Posted inଖେଳ

ଏହି ଉପାୟରେ ରୋହିତଙ୍କୁ ଆଉଟ୍‌ କରନ୍ତି ଦକ୍ଷ ସ୍ପିନର

ଚେନ୍ନାଇ,୨୧।୪: ମୁମ୍ବାଇ ଇଣ୍ଡିଆନ୍ସ ଅଧିନାୟକ ତଥା ବିସ୍ଫୋରକ ଓପନର ରୋହିତ ଶର୍ମାଙ୍କୁ କେଉଁ ଭଳି ଆଉଟ୍‌ କରି ହେବ, ତାହା ପ୍ରକାଶ କରିଛନ୍ତି ବରିଷ୍ଠ ଲେଗ୍‌ ସ୍ପିନର ଅମିତ୍‌ ମିଶ୍ରା। ଏହି ସ୍ପିନର (୨୪/୪)ଙ୍କ ଯୋଗୁ ମୁମ୍ବାଇ ଇଣ୍ଡିଆନ୍ସ ବିପକ୍ଷରେ ସହଜ ବିଜୟ ହାସଲ କରିଥିଲା ଦିଲ୍ଲୀ କ୍ୟାପିଟାଲ୍ସ।

ମୁଁ ସର୍ବଦା ରୋହିତଙ୍କୁ ଫ୍ଲାଇଟେଡ୍‌ ବଲରେ ବିଟ୍‌ କରିବାକୁ ଚାହେଁ। ଆଉ ତାଙ୍କ ହିଟିଂ ଜୋନ ବାହାରେ ବୋଲିଂ କରେ। ବଲକୁ ଯଥା ସମ୍ଭବ ଧିମା ପକାଏ। ଏହି କାରଣରୁ ରୋହିତ ନିଜ ଜୋନ ବାହାରେ ବଲକୁ ବଡ଼ ଶଟ୍‌ ଖେଳିବାକୁ ଉଦ୍ୟମ କରନ୍ତି, ଯେଉଁଥିରେ ତାଙ୍କ ଫଶିବାର ବିଶେଷ ସମ୍ଭାବନା ରହିଥାଏ ବୋଲି ମ୍ୟାଚ୍‌ ପରେ ୩୮ ବର୍ଷୀୟ ମିଶ୍ରା କହିଛନ୍ତି। ମ୍ୟାଚ୍‌ରେ ରୋହିତଙ୍କ ସମେତ ୪ଟି ଉଇକେଟ ହାତେଇଥିଲେ ଅମିତ୍‌। ଏଭଳି ପ୍ରଦର୍ଶନ ଯୋଗୁ ଚଳିତ ଆଇପିଏଲରେ ପ୍ରଥମ ମ୍ୟାଚ୍‌ ଖେଳିଥିବା ଲେଗ୍‌ ସ୍ପିନରଙ୍କୁ ମିଳିଛି ମ୍ୟାନ୍‌ ଅଫ୍‌ ଦି ମ୍ୟାଚ୍‌ ପୁରସ୍କାର।


Enter your email to get our daily news in your inbox.

All Right Reserved By Dharitri.Com

Posted inଖେଳ View All

କ୍ରିକେଟ ପ୍ରଶଂସକଙ୍କୁ ଜୋରଦାର୍‌ ଝଟକା: ବିନା ଦର୍ଶକରେ ଖେଳାଯିବ ଇଂଲଣ୍ଡ ବିପକ୍ଷ ବାକି ଟି୨୦ ମ୍ୟାଚ୍‌

ନୂଆଦିଲ୍ଲୀ,୧୬।୩: ଇତିମଧ୍ୟରେ ଭାରତ-ଇଂଲଣ୍ଡ ମଧ୍ୟରେ ଜାରି ରହିଥିବା ଟି୨୦ ସିରିଜର ପ୍ରଥମ ୨ ମୁକାବିଲା ଶେଷ ହୋଇଛି। ଏହି ମ୍ୟାଚ୍‌ ଦେଖିବାକୁ ଅହମ୍ମଦାବାଦ ସ୍ଥିତ ନରେନ୍ଦ୍ର...

ମିରାନଚୁକ୍‌ଙ୍କ ଗୋଲରେ ଜିତିଲା ରୁଷିଆ

ସେଣ୍ଟ ପିଟର୍ସବର୍ଗ, ୧୭।୬- ଆଲେକ୍ସି ମିରାନଚୁକ୍‌ଙ୍କ ଗୋଲ ବଳରେ ରୁଷିଆ ଚଳିତ ୟୁରୋ ଫୁଟ୍‌ବଲ ଚାମ୍ପିୟନଶିପ୍‌ରେ ବିଜୟ ସ୍ବାଦ ଚାଖିଛି। ବୁଧବାର ଅନୁଷ୍ଠିତ ମ୍ୟାଚରେ ରୁଷିଆ...

ଆଇଏସ୍‌ଏଲ୍‌: ବେଙ୍ଗାଲୁରୁକୁ ହରାଇଲା ଏଟିକେ

କୋଲକାତା, ୨୬।୧୨ (ପି.ଟି.)- ଦୁଇଥରର ଇଣ୍ଡିଆନ ସୁପର୍‌ ଲିଗ୍‌ (ଆଇଏସ୍‌ଏଲ୍‌) ଚାମ୍ପିୟନ ଏଟିକେ କ୍ରୀସମାସରେ ବିଜୟ ସ୍ବାଦ ଚାଖିଛି। ବୁଧବାର ଖେଳାଯାଇଥିବା ଆଇଏସ୍‌ଏଲ୍‌ର ଏକ ମ୍ୟାଚ୍‌ରେ...

ଏଣିକି ଅଧିନାୟକ ନୁହେଁ ଉପ-ଅଧିନାୟକ; ବିରାଟ ଫେରିଲେ ଏଭଳି ଲାଗିବ ବୋଲି କହିଲେ ରାହାଣେ

ନୂଆଦିଲ୍ଲୀ,୨୧।୧: ଅଷ୍ଟ୍ରେଲିଆ ବିପକ୍ଷ ଟେଷ୍ଟ ସିରିଜ୍‌ରେ ଉଲ୍ଲେଖନୀୟ ପ୍ରଦର୍ଶନ କରିଥିଲା ଭାରତୀୟ ଟିମ୍‌। ପ୍ରଥମ ଟେଷ୍ଟରେ ୩୬ ରନ୍‌ରେ ଅଲଆଉଟ୍‌ ହେବାର ଲଜ୍ଜାଜନକ ଘଟଣା ପରେ...

‘ଆମେ ଖେଳିବାକୁ ଆସିଛୁ’

ଜୟପୁର,୧୫।୧୧: ଆସନ୍ତା ୧୭ ତାରିଖରୁ ନ୍ୟୁଜିଲାଣ୍ଡ ଓ ଭାରତ ମଧ୍ୟରେ ଆରମ୍ଭ ହେବାକୁ ଯାଉଛି ୩ ମ୍ୟାଚ୍‌ ବିଶିଷ୍ଟ ଟି୨୦ ସିରିଜ୍‌। ବର୍ତ୍ତମାନ ନୂଆଦିଲ୍ଲୀ ଭଳି...

ସର୍ବଭାରତୀୟ ଚେସ୍‌ ମହାସଂଘ ନିର୍ବାଚନ: ଅଜୟ ସଭାପତି, ଭରତ ସମ୍ପାଦକ

ଚେନ୍ନାଇ, ୧୨।୨ (ପି.ଟି.)- ସର୍ବଭାରତୀୟ ଚେସ୍‌ ମହାସଂଘର (ଏଆଇସିଏଫ୍‌) ନୂତନ ସଭାପତି ଭାବେ ଅଜୟ ପଟେଲ ନିଦ୍ୱର୍ନ୍ଦ୍ୱରେ ନିର୍ବାଚିତ ହୋଇଛନ୍ତି। ସେହିଭଳି ଭରତ ସିଂ ଚୌହାନ...

ନୀରଜ ଆଣିଲେ ସ୍ବର୍ଣ୍ଣ

ଟୋକିଓ,୭।୮: ଇତିହାସ ରଚିଲେ ଜାଭେଲିନ ଥ୍ରୋୟର ନୀରଜ ଚୋପ୍ରା। ଟୋକିଓ ଅଲିମ୍ପିକ୍ସର ଅନ୍ତିମ ଦିନ ଭାରତକୁ ମିଳିଛି ଏକମାତ୍ର ସ୍ବର୍ଣ୍ଣ ପଦକ। ଭାରତର ପ୍ରଥମ ଟ୍ରାକ...

ଆଜିଠାରୁ ଭାରତ-ନ୍ୟୁଜିଲାଣ୍ଡ ପ୍ରଥମ ଟେଷ୍ଟ: ଜାଣନ୍ତୁ କେବେ, କେଉଁଠି ଦେଖିବେ ମ୍ୟାଚ୍‌

କାନପୁର,୨୪।୧୧:ଭାରତ ଏବଂ ନ୍ୟୁଜିଲାଣ୍ଡ ମଧ୍ୟରେ ୨ ଟେଷ୍ଟ ସିରିଜର ପ୍ରଥମ ମ୍ୟାଚ ଗୁରୁବାର ଠାରୁ ଖେଳାଯିବ। ରୋହିତ ଶର୍ମାଙ୍କ ନେତୃତ୍ୱରେ ଟିମ ଇଣ୍ଡିଆ ନ୍ୟୁଜିଲାଣ୍ଡ ବିପକ୍ଷ...

Advertisement
Archives

Model This Week