Posted inଜାତୀୟ

ଲେହରେ ଗଡ଼ିବ ହାଇଡ୍ରୋଜେନ୍‌ ବସ୍‌

ନୂଆଦିଲ୍ଲୀ,୨୦।୮: ଭାରତର ପ୍ରଥମ ହାଇଡ୍ରୋଜେନ୍‌ ଚାଳିତ ବସ୍‌ ସେବା ଲେହରୁ ଆରମ୍ଭ ହେବ। ଏହାର ପ୍ରଥମ ବ୍ୟବସାୟିକ ପରୀକ୍ଷଣ ଇତିମଧ୍ୟରେ ଆରମ୍ଭ ହୋଇଛି। ଦେଶର ସର୍ବବୃହତ ଶକ୍ତି ଉତ୍ପାଦନକାରୀ ସଂସ୍ଥା ଜାତୀୟ ତାପଜ ବିଦ୍ୟୁତ୍‌ ନିଗମ(ଏନ୍‌ଟିପିସି) ଏହି ଯୋଜନାରେ ସହରାଞ୍ଚଳ ପରିବହନ ସେବା ପାଇଁ ଲେହ ପ୍ରଶାସନକୁ ୫ଟି ହାଇଡ୍ରୋଜେନ ଚାଳିତ ବସ୍‌ ପ୍ରଦାନ କରିଛି। ୧.୭ ମେଗାଓ୍ବାଟ ଗ୍ରୀନ୍‌ ହାଇଡ୍ରୋଜେନ୍‌ ଉତ୍ପାଦନ କଲାଭଳି ଏକ ସୋଲାର ପ୍ଲାଣ୍ଟ ମଧ୍ୟ ଏହି ସଂସ୍ଥା ନିର୍ମାଣ କରିଛି। ଏଠାରୁ ହ୍ରାଇଡ୍ରୋଜନ୍‌ ଚାଳିତ ବସ୍‌ଗୁଡ଼ିକ ଲାଗି ଇନ୍ଧନ ଯୋଗାଯିବ। ଏହାର ଭିତ୍ତିଭୂମି ନିର୍ମାଣ ଲାଗି ଲେହ ପ୍ରଶାସନ ୭.୫ ଏକର ଜମି ଲିଜ୍‌ ସୂତ୍ରରେ ନେଇଛନ୍ତି। ଅଶୋକ ଲେଲାଣ୍ଡ କମ୍ପାନୀ ଏହି ବସ୍‌ଗୁଡ଼ିକୁ ଯୋଗାଇଛି। ପ୍ରତ୍ୟେକ ବସ୍‌ ମୂଲ୍ୟ ୨.୫ କୋଟି ଟଙ୍କା ରହିଛି। ଏହି ବସ୍‌ଗୁଡ଼ିକର ଯାତ୍ରୀ ଭଡ଼ା ଡିଜେଲ୍‌ ଚାଳିତ ବସ୍‌ ସହ ସମାନ ରହିଛି। ଏହି ବସ୍‌ ସେବା ପରିଚାଳନାରେ ଯଦି କିଛି କ୍ଷତି ଘଟେ ତେବେ ସେହି କ୍ଷତିକୁ ଏନ୍‌ଟିପିସି ଭରଣା କରିବ ବୋଲି କମ୍ପାନୀର ଜଣେ ଅଧିକାରୀ କହିଛନ୍ତି। ସ୍ବାଧୀନତା ଦିବସ ଅବସରରେ ଏହି ସେବା ଆରମ୍ଭ ହେବାର ଥିଲା କିନ୍ତୁ ବନ୍ୟା ଏବଂ ଭୂସ୍ଖଳନ ଯୋଗୁ ଏହା ହୋଇପାରିନାହିଁ। ଗତ ଗୁରୁବାର ହାଇଡ୍ରୋଜେନ ଚାଳିତ ଏକ ବସ୍‌ ଲେହରେ ପହଞ୍ଚିଛି। ତେଣୁ ଏହି ସେବା ଖୁବଶୀଘ୍ର ଆରମ୍ଭ ହେବ ବୋଲି ଏନ୍‌ଟିପିସିର ଜଣେ ଅଧିକାରୀ କହିଛନ୍ତି। ୨୦୨୦ ସ୍ବାଧୀନତା ଦିବସ ଅଭିଭାଷଣବେଳେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଲଦାଖକୁ କାର୍ବନମୁକ୍ତ କରିବା ପାଇଁ କହିଥିଲେ। ଯାହା ଦୁଇବର୍ଷ ପରେ ବାସ୍ତବ ରୂପ ନେବାକୁ ଯାଉଛି। ଲଦାଖ ହିମାଳୟ ପର୍ବତମାଳା ଭଳି ଉଚ୍ଚରେ ରହିଥିଲେ ମଧ୍ୟ ସେଠାରେ ବିକାଶ କାର୍ଯ୍ୟ ତ୍ୱରାନ୍ବିତ ହେଉଛି। ଉତ୍ତରପୂର୍ବରେ ସିକିମ ‘ଜୈବିକ ରାଜ୍ୟ’ ଭାବେ ନିଜର ପରିଚୟ ସୃଷ୍ଟି କରିଥିବାବେଳେ ଲଦାଖ, ଲେହ ଏବଂ କାର୍‌ଗିଲ୍‌ ମଧ୍ୟ କାର୍ବନମୁକ୍ତ ଅଞ୍ଚଳ ଭାବେ ପରିଚୟ ସୃଷ୍ଟି କରିଛନ୍ତି ବୋଲି ପ୍ରଧାନମନ୍ତ୍ରୀ କହିଛନ୍ତି।
ଯଦିଓ ହାଇଡ୍ରୋଜେନ ଇନ୍ଧନର ସେଲ୍‌ଗୁଡ଼ିକ ଶକ୍ତି ପୁନଃ ପ୍ରକ୍ରିୟାକରଣରେ ସହାୟତା କରୁଛି ବୋଲି କୁହାଯାଉଥିଲେ ହେଁ ଏହା ଅଦ୍ୟାବଧି ବିକଶିତ ହୋଇପାରିନାହିଁ। ସେହିପରି ରିଲାଏନ୍ସ କମ୍ପାନୀ ମଧ୍ୟ ହାଇଡ୍ରୋଜେନ୍‌ ବସ୍‌ ନିର୍ମାଣ ଲାଗି ପ୍ରସ୍ତୁତ ହେଉଛି କିନ୍ତୁ ଏନ୍‌ଟିପିସି ଏହି ଯୋଜାନାରେ ଆଗୁଆ ଅଛି। ସମୁଦ୍ର ପତ୍ତନ ଠାରୁ ୧୧,୫୦୦ ଫୁଟ ଉପରେ ଏହି ଟେକ୍‌ନୋଲୋଜି ପ୍ରଥମ ଥର ଲାଗି ପରୀକ୍ଷଣ ହେବାକୁ ଯାଉଛି, ଯେଉଁଠି ବାୟୁମଣ୍ଡଳରେ ଅମ୍ଳଜାନର ମାତ୍ରା କମ୍‌ ରହୁଛି। ତେବେ ଏହି ସେବାର ଅସଲ ପରୀକ୍ଷା ଶୀତଋତୁରେ ହେବ ବୋଲି କୁହାଯାଉଛି। କାରଣ ସେତେବେଳେ ଏଠାରେ ତାପମାତ୍ରା ୨୦ ଡିଗ୍ରୀରୁ କମ୍‌ ରହିଥାଏ। କମ୍‌ ତାପମାତ୍ରାରେ ଏହି ବସ୍‌ଗୁଡିକର ଯନ୍ତ୍ରାଂଶ କିପରି କାମ କରିବ ତାହା ଆଗାମୀ ଦିନରେ ଜଣାପଡ଼ିବ।


Enter your email to get our daily news in your inbox.

All Right Reserved By Dharitri.Com

ଶାଶୁ, ନଣଦେଇଙ୍କ ନାଁରେ ଯୌତୁକ ନିର୍ଯାତନା ଅଭିଯୋଗ ଆଣିଲେ ବିଧବା ମହିଳା

ଛତ୍ରପୁର,୨୭।୮(ଦିଲ୍ଲୀପ ସାମଲ): ଜଣେ ବିଧବା ମହିଳା ନିଜ ଶାଶୁ ଓ ନଣଦେଇଙ୍କ ନାଁରେ ଯୌତୁକ ଏବଂ ଶାରୀରିକ ନିର୍ଯାତନା ଦେଉଥିବା ନେଇ ଛତ୍ରପୁର ଥାନାରେ ଏକ ଲିଖିତ…

ଅଲ୍‌ ଓଡ଼ିଶା ଲିଲି କପ୍‌ ବାସ୍କେଟବଲ୍‌ ଟୁର୍ଣ୍ଣାମେଣ୍ଟ: ଏମ୍‌-୩ ପାନ୍ଥର୍ସ କଟକ ଚମ୍ପିୟାନ

କଟକ ସଦର,୨୭।୮(ସୁଶାନ୍ତ କୁମାର ଜେନା): ୪୨ ମୌଜା ଅନ୍ତର୍ଗତ ଲିଲି ଇଣ୍ଟରନ୍ୟାଶନାଲ ସ୍କୁଲ ପରିସରରେ ‘ଅଲ ଓଡ଼ିଶା ଲିଲି କପ୍‌’ ବାସ୍କେଟବଲ ଟୁର୍ଣ୍ଣାମେଣ୍ଟ ଅନୁଷ୍ଠିତ ହୋଇଯାଇଛି। ପ୍ରତିଯୋଗିତାରେ…

ଗଭୀର ସମୁଦ୍ରରୁ ଉଦ୍ଧାର ହେଲା ଟ୍ରଲର: ବଞ୍ଚିଛନ୍ତି ମତ୍ସ୍ୟଜୀବୀ, ୩ ତାରିଖରୁ ଥିଲେ ନିଖୋଜ

ଭୋଗରାଇ,୨୭।୮(ପ୍ରଦୀପ ଦାସ): ବାଲେଶ୍ୱର ଜିଲା ଭୋଗରାଇ ସୀମାନ୍ତ ପଶ୍ଚିମବଙ୍ଗ ଦୀଘା ଉପକୂଳ ଗଭୀର ସମୁଦ୍ରରୁ ଆନ୍ଧ୍ରପ୍ରଦେଶର ଏକ ମାଛ ଧରା ଟ୍ରଲର ଭାସମାନ ଅବସ୍ଥାରେ ବିପଦରେ ଥିବା…

CJP ନିର୍ବାଚନ ଲଢିଲେ ଭୋଟ୍‌ ଦେବେ କି? ଚମକାଇଲା ସର୍ଭେ ରିପୋର୍ଟ…ଦିଲ୍ଲୀରେ ପଡିଲା ଚହଳ!

ନୂଆଦିଲ୍ଲୀ,୨୭।୮: ଦିଲ୍ଲୀର ଯନ୍ତର-ମନ୍ତରଠାରେ ହୋଇଥିବା ଛାତ୍ର ଆନ୍ଦୋଳନ ପରେ କକରୋଚ ଜନତା ପାର୍ଟି (CJP) ସାରା ଦେଶରେ ଚର୍ଚ୍ଚାରେ ଅଛି। CJP ପକ୍ଷରୁ ଆଉ ଥରେ ସେପ୍ଟେମ୍ୱର…

ନେପାଳ ବନ୍ୟା; ଖୋର୍ଦ୍ଧାର ଦମ୍ପତି ନିଖୋଜ, ସାନ ଭାଇ କହିଲେ…

ଖୋର୍ଦ୍ଧା,୨୭।୮(ପ୍ରଭାତ ପାଣିଗ୍ରାହୀ) : ନେପାଳ ବନ୍ୟାରେ ଖୋର୍ଦ୍ଧା ଜେମାଦେଇର ଦମ୍ପତି ସନ୍ଦିପ ମହାପାତ୍ର ଓ ସ୍ତ୍ରୀ ସିର୍ଦ୍ଧାର୍ଥୀ ସାହୁ ନିଖୋଜ ହୋଇଯାଇଛନ୍ତି । ଏନେଇ ତାଙ୍କ ସାନ…

ଉଡନ୍ତା ପାଉଁଶ ଗଦା ଉପରେ ବଡ଼ ଧରଣର ଚଢ଼ାଉ

କୁଆଁରମୁଣ୍ଡା,୨୭।୮(ମହେନ୍ଦ୍ର କୁମାର ସାହୁ): ସୁନ୍ଦରଗଡ଼ ଜିଲା କୁଆଁରମୁଣ୍ଡା ବ୍ଲକର ବିଭିନ୍ନ ସ୍ଥାନରେ ଉଡ଼ନ୍ତା ପାଉଁଶ ଗଦା କରାଯାଉଥିବା ଖବର ଗଣମାଧ୍ୟମରେ ପ୍ରକାଶ ପାଇବା ପରେ ପ୍ରଶାସନ ପକ୍ଷରୁ…

‘ଏମ୍‌ଭି ଓସେନ ୱିନର୍‌’ ଜାହାଜ ବୁଡ଼ି ଘଟଣା, ପାରାଦୀପରେ ପହଞ୍ଚିଲେ ୨ ନାବିକ

ପାରାଦୀପ,୨୭।୮(ଶରତ ରାଉତ): ଗତ ୨୨ ତାରିଖରେ ବଙ୍ଗୋପସାଗର ପୋର୍ଟବ୍ଲେୟାର ସୀମାରେ ବୁଡି ଯାଇଥିବା ପଣ୍ୟବାହୀ ଜାହାଜ ଏମଭି ଓସେନ୍ ଓ୍ବିନରର ୨ ଜଣ ଉଦ୍ଧାର ନାବିକ ଗୁରୁବାର…

PM ସୂର୍ଯ୍ୟ ଘର ଯୋଜନାରେ ନୂଆ ନିୟମ! ସବସିଡି ପାଇଁ ପୂରଣ କରିବାକୁ ପଡ଼ିବ ଏହି ସର୍ତ୍ତ

ନୂଆଦିଲ୍ଲୀ,୨୭।୮: ସରକାର ‘ପିଏମ ସୂର୍ଯ୍ୟ ଘର ମାଗଣା ବିଜୁଳି ଯୋଜନା’ (PM Surya Ghar Muft Bijli Yojana) ର ପରବର୍ତ୍ତୀ ପର୍ଯ୍ୟାୟରେ ବଡ଼ ପରିବର୍ତ୍ତନ କରିବାକୁ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri