Posted inଖେଳ

‘ବ୍ୟାଡ୍‌ ଲାଇଟ୍‌’ ନିୟମ ପରିବର୍ତ୍ତନ ଚାହାନ୍ତି ହୁସେନ

ସାଉଥାମ୍ପଟନ, ୧୦ା୭ (ପି.ଟି.)-‘ବ୍ୟାଡ୍‌ ଲାଇଟ୍‌’ ନିୟମ ବର୍ଷ ବର୍ଷ ଧରି ଟେଷ୍ଟ ମ୍ୟାଚଗୁଡ଼ିକୁ ପ୍ରଭାବିତ କରିଆସୁଛି। ଅନ୍ତର୍ଜାତୀୟ କ୍ରିକେଟ ପରିଷଦ (ଆଇସିସି) ଏହି ନିୟମର ପରିବର୍ତ୍ତନ କରିବା ଆବଶ୍ୟକ ବୋଲି କହିଛନ୍ତି ଇଂଲଣ୍ଡର ପୂର୍ବତନ ଅଧିନାୟକ ନାସେର ହୁସେନ। ବ୍ୟାଡ୍‌ ଲାଇଟ୍‌ ଯୋଗୁ ଇଂଲଣ୍ଡ ଓ ଓ୍ବେଷ୍ଟଇଣ୍ଡିଜ ମଧ୍ୟରେ ଚାଲିଥିବା ପ୍ରଥମ ଟେଷ୍ଟର ପ୍ରଥମ ଦିବସରେ ମାତ୍ର ୧୭.୪ଓଭର ଖେଳ ସମ୍ଭବ ହୋଇଥିଲା। ବ୍ୟାଡ୍‌ଲାଇଟ୍‌ ଯୋଗୁ ଖେଳ ଜାରି ରଖିବା ବିପଜ୍ଜନକ କିମ୍ବା ସମ୍ଭବ ହୋଇ ନ ଥାଏ। ସେ ସମୟରେ ଖେଳକୁ ସ୍ଥଗିତ ରଖିବା ନିଷ୍ପତ୍ତି ଆଇସିସି ଅମ୍ପାୟରଙ୍କ ଉପରେ ଛାଡ଼ି ଦେଇଥାଏ। ହୁସେ ଇଂଲଣ୍ଡ ତରଫରୁ ୯୬ ଟେଷ୍ଟ ଖେଳି ୫୭୬୪ ରନ ସଂଗ୍ରହ କରିଛନ୍ତି। ସେ କହିଛନ୍ତି ଖରାପ ଆଲୋକ ପରିସ୍ଥିତି ହେଲେ ଫ୍ଲଡ୍‌ ଲାଇଟ୍‌ ବ୍ୟବସ୍ଥା କରି ଖେଳକୁ ଜାରି ରଖାଯାଇପାରନ୍ତା। ବ୍ୟାଡ୍‌ଲାଇଟ୍‌ ନିୟମକୁ ଅତୀତରେ ସମାଲୋଚନା କରାଯାଇଛି। ୨୦୧୩ ଆଶେସ ସରିଜରେ ୨୨୭ ଟାର୍ଗେଟକୁ ପିଛା କରୁଥିବାବେଳେ ହାତରେ ୫ ଉଇକେଟ ଥାଇ ବିଜୟ ପାଇଁ ଇଂଲଣ୍ଡ ୨୪ ବଲ୍‌ରେ ୨୧ ରନ ଆବଶ୍ୟକ କରୁଥିଲା। ମାତ୍ର ସେତେବେଳେ ବ୍ୟାଡ୍‌ଳାଇଟ୍‌ ଯୋଗୁ ଅମ୍ପାୟର ଖେଳକୁ ସ୍ଥଗିତ ରଖିଥିଲେ। ସେହିପରି ଗତବର୍ଷ ଜାନୁୟାରୀରେ ଏସ୍‌ଏସ୍‌ଜିଠାରେ ଭାରତ ଓ ଅଷ୍ଟ୍ରେଲିଆ ମଧ୍ୟରେ ମ୍ୟାଚ ଖେଳାଯାଉଥିବାବେଳେ ଖରାପ ଆଲୋକ ପାଇଁ ଅମ୍ପାୟର ଚତୁର୍ଥ ଦିବସ ଖେଳକୁ ସ୍ଥଗିତ ରଖିଥିଲେ। ସେତେବେଳେ ବ୍ୟାଡ୍‌ଲାଇଟ୍‌ ନିୟମକୁ ନେଇ ପ୍ରଶ୍ନ ଉଠିଥିଲା।


Enter your email to get our daily news in your inbox.

All Right Reserved By Dharitri.Com

Posted inଖେଳ View All

୧୦ ସିଜନ…୪୦୦ପ୍ଲସ ରନ…,ଇତିହାସ ରଚିଲେ କୋହଲି, ଆଇପିଏଲରେ ଏମିତି କରିଥିବା ପ୍ରଥମ ବ୍ୟାଟ୍ସମ୍ୟାନ

ନୂଆଦିଲ୍ଲୀ,୨୫।୪: ବିରାଟ କୋହଲି ଆଇପିଏଲ ୨୦୨୪ରେ ଭଲ ବ୍ୟାଟିଂ କରୁଛନ୍ତି। କୋହଲି ତାଙ୍କ ନାମରେ ସନରାଇଜର୍ସ ହାଇଦ୍ରାବାଦ ବିପକ୍ଷ ମ୍ୟାଚରେ ଏକ ବଡ଼ ସଫଳତା ହାସଲ...

ପନ୍ତଙ୍କ ପରେ ଦ୍ୱିତୀୟ ୱିକେଟ୍ କିପର କିଏ ? ହାର୍ଦ୍ଦିକଙ୍କ ପାଇଁ ଚିନ୍ତାର କାରଣ ଖରାପ ଫର୍ମ; ଅକ୍ସର, ଆବେଶ, ବିଷ୍ଣୋଇଙ୍କ ମଧ୍ୟରୁ ଜଣେ

ମୁମ୍ବାଇ,୨୫।୪: ଟି -୨୦ ବିଶ୍ୱକପରେ ଭାରତର ୱିକେଟ୍ କିପର କିଏ ହେବେ? ବର୍ତ୍ତମାନ ଭାରତୀୟ ପ୍ରଶଂସକଙ୍କ ମାନେ ଏହା ସବୁଠୁ ବଡ଼ ପ୍ରଶ୍ନ। ଦୁର୍ଘଟଣାରୁ ଫେରିବା...

‘ଆମେ ୬ ବଲ୍‌ରେ ୬ ଛକା ମାରିବୁ’

ଲକ୍ଷ୍ନୌ,୨୫।୪: ସମାଜବାଦୀ ପାର୍ଟୀ(ଏସ୍‌ପି) ମୁଖ୍ୟ ଅଖିଳେଶ ଯାଦବ ଗୁରୁବାର କନୈାଜ ଲୋକ ସଭା ଆସନରୁ ନାମାଙ୍କନପତ୍ର ଦାଖଲ କରିଛନ୍ତି। ଏହାପରେ ସେ ଭାଜପା ପ୍ରାର୍ଥୀ ସୁବ୍ରତ...

ଏହି ଟିମ୍‌ ହେବ ଏଥର ଆଇପିଏଲ୍‌ ଚାମ୍ପିୟନ୍‌: ଭବିଷ୍ୟବାଣୀ କଲେ ୱାସିମ ଆକ୍ରମ

ନୂଆଦିଲ୍ଲୀ,୨୫।୪: ପାକିସ୍ତାନର ପୂର୍ବତନ ଦ୍ରୁତ ବୋଲର ୱାସିମ ଆକ୍ରମ ଆଇପିଏଲ ୨୦୨୪ର ବିଜେତାକୁ ନେଇ ଭବିଷ୍ୟବାଣୀ କରିଛନ୍ତି। ସେ କହିଛନ୍ତି, ଏହା ପୂର୍ବାନୁମାନ କରିବା କଷ୍ଟକର...

ପନ୍ତଙ୍କ ଛକାରେ କ୍ୟାମେରାମ୍ୟାନ୍‌ ଆହତ: ମ୍ୟାଚ୍‌ ପରେ ଏମିତି କଥା କହି ସମସ୍ତଙ୍କ ହୃଦୟ ଜିତିଲେ

ନୂଆଦିଲ୍ଲୀ,୨୫।୪: ଆଇପିଏଲ୍‌ ୨୦୨୪ରେ ରିଷଭ ପନ୍ତ ଭଲ ଫର୍ମ ଦେଖାଉଛନ୍ତି। ଗୁଜରାଟ ଟାଇଟାନ୍ସ ବିପକ୍ଷରେ ଖେଳାଯାଇଥିବା ଟୁର୍ନାମେଣ୍ଟର ୪୦ତମ ମ୍ୟାଚରେ ଦିଲ୍ଲୀ କ୍ୟାପିଟାଲ୍ସର ଅଧିନାୟକ ଏକ...

ଏହି କ୍ରିକେଟର୍‌ଙ୍କୁ ଆକ୍ରମଣ କଲା ଚିତାବାଘ: ପୋଷା କୁକୁର ବଞ୍ଚାଇଦେଲା ଜୀବନ

ହରାରେ,୨୫।୪: ଜିମ୍ବାୱେର ପୂର୍ବତନ କ୍ରିକେଟର ଗାଏ ହ୍ବିଟଲଙ୍କୁ ଏକ ଚିତାବାଘ ଆକ୍ରମଣ କରିଛି। ଏହି ଆକ୍ରମଣରେ ସେ ଗୁରୁତର ଆହତ ହୋଇଛନ୍ତି। ପୋଷା କୁକୁର ତାଙ୍କ...

ଯଦି ଫାଇନାଲରେ କୁମ୍ବଲେଙ୍କ ଏହି କଥା ମାନିଥାନ୍ତେ ଉଥପ୍ପା, ଆଇପିଏଲ୍‌ ଚାମ୍ପିୟନ ହୋଇଥାନ୍ତା RCB

ନୂଆଦିଲ୍ଲୀ,୨୫।୪: ବର୍ତ୍ତମାନ ସମୟରେ ଇଣ୍ଡିଆନ ପ୍ରିମିୟର ଲିଗ୍‌(ଆଇପିଏଲ୍‌)ରେ ଲୋକପ୍ରିୟ ଟିମ୍‌ ମଧ୍ୟରେ ରହିଛନ୍ତି ଚେନ୍ନାଇ ସୁପର କିଙ୍ଗ୍ସ ଏବଂ ମୁମ୍ବାଇ ଇଣ୍ଡିଆନ୍ସ। ଏହାଛଡ଼ା ରୟାଲ ଚ୍ୟାଲେଞ୍ଜର୍ସ...

ଗୋଟିଏ ବଲ୍‌ରେ ପଲଟିଗଲା ପୂରା ମ୍ୟାଚ୍‌: ସମସ୍ତେ ହୋଇଗଲେ ଆଶ୍ଚର୍ଯ୍ୟ

ନୂଆଦିଲ୍ଲୀ,୨୫।୪: ଏକ ରୋମାଞ୍ଚକର ମ୍ୟାଚରେ ଗୁଜରାଟ ଟାଇଟାନ୍ସକୁ ଦିଲ୍ଲୀ କ୍ୟାପିଟାଲ୍ସ ୪ ରନ୍‌ରେ ପରାସ୍ତ କରିଛି। ମୁକେଶ କୁମାର ଶେଷ ଓଭରରେ ଭଲ ବୋଲିଂ କରିଥିଲେ।...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri