ସ୍ତ୍ରୀଙ୍କୁ ହତ୍ୟା ପରେ ସ୍ବାମୀଙ୍କ ଆତ୍ମହତ୍ୟା ଉଦ୍ୟମ

ଦିଗପହଣ୍ଡି,୭ା୩(ଡି.ଏନ.ଏ.):ଗଞ୍ଜାମ ଜିଲା ସାନଖେମୁଣ୍ଡି ବ୍ଲକ ପାଟପୁର ଥାନା ଡେଙ୍ଗାଡି ଗ୍ରାମରେ ସୋମବାର ଏକ ଅଭାବନୀୟ ଘଟଣା ଘଟିଛି। ଅନ୍‌ଲାଇନ୍‌ ଗେମ୍‌ ଖେଳରୁ ଜୟସେନ ମହାନ୍ତି ନାମକ ଜଣେ ଶିକ୍ଷକ ତାଙ୍କ ଶିକ୍ଷୟିତ୍ରୀ ସ୍ତ୍ରୀ ନୀଳେନ୍ଦ୍ରି ସ୍ବାଇଁଙ୍କୁ ହତ୍ୟା କରିବା ପରେ ନିଜେ ଆତ୍ମହତ୍ୟା ଉଦ୍ୟମ କରିଥିଲେ। ତାଙ୍କୁ ଗୁରୁତର ଅବସ୍ଥାରେ ବ୍ରହ୍ମପୁର ବଡ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି। ତାଙ୍କ ବେକ ଓ ବାମ ହାତରେ ଗଭୀର କ୍ଷତ ସୃଷ୍ଟି ହୋଇଥିବା ଜଣାପଡିଛି।
ପ୍ରକାଶ ଯେ, ଜୟସେନଙ୍କ ସ୍ତ୍ରୀ ନୀଳେନ୍ଦ୍ରି କଳାହାଣ୍ଡି ଜିଲା ରାମପୁରରେ ଶିକ୍ଷୟିତ୍ରୀ ଥିଲେ। ସେ ଛୁଟିରେ ଗତ କିଛିଦିନ ହେଲା ଜୟସେନଙ୍କ ପାଖକୁ ଆସିଥିଲେ। ଜୟସେନ ଅନ୍‌ଲାଇନ୍‌ରେ ଗେମ୍‌ ଖେଳିବା ସହ ବିଟ୍‌ କଏନ୍‌ କିଣା ବିକାରେ ଲକ୍ଷାଧିକ ଟଙ୍କା କ୍ଷତି ସହିଥିବା ପୋଲିସର ପ୍ରାଥମିକ ତଦନ୍ତରୁ ଜଣାପଡିଛି। ଜୟସେନ ଶେରଗଡ଼ ବ୍ଲକ କାଚଖଣ୍ଡି ବିଦ୍ୟାଳୟରେ ଶିକ୍ଷକତା କରନ୍ତି। ବିବାହ ପୂର୍ବରୁ ଓ ପରେ ସେ ଅନ୍‌ଲାଇନ୍‌ରେ ଗେମ୍‌ ଖେଳିବା ସହ ଏଥିରେ ଲକ୍ଷାଧିକ ଟଙ୍କା ବରବାଦ କରୁଥିଲେ। ଘଟଣାକୁ ନେଇ ବିବାହର କିଛି ମାସ ପରେ ଉଭୟଙ୍କ ମଧ୍ୟରେ ଝଗଡ଼ା ଲାଗି ରହୁଥିବା ବେଳେ ଜୟସେନ ପ୍ରାୟ ସମୟରେ ଅନ୍‌ଲାଇନ୍‌ ଗେମ୍‌ରେ ବ୍ୟସ୍ତ ରହୁଥିବାରୁ ଗଁାର ବିଭିନ୍ନ ବ୍ୟକ୍ତି ଏବଂ ସାଙ୍ଗସାଥୀମାନଙ୍କଠାରୁ ୧୦ଲକ୍ଷରୁ ଊର୍ଦ୍ଧ୍ୱ ଟଙ୍କା ଋଣ ଆଣିଥିଲେ। ତେଣୁ ସେ ସବୁବେଳେ ଚାପଗ୍ରସ୍ତ ରହୁଥିଲେ। ସ୍ବାମୀ ସ୍ତ୍ରୀ ଉଭୟଙ୍କ ପରିବାର ଲୋକ ଝଗଡ଼ା ବିଷୟରେ ଜାଣିବାକୁ ପାଇ ବୁଝାଶୁଝା କଲେ ମଧ୍ୟ କୌଣସି ସୁଫଳ ମିଳି ନ ଥିଲା। ନୀଳେନ୍ଦ୍ରିଙ୍କ ବାପା ଋଣ ଶୁଝିବା ପାଇଁ କିଛିଦିନ ପୂର୍ବେ ଜୟସେନଙ୍କୁ ୪ ଲକ୍ଷ ଟଙ୍କା ଦେଇଥିଲେ। ରବିବାର ବିଳମ୍ବିତ ରାତିରେ ଉଭୟ ଜୟସେନ ଓ ନୀଳେନ୍ଦ୍ରିଙ୍କ ମଧ୍ୟରେ ଝଗଡ଼ା ହୋଇଥିବା ବେଳେ ସୋମବାର ସକାଳୁ ବନ୍ଦଘରୁ ନୀଳେନ୍ଦ୍ରିଙ୍କ ମୃତଦେହ ଝୁଲନ୍ତା ଅବସ୍ଥାରେ ମିଳିବା ସହ ତାଙ୍କ ଦେହର ବିଭିନ୍ନ ସ୍ଥାନରେ କଟାଦାଗ ଥିବାରୁ ତାଙ୍କୁ ସ୍ବାମୀ ହତ୍ୟା କରିବା ପରେ ଆତ୍ମହତ୍ୟାର ରୂପ ଦେବାପାଇଁ ଉଦ୍ୟମ କରିଥିବା ନୀଳେନ୍ଦ୍ରିଙ୍କ ପରିବାର ଲୋକେ ପୋଲିସରେ ଅଭିଯୋଗ କରିଛନ୍ତି। ଖବରପାଇ ପାଟପୁର ପୋଲିସ ସାଇଣ୍ଟିଫିକ୍‌ ଟିମ୍‌ ସହ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ କରିବା ସହ ମୃତଦେହ ବ୍ୟବଚ୍ଛେଦ ପାଇଁ ବ୍ରହ୍ମପୁର ଡାକ୍ତରଖାନାକୁ ପଠାଇଥିଲା। ଏ ନେଇ ୧୧୯/୨୩ରେ ମାମଲା ରୁଜୁ ହୋଇଛି। ବ୍ୟବଚ୍ଛେଦ ରିପୋର୍ଟ ଆସିବା ପରେ ମୃତ୍ୟୁର ପ୍ରକୃତ କାରଣ ଜଣାପଡିବ ବୋଲି ପାଟପୁର ଥାନା ଆଇଆଇସି ସବ୍ୟସାଚୀ ମଲ୍ଲ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

୨୩ରେ ଅନୁଗୋଳ-ଭୁବନେଶ୍ୱର ବସ୍‌ ବନ୍ଦ

ଅନୁଗୋଳ ଅଫିସ, ୪।୧୨: କଟକ-ସମ୍ବଲପୁର ୫୫ନଂ. ଜାତୀୟ ରାଜପଥର ସମ୍ପ୍ରସାରଣ ଶେଷ ହେଉନାହିଁ। ଏପରି କି କାର୍ଯ୍ୟ ତ୍ୱରାନ୍ବିତ ହେଉ ନ ଥିବାରୁ ରାସ୍ତା ଶୋଚନୀୟ...

ନବୀନଙ୍କ ଜନ୍ମଦିନରେ ରକ୍ତଦାନ କଲେ ବିଜେଡି କର୍ମୀ

କେନ୍ଦୁଝର,୧୬।୧୦(ସ୍ବ.ପ୍ର.) : ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ୭୩ ତମ ଜନ୍ମ ଦିବସ ଉପଲକ୍ଷେ କେନ୍ଦୁଝର ଜିଲା ବିଜେଡି ପକ୍ଷରୁ ସ୍ବେଚ୍ଛାକୃତ ରକ୍ତଦାନ ଶିବିର ବୁଧବାର ସ୍ଥାନୀୟ...

ଟ୍ରକକୁ ପଛପଟୁ ପିଟିଲା ବୋଲେରୋ, ଚାଲିଗଲା ୨ ଜୀବନ

ପାଟଣା,୧୪ା୬(ସ୍ବ.ପ୍ର.): କେନ୍ଦୁଝର ଜିଲା ପାଟଣା ବ୍ଲକ ତୁରୁମୁଙ୍ଗା ଦେଇ ଯାଇଥିବା ମୁମ୍ବାଇ କୋଲକାତା ୪୯ ନଂ. ଜାତୀୟ ରାଜପଥ ତୁରୁମୁଙ୍ଗାସ୍ଥିତ ପେଟ୍ରୋଲ ପମ୍ପ ନିକଟରେ ରବିବାର...

କୋଷ୍ଟାଲ ଟ୍ରେକିଂରେ ଅଲିଭ ରିଡ୍‌ଲେଙ୍କ ସୁରକ୍ଷା ବାର୍ତ୍ତା

ପୁରୀ ଅଫିସ, ୧୪ା୧୨: ଅଲିଭ ରିଡ୍‌ଲେ କଇଁଛଙ୍କ ସୁରକ୍ଷା ଏବଂ ଆଗାମୀ ପୀଢିଙ୍କୁ ପ୍ରକୃତି ସହ ଯୋଡ଼ିିବାର ବାର୍ତ୍ତା ନେଇ ଭୁବନେଶ୍ୱର ସାଇକ୍ଲିଂ ଆଣ୍ଡ୍‌ ଆଡଭେଞ୍ଚର...

ମେଡିକାଲ ପଛ ଜଙ୍ଗଲରେ ହାତୀ

ଖୋର୍ଦ୍ଧା ଅଫିସ,୯।୪: ଖୋର୍ଦ୍ଧା ବନାଞ୍ଚଳରେ ହାତୀଙ୍କ ଦୌରାତ୍ମ୍ୟ ଦିନକୁ ଦିନ ବୃଦ୍ଧି ପାଇବାରେ ଲାଗିଛି। ଦୁଇ ଦିନ ପୂର୍ବେ ରାମଚଣ୍ଡୀ ଠାରେ ଏକ ହାତୀ ଆକ୍ରମଣରେ...

ସଙ୍ଗଠନ ଛାଡ଼ିଥିବା ମାଓବାଦୀଙ୍କୁ ଗିରଫ କଲା ପୋଲିସ

ପାରଳାଖେମୁଣ୍ଡି,୧୨।୮(ଡି.ଏନ୍‌.ଏ.): ସଙ୍ଗଠନ ଛାଡ଼ିଥିବା ଜଣେ ମାଓବାଦୀଙ୍କୁ ଅଡବା ପୋଲିସ ଗିରଫ କରିଛି। ଗିରଫ ଜଣକ ହେଲେ ଗଜପତି ଜିଲା ଡେକାପଙ୍କା ଗାଁର ପ୍ରଫୁଲ୍ଲ ପରିଚ୍ଛା ଓରଫ...

୪ଟି ପର୍ଯ୍ୟାୟରେ ହେବ କଟକ ଦୁର୍ଗାପୂଜା ଭସାଣ

କଟକ ଅଫିସ,୨୬।୧୦-କରୋନା କଟକଣା ଭିତରେ ସାରା ରାଜ୍ୟରେ ପାଳିତ ହୋଇଛି ଦଶହରା। ଆସନ୍ତାକାଲି ଅନୁଷ୍ଠିତ ହେବ ଭସାଣ ଉତ୍ସବ। ଏଥିପାଇଁ କଟକରେ କମିଶନରେଟ ପୋଲିସ ପକ୍ଷରୁ...

ବୁଥ୍‌ ରିଗିଂ ନେଇ ଜାତୀୟ ରାଜପଥ ଅବରୋଧ

ଚଣ୍ଡିଖୋଲ,୧୮।୨(ଡି.ଏନ୍‌.ଏ.): ଦ୍ୱିତୀୟ ପର୍ଯ୍ୟାୟ ପଞ୍ଚାୟତ ନିର୍ବାଚନରେ ନିର୍ବାଚନୀ ହିଂସା ଦେଖିବାକୁ ମିଳିଛି । ଯାଜପୁର ଜିଲା ବଡ଼ଚଣା ବ୍ଲକରେ ଶୁକ୍ରବାର ଦ୍ୱିତୀୟ ପର୍ଯ୍ୟାୟ ମତଦାନ ଶେଷ...

Advertisement
Archives

Model This Week