ମୁଁ ବିଷ୍ଣୁଙ୍କ କଳ୍‌କୀ ଅବତାର, ଶୀଘ୍ର ଦିଅ ଗ୍ରାଚ୍ୟୁଟି…

ଅହମଦାବାଦ,୫।୭: ଏବେ ସୋସିଆଲ୍‌ ମିଡ଼ିଆରେ ଜଣେ ସରକାରୀ ବାବୁଙ୍କ ଧମକ ଭରା ଚିଠି ବେଶ୍‌ ଭାଇରାଲ ହେବାରେ ଲାଗିଛି। ସରକାରୀ ବାବୁ ଜଣକ ଗୁଜରାଟ ଜଳସମ୍ପଦ ବିଭାଗର ବଡୋଦରା କାର୍ଯ୍ୟାଳୟରେ ସର୍ଦ୍ଦାର ସରୋବର ପୁନର୍ବାସ ଏଜେନ୍ସିରେ ଅଧୀକ୍ଷଣ ଯନ୍ତ୍ରୀ ଭାବେ କାର୍ଯ୍ୟ କରୁଥିଲେ। ତାଙ୍କ ନାମ ହେଉଛି ରମେଶଚନ୍ଦ୍ର ଫେଫାର। ନର୍ମଦା ଡ୍ୟାମ୍‌ ପ୍ରକଳ୍ପ ଯୋଗୁ ବାସଗୃହ ହରାଇଥିବା ଲୋକଙ୍କ ଥଇଥାନ କାର୍ଯ୍ୟ ତାଙ୍କ ଉପରେ ନ୍ୟସ୍ତ ଥିଲା। ୨୦୧୮ରେ ୮ମାସ ମଧ୍ୟରେ ମାତ୍ର ୧୬ ଦିନ ସେ ଅଫିସ୍‌ ଆସିଥିଲେ। ଏନେଇ ତାଙ୍କୁ ଜଳ ସମ୍ପଦ ବିଭାଗ ପକ୍ଷରୁ କାରଣ ଦର୍ଶାଅ ନୋଟିସ୍‌ ଜାରି କରାଯାଇଥିଲା। ରମେଶଙ୍କ ମାନସିକ ସ୍ଥିତି ଠିକ ନ ଥିବାରୁ ତାଙ୍କର ସେଚ୍ଛାକୃତ ଅବସର ଆବେଦନକୁ ଗ୍ରହଣ କରାଯାଇଥିଲା।

ତେବେ ତାଙ୍କର ୧୬ ଲକ୍ଷ ଟଙ୍କାର ଗ୍ରାଚ୍ୟୁଟି ଏପର୍ଯ୍ୟନ୍ତ ମିଳିନି। ଏନେଇ ସେ ଜୁଲାଇ ୧ରେ ଜଳ ସମ୍ପଦ ବିଭାଗ ସଚିବଙ୍କ ପାଖକୁ ଚିଠି ଲେଖିଛନ୍ତି। ସରକାରୀ ପଦବୀରେ ରାକ୍ଷସମାନେ ବସିଛନ୍ତି। ମାତ୍ର ମୁଁ ବିଷ୍ଣୁଙ୍କ କଳ୍‌କୀ ଅବତାର। ମୋ ପାଖରେ ଦିବ୍ୟଶକ୍ତି ରହିଛି। ମତେ ଆଉ ହଇରାଣ ନ କରି ମୋ ପ୍ରାପ୍ୟ ଶୀଘ୍ର ଦେଇଦି ବୋଲି ସେ ଚିଠିରେ ଧମକ ଦେଇଛନ୍ତି। ରମେଶ ଏକ ବର୍ଷର ଦରମା ବାବଦରେ ୧୬ ଲକ୍ଷ ଟଙ୍କା ବି ପାଇ ନାହାନ୍ତି। ତେଣୁ ସେ ବିଷ୍ଣୁଙ୍କ ଦଶମ ଅବତାର ବୋଲି କହି ଧମକ ଭରା ଚିଠି ଲେଖିଛନ୍ତି।

ସେ କଳ୍‌କୀ ଅବତାର ଭାବେ ରହିଥିବାରୁ ଦେଶରେ ଗତ ୨୦ ବର୍ଷ ଧରି ଭଲ ବର୍ଷା ହୋଇଥିବା ସେ ଦାବି କରିଛନ୍ତି। ଭଲ ବର୍ଷା ହେବାରୁ କୃଷି ଉତ୍ପାଦନରୁ ଦେଶ ୨୦ ଲକ୍ଷ କୋଟି ଟଙ୍କାର ଲାଭ ପାଇଥିବା ସେ କହିଛନ୍ତି। ଚଳିତ ବର୍ଷ ପୃଥିବୀରେ ମୋ ପ୍ରକୋପରୁ ଭୟଙ୍କର ମରୁଡ଼ି ସୃଷ୍ଟି ହେବାକୁ ଯାଉଛି ବୋଲି ସେ ଧମକ ଦେଇଛନ୍ତି। ସେ ସତ୍ୟଯୁଗରେ ପୃଥିବୀରେ ଶାସନ କରିବେ ବୋଲି ମଧ୍ୟ କହିଛନ୍ତି। ରମେଶଙ୍କୁ ଗ୍ରାଚ୍ୟୁଟି ପ୍ରଦାନ ନେଇ କାର୍ଯ୍ୟ ଜାରି ରହିଥିବା ଜଳ ସମ୍ପଦ ବିଭାଗ ସଚିବ ଏମ୍‌.କେ.ଯାଦବ ସୂଚନା ଦେଇଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ବିରାଟ-ଗିଲ୍‌ଙ୍କ ଶତକରେ ଭାରତର ବଡ଼ ବିଜୟ, ୮ ୱିକେଟ୍‌ରେ ହାରିଲା ୱେଷ୍ଟଇଣ୍ଡିଜ

ତିରୁଭାନନ୍ତପୁରମ,୨୭।୯: ୱେଷ୍ଟଇଣ୍ଡିଜ ବିପକ୍ଷ ପ୍ରଥମ ODIରେ ଭାରତ ୮ ୱିକେଟ୍‌ରେ ବିଜୟୀ ହୋଇଛି । ତିରୁଭାନନ୍ତପୁରମର ଗ୍ରୀନ୍‌ଫିଲ୍ଡ ଇଣ୍ଟରନ୍ୟାସନାଲ ଷ୍ଟାଡିୟମ୍‌ରେ ଖେଳାଯାଇଥିବା ମ୍ୟାଚ୍‌ରେ ୱେଷ୍ଟଇଣ୍ଡିଜ ଭାରତ ସମ୍ମୁଖରେ…

କ୍ୟାଣ୍ଡଲ ଜାଳି ଶିକ୍ଷକ ସୁନୀଲଙ୍କୁ ଶ୍ରଦ୍ଧାଞ୍ଜଳି

ଗଞ୍ଜାମ,୨୭।୯(ଅନାଥ ତରାଇ): ଗଞ୍ଜାମ ସହରର ଜଣାଶୁଣା ଶିକ୍ଷକ ସ୍ବର୍ଗତ ସୁନୀଲ ସାମଲଙ୍କ ଦ୍ୱାଦଶ ଅବସରରେ ରବିବାର କ୍ୟାଣ୍ଡଲ ଯାତ୍ରା ସହ ଏକ ଶୋକସଭା ଅନୁଷ୍ଠିତ ହୋଇଯାଇଛି। ଜୟଶ୍ରୀ…

ସଚିନଙ୍କ ବଡ଼ ରେକର୍ଡ ଭାଙ୍ଗିଲେ ବିରାଟ କୋହଲି, ଦିନିକିଆ କ୍ରିକେଟରେ କଲେ….

ତିରୁଭାନନ୍ତପୁରମ,୨୭।୯: ବିରାଟ କୋହଲି ଦିନିକିଆ କ୍ରିକେଟ୍‌ରେ ଆଉ ଏକ ବଡ଼ କୀର୍ତ୍ତିମାନ ସ୍ଥାପନ କରିଛନ୍ତି। ବିରାଟ କୋହଲି ଦିନିକିଆ ଆନ୍ତର୍ଜାତୀୟ କ୍ରିକେଟରେ ୧୫,୦୦୦ ରନ୍ ପୂରଣ କରିଛନ୍ତି।ଏହା…

ସ୍କୁଟିକୁ ଧକ୍କା ଦେଲା ଟ୍ରକ: ଚାଲିଗଲା ମତ୍ସ୍ୟଜୀବୀଙ୍କ ଜୀବନ, ଉତ୍ତେଜନା

ଛତ୍ରପୁର,୨୭।୯:(ଦିଲ୍ଲୀପ ସାମଲ/ଦ୍ୱାରିକା ପଟ୍ଟନାୟକ): ଛତ୍ରପୁର ପୌରପରିଷଦ ଅନ୍ତର୍ଗତ ଡିଆର୍‌ଡିଏ ଛକ ନିକଟ ୧୬ ନମ୍ବର ଜାତୀୟ ରାଜପଥରେ ରବିବାର ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟିଛି। ଏକ…

କୋଟପାଡ଼ରେ ବନ୍ୟା ସ୍ଥିତି ପରଖିଲେ ମୁଖ୍ୟମନ୍ତ୍ରୀ, ପୀଡ଼ିତଙ୍କୁ ନେଇ କଲେ ବଡ଼ ଘୋଷଣା

କୋରାପୁଟ,୨୭।୯(ଅମିତାଭ ବେହେରା ): କୋରାପୁଟ ଜିଲାର ବନ୍ୟା ପ୍ରଭାବିତ କୋଟପାଡ଼ ବ୍ଲକର ବିଭିନ୍ନ ଅଞ୍ଚଳ ପରିଦର୍ଶନ କରି ବନ୍ୟା ସ୍ଥିତି ଅନୁଧ୍ୟାନ କରିଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ଚରଣ…

ପାଗଳ ହନୁ ମାଙ୍କଡ କାମୁଡାରେ ଅନେକ ଆହତ ; ବନ ବିଭାଗର ଉଦ୍ୟମ ବିଫଳ, ଆତଙ୍କିତ ଗାଁ ଲୋକେ

ଦିଗପହଣ୍ଡି,୨୭।୯(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ସାନଖେମୁଣ୍ଡି ବ୍ଲକ ଖଲିଙ୍ଗି ଗ୍ରାମରେ ପାଗଳ ହନୁ ମାଙ୍କଡର ଉପଦ୍ରବ ଦେଖିବାକୁ ମିଳିଛି । ୮ରୁ ଉର୍ଦ୍ଧ୍ବ ଲୋକ ଆହତ…

ଠେଙ୍ଗାରେ ମାଡ଼ ମାରି ହତ୍ୟା ଉଦ୍ୟମ, ଗିରଫ ହେଲେ ନାବାଳକ ଅଭିଯୁକ୍ତ

ଦିଗପହଣ୍ଡି,୨୭।୯(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ସାନଖେମୁଣ୍ଡି ବ୍ଲକ ଅଞ୍ଚଳର ଶଙ୍କର ଜେନାଙ୍କୁ ଠେଙ୍ଗାରେ ମାଡ଼ ମାରି ହତ୍ୟା ଉଦ୍ୟମ କରାଯାଇଥିବା ଅଭିଯୋଗ ହୋଇଛି। ପୋଲିସ ଘଟଣାରେ…

ପିକଅପ୍ ଧକ୍କାରେ ଶିଶୁଙ୍କ ମୃତ୍ୟୁ; କ୍ଷତିପୂରଣ ଦାବିରେ ରାସ୍ତା ଅବରୋଧ, ଟାୟାର ଜାଳି ଆନ୍ଦୋଳନ

ପୁରୁଷୋତ୍ତମପୁର,୨୭।୯(ସବିତା ମିଶ୍ର): ମେକ୍ସପିକଅପ୍ ଧକ୍କାରେ ୪ ବର୍ଷର ଶିଶୁର ମୃତ୍ୟୁକୁ ନେଇ ଗଞ୍ଜାମ ଜିଲା ପୁରୁଷୋତ୍ତମପୁର ସହରରେ ରବିବାର ସଂଧ୍ଯ୍ଯାରେ ଉତ୍ତେଜନା ଦେଖାଦେଇଛି । ଚାଙ୍ଗୁଡ଼ିଆପଦର ସାହିର…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?