ଭୁବନେଶ୍ୱରରୁ ୫ଜଣଙ୍କୁ ଗିରଫ କଲା ହାଇଦ୍ରାବାଦ ପୋଲିସ

ଭୁବନେଶ୍ୱର,୧୦ା୭(ବ୍ୟୁରୋ): ଓଡ଼ିଶାରୁ ଅପରେଟ ହେଉଛି ସାଇବର ଠକେଇ ର଼୍ୟାକେଟ। ହାଇଦ୍ରାବାଦ ପୋଲିସ ଭୁବନେଶ୍ୱରରୁ ୫ଜଣଙ୍କୁ ଗିରଫ କରିବା ପରେ ଘଟଣା ପଦାକୁ ଆସିଛି। ମାନାପୁରମ୍‌ ଫାଇନାନ୍ସ ସଂସ୍ଥାରୁ ୩୦ଲକ୍ଷ ଟଙ୍କା ଠକେଇ ଘଟଣାରେ ଓଡ଼ିଶା ଲିଙ୍କ୍‌ ଥିବା ଜାଣିବା ପରେ ହାଇଦ୍ରାବାଦ ପୋଲିସ ଶୁକ୍ରବାର ଭୁବନେଶ୍ୱରରେ ପହଞ୍ଚତ୍ଥିଲା। ଭରତପୁର ଓ ଖଣ୍ଡଗିରି ଥାନା ପୋଲିସ ସହାୟତାରେ ଘାଟିକିଆ ଓ ବରମୁଣ୍ଡାରେ ଚଢ଼ାଉ କରି ଅଭିଯୁକ୍ତଙ୍କୁ ଗିରଫ କରିଥିଲା। ଗିରଫ ଅଭିଯୁକ୍ତମାନେ ହେଲେ ଘାଟିକିଆ ଅଞ୍ଚଳର ଆଦିତ୍ୟ ନାରାୟଣ ମହାପାତ୍ର(୨୨), ସୌମ୍ୟରଞ୍ଜନ ପଟ୍ଟନାୟକ(୨୧), ଦେବାଶିଷ ଓଝା(୨୦), ବରମୁଣ୍ଡା ରୁଚିକା ଅଞ୍ଚଳର ଲକ୍ଷ୍ମୀଧର ମୁର୍ମୁ(୨୧) ଓ ପ୍ରମୋଦ ନାୟକ(୨୩)। ଏମାନଙ୍କ ମଧ୍ୟରୁ ୨ଜଣ ବ୍ରହ୍ମପୁରସ୍ଥିତ ଏକ ଘରୋଇ ସଂସ୍ଥାରେ ଚାକିରି କରିଥିବାବେଳେ ଅନ୍ୟ ୩ଜଣ ଛାତ୍ର। ସେମାନଙ୍କଠାରୁ ୫ଟି ମୋବାଇଲ ଫୋନ୍‌ ଜବତ କରାଯାଇଛି। ସମସ୍ତ ଅଭିଯୁକ୍ତଙ୍କୁ କ୍ୟାପିଟାଲ ହସ୍ପିଟାଲରେ ସ୍ବାସ୍ଥ୍ୟ ପରୀକ୍ଷା କରାଯାଇଥିଲା। ପରେ ଆଇପିସି ଦଫା ୪୧୯, ୪୨୯ ଏବଂ ଆଇଟି ଆକ୍ଟ-୬୬ସିରେ ହାଇଦ୍ରାବାଦ ପୋଲିସ ସେମାନଙ୍କୁ ଭୁବନେଶ୍ୱର ଏସ୍‌ଡିଜେଏମ କୋର୍ଟରେ ହାଜର କରି ଟ୍ରାଞ୍ଜିଟ୍‌ ରିମାଣ୍ଡରେ ନେଇଥିବା ଜଣାପଡିଛି। ଏହି ଘଟଣାରେ ଆଉ କେଉଁମାନଙ୍କର ସମ୍ପୃକ୍ତି ରହିଛି ସେନେଇ ହାଇଦ୍ରାବାଦ ସାଇବର ପୋଲିସ ଅଧିକ ତଦନ୍ତ ଚଳାଇଛି। ଅନ୍ୟପକ୍ଷରେ ଓଡିଶାରେ ଘଟିଥିବା କୌଣସି ସାଇବର ଠକେଇରେ ଏମାନଙ୍କର ସମ୍ପୃକ୍ତି ନ ଥିବା ଡିସିପି ଉମାଶଙ୍କର ଦାଶ କହିଛନ୍ତି।
ଅନୁଯାୟୀ, ଜୁନ୍‌ ୧୫ରେ ହାଇଦ୍ରାବାଦ ହିମାୟଥସ୍ଥିତ ମାନାପୁରମ୍‌ ଫାଇନାନ୍ସ ସଂସ୍ଥାର ଜୁନିଅର ଆସିଷ୍ଟାଣ୍ଟ ରବି ବର୍ମାଙ୍କ ନିକଟକୁ ଏକ ଅଜଣା ଫୋନ୍‌ କଲ୍‌ ଆସିଥିଲା। କଲ୍‌ କରିଥିବା ବ୍ୟକ୍ତି ନିଜକୁ ମୁଖ୍ୟ କାର୍ଯ୍ୟାଳୟର ଅଧିକାରୀ ଭାବେ ପରିଚୟ ଦେଇ ତାଙ୍କ ସହ ୪ ମିନିଟ୍‌ କଥା ହୋଇଥିଲେ। ସଂସ୍ଥାର ଭଲମନ୍ଦ ପଚାରି ବୁଝିବା ସହ ତାଙ୍କ ଏମ୍ପ୍ଲୋଇ-ଆଇଡି ମଧ୍ୟ ବୁଝି ନେଇଥିଲେ। ଏହାର କିଛିଦିନ ପରେ ଅର୍ଥାତ୍‌ ଜୁନ୍‌ ୨୨ରେ ସମ୍ପୃକ୍ତ ବ୍ୟକ୍ତି ଜଣକ ପୁଣିଥରେ କଲ୍‌ କରି ସଂସ୍ଥାର ଆସିଷ୍ଟାଣ୍ଟ ବ୍ରାଞ୍ଚ ହେଡ୍‌ଙ୍କ ସହ କଥା ହୋଇଥିଲେ। ସମାନ କଥା କହି ଭେରିଫିକେଶନ ପାଇଁ ତାଙ୍କୁ ଆଇଡି ଓ ପାସ୍‌ଓ୍ବାର୍ଡ ମାଗି ନେଇଥିଲେ। ଆଇଡି ପାସ୍‌ଓ୍ବାର୍ଡ୍‌ ପାଇବା ପରେ ସାଇବର ଠକମାନେ ମାନାପୂରମ ଗୋଲ୍ଡ ଲୋନ୍‌ ମୋବାଇଲ୍‌ ଆପ୍ଲିକେଶନ ବ୍ୟବହାର କରି ଜାଲ୍‌ ଭାବେ ୧୨୦୦ଗ୍ରାମ୍‌ ସୁନା ବନ୍ଧା ରଖିଥିବା ଦେଖାଇଥିଲେ। ଏଥିପାଇଁ ସେମାନେ ସଂସ୍ଥାରୁ ୨ଟି ବ୍ୟାଙ୍କ ଖାତା ମାଧ୍ୟମରେ ୩୦ଲକ୍ଷ ଟଙ୍କା ଠକିନେଇଥିଲେ। ୨୩ ତାରିଖରେ ସଂସ୍ଥାର ଅଡିଟ୍‌ ଚାଲିଥିବା ସମୟରେ ଡାଟା ବେସ୍‌ରେ ୧୨୦୦ଗ୍ରାମ୍‌ ସୁନା ଅଧିକ ଦେଖାଉଥିବାବେଳେ ଲକରରେ ସୁନା ନ ଥିବା ଜଣାପଡିଥିଲା। ଏନେଇ ସଂସ୍ଥାର ମୁଖ୍ୟ ହାଇଦ୍ରାବାଦ ସାଇବର ଥାନାରେ ଅଭିଯୋଗ କରିଥିଲେ। ପୋଲିସ ମାମଲା ରୁଜୁ କରି ପୋଲିସ ତଦନ୍ତ ଆରମ୍ଭ କରିଥିଲା। ସେହି ଟଙ୍କା ଛତିଶଗଡ଼ ରାୟପୁରର ୨ଟି ଏସ୍‌ବିଆଇ ଆକାଉଣ୍ଟକୁ ଟ୍ରାନ୍ସଫର କରାଯାଇଥିଲା। ତେଣୁ ସମ୍ପୃକ୍ତ ବ୍ୟାଙ୍କକୁ ଚିଠି ଲେଖାଯାଇ ତଥ୍ୟ ମଗାଯିବାରୁ ଉକ୍ତ ୨ଟି ଆକାଉଣ୍ଟରୁ ଓଡିଶାର ବିଭିନ୍ନ ବ୍ୟାଙ୍କ ଆକାଉଣ୍ଟକୁ ଟଙ୍କା ପଠାଯାଇ ଉଠାଇ ନିଆଯାଇଥିବା ଜଣାପଡ଼ିଥିଲା। ବ୍ୟାଙ୍କ ତଥ୍ୟ ଓ ଫୋନ ନମ୍ବରରୁ ଅଭିଯୁକ୍ତମାନେ ଘାଟିକିଆ ଅଞ୍ଚଳରେ ରହୁଥିବା ଜାଣିବା ପରେ ହାଇଦ୍ରାବାଦ ପୋଲିସ ଭୁବନେଶ୍ୱରରେ ପହଞ୍ଚତ୍ଥିଲା।


Enter your email to get our daily news in your inbox.

All Right Reserved By Dharitri.Com

ବାପାଙ୍କ ଶୁଦ୍ଧିକ୍ରିୟାରେ ଯୋଗଦେବେ ଗ୍ୟାଙ୍ଗଷ୍ଟର ଧଳସାମନ୍ତ ଭ୍ରାତା

କଟକ,୨୫ା୪(କାର୍ତ୍ତିକ ସାହୁ): ଗ୍ୟାଙ୍ଗଷ୍ଟର ଧଳସାମନ୍ତ ଭ୍ରାତା ତାଙ୍କ ଦିବଙ୍ଗତ ବାପାଙ୍କ ଶୁଦ୍ଧିକ୍ରିୟାରେ ଯୋଗଦେବା ନିମନ୍ତେ ଅଦାଲତ ଅନୁମତି ଦେଇଛନ୍ତି। ଆସନ୍ତା ୨୯ ଓ ୩୦ ତାରିଖରେ...

ଗରା ଧରି ଜିଲାପାଳଙ୍କୁ ପାଣି ମାଗିଲେ ଜୁଆଙ୍ଗ ଆଦିବାସୀ

କେନ୍ଦୁଝର,୨୫ା୪(ନରେଶ ଚନ୍ଦ୍ର ପଟ୍ଟନାୟକ): ସରକାର ଆଦିବାସୀ ଓ ଗରିବ ଲୋକଙ୍କ ପାଇଁ ମାଳମାଳ ଯୋଜନା କରି ଅନେକ କୋଟି ଖର୍ଚ୍ଚ କରୁଛନ୍ତି। ମାତ୍ର ଜିଲାର ପୁରାତନ...

ଶିମିଳିପାଳର ୩୧ ପଏଣ୍ଟରେ ଲାଗିଛି ନିଆଁ

ବାରିପଦା,୨୫ା୪(ନୀଳାଦ୍ରି ବିହାରୀ ଦଣ୍ଡପାଟ): ଶିମିଳିପାଳ ଅଭୟାରଣ୍ୟରେ ପ୍ରତିଦିନ ବନାଗ୍ନି ଦେଖିବାକୁ ମିଳୁଛି। ସବୁଜିମା ଭରା ବିସ୍ତୀର୍ଣ୍ଣ ଅଞ୍ଚଳରେ ନିଆଁ ମାଡ଼ି ଚାଲିଛି। କର୍ମଚାରୀମାନେ ଅକ୍ଳାନ୍ତ ପରିଶ୍ରମ...

ବାପାଙ୍କ ଶୁଦ୍ଧିକ୍ରିୟା ପାଇଁ ଗାଁକୁ ଯାଇଥିଲେ, ଘରେ ବୁଲିଲା କଳାକନା

ବାସୁଦେବପୁର,୨୫ା୪(ନାରାୟଣ ପ୍ରସାଦ ବାରିକ୍‌): ବାପାଙ୍କ ଶୁଦ୍ଧିକ୍ରିୟାକୁ ଯାଇଥିଲେ। ଏପଟେ ଘରେ କଳାକନା ବୁଲାଇ ଦେଲେ ଚୋର। ବାସୁଦେବପୁର ପୌରପାଳିକାର ବିଦ୍ୟୁତ୍‌ ମାର୍ଗରେ ବୁଧବାର ରାତିରେ ଏଭଳି...

ଓଡ଼ିଶାରେ ଭାଜପା ସରକାରକୁ ଆସିଲେ ଲୋକେ ରୋଜଗାର ପାଇଁ ବାହାର ରାଜ୍ୟକୁ ଯିବେ ନାହିଁ: ଅମିତ ଶାହା

ସୋନପୁର,୨୫।୪: କେନ୍ଦ୍ରମନ୍ତ୍ରୀ ଅମିତ ଶାହା ଗୁରୁବାର ଓଡ଼ିଶାରେ ଡବଲ ଇଞ୍ଜିନ ସରକାର ଗଢିବାକୁ ଲୋକ ମାନଙ୍କୁ ଆହ୍ୱାନ ଦେଇଛନ୍ତି। ନବୀନ ସରକାରକୁ ଓପାଡ଼ି ଏଠାରେ ଭାଜପା...

ପଦ୍ମ ଧରିବା ପରେ ପ୍ରବୋଧଙ୍କୁ ସ୍ବାଗତ କଲା ଭାଜପା, ମିଳିବ କି’ ଟିକେଟ

ଭୁବନେଶ୍ୱର,୨୫।୪: କଂଗ୍ରେସରୁ ଇସ୍ତଫା ପରେ ଭାଜପାର ସାମିଲ ହୋଇଛନ୍ତି ପୂର୍ବତନ ହକି ତାରକା ପ୍ରବୋଧ ତିର୍କୀ । ଏହି ଅବସରରେ ଭାଜପା ଶୀର୍ଷ ନେତୃତ୍ୱ ଫୁଳତୋଡା...

ଅଂଶୁଘାତ ରୋଗୀଙ୍କ ଚିକିତ୍ସା ପାଇଁ ଏମ୍ସରେ ସ୍ବତନ୍ତ୍ର ୟୁନିଟ୍‌

ଭୁବନେଶ୍ୱର,୨୫ା୪(ଅସମାପିକା ସାହୁ): ରାଜ୍ୟରେ ପ୍ରଚଣ୍ଡ ରୌଦ୍ରତାପ ଯୋଗୁ ଦିନକୁ ଦିନ ବୃଦ୍ଧି ଘଟୁଥିବା ଅଂଶୁଘାତ ରୋଗୀଙ୍କ ଚିକିତ୍ସା ନିମନ୍ତେ ଏମ୍ସ ଭୁବନେଶ୍ୱରରେ ଏକ ସ୍ବତନ୍ତ୍ର ହିଟ୍‌...

କାହିଁକି ଅମିତ ଶାହା ପଚାରିଲେ ‘୨୦ ଲୋକସଭା ସିଟ୍‌ ଜିତିବା କି ନାହିଁ’ ?

ସୋନପୁର,୨୫।୪: ଓଡ଼ିଶାରୁ ସର୍ବାଧିକ ଲୋକ ସଭା ଆସନ ବିଜୟ ଲକ୍ଷ୍ୟରେ କେନ୍ଦ୍ରମନ୍ତ୍ରୀ ଅମିତ ଶାହା ଗୁରୁବାର ସୋନପୁରରୁ ପ୍ରଚାର ଆରମ୍ଭ କରିଛନ୍ତି। ଜୟ ଜଗନ୍ନାଥ, ଜୟ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri