ପ୍ରସିଦ୍ଧ ପିଞ୍ଛାବଣିଆ ଦୋଳମେଳା

ବାଲେଶ୍ୱର ଓ ମୟୂରଭଞ୍ଜ ଜିଲା ସୀମାନ୍ତରେ ଶହେରୁ ଊର୍ଦ୍ଧ୍ୱ ବର୍ଷ ଧରି ଅନୁଷ୍ଠିତ ହୋଇଆସୁଛି ଓଡ଼ିଶା ପ୍ରସିଦ୍ଧ ପିଞ୍ଛାବଣିଆ ଦୋଳ ମେଳା। ସମଗ୍ର ଓଡ଼ିଶା, ପଶ୍ଚିମବଙ୍ଗ, ବିହାର, ଝାଡ଼ଖଣ୍ଡ ଆଦି ରାଜ୍ୟରେ ଏହା ପିଞ୍ଛାବଣିଆ ହୋଲି ଭାବେ ଖ୍ୟାତି ଅର୍ଜନ କରିଛି। ସଂସ୍କୃତି, ଐତିହ୍ୟ ଓ ପରମ୍ପରାସମ୍ପନ୍ନ ଏହି ମେଳଣରେ ଆଗଭଳି ଦୋଳ ବିମାନରେ ରାଧାକୃଷ୍ଣଙ୍କ ବିଗ୍ରହ ସାମିଲ୍‌ ହେଉନାହାନ୍ତି। ପୂର୍ବ ପରମ୍ପରା ଫିକା ପଡୁଥିବା ବେଳେ ବର୍ଷକୁ ବର୍ଷ ଏଠାରେ ବ୍ୟବସାୟିକ କାରବାର ବୃଦ୍ଧି ହେଉଥିବା ସାଧାରଣରେ ଚର୍ଚ୍ଚା ହେଉଛି।
୪ଦିନ ବ୍ୟାପୀ ଏହି ମେଳାରେ ଲକ୍ଷାଧିକ ଲୋକଙ୍କ ସମାଗମ ହୁଏ। ଉଠା ବ୍ୟବସାୟୀଙ୍କ ଭିଡ଼ ଜମେ। ଖିଚିଂର ପଥର ମୂର୍ତ୍ତି, ପିପିଲିର ଚାନ୍ଦୁଆ, ରେମୁଣାର କଂସା ବାସନ, ଭୋଗରାଇ ଓ ଚନ୍ଦନେଶ୍ୱରର ମଶିଣାଠାରୁ ଆରମ୍ଭ କରି ମାଛଧରା ଜାଲ, ବେତପାଛିଆ, ବିଞ୍ଚଣା, ଚଲା, ଚାଲୁଣି, କୁଲା, କେଟିଆ, ଜୁଆଳି, କବାଟ, ଚଣା, ଉଖଡ଼ା ଆଦି ସମସ୍ତ ଘରକରଣା ଜିନିଷ ଏହି ମେଳାରେ ମିଳିଥାଏ। ହେଲେ ଏହାର ସାମଗ୍ରିକ ବିକାଶ ପାଇଁ ରାଜ୍ୟ ସଂସ୍କୃତି, ପର୍ଯ୍ୟଟନ ବିଭାଗର ନଜର ନାହଁି। ଗ୍ରାମର ବୟସ୍କ ବ୍ୟକ୍ତି କୈଳାସ ପଣ୍ଡା କହନ୍ତି, ଗ୍ରାମବାସୀଙ୍କ ସହଯୋଗରେ ଏହି ମେଳା ଅନୁଷ୍ଠିତ ହୋଇଆସୁଛି। ୨୫ରୁ ଊର୍ଦ୍ଧ୍ୱ ବିମାନ ଏଠାକୁ ଆସୁଥିଲେ, ମେଳଣ ହେଉଥିଲା। ଏବେ ଆଧ୍ୟାମତ୍ିକ ଭାବ କମିଯାଇଛି। ଆଗଭଳି ଆଉ ଦୋଳ ବିମାନରେ ଅନ୍ୟ ଆଡୁ ରାଧାକୃଷ୍ଣଙ୍କ ବିଗ୍ରହ ସାମିଲ୍‌ ହେଉନାହାନ୍ତି।
ରୂପ୍‌ସା ସାମିଲ ହସନପୁର ସରପଞ୍ଚ ମାଳତୀ ପ୍ରଧାନ କହନ୍ତି, ଏବର୍ଷ ହୋଲି ପଡ଼ିଆକୁ ପଞ୍ଚାୟତ ତରଫରୁ ୪ଲକ୍ଷ ୬୫ହଜାର ଟଙ୍କାରେ ନିଲାମ କରାଯାଇଛି। ଅବାଧ ଜୁଆ ଖେଳ, ଚୋରା ମଦ ଓ ନିଶା ବ୍ୟବସାୟକୁ ରୋକିବା ଦିଗରେ ପ୍ରଶାସନ ପକ୍ଷରୁ ପଦକ୍ଷେପ ଗ୍ରହଣ କରାଗଲେ ବ୍ୟବସାୟୀ, ଝିଅବୋହୂ ନିଜକୁ ନିରାପଦ ମଣନ୍ତେ।
ଦୋଳ ମେଳା ସାଂସ୍କୃତିକ ପରିଷଦ ସଭାପତି ତଥା ଜିଲାପରିଷଦ ସଭ୍ୟ ସଞ୍ଜୟ କୁମାର ସେଠୀ କହନ୍ତି, ମେଳାର ଗୁରୁତ୍ୱ ଦୃଷ୍ଟିରୁ ରାଜ୍ୟ ସଂସ୍କୃତି, ପର୍ଯ୍ୟଟନ ବିଭାଗ ତଥା ଶିଳ୍ପ, ବାଣିଜ୍ୟ ବିଭାଗ ତରଫରୁ ବିଭିନ୍ନ ପ୍ରଦର୍ଶନୀ, ସଚେତନତା କାର୍ଯ୍ୟକ୍ରମ ଓ ସାଂସ୍କୃତିକ କାର୍ଯ୍ୟକ୍ରମ ଆୟୋଜନ ହେବା ଉଚିତ୍‌। ଏହି ମେଳା ପଞ୍ଜିକାରେ ଲିପିବଦ୍ଧ ହୋଇଥିଲେ ହେଁ ଏହାର ଗୁରୁତ୍ୱ ଦୃଷ୍ଟିରୁ ସର୍ବାଙ୍ଗୀନ ଉନ୍ନତି ଦିଗରେ ସରକାର ପଦକ୍ଷେପ ଗ୍ରହଣ କରିବା ଆବଶ୍ୟକ। ରୂପ୍‌ସା ଥାନା ଆଇଆଇସି ପ୍ରଫୁଲ୍ଲ କୁମାର ମଲ୍ଲିକ କହନ୍ତି, ଶାନ୍ତିଶୃଙ୍ଖଳା ଓ ମେଳାର ନିରାପତ୍ତା ଦିଗରେ ସ୍ବତନ୍ତ୍ର ପଦକ୍ଷେପ ନିଆଯାଇଛି। କୌଣସି ଅନିୟମିତତାର ଅଭିଯୋଗ ଆସିଲେ ଆଇନଗତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ।
-ବାଞ୍ଛାନିଧି ଦେ, ରୂପସା


Enter your email to get our daily news in your inbox.

All Right Reserved By Dharitri.Com

ପରକୀୟା ପ୍ରୀତିରୁ ମହାଭାରତ: ୨ ପରିବାର ମଧ୍ୟରେ ଖଣ୍ଡଯୁଦ୍ଧ, ୬ ଆହତ; ୫ ଗିରଫ ହୋଇ ଜେଲ୍‌ରେ

ଦିଗପହଣ୍ଡି/ଚିକିଟି,୬|୧୦(ଅଶେଷ ନାଥ ମିଶ୍ର/ ପ୍ରକାଶ ଚନ୍ଦ୍ର ସାହୁ): ଗଞ୍ଜାମ ଜିଲା ଚିକିଟି ବ୍ଲକ ରାମଚନ୍ଦ୍ରପୁର ଗ୍ରାମରେ ପାରିବାରିକ ହିଂସାକୁ ନେଇ ଦୁଇ ପରିବାର ମଧ୍ୟରେ ଘଟିଛି ରକ୍ତାକ୍ତ…

ଭିଏଚ୍‌ପି ପାଇଁ ଅତୁଳନୀୟ ଅବଦାନ: ଅଶୋକ ସିଂଘଲଙ୍କ ଜନ୍ମଶତାବ୍ଦୀ ସମାରୋହରେ ମଦନମୋହନ ଦ୍ୱିବେଦୀ ସମ୍ବର୍ଦ୍ଧିତ

ପାଟଣା,୬।୧୦ (ବୀର କିଶୋର ଦାଶ): କଟକସ୍ଥିତ ବିଜୁ ପଟ୍ଟନାୟକ ଛକସ୍ଥିତ ସାରଳା ମଣ୍ଡପଠାରେ ବିଶ୍ୱ ହିନ୍ଦୁ ପରିଷଦ (ଭିଏଚ୍‌ପି) ପକ୍ଷରୁ ଅଶୋକ ସିଂଘଲଙ୍କ ଜନ୍ମଶତାବ୍ଦୀ ବର୍ଷର ଉଦ୍‌ଘାଟନୀ…

ନାକା ଚେକିଂ ବେଳେ ଘଟଗାଁ ପୋଲିସକୁ ବଡ଼ ସଫଳତା: ୨ ଦେଶୀ ବନ୍ଧୁକ, ଧନୁ-ତୀର ସହ ୩ ଶିକାରୀ

ପାଟଣା, ୬।୧୦ (ବୀର କିଶୋର ଦାଶ): କେନ୍ଦୁଝର ଜିଲା ଘଟଗାଁ ଥାନା ପୋଲିସକୁ ମିଳିଛି ବଡ଼ ସଫଳତା। ପାଟଣା ବ୍ଲକ୍ ଭୀମକୁଣ୍ଡ ନିକଟରେ ନାକା ଚେକିଂ ସମୟରେ…

ମୃତ୍ୟୁ ସହ ୧୦ ଦିନର ସଂଗ୍ରାମ ପରେ ହାରିଗଲେ ସଞ୍ଜୟ: ନାଗ ସାପ ଚୋଟରେ ଚାଲିଗଲା ୨୮ ବର୍ଷର ଉଦ୍ଦଣ୍ଡ ଯୁବକଙ୍କ ଜୀବନ

ଗୁଡ଼ାରି,୬।୧୦(ପ୍ରମୋଦ କୁମାର ପତି ): ରାୟଗଡ଼ା ଜିଲା ଗୁଡ଼ାରି ବ୍ଲକ ଅନ୍ତର୍ଗତ ଅସଡ଼ା ଗ୍ରାମପଞ୍ଚାୟତର ବାମୁଣୀଡଙ୍ଗର ଗ୍ରାମରେ ମଙ୍ଗଳବାର ଶୋକାକୁଳ ପରିବେଶ ସୃଷ୍ଟି ହୋଇଛି। ସାପ କାମୁଡ଼ାରେ…

ଦୀର୍ଘ ୨୫ ବର୍ଷର ଅଗ୍ନି ପରୀକ୍ଷାରେ ଲାଗିଲା ବିରାମ: ଆଖି ବୁଜିଲେ ଅଗ୍ନି ଭୈରବ ଦେବଙ୍କ ପୂଜକ ଅନିରୁଦ୍ଧ

ଥୁଆମୂଳ ରାମପୁର, ୬।୧୦(ଦୁର୍ଗା କୀର୍ତ୍ତି): କଳାହାଣ୍ଡି ଜିଲ୍ଲା ଥୁଆମୂଳ ରାମପୁର ବ୍ଲକ ସଦର ମହକୁମା ସ୍ଥିତ ଜଗନ୍ନାଥ କଲୋନୀ ପଡ଼ାର ଜଣେ ପରିଚିତ, ଧର୍ମପରାୟଣ, ହାସ୍ୟ କଳାକାର…

ତପ୍ତପାଣି ଜଙ୍ଗଲରେ ପ୍ରେମର କରୁଣ ଅନ୍ତ: କୀଟନାଶକ ପିଇ ଆତ୍ମହତ୍ୟା କଲେ ପ୍ରେମୀଯୁଗଳ,କାନ୍ଦବୋବାଳିରେ ଫାଟି ପଡ଼ୁଛି…

ଦିଗପହଣ୍ଡି,୬।୧୦(ଅଶେଷ ନାଥ ମିଶ୍ର): ଗଞ୍ଜାମ-ଗଜପତି ସୀମାନ୍ତ ସାନଖେମୁଣ୍ଡି ବ୍ଲକର ପ୍ରସିଦ୍ଧ ପର୍ଯ୍ୟଟନ ସ୍ଥଳୀ ତପ୍ତପାଣି ଜଙ୍ଗଲ ନିକଟସ୍ଥ ପାଳୁଖଳା ଗ୍ରାମ ନିକଟରେ ମଙ୍ଗଳବାର ଏକ ହୃଦୟବିଦାରକ ଘଟଣା…

ହାଲ୍‌ରେ ଶକ୍ତି ମିଗ୍‌ ଇଞ୍ଜିନ ପ୍ରକଳ୍ପର ଶିଳାନ୍ୟାସ କଲେ ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂ

ସୁନାବେଡ଼ା, ୬।୧୦(କୃତ୍ତିବାସ ପ୍ରଧାନ): କୋରାପୁଟ ଜିଲା ସୁନାବେଡ଼ାସ୍ଥିତ ହିନ୍ଦୁସ୍ଥାନ ଏରୋନଟିକ୍ସ ଲିମିଟେଡ୍‌ (ହାଲ୍‌)କୁ ମଙ୍ଗଳବାର ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂ ଗସ୍ତକରି ଶକ୍ତି ମିଗ୍‌ ଇଞ୍ଜିନ ପ୍ରକଳ୍ପର…

ରାସ୍ତା କାମ ବିଳମ୍ବକୁ ନେଇ ବଣିକ ସଂଘର ଅସନ୍ତୋଷ

ପାତ୍ରପୁର, ୬/୧୦ (ଉମା ଚରଣ ନେପାକ): ପାତ୍ରପୁର ଏନ୍‌ଏସି ଅନ୍ତର୍ଗତ ତଳ ବସଷ୍ଟାଣ୍ଡ ଛକରେ ରାସ୍ତା ନିର୍ମାଣ କାର୍ଯ୍ୟରେ ବିଳମ୍ବକୁ ନେଇ ମା’ ଦୁର୍ଗାଦେବୀ ବଣିକ ସଂଘ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?