ଭୁବନେଶ୍ୱରରୁ ୫ଜଣଙ୍କୁ ଗିରଫ କଲା ହାଇଦ୍ରାବାଦ ପୋଲିସ

ଭୁବନେଶ୍ୱର,୧୦ା୭(ବ୍ୟୁରୋ): ଓଡ଼ିଶାରୁ ଅପରେଟ ହେଉଛି ସାଇବର ଠକେଇ ର଼୍ୟାକେଟ। ହାଇଦ୍ରାବାଦ ପୋଲିସ ଭୁବନେଶ୍ୱରରୁ ୫ଜଣଙ୍କୁ ଗିରଫ କରିବା ପରେ ଘଟଣା ପଦାକୁ ଆସିଛି। ମାନାପୁରମ୍‌ ଫାଇନାନ୍ସ ସଂସ୍ଥାରୁ ୩୦ଲକ୍ଷ ଟଙ୍କା ଠକେଇ ଘଟଣାରେ ଓଡ଼ିଶା ଲିଙ୍କ୍‌ ଥିବା ଜାଣିବା ପରେ ହାଇଦ୍ରାବାଦ ପୋଲିସ ଶୁକ୍ରବାର ଭୁବନେଶ୍ୱରରେ ପହଞ୍ଚତ୍ଥିଲା। ଭରତପୁର ଓ ଖଣ୍ଡଗିରି ଥାନା ପୋଲିସ ସହାୟତାରେ ଘାଟିକିଆ ଓ ବରମୁଣ୍ଡାରେ ଚଢ଼ାଉ କରି ଅଭିଯୁକ୍ତଙ୍କୁ ଗିରଫ କରିଥିଲା। ଗିରଫ ଅଭିଯୁକ୍ତମାନେ ହେଲେ ଘାଟିକିଆ ଅଞ୍ଚଳର ଆଦିତ୍ୟ ନାରାୟଣ ମହାପାତ୍ର(୨୨), ସୌମ୍ୟରଞ୍ଜନ ପଟ୍ଟନାୟକ(୨୧), ଦେବାଶିଷ ଓଝା(୨୦), ବରମୁଣ୍ଡା ରୁଚିକା ଅଞ୍ଚଳର ଲକ୍ଷ୍ମୀଧର ମୁର୍ମୁ(୨୧) ଓ ପ୍ରମୋଦ ନାୟକ(୨୩)। ଏମାନଙ୍କ ମଧ୍ୟରୁ ୨ଜଣ ବ୍ରହ୍ମପୁରସ୍ଥିତ ଏକ ଘରୋଇ ସଂସ୍ଥାରେ ଚାକିରି କରିଥିବାବେଳେ ଅନ୍ୟ ୩ଜଣ ଛାତ୍ର। ସେମାନଙ୍କଠାରୁ ୫ଟି ମୋବାଇଲ ଫୋନ୍‌ ଜବତ କରାଯାଇଛି। ସମସ୍ତ ଅଭିଯୁକ୍ତଙ୍କୁ କ୍ୟାପିଟାଲ ହସ୍ପିଟାଲରେ ସ୍ବାସ୍ଥ୍ୟ ପରୀକ୍ଷା କରାଯାଇଥିଲା। ପରେ ଆଇପିସି ଦଫା ୪୧୯, ୪୨୯ ଏବଂ ଆଇଟି ଆକ୍ଟ-୬୬ସିରେ ହାଇଦ୍ରାବାଦ ପୋଲିସ ସେମାନଙ୍କୁ ଭୁବନେଶ୍ୱର ଏସ୍‌ଡିଜେଏମ କୋର୍ଟରେ ହାଜର କରି ଟ୍ରାଞ୍ଜିଟ୍‌ ରିମାଣ୍ଡରେ ନେଇଥିବା ଜଣାପଡିଛି। ଏହି ଘଟଣାରେ ଆଉ କେଉଁମାନଙ୍କର ସମ୍ପୃକ୍ତି ରହିଛି ସେନେଇ ହାଇଦ୍ରାବାଦ ସାଇବର ପୋଲିସ ଅଧିକ ତଦନ୍ତ ଚଳାଇଛି। ଅନ୍ୟପକ୍ଷରେ ଓଡିଶାରେ ଘଟିଥିବା କୌଣସି ସାଇବର ଠକେଇରେ ଏମାନଙ୍କର ସମ୍ପୃକ୍ତି ନ ଥିବା ଡିସିପି ଉମାଶଙ୍କର ଦାଶ କହିଛନ୍ତି।
ଅନୁଯାୟୀ, ଜୁନ୍‌ ୧୫ରେ ହାଇଦ୍ରାବାଦ ହିମାୟଥସ୍ଥିତ ମାନାପୁରମ୍‌ ଫାଇନାନ୍ସ ସଂସ୍ଥାର ଜୁନିଅର ଆସିଷ୍ଟାଣ୍ଟ ରବି ବର୍ମାଙ୍କ ନିକଟକୁ ଏକ ଅଜଣା ଫୋନ୍‌ କଲ୍‌ ଆସିଥିଲା। କଲ୍‌ କରିଥିବା ବ୍ୟକ୍ତି ନିଜକୁ ମୁଖ୍ୟ କାର୍ଯ୍ୟାଳୟର ଅଧିକାରୀ ଭାବେ ପରିଚୟ ଦେଇ ତାଙ୍କ ସହ ୪ ମିନିଟ୍‌ କଥା ହୋଇଥିଲେ। ସଂସ୍ଥାର ଭଲମନ୍ଦ ପଚାରି ବୁଝିବା ସହ ତାଙ୍କ ଏମ୍ପ୍ଲୋଇ-ଆଇଡି ମଧ୍ୟ ବୁଝି ନେଇଥିଲେ। ଏହାର କିଛିଦିନ ପରେ ଅର୍ଥାତ୍‌ ଜୁନ୍‌ ୨୨ରେ ସମ୍ପୃକ୍ତ ବ୍ୟକ୍ତି ଜଣକ ପୁଣିଥରେ କଲ୍‌ କରି ସଂସ୍ଥାର ଆସିଷ୍ଟାଣ୍ଟ ବ୍ରାଞ୍ଚ ହେଡ୍‌ଙ୍କ ସହ କଥା ହୋଇଥିଲେ। ସମାନ କଥା କହି ଭେରିଫିକେଶନ ପାଇଁ ତାଙ୍କୁ ଆଇଡି ଓ ପାସ୍‌ଓ୍ବାର୍ଡ ମାଗି ନେଇଥିଲେ। ଆଇଡି ପାସ୍‌ଓ୍ବାର୍ଡ୍‌ ପାଇବା ପରେ ସାଇବର ଠକମାନେ ମାନାପୂରମ ଗୋଲ୍ଡ ଲୋନ୍‌ ମୋବାଇଲ୍‌ ଆପ୍ଲିକେଶନ ବ୍ୟବହାର କରି ଜାଲ୍‌ ଭାବେ ୧୨୦୦ଗ୍ରାମ୍‌ ସୁନା ବନ୍ଧା ରଖିଥିବା ଦେଖାଇଥିଲେ। ଏଥିପାଇଁ ସେମାନେ ସଂସ୍ଥାରୁ ୨ଟି ବ୍ୟାଙ୍କ ଖାତା ମାଧ୍ୟମରେ ୩୦ଲକ୍ଷ ଟଙ୍କା ଠକିନେଇଥିଲେ। ୨୩ ତାରିଖରେ ସଂସ୍ଥାର ଅଡିଟ୍‌ ଚାଲିଥିବା ସମୟରେ ଡାଟା ବେସ୍‌ରେ ୧୨୦୦ଗ୍ରାମ୍‌ ସୁନା ଅଧିକ ଦେଖାଉଥିବାବେଳେ ଲକରରେ ସୁନା ନ ଥିବା ଜଣାପଡିଥିଲା। ଏନେଇ ସଂସ୍ଥାର ମୁଖ୍ୟ ହାଇଦ୍ରାବାଦ ସାଇବର ଥାନାରେ ଅଭିଯୋଗ କରିଥିଲେ। ପୋଲିସ ମାମଲା ରୁଜୁ କରି ପୋଲିସ ତଦନ୍ତ ଆରମ୍ଭ କରିଥିଲା। ସେହି ଟଙ୍କା ଛତିଶଗଡ଼ ରାୟପୁରର ୨ଟି ଏସ୍‌ବିଆଇ ଆକାଉଣ୍ଟକୁ ଟ୍ରାନ୍ସଫର କରାଯାଇଥିଲା। ତେଣୁ ସମ୍ପୃକ୍ତ ବ୍ୟାଙ୍କକୁ ଚିଠି ଲେଖାଯାଇ ତଥ୍ୟ ମଗାଯିବାରୁ ଉକ୍ତ ୨ଟି ଆକାଉଣ୍ଟରୁ ଓଡିଶାର ବିଭିନ୍ନ ବ୍ୟାଙ୍କ ଆକାଉଣ୍ଟକୁ ଟଙ୍କା ପଠାଯାଇ ଉଠାଇ ନିଆଯାଇଥିବା ଜଣାପଡ଼ିଥିଲା। ବ୍ୟାଙ୍କ ତଥ୍ୟ ଓ ଫୋନ ନମ୍ବରରୁ ଅଭିଯୁକ୍ତମାନେ ଘାଟିକିଆ ଅଞ୍ଚଳରେ ରହୁଥିବା ଜାଣିବା ପରେ ହାଇଦ୍ରାବାଦ ପୋଲିସ ଭୁବନେଶ୍ୱରରେ ପହଞ୍ଚତ୍ଥିଲା।


Enter your email to get our daily news in your inbox.

All Right Reserved By Dharitri.Com

ଶନିଙ୍କ ଚାଲିବ ଦିଗ ବଦଳ: ୨୦୨୭ରେ କାହା ଉପରେ ଚଢ଼ିବ ସାଢେସାତୀ? କେଉଁ ରାଶି ପାଇବେ ମୁକ୍ତି, ପଢନ୍ତୁ…

ଭୁବନେଶ୍ୱର: ଜ୍ୟୋତିଷ ଶାସ୍ତ୍ରରେ ଶନିଙ୍କ ସାଢେସାତୀକୁ ଏକ କଠିନ ସମୟ ଭାବେ ବିବେଚନା କରାଯାଏ। ଜ୍ୟୋତିଷୀୟ ମାନ୍ୟତା ଅନୁଯାୟୀ, ଏହି ସମୟରେ ବ୍ୟକ୍ତିଙ୍କୁ ସ୍ବାସ୍ଥ୍ୟ, ବ୍ୟବସାୟ, ଚାକିରି…

ଯୁବକଙ୍କୁ ମୃତ ଘୋଷଣା କଲେ ଡାକ୍ତର; ଜୀବନ ବଞ୍ଚାଇବାକୁ ମେଡିକାଲରେ ଝଡ଼ାଫୁଙ୍କା କଲେ ଗୁଣିଆ, ତାପରେ…!

ଆନନ୍ଦପୁର,୨୧।୯(ସୁଶାନ୍ତ କୁମାର ସାହୁ ): ପୁଣି ଥରେ ଅନ୍ଧବିଶ୍ୱାସର ମାୟାଜାଲରେ ସଭ୍ୟ ସମାଜ । ବିଜ୍ଞାନ ଏତେ ଆଗେଇ ଯାଇଥିଲେ ମଧ୍ୟ ଆଜି ବି ଲୋକଙ୍କ ମନରୁ…

୧୨ ବର୍ଷ ପରେ ସିଂହ ରାଶିରେ ଘଟୁଛି ଅଦ୍ଭୁତ ଘଟଣା: ୨୦୨୭ ଯାଏ ୩ ରାଶି ପାଇଁ ସୁବର୍ଣ୍ଣ ସମୟ, ମାଲାମାଲ ସହ ନୂଆ ଚାକିରି…

ଭୁବନେଶ୍ୱର: ଜ୍ୟୋତିଷ ଶାସ୍ତ୍ର ଅନୁଯାୟୀ, ଆସନ୍ତା ୩୧ ଅକ୍ଟୋବର ୨୦୨୬ରେ ଗୁରୁ ଗ୍ରହ ଏକ ବଡ଼ ରାଶି ପରିବର୍ତ୍ତନ କରିବେ। ଦିନ ୧୨ଟା ୦୧ ମିନିଟରେ ଗୁରୁ…

ବଡ଼ ଭୁଲ୍‌ କରିଦେଲେ ବୀରେନ୍ଦ୍ର ସେହ୍ବାଗଙ୍କ ପୁଅ: ବିସ୍ଫୋରକ ବ୍ୟାଟିଂ କରୁଥିବାବେଳେ…

ନୂଆଦିଲ୍ଲୀ,୨୧।୯: ଅଷ୍ଟ୍ରେଲିଆ ଅଣ୍ଡର-୧୯ ବିପକ୍ଷ ମ୍ୟାଚ୍‌ରେ ଭାରତୀୟ ଯୁବ ବ୍ୟାଟର ତଥା ବୀରେନ୍ଦ୍ର ସେହ୍ବାଗଙ୍କ ପୁଅ ଆର୍ଯ୍ୟବୀର ସେହ୍ବାଗ ନିଜ ବ୍ୟାଟିଂରେ ପୁଣିଥରେ ପ୍ରଭାବିତ କରିଛନ୍ତି। ଓପନର…

ରୁଷିଆ ନିର୍ବାଚନରେ ପୁଟିନଙ୍କ ଦବଦବା, ୪୫୦ରୁ ୩୫୫ ଆସନ ଜିତିଲା ୟୁନାଇଟେଡ୍…

ମସ୍କୋ,୨୧।୯: ରୁଷିଆର ସଂସଦୀୟ ନିର୍ବାଚନରେ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନଙ୍କ ସମର୍ଥନ ଥିବା ୟୁନାଇଟେଡ୍ ରୁଷିଆ ପାର୍ଟି ବଡ଼ ବିଜୟ ହାସଲ କରିଛି । ପୁଟିନ୍‌ଙ୍କ ଦଳ ସଂସଦର…

ବିଳମ୍ବିତ ରାତିରେ ନିଖୋଜ ହୋଇଗଲା ମତ୍ସ୍ୟଜୀବୀଙ୍କ ଡ଼ଙ୍ଗା, ଆଉ ତା’ପରେ…

ଛତ୍ରପୁର,୨୧।୯(ଦିଲ୍ଲୀପ ସାମଲ/ଦ୍ୱାରକା ପଟ୍ଟନାୟକ): ଗଞ୍ଜାମ ଜିଲା ମେରାଇନ ଥାନା ଅନ୍ତର୍ଗତ ଆର୍ଯ୍ୟପଲ୍ଲୀ ଫିସେରୀ ଜେଟିରୁ ଏକ ମତ୍ସ୍ୟଜୀବୀଙ୍କ ଡଙ୍ଗା ନିଖୋଜ ହୋଇଯାଇଥିବା ଖବର ସାମନାକୁ ଆସିଛି। ମେରାଇନ…

ମୋବାଇଲ ଝାମ୍ପି ଫେରାର ବେଳେ ଦୁର୍ଘଟଣା, ୨ ଯୁବକଙ୍କୁ କାବୁ କଲେ ସ୍ଥାନୀୟ ଲୋକେ

ଜୟପୁର,୨୧।୯(ପବନ ପାଣିଗ୍ରାହୀ): ଦିନ ଦଶଟା ବେଳେ ପଞ୍ଚାନନ ମନ୍ଦିର ଛକରୁ ମହିଳା ଶ୍ରମିକଙ୍କ ମୋବାଇଲ ଛଡାଇ ଫେରାର ହେଉଥିଲେ । ହେଲେ ସେହି ସମୟରେ ଏକ ସଡ଼କ…

ଉଚ୍ଚ ଦରମାରେ ଚାକିରି ସୁଯୋଗ ଆଣିଛି SBI, ଜାଣନ୍ତୁ କେମିତି କରିବେ ଆବେଦନ, ଶେଷ ତାରିଖ ରହିଛି…

ନୂଆଦିଲ୍ଲୀ,୨୦ା୯: ଆଜିକାଲି ସମସ୍ତେ ଭଲ ଦରମା ପାଇବା ପାଇଁ ଗୋଟିଏ ଭଲ ଚାକିରି ଖୋଜୁଛନ୍ତି। ଦେଶର ସବୁଠାରୁ ବଡ଼ ବ୍ୟାଙ୍କ ଷ୍ଟେଟ୍‌ ବ୍ୟାଙ୍କ ଅଫ୍‌ ଇଣ୍ଡିଆ’ (SBI)…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?