗଣିତ। ୧୧ବର୍ଷ ତଳେ ପ୍ରଥମ କରି ଶହୀଦନଗରରେ ଆରମ୍ଭ ହୋଇଥିଲା। ବର୍ତ୍ତମାନ…

ଶ୍ରେଷ୍ଠ ପାଞ୍ଚ ଭୁବନେଶ୍ୱର ଜିମ

କଳିଙ୍ଗ ଫିଟନେସ୍‌ ଜୟଦେବ ବିହାର ରୋଡ ବିଜୁ ପଟ୍ଟନାୟକ କଲେଜ ନିକଟରେ ରହିଛି କଳିଙ୍ଗ ଫିଟନେସ ଜିମ୍‌। ୪ବର୍ଷ ତଳେ ଖୋଲାଯାଇଥିବା ଏହି ଜିମ୍‌ରେ ସବୁ ପ୍ରକାର…

ଓଡ଼ିଶାର ଶ୍ରେଷ୍ଠ ପାଞ୍ଚ ପର୍ଯ୍ୟଟନସ୍ଥଳ

ସପ୍ତଶଯ୍ୟା ଢେଙ୍କାନାଳ ଜିଲାରେ ଅବସ୍ଥିତ ସପ୍ତଶଯ୍ୟା ପର୍ଯ୍ୟଟନ ସ୍ଥଳ ସାତ ପାହାଡ଼, ଝରଣା ଏବଂ ଜଙ୍ଗଲରେ ପରିପୂର୍ଣ୍ଣ। ଏଠାରେ ରହିଛି ଶ୍ରୀରାମଙ୍କ ମନ୍ଦିର। ସପ୍ତଶଯ୍ୟାର ଶୀତଳ ପରିବେଶ…

କଟକ ଦହିବରା ଆଳୁଦମ

ବାରବାଟୀ ଷ୍ଟାଡିୟମର ରମେଶ ଗୋଛି ସକାଳ ୭ଟାରୁ ଆରମ୍ଭ କରି ରାତି ୧୦ଟା ଯାଏ ବାରବାଟୀ ଷ୍ଟାଡିୟମ ନିକଟରେ ରମେଶଙ୍କ ଷ୍ଟଲ ଖୋଲିଥାଏ। ପରିବାରର ସବୁ ସଦସ୍ୟ…

ଶ୍ରେଷ୍ଠ ପାଞ୍ଚ ଭୁବନେଶ୍ୱରର ପାର୍କ

ମହାତ୍ମା ଗାନ୍ଧୀ ପାର୍କ ପାର୍କଟି ଜୟଦେବ ବିହାରସ୍ଥିତ ନନ୍ଦନକାନନ ରୋଡ୍‌ର ଜନତା ମଇଦାନ ନିକଟରେ ଅବସ୍ଥିତ। ପାର୍କ ଭିତରେ ମହାତ୍ମା ଗାନ୍ଧୀଙ୍କ ପ୍ରାର୍ଥନା କରୁଥିବା ମୁଦ୍ରାରେ ମୂର୍ତ୍ତି…

ଶ୍ରେଷ୍ଠ ପାଞ୍ଚ ପୁରୀର ମଠ

ହାତୀ ଆଖଡ଼ା ମଠ ପୁରୀ ବଳଗଣ୍ଡି ନିକଟରେ ବଡ଼ଦାଣ୍ଡର ମୁଖ୍ୟ ରାସ୍ତାରେ ହାତୀ ଆଖଡା ମଠ ଅବସ୍ଥିତ। ଶ୍ରୀରାମାନନ୍ଦୀ ସମ୍ପ୍ରଦାୟର ନିର୍ବାଣୀ ଆଖଡା ରୂପେ ଏହା ପରିଚିତ।…

ଶ୍ରେଷ୍ଠ ପାଞ୍ଚ ଓଡ଼ିଶାର ପ୍ରସିଦ୍ଧ ଶୈବପୀଠ

ହରିଶଙ୍କର ବଲାଙ୍ଗୀରଠାରୁ ୮୦ କି.ମି. ଦୂରରେ ଗନ୍ଧମାର୍ଦ୍ଦନ ପର୍ବତ ପାଦଦେଶରେ ଅବସ୍ଥିତ ପ୍ରସିଦ୍ଧ ତୀର୍ଥ ତଥା ଶୈବପୀଠ ହରିଶଙ୍କର। ଏଠାକାର ମନ୍ଦିରର ପରିବେଶ ଏବଂ ଆକର୍ଷଣୀୟ ଝରଣା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?